ଓଡିଶା

odisha

ETV Bharat / state

ଭୋଜି ଖାଇ ଛାତ୍ରୀ ମୃତ ଘଟଣାରେ କାର୍ଯ୍ୟାନୁଷ୍ଠାନ: ବିଦା ହେଲେ ୱାର୍ଡେନ, ପ୍ରଧାନଶିକ୍ଷକ ସସପେଣ୍ଡ - ଭୋଜି ଖାଇ ଛାତ୍ରୀ ଅସୁସ୍ଥ

Students fell sick after consuming hostel food:ହରିଶ୍ଚନ୍ଦ୍ର ସରକାରୀ ଉଚ୍ଚ ବିଦ୍ୟାଳୟ ହଷ୍ଟେଲ ଛାତ୍ରୀଙ୍କ ମୃତ୍ୟୁ ଘଟଣା । ପ୍ରଶାସନ ପକ୍ଷରୁ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ସହ ମୃତ ଛାତ୍ରୀଙ୍କ ପରିବାରକୁ ମିଳିବ ୨ ଲକ୍ଷ ଟଙ୍କା ସହାୟତା ରାଶି । ଅଧିକ ପଢନ୍ତୁ

ଭୋଜି ଖାଇ ଛାତ୍ରୀ ମୃତ ଘଟଣା
ଭୋଜି ଖାଇ ଛାତ୍ରୀ ମୃତ ଘଟଣା

By ETV Bharat Odisha Team

Published : Feb 6, 2024, 9:50 AM IST

Updated : Feb 6, 2024, 10:09 AM IST

ରାଇରଙ୍ଗପୁର:ଭୋଜି ଖାଇ ଛାତ୍ରୀ ମୃତ ଘଟଣା । ଏନେଇ ପ୍ରଶାସନ ପକ୍ଷରୁ ହଷ୍ଟେଲ ୱାର୍ଡେନ ଜିରାମଣି ସିଂଙ୍କୁ କାର୍ଯ୍ୟରୁ ବହିଷ୍କାର କରାଯାଇଥିବା ବେଳେ ହରିଶ୍ଚନ୍ଦ୍ର ସରକାରୀ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ରଞ୍ଜନ କୁମାର ଘୋଷଙ୍କୁ ନିଲମ୍ବିତ କରାଯାଇଛି । ଏଥିସହ ମୃତ ଛାତ୍ରୀଙ୍କ ପରିବାର ଲୋକଙ୍କୁ ବିଦ୍ୟାଳୟ ଉନ୍ନୟନ ପାଣ୍ଠିରୁ ୨ ଲକ୍ଷ ଟଙ୍କା ସହାୟତା ରାଶି ପ୍ରଦାନ କରାଯିବା ନେଇ ପ୍ରଶାସନ ପକ୍ଷରୁ ଘୋଷଣା କରାଯାଇଛି ।

ସୂଚନା ଅନୁଯାୟୀ, ରସକଣା ବ୍ଲକରେ ନବୀନ ଓଡ଼ିଶା କାର୍ଯ୍ୟକ୍ରମ ଚାଲିଥିଲା । ଏନେଇ ପାନ୍ଧଡା ଗ୍ରାମ ସ୍ଥିତ ହରିଶ୍ଚନ୍ଦ୍ର ସରକାରୀ ଉଚ୍ଚ ବିଦ୍ୟାଳୟର କିଛି ଛାତ୍ରୀ ସାଂସ୍କୃତିକ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ। ଏହାପରେ ସେମାନେ ଦିନ ଦ୍ୱିପହରରେ ସେଠାରେ ଖଟା, ମାଂସ ଓ ଭାତ ଖାଇଥିଲେ । ଏହାପରେ ସେଠାରୁ ଆସିବା ପରେ ହଷ୍ଟେଲରେ ୫ ଜଣ ଛାତ୍ରୀ ଅସୁସ୍ଥ ହୋଇ ପଡ଼ିଥିଲେ। ଏନେଇ ହଷ୍ଟେଲ ଦାୟିତ୍ୱରେ ଥିବା ମେଟ୍ରୋନ ଜଣକ ନିକଟସ୍ଥ ମେଡିକାଲ ନ ନେଇ କିଛି ମେଡ଼ିସିନ୍ ଦେଇଥିଲେ। ପରେ ଅସୁସ୍ଥ ଥିବା ଛାତ୍ରୀମାନଙ୍କ ମଧ୍ୟରୁ ସୌଦାମିନୀ ସଂଜ୍ଞାହୀନ ହୋଇ ପଡିବାରୁ ତାଙ୍କୁ ନିକଟସ୍ଥ ମେଡିକାଲ କୁ ଅଣା ଯାଇଥିଲା। ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ସେହିପରି ଅନ୍ୟ ୪ ଛାତ୍ରୀ ଅଧିକ ଅସୁସ୍ଥ ହେବାରୁ ସେମାନଙ୍କୁ ବାରିପଦା ପିଆରଏମ ମେଡିକାଲରେ ଭର୍ତ୍ତି କରାଯାଇଥିଲା।

