ବାଲେଶ୍ୱର:ସୁଭଦ୍ରା ଯୋଜନାରେ ମିଳୁଥିବା ଟଙ୍କାକୁ କିଏ କେଉଁ ଉପାୟରେ ଖର୍ଚ୍ଚ କରୁଛନ୍ତି । ହେଲେ ଏମିତି ବି କିଛି ମହିଳା ଅଛନ୍ତି ଯେଉଁମାନେ ସୁଭଦ୍ରା ଯୋଜନାରେ ମିଳିଥିବା ପ୍ରଥମ କିସ୍ତିର ଟଙ୍କାକୁ ସୁବିନିଯୋଗ କରିବା ସହ ଅନ୍ୟମାନଙ୍କ ପାଇଁ ମଧ୍ୟ ଏମିତି ସରକାରୀ ଯୋଜନାର ସଦୁପଯୋଗ କରିବା ପାଇଁ ପ୍ରେରଣା ଯୋଗାଉଛନ୍ତି ।
ବାଲେଶ୍ୱର ଜିଲ୍ଲା ସିମୁଳିଆ ବ୍ଲକ ବଙ୍ଗାଳପୁର ପଂଚାୟତରେ ଜଣେ ମହିଳା ସୁଭଦ୍ରା ଯୋଜନାରେ ଟଙ୍କା ପାଇବା ପରେ ତାଙ୍କର ଥିବା ଛୋଟିଆ ଦୋକାନରେ ପୁଣି କିଛି ସାମଗ୍ରୀ ଆଣି ଭର୍ତ୍ତି କରାଇଥିଲେ। ଠିକ ସେହିପରି ବାଲେଶ୍ଵର ଜିଲ୍ଲା ଖଇରା ବ୍ଲକ କଣ୍ଟାବଣିଆ ଗ୍ରାମର ସୁମତୀ ପଣ୍ଡା ସୁଭଦ୍ରା ଯୋଜନାରେ ପ୍ରଥମ କିସ୍ତି ଟଙ୍କା ପାଇ ସେଥିରେ ଏକ ଗାଈ ଆଣି ଘରେ ପାଳିଛନ୍ତି। ସୁମତି ପଣ୍ଡା ହେଉଛନ୍ତି ଯାତ୍ରା ଜଗତର ଦୁର୍ଦ୍ଦାନ୍ତ ଖଳନାୟକ ଦାମ ପଣ୍ଡାଙ୍କ ଧର୍ମପତ୍ନୀ । ଯାତ୍ରା ଜଗତରୁ ଅବସର ପରେ ଦାମ ପଣ୍ଡା ଏବଂ ସ୍ତ୍ରୀ ସୁମତି କଣ କରିବେ ବୋଲି ଚିନ୍ତା କରୁଥିବା ବେଳେ ସୁଭଦ୍ରା ଯୋଜନା ଆସିଥିଲା । ଏହି ଟଙ୍କାରେ ଗାଈ କିଣି ଏବେ ସ୍ୱାମୀ ସ୍ତ୍ରୀ ଉଭୟ ଗାଈ ବାଛୁରୀ ସେବାରେ ଦିନ କାଟି ଦେଉଛନ୍ତି। ଏମିତି କି ଦ୍ଵିତୀୟ କିସ୍ତି ଆସିଲେ ଗାଈ ପାଇଁ ଗୁହାଳ ସାଙ୍ଗକୁ ଯେତେ କିସ୍ତି ସୁଭଦ୍ରା ଟଙ୍କା ଆସିବ କିଛି ନା କରିବେ ବୋଲି ଦମ୍ପତି ସ୍ଥିର କରିଛନ୍ତି।
subhadra yojana money (ETV Bharat Odisha)
