ଓଡିଶା

odisha

ETV Bharat / state

ଟାଟା ଷ୍ଟିଲ ପକ୍ଷରୁ ଗଣ ଦୌଡ଼, ପରିବେଶ ସୁରକ୍ଷାର ଦେଲେ ବାର୍ତ୍ତା - Tata Steel mini Marathon 2024

Tata Steel Mini Marathon: ଟାଟା ଷ୍ଟିଲ ପକ୍ଷରୁ କପିଳାସରେ ପରିବେଶ ଏବଂ ବନ୍ୟପ୍ରାଣୀ ସୁରକ୍ଷାର ପାଇଁ ମିନି ମାରାଥନ ଅନୁଷ୍ଠିତ । ବନ୍ୟ ଜୀବଜନ୍ତୁଙ୍କ ପ୍ରକୃତିକ ବାସସ୍ଥଳୀକୁ ନଷ୍ଟ ନ କରିବା ପାଇଁ ଆହ୍ୱାନ । ଅଧିକ ପଢନ୍ତୁ

ଟାଟା ଷ୍ଟିଲ ପକ୍ଷରୁ ଗଣ ଦୌଡ଼, ପରିବେଶ ସୁରକ୍ଷାର ଦେଲେ ବାର୍ତ୍ତା
ଟାଟା ଷ୍ଟିଲ ପକ୍ଷରୁ ଗଣ ଦୌଡ଼, ପରିବେଶ ସୁରକ୍ଷାର ଦେଲେ ବାର୍ତ୍ତା

By ETV Bharat Odisha Team

Published : Feb 4, 2024, 4:32 PM IST

ଟାଟା ଷ୍ଟିଲ ପକ୍ଷରୁ ଗଣ ଦୌଡ଼, ପରିବେଶ ସୁରକ୍ଷାର ଦେଲେ ବାର୍ତ୍ତା

ଢେଙ୍କାନାଳ: ଜିଲ୍ଲାରେ ଦିନକୁ ଦିନକୁ ହାତୀ ଉପଦ୍ରପ ବଢ଼ିବାରେ ଲାଗିଛି । ମଣିଷ ହାତୀ ଲଢେଇ ଥମିବାର ନାମ ନେଉନାହିଁ । ହାତୀ ପାଇଁ ବହୁ ଧନ ଜୀବନ ନଷ୍ଟ ହେଉଛି । ରାତି ହେଲେ ପ୍ରାୟ ଗ୍ରାମଗୁଡ଼ିକରେ ତାଟି କବାଟ ପଡ଼ି ଯାଉଛି । ଏଥିପାଇଁ ଆଜି (ରବିବାର) ଦିନ ଢେଙ୍କାନାଳ ଟାଟା ଷ୍ଟିଲ ମେରାମଣ୍ଡଳୀ ପକ୍ଷରୁ ପରିବେଶ ଏବଂ ବନ୍ୟଜନ୍ତୁ ସୁରକ୍ଷା ସଚେତନତା ବାର୍ତ୍ତାନେଇ ଏକ ମିନି ମାରାଥନ ଅନୁଷ୍ଠିତ ହୋଇଯାଇଛି ।

ପ୍ରାତଃ ସମୟରେ ଢେଙ୍କାନାଳର ପ୍ରସିଦ୍ଧ ଶୈବପୀଠ କପିଳାସ ପାଦ ଦେଶରେ ଟାଟା ଷ୍ଟିଲ ମେରାମଣ୍ଡଳୀ ପକ୍ଷରୁ ବନ୍ୟଜନ୍ତୁ ସୁରକ୍ଷା ସଚେତନତା ପାଇଁ ଏକ ଗଣଦୌଡ଼ ପ୍ରତିଯୋଗିତ ଆୟୋଜିତ ହୋଇଥିଲା । ଏହି ମିନି ମାରାଥନ ପ୍ରତିଯୋଗିତାରେ ପୁରୁଷ ଓ ମହିଳା ବର୍ଗରେ ୫ କି.ମି ,୧୦ କି.ମି ଏବଂ ୨୧କି.ମି ପର୍ଯ୍ୟନ୍ତ ୩ଟି ବିଭାଗର ଗଣ ଦୌଡ଼ ଅନୁଷ୍ଠିତ ହୋଇଯାଇଛି । କପିଳାସ ପୀଠର ପାଦ ଦେଶରୁ ଅତିଥିମାନେ ସବୁଜ ପତାକା ଦେଖାଇ ଗଣଦୌଡ଼ ଶୁଭାରମ୍ଭ କରିଥିଲେ । ଏହି ଦୌଡ଼ରେ ରାଜ୍ୟ ତଥା ରାଜ୍ୟ ବାହାରୁ ୭ହଜାର ପ୍ରତିଯୋଗୀ ଅଂଶ ଗ୍ରହଣ କରିଥିଲେ ।

