ଓଡିଶା

odisha

ETV Bharat / state

ଖୁଣ୍ଟରେ କାମ କରୁଥିଲେ, ବିଦ୍ୟୁତ୍‌ ଆଘାତରେ ଚାଲିଗଲା କର୍ମଚାରୀଙ୍କ ଜୀବନ - TATA POWER ELECTRICIAN DIED - TATA POWER ELECTRICIAN DIED

TATA POWER ELECTRICIAN DIED: ବଲାଙ୍ଗୀରରେ ବିଦ୍ୟୁତ୍ କର୍ମଚାରୀଙ୍କ ଗଲା ଜୀବନ । କ୍ଷତିପୂରଣ ଦାବିରେ କର୍ମୀଙ୍କ ଆନ୍ଦୋଳନ । ଟାଟା ପାୱାର ଅଧିକାରୀଙ୍କ ଭୁଲ ନୀତି ଯୋଗୁଁ କର୍ମଚାରୀଙ୍କ ମୃତ୍ୟୁ ଅଭିଯୋଗ । ଅଧିକ ପଢନ୍ତୁ

TATA POWER ELECTRICIAN DIED
TATA POWER ELECTRICIAN DIED (ETV Bharat Odisha)

By ETV Bharat Odisha Team

Published : Jun 2, 2024, 10:33 PM IST

ବଲାଙ୍ଗୀର: ଟାଟା ପାୱାରର କର୍ମଚାରୀଙ୍କ ମୃତ୍ୟୁ । ବଲାଙ୍ଗୀରରେ ଜଣେ ବିଦ୍ୟୁତ୍ କର୍ମଚାରୀଙ୍କ ଆଜି ଡ୍ୟୁଟି ସମୟରେ ବିଦ୍ୟୁତ ସଂସ୍ପର୍ଶରେ ଆସିଯିବାରୁ ମୃତ୍ୟୁ ହୋଇଛି । ଯାହାକୁ ନେଇ ତାଙ୍କ ଶତାଧିକ ସହକର୍ମୀ ଓ ବଲାଙ୍ଗୀରବାସୀ ଆନ୍ଦୋଳନକୁ ଓହ୍ଲାଇଥିଲେ । ମୃତଦେହକୁ ଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ରଖି ଧାରଣା ଦେଇଥିଲେ ଲୋକେ । ଅଧିକାରୀଙ୍କ ଭୂଲ ନୀତି ଯୋଗୁଁ କର୍ମଚାରୀଙ୍କ ମୃତ୍ୟୁ ଅଭିଯୋଗ ହୋଇଛି । ସେପଟେ ଘଟଣାର ତଦନ୍ତ ସହ କ୍ଷତିପୂରଣ ଦାବି କରିଛନ୍ତି ସହକର୍ମୀ ।

TATA POWER ELECTRICIAN DIED (ETV Bharat Odisha)

ସୂଚନା ଅନୁସାରେ ବଲାଙ୍ଗୀର ମେହେର ମୁଣ୍ଡା ଗ୍ରାମର ଯୁବକ ଅନୁଜ ଚନ୍ଦ୍ର ସିଂହ ଦୀର୍ଘ ଚାରି ବର୍ଷ ହେବ ବିଦ୍ୟୁତ୍ ବିଭାଗରେ କାର୍ଯ୍ୟରତ ଥିଲେ । ସେ ଆଜି ବଲାଙ୍ଗୀର ରୁଗୁଡ଼ି ପଡ଼ା ଠାରେ ଏକ ବିଦ୍ୟୁତ୍ ଖୁଣ୍ଟରେ କାମ କରୁଥିବା ବେଳେ କରେଣ୍ଟ ଲାଗି ତାଙ୍କର ମୃତ୍ୟୁ ହୋଇଥିଲା । ସେପଟେ ତାଙ୍କ ସହକର୍ମୀ ଓ ବଲାଙ୍ଗୀରର ଶତାଧିକ ଲୋକ ଏଥିରେ ଉତକ୍ଷିପ୍ତ ହୋଇ ଆନ୍ଦୋଳନକୁ ଓହ୍ଲାଇଥିଲେ । ସେମାନେ ମୃତ କର୍ମଚାରୀଙ୍କ ଶରୀରକୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ରଖି ରାସ୍ତା ଅବରୋଧ କରିଥିଲେ । ଫଳରେ ସେଠାରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଥିଲା ।