ସୁଭଦ୍ରା ଯୋଜନାର ସଦୁପଯୋଗ କରି ବେଶ ଶାନ୍ତି ପାଉଥିବା ସୁମତି ନିଜର ପ୍ରତିକ୍ରିୟାରେ କହିଛନ୍ତି, "ମୁଁ ପ୍ରଥମ କିସ୍ତି ସୁଭଦ୍ରା ଯୋଜନାରେ 5 ହଜାର ଟଙ୍କା ପାଇଛି। ତାକୁ ମୁଁ ଚିନ୍ତା କଲି ତାକୁ ଘର ଖର୍ଚ୍ଚ କରିଦେବା ଅପେକ୍ଷା ଗୋରୁଟିଏ ଆଣିକି ରଖିବା। ଯାହାହେଉ ମୋ ସ୍ୱାମୀ ସମ୍ମତ ଦେଲେ ଗାଈଟିଏ ଆଣିଲି ତା ସାଙ୍ଗରେ ବାଛୁରୀଟିଏ ବି ଅଛି। ସାଢ଼େ ଚାରି ହଜାର ଟଙ୍କା ଦେଇକି ଆଣିଛି, ଗାଈ କ୍ଷୀର ଦେଉଛି। ତାରି ସେବାରେ ଲାଗିଛୁ, ଆମର ତ ବୟସ ହେଲାଣି ଆଉ ଅନ୍ୟ ଆଡ଼େ ଲଗେଇ ପାରିବୁନି ସେଥିପାଇଁ ଗାଈଟିଏ ଆଣିକି ତା ସହ ବାଛୁରୀଟି ଆଣିକି ରଖିଛୁ । ତାର ତ ଘର ଖଣ୍ଡିଆ ହେଇକି ରହିଛି, ଖାଲି କପଡ଼ା ଆଉଜିକି ରଖିଛୁ, ପୁଣି ଟଙ୍କା ପାଇଲେ ତାର ସ୍ଥାୟୀ ଗୁହାଳ କରିବି । ଯେଉଁ ସ୍ତ୍ରୀ ଲୋକମାନେ, ମା, ମାଉସୀ ମାନେ ପଇସା ପାଇଛ ତାକୁ କାମରେ ଲଗାଅ। ଖାଲି ଘର ଖର୍ଚ୍ଚ କରିଦେଲେ ହେବନି ତାକୁ ସବୁ କ୍ଷେତ୍ରରେ ଆମେ କୁକୁଡ଼ା ରଖି ପାରିବା, ଗୋରୁ ରଖି ପାରିବା, ଛେଳି ରଖି ପାରିବା। ରଖିଲେ ଆମେ ସବୁ କିଛି ପଇସା ପାଇବା ଆମ ଘର ବି ଚଳି ପାରିବ, ଆମେ ବି ଭଲରେ ରହିବା, ଭଲରେ ଚଳିବା ।"
subhadra yojana money sued in cow buying (ETV Bharat Odisha)
ସେହିପରି ସୁମତିଙ୍କ ସ୍ୱାମୀ ତଥା ଯାତ୍ରା ଖଳନାୟକ ଗାଈ କିଣିବା ପଛରେ ଥିବା ସେମାନଙ୍କ ନିଷ୍ପତ୍ତି ଏବଂ ଉଦ୍ଦେଶ୍ୟ ସମ୍ପର୍କରେ କହିବାକୁ ଯାଇ ସୂଚନା ଦେଇଛନ୍ତି ଯେ, " ସୁଭଦ୍ରା ଯୋଜନା ଫର୍ମ ଆବେଦନ ପାଖରୁ ଆମେ ମାନସିକ ସ୍ତରରେ ଗୋଟେ ସିଦ୍ଧାନ୍ତରେ ଥିଲୁ ଯେ ଆମେ ପାଇସା ଠିକ ଭାବରେ ଉପଯୋଗ କରିବା। ଆମର ଦୋକାନଟିଏ ଥିଲା, ମୁଁ ଯାତ୍ରା ପାର୍ଟିରେ ଥିବା ବେଳେ ଦୋକାନଟି ବନ୍ଦ ହୋଇଗଲା, ପୁଣି ଯାତ୍ରା ପାର୍ଟି ଛାଡ଼ିଲି ଦେହର ଅବସ୍ଥା ପାଇଁ। ଆମେ ସମସ୍ତେ ଚିନ୍ତା କଲୁ ଯେ ଗାଇଟିଏ ଆଣିବା। ତେଣୁ ଗାଇଟିଏ ଆଣିବା ପାଇଁ ଗୋଟେ ଗୁହାଳ ଦରକାର, ଟଙ୍କା ପାଞ୍ଚ ହଜାର ସବୁ। ଗୁହାଳ କରିକି ଗାଈ ରଖିବା ପାଇଁ ସର୍ବନିମ୍ନ 25ରୁ 30 ହଜାର ଟଙ୍କା ଦରକାର। ସେମିତି ବହୁତ କଷ୍ଟରେ କିଛି ପଇସା ସାହାଯ୍ୟ ମିଳିଲା ତାକୁ ଗୁହାଳ କରିକି ଗାଈଟିଏ ରଖିଛୁ। 