ଓଡିଶା

odisha

ETV Bharat / state

ବାର ଗାର୍ଲଙ୍କ ସନ୍ଦେହଜନକ ମୃତ୍ୟୁ, ବନ୍ଦ ଘରୁ ମୃତଦେହ ଉଦ୍ଧାର - Suspicious Death Of Bar Dance - SUSPICIOUS DEATH OF BAR DANCE

Suspicious Death Of Bar Dance: ବନ୍ଦ କୋଠରୀରୁ ମିଳିଲା ଯୁବତୀଙ୍କ ମୃତଦେହ । ସେ ଏକ ବାରରେ କାମ କରୁଥିଲେ ବୋଲି ଜଣାପଡ଼ିଛି । ପୁରା ଖବର ପଢନ୍ତୁ

Suspicious Death
Suspicious Death (ETV Bharat Odisha)

By ETV Bharat Odisha Team

Published : May 31, 2024, 7:36 PM IST

ଭୁବନେଶ୍ବର:ରାଜଧାନୀରେ ଚାଞ୍ଚଲ୍ୟ । ବନ୍ଦ କୋଠରୀରୁ ମିଳିଲା ଯୁବତୀଙ୍କ ମୃତଦେହ । ପାହାଳ ଥାନା ଶିବଶକ୍ତି ନଗର ସ୍ଥିତ ଏକ ଭଡ଼ା ଘରୁ ସନ୍ଦେହଜନକ ଭାବେ ଏକ ମୃତଦେହ ଠାବ କରାଯାଇଛି । ଏନେଇ ପଡୋଶୀଙ୍କ ଠାରୁ ଖବର ପାଇ ପୋଲିସ ମୃତଦେହ ଠାବ କରିଛି । ମୃତଦେହ ଚିହ୍ନଟ ସହ ପରିବାର ଲୋକଙ୍କୁ ଯୋଗାଯୋଗ କରିଛି ପୋଲିସ । ପୋଲିସ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ, ମୃତ ଯୁବତୀ ଜଣଙ୍କ ବାର ଗାର୍ଲ ଭାବେ କାମ କରୁଥିଲେ । ତାଙ୍କ ନାଁ ଚାରୁ ମଲହୋତ୍ରା ହୋଇଥିବାବେଳେ ବୟସ 27ବର୍ଷ । ଯୁବତୀଙ୍କ ଘର ଚଣ୍ଡିଗଡ ଅଞ୍ଚଳରେ ହୋଇଥିବା ଜଣାପଡ଼ିଛି । ସେ ଦୀର୍ଘ ୫ ବର୍ଷ ହେବ ଲକ୍ଷ୍ମୀସାଗର ଥାନା ଅଞ୍ଚଳର ଥିବା ଏକ ବାରରେ ଡ୍ୟାନସର ଭାବେ କାମ କରୁଥିଲେ । ହେଲେ ଏପରି ସନ୍ଦେହଜନକ ମୃତ୍ୟୁକୁ ନେଇ ପୋଲିସ ଛାନଭିନ ଚଳାଇଛି । ଯୁବତୀ ଜଣକ ରୁମରେ‌ ଏକାକୀ ରହୁଥିବାବେଳେ ସେ ଜୀବନ ହାରିଥିବା ନେଇ ସନ୍ଦେହ କରୁଛି ପୋଲିସ । ଏନେଇ ଅପମୃତ୍ୟୁ ରୁଜୁ କରି ପୋଲିସ ତଦନ୍ତ କରୁଛି । ଯୁବତୀଙ୍କ ମୋବାଇଲ ଓ ସୋସିଆଲ ମିଡିଆ ଆକାଉଣ୍ଟର ତଥ୍ୟ ନେଇ ମଧ୍ୟ ତର୍ଜମା କରୁଛି ପୋଲିସ ।



ତେବେ‌ ବାରରେ କାମ କରୁଥିବା ଯୁବତୀଙ୍କ ମୃତ୍ୟୁ ଘଟଣା ଏବେ‌ ଅନେକ ଦିଗ ଆଡ଼କୁ ଇସାରା କରିଛି । କାରଣ ଗତ ୧୯ ତାରିଖରେ ଲକ୍ଷ୍ମୀସାଗର ଥାନା ପାଖରେ ଜଣେ ଅତ୍ୟାଚାର ସହି ନପାରି ଜଣେ ବାର‌ ଗାର୍ଲ ରାସ୍ତା ଉପରେ‌ ହଙ୍ଗାମା କରୁଥିବା ଦେଖିବାକୁ ମିଳିଥିଲା । ଜଣେ ଯୁବତୀଙ୍କୁ ମୁମ୍ବାଇରୁ ଡକାଇ ଦେହ ବ୍ୟବସାୟରେ ନିୟୋଜିତ କରାଇବାକୁ ବାଧ୍ୟ କରାଯାଉଥିଲା । ସେ ବିରୋଧ କରିବାରୁ ତାକୁ ଦଲାଲ ଆଉ କିଛି‌ ବାର‌ କର୍ମଚାରୀ ମିଶି ମାଡ଼ ମାରିଥିବା ନେଇ ସେ ଅଭିଯୋଗ କରିଥିଲେ । ଏନେଇ‌ ଅତ୍ୟାଚାର ସହି ନପାରି ଯୁବତୀ ଜଣକ ଶେଷରେ ପୋଲିସରେ ଦ୍ବାରସ୍ଥ ହୋଇଥିଲେ । ଏପରିକି ପରେ ପୋଲିସର ହସ୍ତକ୍ଷେପ ପରେ ଆପୋଷ ବୁଝାମଣା ହୋଇଯାଇଥିବା ପୋଲିସ ସୂଚନା ଦେଇଥିଲା।

ଏହା ବି ପଢନ୍ତୁ...ଦେହ ବ୍ୟବସାୟ ନିର୍ଯାତନା ସହି ନପାରି ହଙ୍ଗାମା, ନ୍ୟାୟ ନ ପାଇଁ ରାସ୍ତା ମଝିରେ ବାର ଗାର୍ଲ - Allegation Of Torture

ସେହିପରି ଗତ ମେ ୧୧‌ ତାରିଖରେ ମଧ୍ୟ ବଡଗଡ଼ ଥାନା ଅଞ୍ଚଳରୁ ଜଣେ‌ ମହିଳା ଡ୍ୟାନସରଙ୍କୁ ମଧ୍ୟ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଥିଲା । ଏନେଇ ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ କରୁଥିଲା । ଗୋଟିଏ ମାସରେ‌ ତିନି ଜଣ ଡ୍ୟାନସର ଅତ୍ୟାଚାର ଘଟଣା ସାମ୍ନାକୁ ଆସିବା ପୋଲିସର ଚିନ୍ତା ବଢାଇଛି ।

ଇଟିଭି ଭାରତ,ଭୁବନେଶ୍ବର

ABOUT THE AUTHOR

...view details