ଓଡିଶା

odisha

ETV Bharat / state

ବିଧାନସଭାରେ ଉପସ୍ଥାପନ ହେଲା ୧୨୧୫୬ କୋଟି ଟଙ୍କାର ଅତିରିକ୍ତ ବଜେଟ୍ - SUPPLEMENTARY BUDGET

ବିଧାନସଭାରେ ଉପସ୍ଥାପନ ହେଲା ଅତିରିକ୍ତ ବଜେଟ୍ । ୧୨ ହଜାର ୧୫୬ କୋଟି ଟଙ୍କାର ଅତିରିକ୍ତ ବଜେଟ୍ ଉପସ୍ଥାପିତ ।

Etv Bharat
Etv Bharat (Etv Bharat)

By ETV Bharat Odisha Team

Published : Nov 26, 2024, 5:32 PM IST

Updated : Nov 26, 2024, 6:26 PM IST

ଭୁବନେଶ୍ୱର:୨୦୨୪-୨୫ ଆର୍ଥିକ ବର୍ଷ ପାଇଁ ୧୨୧୫୬ କୋଟି ଟଙ୍କାର ଅତିରିକ୍ତ ବ୍ୟୟବରାଦ ବିଧାନସଭାର ଅନୁମୋଦନ ପାଇଁ ଉପସ୍ଥାପନ ହେଲା । ଉପସ୍ଥାପନ ହେଲା ୨୦୨୪-୨୫ ଆର୍ଥିକ ବର୍ଷର ଅତିରିକ୍ତ ବଜେଟ । ୧୨,୧୫୬ କୋଟି ଟଙ୍କାର ବ୍ୟୟ ବରାଦ ବିଧାନସଭାର ଅନୁମୋଦନ ପାଇଁ ଉପସ୍ଥାପନ କରାଯାଇଛି ।

୧୬୮୫କୋଟିର ବ୍ୟୟବରାଦ କରାଯାଇଥିବା ବେଳେ ୧୦,୧୫୫ କୋଟିର କାର୍ଯ୍ୟକ୍ରମ ବ୍ୟୟ,ବିପର୍ଯ୍ୟୟ ପ୍ରଶମନ ପାଣ୍ଠି ୧୨୦କୋଟି, ରାଜ୍ୟ ବଜେଟରୁ ସ୍ଥାନାନ୍ତର ୧୯୬ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି ।

ଏହା ବି ପଢନ୍ତୁ- ଆରମ୍ଭରୁ ଗରମ ହେଲା ଶୀତ ଅଧିବେଶନ, ଅପରାହ୍ନ ୪ଟା ଯାଏଁ ଗୃହ ମୁଲତବୀ

ସୁଭଦ୍ରା ଯୋଜନା ପାଇଁ 1196 କୋଟି-

ଅତିରିକ୍ତ ବଜେଟରେ ନୂତନ ପଦକ୍ଷେପ ଗ୍ରହଣ କରାଯାଇଛି । ସୁଭଦ୍ରା ଯୋଜନା ପାଇଁ ଆଜି ପର୍ଯ୍ୟନ୍ତ କୌଣସି ମହିଳାଙ୍କ ଆକାଉଣ୍ଟରେ ଏତେ ବଡ଼ ପୁଞ୍ଜି ଟ୍ରାନ୍ସଫର ହୋଇନଥିଲା । 80 ଲକ୍ଷ ମହିଳାଙ୍କୁ ଦିଆଯାଇଛି । 1196 କୋଟି ଟଙ୍କାର ବଜେଟ ଅଛି । ଗୋପବନ୍ଧୁ ଆରୋଗ୍ୟ ଯୋଜନା, ଆୟୁଷ୍ମାନ ଯୋଜନାରେ ବ୍ୟୟ ବରାଦ କରାଯାଇଛି । ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାରେ 644 କୋଟି ଏବଂ ଜାତୀୟ ସ୍ୱାସ୍ଥ୍ୟ ମିଶନରେ 1056 କୋଟି ବ୍ୟୟ ବରାଦ କରାଯାଇଛି ।

