ଓଡିଶା

odisha

ETV Bharat / state

କଲେଜ ବାରଣ୍ଡାରେ ପରୀକ୍ଷା ଦେଲେ ଛାତ୍ରଛାତ୍ରୀ - Examination In College Corridor

Students give examination in College Corridor : ଅବ୍ୟବସ୍ଥା ଘେରରେ ଆରମ୍ଭ ହେଲା ଚଳିତ ବର୍ଷର ଯୁକ୍ତ ତିନିର ପରୀକ୍ଷା । ଆଜି ଛାତ୍ରଛାତ୍ରୀ ମାନେ କଲେଜ ବାରଣ୍ଡାରେ ପରୀକ୍ଷା ଦେଉଥିବା ଚିତ୍ର ସାମ୍ନାକୁ ଆସିଛି । ଅଧିକ ପଢ଼ନ୍ତୁ,

ବାରଣ୍ଡାରେ ପରିକ୍ଷା ଦେଲେ ଛାତ୍ରଛାତ୍ରୀ
ବାରଣ୍ଡାରେ ପରିକ୍ଷା ଦେଲେ ଛାତ୍ରଛାତ୍ରୀ

By ETV Bharat Odisha Team

Published : Feb 13, 2024, 10:46 PM IST

ବାରଣ୍ଡାରେ ପରିକ୍ଷା ଦେଲେ ଛାତ୍ରଛାତ୍ରୀ

ବୌଦ୍ଧ: ଅବ୍ୟବସ୍ଥା ଘେରରେ ଆରମ୍ଭ ହେଲା ଚଳିତ ବର୍ଷର ଯୁକ୍ତ ତିନିର ପରୀକ୍ଷା । ଆଜି ଛାତ୍ରଛାତ୍ରୀ ମାନେ କଲେଜ ବାରଣ୍ଡାରେ ପରୀକ୍ଷା ଦେଉଥିବା ଚିତ୍ର ସାମ୍ନାକୁ ଆସିଛି । ନିର୍ବାଚନ ପୂର୍ବରୁ ଇଭିଏମ ମେସିନ ଷ୍ଟ୍ରଙ୍ଗ ରୁମ ପାଇଁ ବୌଦ୍ଧ ଜିଲ୍ଲାର ବୌଦ୍ଧ ପଞ୍ଚାୟତ ମହାବିଦ୍ୟାଳୟର ଶ୍ରେଣୀ କକ୍ଷ ଜିଲ୍ଲା ପ୍ରଶାସନ ପକ୍ଷରୁ ସଂରକ୍ଷିତ କରାଯାଇଛି । ଫଳରେ ଛାତ୍ରଛାତ୍ରୀ ମାନେ ଏହିଭଳି ସମସ୍ୟାର ସମ୍ମୁଖୀନ ହୋଇଥିବା ସୂଚନା ମିଳିଛି ।