4 ହଜାର 500 ଗାଈ ଟା ନେଲା, ଆଣିକି ତାକୁ ରଖିଛୁ। ଅବସର ପରେ ଆଉ କଣ କରି ପାରିବି, କେବଳ ସେଇ ଗାଈ ସେବାରେ ଦିନ କଟେଇବା ପାଇଁ ଗାଈ ରଖିଛୁ, ବାଛୁରୀଟିଏ ଅଛି। ଏଇ ପାଞ୍ଚ ହଜାର କେତେ ଗୁଡ଼ିଏ ବା ଖୁବ ନ ଭାବିକି ଯେଉଁ ମା ତାକୁ ଠିକ ଭାବରେ ବିନିଯୋଗ କରିବେ ସେଇ ପାଞ୍ଚ ହଜାର ତାଙ୍କୁ ପାଞ୍ଚ ଲକ୍ଷର ଲାଭ ଦେବ। ସରକାରୀ ଯୋଜନା ଆମମାନଙ୍କୁ ଭଲ ରଖିବା ପାଇଁ ସରକାରଙ୍କ ବିଭିନ୍ନ ଯୋଜନା। ତେଣୁ ଆମେ ସରକାରଙ୍କ ଯୋଜନାକୁ ସ୍ୱାଗତ କରିବା ଉଚିତ। ଆଉ ସେ ଯୋଜନାରୁ ବିଧିବଦ୍ଧ ଲାଭ ଆମେ ନିଜ ମାଧ୍ୟମରେ ଉଠାଇବା ଉଚିତ ।"
subhadra yojana money sued in cow buying (ETV Bharat Odisha) ଏହା ବି ପଢନ୍ତୁ- ଓଡ଼ିଶାରେ 'ସୁଭଦ୍ରା' ଯୋଜନାର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ, ୨୫ ଲକ୍ଷ ମହିଳାଙ୍କ ଆକାଉଣ୍ଟକୁ ଗଲା ଟଙ୍କା - SUBHADRA YOJANA
ସବୁଠୁ ବଡ଼ କଥା ହେଲା ପାଞ୍ଚ ହଜାର ଟଙ୍କା କିଛି ନୁହେଁ ବୋଲି ଯେତେବେଳେ ଲୋକଙ୍କ ମନ ଭିତରେ ଏକ ସୂକ୍ଷ୍ମ ଚିନ୍ତାକୁ ଗ୍ରାସ କରୁଛି ସେତେବେଳେ ଏମିତି ମାନସିକତା ମଧ୍ୟ ସରକାରୀ ଯୋଜନାର ବାଟବଣା ହେବାରୁ ନିବୃତ୍ତ ରଖୁଛି।
subhadra yojana money sued in cow buying (ETV Bharat Odisha) ସୁଭଦ୍ରା ଟଙ୍କାରେ ଦୋକାନ ଆରମ୍ଭ କଲେ ହିତାଧିକାରୀ-