ତେବେ ଟାଟା ପାୱାରର କର୍ମଚାରୀ ତଥା ତାଙ୍କ ସହକର୍ମୀ ଅଭିଯୋଗ ଅନୁସାରେ, ‘‘ଟାଟା ପାୱାର ଉପରୋକ୍ତ ଅଧିକାରୀଙ୍କ ଭୂଲ ନୀତି ଯୋଗୁଁ ଏହି କର୍ମଚାରୀଙ୍କ ମୃତ୍ୟୁ ହୋଇଛି ।’’ ମୃତକଙ୍କ ସହକର୍ମୀ ମିଳନ ପଣ୍ଡା କହିଛନ୍ତି ଯେ, ଅଧିକ ଦରମା ନେଉଥିବା ଅଭିଜ୍ଞ ଅଧିକାରୀମାନେ ଘରେ ଶୋଉଛନ୍ତି । ଦିନ ରାତି ସବୁ କାମ ନୂଆ କର୍ମଚାରୀ ତଥା ଆଉଟ୍ ସୋର୍ଶିଂ କର୍ମଚାରୀଙ୍କୁ ନିୟୋଜିତ କରାଯାଉଛି । ଯାହା ଫଳରେ ବିଭିନ୍ନ ସମୟରେ ଆମେ ମୃତ୍ୟୁ ମୁଖରେ ପଡ଼ୁଛୁ । ତାଙ୍କ ପରିବାରକୁ କ୍ଷତି ପୂରଣ ଓ ଏଠିକାର ନୀତିରେ ସୁଧାର ଆଣିବାକୁ ଦାବି କରୁଛୁ । ନଚେତ ଆଗକୁ କାର୍ଯ୍ୟବନ୍ଦ ଆନ୍ଦୋଳନ ହେବ ।

ଏହା ମଧ୍ୟ ପଢନ୍ତୁ ....ବିଦ୍ୟୁତ ସଂସ୍ପର୍ଶରେ ଆସି ଆଖି ବୁଜିଲେ ବାପା-ପୁଅ - Jajpur Mishap

ସେପଟେ ଏହି ଅଭିଯୋଗ ଓ ଘଟଣା ଉପରେ ପ୍ରତିକ୍ରିୟା ରଖିଛନ୍ତି ବଲାଙ୍ଗୀର ଟାଟା ପାୱାର ଏସଇ ଆଶିଷ କୁମାର ପଣ୍ଡା । ସେ କହିଛନ୍ତି ଯେ, ଏହା ଏକ ଦୁର୍ଘଟଣା । ଯଦିଓ କର୍ମଚାରୀମାନେ ସବୁ ପ୍ରକାର ସୁରକ୍ଷା ସରଞ୍ଜାମ ବ୍ୟବହାର କରୁଛନ୍ତି ତଥାପି ଦୁର୍ଘଟଣା ହେତୁ ସଂମ୍ପୃକ୍ତ କର୍ମଚାରୀଙ୍କୁ କରେଣ୍ଟ ଲାଗି ମୃତ୍ୟୁ ହୋଇଛି । କମ୍ପାନୀ ପଲିସି ଅନୁସାରେ ତାଙ୍କୁ ଉଚିତ୍ କ୍ଷତିପୂରଣ ଦିଆଯିବ ।

ଇଟିଭି ଭାରତ, ବଲାଙ୍ଗୀର

ABOUT THE AUTHOR

...view details