ବୌଦ୍ଧ ଜିଲ୍ଲାର ବୌଦ୍ଧ ପଞ୍ଚାୟତ ମହାବିଦ୍ୟାଳୟରେ ଆରମ୍ଭ ହୋଇଛି ଚଳିତ ବର୍ଷର ଯୁକ୍ତ ତିନି ପରୀକ୍ଷା । ଆଜି ପ୍ରଥମ ଦିନରେ ନୈତିକ ବିଷୟ ପରୀକ୍ଷା ବ୍ୟାପକ ଅବ୍ୟବସ୍ଥା ମଧ୍ୟରେ ଆରମ୍ଭ ହୋଇଛି । ବୌଦ୍ଧ ପଞ୍ଚାୟତ ମହାବିଦ୍ୟାଳୟ ଠାରେ ୩୦୫ ଜଣ ଛାତ୍ରଛାତ୍ରୀ ଅସୁବିଧା ମଧ୍ୟରେ ପରୀକ୍ଷା ଦେଇଥିଲେ । ପୂର୍ବରୁ ମଧ୍ୟ ବୌଦ୍ଧ ପଞ୍ଚାୟତ ମହାବିଦ୍ୟାଳୟ ବ୍ୟାପକ ସମସ୍ୟା ଘେରରେ ରହିଥିଲା । ତେବେ ଆଜି ଛାତ୍ରଛାତ୍ରୀଙ୍କ ପରୀକ୍ଷାରେ ମଧ୍ୟ ବ୍ୟାପକ ସମସ୍ୟା ପରିଲକ୍ଷିତ ହୋଇଥିଲା । ଛାତ୍ରଛାତ୍ରୀ ମାନେ କଲେଜ ବାରଣ୍ଡାରେ ବିନା ପଙ୍ଖାରେ ପରୀକ୍ଷା ଦେଇଥିଲେ । ତେବେ ଉଭୟ ଛାତ୍ରଛାତ୍ରୀ ଓ ଅବିଭାବକ ମାନଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି । ସେପଟେ ଆଜି ବୌଦ୍ଧ ଜିଲ୍ଲା ଦେଇ ଯାତାୟତ କରୁଥିବା ଅଧିକାଂଶ ବସକୁ ସମଲେଶ୍ଵରୀ ପ୍ରକଳ୍ପ ନିମନ୍ତେ ସମ୍ବଲପୁର ପଠାଯାଇଛି । ଫଳରେ ଦୂରଦୂରାନ୍ତରୁ ଆସିଥିବା ଛାତ୍ରଛାତ୍ରୀ ମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଥିଲେ ।

ଏହା ମଧ୍ୟ ପଢ଼ନ୍ତୁ....ବୌଦ୍ଧ ପଞ୍ଚାୟତ କଲେଜକୁ ଜିଲ୍ଲାପାଳଙ୍କ ଗସ୍ତ, ସମସ୍ୟା ଜଣାଇଲେ ଛାତ୍ରଛାତ୍ରୀ

ଗତ 4 ତାରିଖରେ ଜିଲ୍ଲାପାଳ ଜେ ସୋନାଲ କଲେଜର ଶ୍ରେଣୀଗୃହ, ପାରିପାର୍ଶ୍ବିକ ଅବସ୍ଥିତିକୁ ଅନୁଧ୍ୟାନ କରିବା ପାଇଁ ଆସିଥିଲେ । ସେହି ସମୟରେ ଛାତ୍ରଛାତ୍ରୀଙ୍କ ଦ୍ବାରା ବିଭିନ୍ନ ସମସ୍ୟାକୁ ନେଇ ଜିଲ୍ଲାପାଳଙ୍କ ନିକଟରେ ଫେରାଦ କରାଯାଇଥିଲା । ପାନୀୟଜଳ, ଶୌଚାଳୟ, କମ୍ପ୍ୟୁଟର ଲାବ, କଲେଜ ଗୃହ ଆଦି ବ୍ୟବସ୍ଥିତ ନଥିବା ଛାତ୍ରଛାତ୍ରୀ ଅଭିଯୋଗ କରିଥିଲେ । ବୌଦ୍ଧ ପଞ୍ଚାୟତ ମହାବିଦ୍ୟାଳୟରେ ଆଜି ପର୍ଯ୍ୟନ୍ତ ଏମ.ଏ ଖୋଲି ନ ଥିବା ବେଳେ ଜିଲ୍ଲାର ଏହି ୪୫ ବର୍ଷର କଲେଜ ଆଜି ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ସରକାରୀ ମାନ୍ୟତା ପାଇନାହିଁ । ଏନେଇ କଲେଜ କର୍ତ୍ତୃପକ୍ଷ ତଥା ଛାତ୍ରଛାତ୍ରୀ ବାରମ୍ବାର ଅଭିଯୋଗ କରୁଥିଲେ ମଧ୍ୟ ଏନେଇ କୌଣସି ସୁଫଳ ମିଳି ପାରିନାହିଁ ।

ଇଟିଭି ଭାରତ, ବୌଦ୍ଧ

ABOUT THE AUTHOR

...view details