ଅତିରିକ୍ତ ବଜେଟ ଉପସ୍ଥାପନ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ-

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ଅତିରିକ୍ତ ବଜେଟ ଉପସ୍ଥାପନ କରିଛନ୍ତି । ଅର୍ଥ ବିଭାଗ ମଧ୍ୟ ନିଜ ପାଖରେ ରଖିଛନ୍ତି ମୁଖ୍ୟମନ୍ତ୍ରୀ । ଭୁବନେଶ୍ବରରେ ପ୍ରବାସୀ ଭାରତୀୟ ଦିବସ ପାଳନ ପାଇଁ 125 କୋଟି । ଡିଏଜିଜିୟୁଏ ( Dharti Aaba Janjatiya Gram Utkarsh Abhiyan) ପାଇଁ 92 କୋଟି । ସମସ୍ତ ବିଧାନସଭା କ୍ଷେତ୍ରର ବିକାଶ ପାଇଁ 142 କୋଟି । ସିଏପିଏଫ୍ ବିକାଶ ପାଇଁ 299 କୋଟି । ପୋଲିସ ଷ୍ଟେସନରେ ସିସିଟିଭି କ୍ୟାମେରା ଲାଗିବା ପାଇଁ 51 କୋଟି । ସେଣ୍ଟର ଅଫ୍ ଏକ୍ସିଲେନ୍ସି ପ୍ରତିଷ୍ଠା ପାଇଁ 130 କୋଟି । ଶ୍ରୀମନ୍ଦିର ପରିକ୍ରମା ପାଇଁ 26 କୋଟି । ଜଗନ୍ନାଥ ମନ୍ଦିର ରତ୍ନଭଣ୍ଡାର ପାଇଁ 5 କୋଟି । ଅଗ୍ନିଶମ ସେବାର ବିକାଶ ପାଇଁ 60 କୋଟି । ବିପର୍ଯ୍ୟୟ ପରିଚାଳନା ପାଇଁ 120 କୋଟି ।

କୃଷକଙ୍କ ପାଇଁ ଅତିରିକ୍ତ ବଜେଟରେ ବ୍ୟବସ୍ଥା-

ଖାଦ୍ୟ ପଦାର୍ଥ ଷ୍ଟୋରେଜ୍ ପାଇଁ 59 କୋଟି । ଖରିଫ ଧାନ ପାଇଁ 6 କୋଟି । ରାଷ୍ଟ୍ରୀୟ ପଶୁଧନ ବିକାଶ ଯୋଜନା ପାଇଁ 91 କୋଟି । ଗୋଦାମ ଗୃହର ବିକାଶ ପାଇଁ 10 କୋଟି । ଚାଷ କାର୍ଯ୍ୟ ପାଇଁ ଜଳ ଯୋଗାଣ ପାଇଁ 80 କୋଟି ଟଙ୍କା ଅତିରିକ୍ତ ବଜେଟରେ ବ୍ୟୟବରାଦ ହୋଇଛି ।

ଆଜିଠୁ ଆରମ୍ଭ ବିଧାନସଭା ଶୀତ ଅଧିବେଶନ

ଆରମ୍ଭରୁ ଗରମ ହେଲା ବିଧାନସଭା ଶୀତ ଅଧିବେଶନ । ଡିସେମ୍ବର 31 ପର୍ଯ୍ୟନ୍ତ ଚାଲିବ ବିଧାନସଭା । 30ଟି କାର୍ଯ୍ୟଦିବସ ରହିଛି । ଉପସ୍ଥାପିତ ହେଲା ସପ୍ଲିମେଣ୍ଟାରୀ ବଜେଟ । ଏପଟେ ଆରମ୍ଭରୁ ହଙ୍ଗାମା । ଗୃହରେ ଉଠିଲା କନ୍ଧମାଳ ମାଣ୍ଡିପଙ୍କା ଆମ୍ବଟାକୁଆ ମୃତ୍ୟୁ ମାମଲା ସହ ରାଜ୍ୟରେ ଆଇନ ଶୃଙ୍ଖଳା ପ୍ରସଙ୍ଗ । ମୁଖ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବିରେ ଗୃହରେ କମ୍ପିଲେ ବିରୋଧୀ । ଫଳରେ ଆରମ୍ଭ ହେଉ ହେଉ ଗୃହ ପ୍ରକ୍ରିୟାରେ ଅଚଳାବସ୍ଥା ସୃଷ୍ଟି ହୋଇଛି । ବାଚସ୍ପତି ସୁରମା ପାଢ଼ୀ ମଧ୍ୟାହ୍ନ 12ଟା 25 ଯାଏଁ ଗୃହକୁ ମୁଲତବୀ ଘୋଷଣା କରିଥିଲେ । ପରେ ପୁଣି ଗୃହ ପ୍ରକ୍ରିୟା ଆରମ୍ଭ ହୋଇଥିଲେ ମଧ୍ୟ ପୁନର୍ବାର ଅଚଳାବସ୍ଥା ଦେଖିବାକୁ ମିଳିଛି । ଫଳରେ ବାଚସ୍ପତି ପୁଣି ଗୃହକୁ ଅପରାହ୍ନ 4ଟା ପର୍ଯ୍ୟନ୍ତ ମୁଲତବୀ ଘୋଷଣା କରିଛନ୍ତି ।

