ବାଲେଶ୍ବର:ବାଲେଶ୍ବର ଜିଲ୍ଲାର ଛାତ୍ରଛାତ୍ରୀ ମାନଙ୍କୁ ମିଳିଛି ନୂଆ-ଓ ବୃତ୍ତି । ବାଲେଶ୍ବର ପୋଲିସ ରିଜର୍ଭ ପଡ଼ିଆରେ ଆଜି (ଗୁରୁବାର) ବିଭିନ୍ନ କଲେଜର ଛାତ୍ରଛାତ୍ରୀଙ୍କୁ ପୂର୍ବ ଘୋଷଣା ଅନୁସାରେ ରାଜ୍ୟ ସରକାରଙ୍କ ପକ୍ଷରୁ ଛାତ୍ରବୃତ୍ତି ପ୍ରଦାନ କରାଯାଇଛି । ଏନେଇ ଆୟୋଜିତ ନୂଆ ଓଡ଼ିଶା କାର୍ଯ୍ୟକ୍ରମରେ ଫାଇଭ ଟି ଅଧ୍ୟକ୍ଷ ଭିକେ ପାଣ୍ଡିଆନ ଯୋଗଦେଇ ପିଲାମାନଙ୍କ ସାମଗ୍ରିକ ବିକାଶ କେମିତି ହୋଇ ପାରିବ ସେନେଇ ପରାମର୍ଶ ଦେଇଥିଲେ । ବାଲେଶ୍ଵର ଜିଲ୍ଲାର ବିଭିନ୍ନ କଲେଜରୁ ଯୁକ୍ତ ତିନି ବର୍ଷର ଛାତ୍ରଛାତ୍ରୀ ଏହି କାର୍ଯ୍ୟକ୍ରମରେ ଯୋଗଦେଇ ସାର୍ଟିଫିକେଟ ଗ୍ରହଣ କରିଥିଲେ ।
ଏହାପରେ ଫାଇଭ ଟି ଅଧ୍ୟକ୍ଷ ଭିକେ ପାଣ୍ଡିଆନ ଭୋଗରାଇ ଶଙ୍ଖାରି ଅଞ୍ଚଳରେ ଉଦଘାଟିତ ହୋଇଥିବା ମନ୍ମଥ-ମନୋଜ ସ୍ମାରକୀ ପୀଠ ପରିଦର୍ଶନ କରିଛନ୍ତି । ବାଲେଶ୍ଵର ଜିଲ୍ଲାର ସମୁଦାୟ 74 ଟି କଲେଜର 31 ହଜାରରୁ ଉର୍ଦ୍ଧ୍ଵ ଛାତ୍ରଛାତ୍ରୀଙ୍କୁ ବୃତ୍ତି ପ୍ରଦାନ କରାଯାଇଛି । ଯେଉଁଥିରେ ଛାତ୍ର ମାନଙ୍କୁ 9 ହଜାର ଏବଂ ଛାତ୍ରୀମାନଙ୍କୁ ଦଶ ହଜାର ଟଙ୍କା ଲେଖାଏଁ ବୃତ୍ତି ପ୍ରଦାନ କରାଯାଇଛି । ଏହା ଦ୍ବାରା ଛାତ୍ରଛାତ୍ରୀ ମାନଙ୍କ ଉଚ୍ଚ ଶିକ୍ଷା କ୍ଷେତ୍ରରେ ଡ୍ରପଆଉଟ ସଂଖ୍ୟା କମିବା ସହ ଆର୍ଥିକ ଅବସ୍ଥା ଭଲ ନଥିବା ପିଲା ମାନଙ୍କ ପାଠ ପଢିବାରେ ସହାୟକ ହେବ ଏହି ବୃତ୍ତି ।
ଏହା ମଧ୍ୟ ପଢନ୍ତୁ ...ଯୁକ୍ତ ତିନି ଓ ପିଜି ଛାତ୍ରଛାତ୍ରୀଙ୍କୁ ନୂଆ-ଓ ଛାତ୍ରବୃତ୍ତି: ମିଳିବ ୧୦ ହଜାର, ଅଗଷ୍ଟ ୧୫ରେ 'ମ୍ୟାଜିକ କାର୍ଡ'