ଏହି ଗଣ ଦୌଡ଼ ଉତ୍ସବରେ ଢେଙ୍କାନାଳ ବିଧାୟକ ସୁଧିର କୁମାର ସାମଲ, ଜିଲ୍ଲାପାଳ ମନୋରଞନ ମଲ୍ଲିକ, ଆରକ୍ଷୀ ଅଧିକ୍ଷକଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗ ଦେଇଥିଲେ । ଶେଷରେ କୃତୀ ପ୍ରତିଯୋଗୀଙ୍କୁ ଅତିଥିମାନେ ପୁରସ୍କାର ପ୍ରଦାନ କରିଥିଲେ । ଏହି ମିନି ମାରାଥନରେ ଜାତୀୟ ସ୍ତର ଖେଳାଳିମାନେ ମଧ୍ୟ ଅଂଶଗ୍ରହଣ କରିଥିଲେ । ଟାଟା ଷ୍ଟିଲର ଏଭଳି ଉଦ୍ୟମକୁ ସମସ୍ତେ ପ୍ରଶଂସା କରିଥିଲେ । ଏହି ଉତ୍ସବରେ ଟାଟା ଷ୍ଟିଲର ବରିଷ୍ଠ ଅଧିକାରୀ, କର୍ମଚାରୀମାନେ ଯୋଗଦାନ କରିବା ସହ କାର୍ଯ୍ୟକ୍ରମକୁ ସୁପରିଚାଳନା କରିଥିଲେ ।

ଏହା ମଧ୍ୟ ପଢନ୍ତୁ .....ଆଉ ଗୋଟେ ମୁଣ୍ଡ ନେଲା ଦନ୍ତା, ଯୁବକଙ୍କୁ ରାସ୍ତାରେ କଚାଡ଼ି ମାରିଲା ହାତୀ

ଏହି ଅବସରରେ ଟାଟା ଷ୍ଟିଲ ଅଧିକାରୀ ଚାଣକ୍ୟ ଚୌଧୁରୀ କହିଛନ୍ତି ,"ଏହି ଗଣ ଦୌଡ଼ ପ୍ରତ୍ୟେକ ବର୍ଷ ଆୟୋଜନ କରାଯାଉଛି । ହେଲେ ଆଜିର ଗଣଦୌଡ଼ର ସ୍ୱତନ୍ତ୍ର ହେଉଛି ଏହାର ସ୍ଥାନ ପରିବର୍ତ୍ତନ କରାଯାଇ କପିଳାସ ପୀଠରେ ଆୟୋଜନ କରାଯାଇଛି । ଏହାର ମୁଖ୍ୟ ଲକ୍ଷ୍ୟ ହେଉଛି ଜଙ୍ଗଲ ଓ ବନ୍ୟଜନ୍ତୁ ସୁରକ୍ଷା ପାଇଁ ସଚେତନା ବାର୍ତ୍ତା ପ୍ରଦାନ କରିବା । ଏହାସହ ସୁନ୍ଦର ସ୍ୱାସ୍ଥ୍ୟ ପାଇଁ ଏହି ଗଣ ଦୌଡ଼ ମହତ୍ୱପୂର୍ଣ୍ଣ ଅଟେ । ତେବେ ସୁସ୍ଥ ରହିବା ପାଇଁ ହେଲେ ସମସ୍ତଙ୍କୁ ଦୌଡ଼ି ପାଇଁ ଆବଶ୍ୟକ ରହିଛି ।

ଇଟିଭି ଭାରତ, ଢେଙ୍କାନାଳ

ABOUT THE AUTHOR

...view details