ସୁଭଦ୍ରା ଯୋଜନା ଆରମ୍ଭରୁ ଅନେକାଂଶରେ ଆକ୍ରୋଶ ଏବଂ କମେଣ୍ଟର ଶିକାର ହୋଇଥିବା ବେଳେ ସୋସିଆଲ ମିଡିଆରେ ଏହି ଯୋଜନାରେ ମିଳିଥିବା ଟଙ୍କା କେମିତି ମହିଳାମାନେ ଖର୍ଚ୍ଚ କରୁଛନ୍ତି ତାହାକୁ ନେଇ ମଧ୍ୟ ଟ୍ରୋଲ କରାଯାଉଥିବା ଦେଖିବାକୁ ମିଳୁଛି । ସୁଭଦ୍ରା ଯୋଜନାରେ ମହିଳାମାନେ ପ୍ରଥମ କିସ୍ତି ଅର୍ଥାତ 5 ହଜାର ଟଙ୍କା ପାଇଥିବା ବେଳେ କିଏ କେମିତି ଖର୍ଚ୍ଚ କରୁଛି ବା କରିଛି ତାହା ଜଣାନାହିଁ ହେଲେ ବାଲେଶ୍ବର ଜିଲ୍ଲା ସିମୁଳିଆ ବ୍ଲକ ବଙ୍ଗାଳପୁର ପଞ୍ଚାୟତ ଦେଓପଡ଼ା ଗାଁର ଜଣେ ମହିଳା ନିଜର ଥିବା ଏକ ଛୋଟିଆ ପାନ ଦୋକାନରେ ସୁଭଦ୍ରା ଯୋଜନାରୁ ମିଳିଥିବା 5 ହଜାର ଟଙ୍କା ବିନିଯୋଗ କରି ଦୋକାନର ସାମଗ୍ରୀ ବୃଦ୍ଧି କରାଇଛନ୍ତି । ଯାହାଦ୍ୱାରା ସେ ଆର୍ଥିକ ଭାବେ ସ୍ୱଚ୍ଛଳ ହେବା ସହ ଆଗାମୀ ଦିନରେ ପୁଣି ଦ୍ଵିତୀୟ କିସ୍ତି ମିଳିଲେ ଦୋକାନ ଆହୁରି ବଢ଼ାଇବା ନେଇ ମଧ୍ୟ ଚିନ୍ତା କରିଛନ୍ତି ।
subhadra yojana money sued in cow buying (ETV Bharat Odisha) ମହିଳା ଜଣଙ୍କ ହେଉଛନ୍ତି, ମନୋରମା ଜେନା । ପୂର୍ବରୁ ମନୋରମା ପାନ ପୁଡ଼ିଆ ବିକ୍ରି କରୁଥିବା ବେଳେ ପାଞ୍ଚ ହଜାର ଟଙ୍କା ବିନିଯୋଗ କରି ଗ୍ରସେରି ସାମଗ୍ରୀ ବିକ୍ରି କରି ଦୁଇ ପଇସା ଲାଭ ପାଇ ପାରୁଛନ୍ତି। କିଛି ମାତ୍ରାରେ ଏହି ଟଙ୍କା ମନୋରମାଙ୍କୁ ସହଯୋଗ ହୋଇଥିବା ବେଳେ ଅଯଥା ଖର୍ଚ୍ଚ ନ କରି ସୁଭଦ୍ରା ଯୋଜନାର ସଦୁପଯୋଗ କରିଛନ୍ତି ମନୋରମା ।
ସୁଭଦ୍ରା ଯୋଜନାରେ ମିଳିଥିବା ଅର୍ଥରାଶିର ସୁବିନିଯୋଗ କରିଥିବା ମନୋରମା କୁହନ୍ତି, "ମୁଁ ସୁଭଦ୍ରା ପଇସା ପାଇ ସାରିଲା ପରେ ମୋର ଛୋଟିଆ ଦୋକାନଟିଏ ଥିଲା ପାନ ଦୋକାନଟିଏ କରୁଥିଲି। ବହୁତ ଆଶା ବି ଥିଲା ଯଦି ସୁଭଦ୍ରା ପଇସା ମିଳିଯାଏ ମୁଁ ଦୋକାନ ବଢ଼େଇବି। ମୁଁ ସେହି ପଇସାରେ ଯେତିକି ଆବଶ୍ୟକ ସାମଗ୍ରୀ ଆଣିବା କଥା ଆଣିଛି। ନିଷ୍ପତ୍ତି ନେଲି ଯେ ସେହି ପାଞ୍ଚ ହଜାର ଟଙ୍କାର ଆଉକିଛି