ଶୀତକାଳୀନ ଅଧିବେସନରେ 30ଟି କାର୍ଯ୍ୟ ଦିବସ:

ମୋହନ ମାଝୀ ସରକାରଙ୍କ ପ୍ରଥମ ଶୀତକାଳୀନ ଅଧିବେଶନ ଆସନ୍ତାକାଲି ଠାରୁ ଆରମ୍ଭ ହେବ । ଡିସେମ୍ବର 31 ତାରିଖ ପର୍ଯ୍ୟନ୍ତ ଏହି ଅଧିବେଶନ ଚାଲିବ । 30ଟି କାର୍ଯ୍ୟ ଦିବସ ଥିବାବେଳେ କାଲି 2024/25 ପାଇଁ ସପ୍ଲିମେଣ୍ଟାରୀ ବଜେଟ ଉପସ୍ଥାପିତ ହେବ । ଗତବର୍ଷ ସେପ୍ଟେମ୍ବରରେ ବିଜେଡି ସରକାର 2023/24 ଆର୍ଥିକବର୍ଷ ପାଇଁ 28200 କୋଟି ଟଙ୍କାର ସପ୍ଲିମେଣ୍ଟାରୀ ବଜେଟ ବିଧାନସଭାରେ ଉପସ୍ଥାପନ କରିଥିଲେ । ଏଥର ଏହା 30 ହଜାର କୋଟି ଟପିବ ବୋଲି କୁହାଯାଉଛି ।

ସେହିପରି ଡିସେମ୍ବର 5ରେ ବିନିଯୋଗ ବିଲ ଉପସ୍ଥାପନ କରାଯିବ । ଅନୁଦାନ ଦାବି ଉପରେ ଡିସେମ୍ବର 2, 3 ରୁ 4 ପର୍ଯ୍ୟନ୍ତ ଚାଲିବ । 3 ଦିନ ପର୍ଯ୍ୟନ୍ତ ଏହି ଆଲୋଚନା ହେବ । ଅସ୍ଥାୟୀ କ୍ୟାଲେଣ୍ଡର ଅନୁଯାୟୀ ସରକାରୀ କାର୍ଯ୍ୟ ପାଇଁ ଅତି କମରେ 20 ଦିନ ଏବଂ ବେସରକାରୀ ସଦସ୍ୟ ବ୍ୟବସାୟ ବା ବିଲ ଏବଂ ସଂକଳ୍ପ ପାଇଁ 5 ଦିନ ସମୟ ଦିଆଯିବ । ଡିସେମ୍ବର 25ରେ ଖ୍ରୀଷ୍ଟମାସ ଅବସରରେ ବିଧାନସଭା ବନ୍ଦ ରହିବ । ନଭେମ୍ବର 26ରୁ ଡିସେମ୍ବର 31 ପର୍ଯ୍ୟନ୍ତ ସମସ୍ତ ରବିବାର ଗୃହ ବନ୍ଦ ରହିବ ।

ଏହା ମଧ୍ୟ ପଢନ୍ତୁ:

ଜମି ବିକ୍ରି ଆଇନ ହେବ ସରଳ, ସଂଶୋଧନ କରିବେ ରାଜ୍ୟ ସରକାର

ଆରମ୍ଭରୁ ଗରମ ହେଲା ଶୀତ ଅଧିବେଶନ, ଅପରାହ୍ନ ୪ଟା ଯାଏଁ ଗୃହ ମୁଲତବୀ

Last Updated : Nov 26, 2024, 6:26 PM IST

ABOUT THE AUTHOR

...view details