ଏହା ମଧ୍ୟ ପଢନ୍ତୁ- ମୟୂରଭଞ୍ଜ ସାରସକଣାରେ ଅଘଟଣ: ଭୋଜି ଖାଇ ଜଣେ ଛାତ୍ରୀ ମୃତ, ୪ ଗୁରୁତର

ସୌଦାମିନୀ ହଷ୍ଟେଲରେ ରହି ପାଠ ପଢୁଥିବା ବେଳେ ସେ ହେଉଛନ୍ତି ଝାରପୋଖରିଆ ଥାନା କାଶିଆବେଡା ଗ୍ରାମର ଛୋଟରାୟ ମାରାଣ୍ଡି ଙ୍କ ଝିଅ। ତେବେ ପରିବାର ଲୋକେ ଝିଅକୁ ଭୁଲ ଔଷଧ ଦେଇ ମାରି ଦେଇଥିବା ଅଭିଯୋଗ କରିଛନ୍ତି । ଏନେଇ ଦୋଷୀ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଓ ସହାୟତା ରାଶି ପ୍ରଦାନ ନେଇ ଝାରପୋଖରିଆ ରେ କିଛି ସମୟ ପାଇଁ ମୃତଦେହ ରାସ୍ତା ଉପରେ ରଖି ଜାତୀୟ ରାଜପଥ ଅବରୋଧ କରିଥିଲେ। ଖବର ପାଇ ଝାରପୋଖରିଆ ଥାନା ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ବୁଝାସୁଝା କରିବା ପରେ ରାସ୍ତା ଅବରୋଧ ହଟିଥିଲା। ସେପଟେ ମୃତ ଛାତ୍ରୀଙ୍କ ପରିବାର ଲୋକଙ୍କୁ ବିଦ୍ୟାଳୟ ଉନ୍ନୟନ ପାଣ୍ଠିରୁ ଦୁଇ ଲକ୍ଷ ଟଙ୍କା ସହାୟତା ରାଶି ପ୍ରଦାନ କରାଯିବ ଓ ଅଧିକ ସହାୟତା ନିମନ୍ତେ ଜିଲ୍ଲା ପ୍ରଶାସନ ଙ୍କୁ ନିବେଦନ କରା ଯାଇଥିବା ଜିଲ୍ଲା ମଙ୍ଗଳ ଅଧିକାରୀ ପ୍ରଦ୍ୟୁମ୍ନ କୁମାର ଦାସଙ୍କଠାରୁ ସୂଚନା ମିଳିଛି । ଉକ୍ତ ଘଟଣାକୁ ନେଇ ଏକ ତଦନ୍ତ କମିଟି ମଧ୍ୟ ଗଠନ କରାଯାଇଛି। ତେବେ ଜିଲ୍ଲା ମଙ୍ଗଳ ଅଧିକାରୀ ହଷ୍ଟେଲ ୱାର୍ଡେନ ଜିରାମଣି ସିଂଙ୍କୁ କାର୍ଯ୍ୟରୁ ବହିଷ୍କାର କରିଥିବା ବେଳେ ଜିଲ୍ଲା ଶିକ୍ଷା ଅଧିକାରୀ ହରିଶ୍ଚନ୍ଦ୍ର ସରକାରୀ ଉଚ୍ଚ ବିଦ୍ୟାଳୟ ର ଭାରପ୍ରାପ୍ତ ପ୍ରଧାନଶିକ୍ଷକ ରଞ୍ଜନ କୁମାର ଘୋଷ ଙ୍କୁ ନିଲମ୍ବିତ କରିଛନ୍ତି। ଅନ୍ୟପଟେ ପିଆରଏମ ମେଡ଼ିକାଲ କଲେଜ ଏବଂ ହସ୍ପିଟାଲରେ ଚିକିତ୍ସିତ ଅନ୍ୟ ଛାତ୍ରୀମାନେ ସୁସ୍ଥ ଥିବା ନେଇ ଜଣାପଡିଛି।

ଇଟିଭି ଭାରତ, ରାଇରଙ୍ଗପୁର

Last Updated : Feb 6, 2024, 10:09 AM IST

ABOUT THE AUTHOR

...view details