ସାମଗ୍ରୀ ଆଜି ମିଶାଇଲେ ମୋର ବ୍ୟବସାୟଟି ବଢିବ। ତା ପରେ ବି ଆଶା ଅଛି ଯେ ପର୍ଯ୍ୟନ୍ତ ସୁଭଦ୍ରା ପଇସା ଯେଉଁ ପ୍ରତିଶୃତି ଦେଇଥିଲେ 50 ହଜାର ଟଙ୍କା ମିଳିବା ପର୍ଯ୍ୟନ୍ତ ଯେ କିସ୍ତିରେ କିସ୍ତିରେ ଆସିଲା ପରେ ମୁ ସେ ପଇସାର କାର୍ଯ୍ୟରେ ଲଗାଇବି। ନିଷ୍ପତ୍ତି ନେଲି ଯେ ପରିବାର ଚଳାଇବା ପାଇଁ ଅସୁବିଧା ହେଲା, ବାଜେ ଖର୍ଚ୍ଚରେ ନ ଲଗେଇକି ଠିକ କାର୍ଯ୍ୟରେ ଲଗେଇଲେ ଆମେ ସ୍ୱାବଲମ୍ବୀ ହେବୁ। ପ୍ରତିଦିନ ମୋର 1000 ରୁ 1500 ଭଳିଆ ବିକ୍ରି ହେଉଛି।"
ସୁଭଦ୍ରା ଯୋଜନାରେ ମିଳିଥିବା ଟଙ୍କାର କେବଳ ଯେ ମନୋରମା ଉଚିତ ବିନିଯୋଗ କରିଛନ୍ତି ତାହା ନୁହେଁ ସେହି ଗାଁର ଅନ୍ୟଜଣେ ମହିଳା ମଧ୍ୟ ଏହାର ସଦୁପଯୋଗ କରିଥିବା କଥା ସେ କହିଛନ୍ତି। ଗାଁ ଗହଳିରେ ଗାଈ ପାଳିବାର ବେଶ ଆଗ୍ରହ ରହିଥାଏ। ଏହାକୁ ଦୃଷ୍ଟିରେ ରଖି ଉକ୍ତ ଗ୍ରାମର ପଦ୍ମାବତି ପଣ୍ଡା ଏକ ଗାଈ କିଣି ପାଳିଛନ୍ତି। ସେ ନିଜର ପ୍ରତିକ୍ରିୟାରେ କହିଛନ୍ତି ଯେ" ମନୋରମା ସେହି ସୁଭଦ୍ରା ପଇସାରେ ଦୋକାନ କରିଛି ଆମେ ତା ଦୋକାନକୁ ସଉଦା ନେବାପାଇଁ ଆସିଛୁ, ରାସନ ନେବାପାଇଁ। ସୁଭଦ୍ରା ଯୋଜନାରେ ତ ଆମେ ପାଇକି ବହୁତ ଖୁସି, ମୁଁ ଗୋଟେ ଗାଈ କିଣିଛି। ଭଲ ସୁବିଧା ହେଉଛି ଆମକୁ, ପାଖର ଅଧ କିଲୋମିଟର ବାଟ, ଆମେ ଆସିକି ଏଠି ସଉଦା ପତ୍ର ନେବାପାଇଁ ରାସନ ନେବାପାଇଁ ବହୁତ ସୁବିଧା ହେଉଛି। ଆଉ ନୂଆ ସରକାର ଆସିକି ଆମକୁ ଯେଉଁ ସୁଭଦ୍ରା ପଇସା ଦେଲେ ସବୁ ମା ମାନେ ସବୁ ପଇସା ଉଠେଇକି ସମସ୍ତେ ଠିକ ଯୋଜନାରେ ଲଗେଇଛନ୍ତି। ମନୋରମାଙ୍କ ଉଦ୍ୟମରେ ସେ ଦୋକାନ କରିଛନ୍ତି, ତାଙ୍କ ଦୋକାନ ଭଲ ଚାଲୁଛି। ସମସ୍ତେ ଆସିକି ନେଉଛନ୍ତି, ଏ ଗାଁ ର ପଡିଶା ମାନେ ସବୁ ଆସିକି ନେଉଛନ୍ତି ଏ ଦୋକାନରୁ ରାସନ ନେଉଛନ୍ତି।"