ନୟାଗଡ଼: 'ରାଜ୍ୟରେ ଚୋରା ମଦ ଓ ଡ୍ରଗ୍ସ ବ୍ୟବସାୟ ବିରୋଧରେ ନିଆଯିବ କଠୋର କାର୍ଯ୍ୟାନୁଷ୍ଠାନ ।' ନୟାଗଡ଼ ଆରକ୍ଷୀ ପ୍ରଶିକ୍ଷଣ ବିଦ୍ୟାଳୟର ପ୍ରଥମ ବ୍ୟାଚ ଅବକାରୀ କନେଷ୍ଟବଳ ପ୍ରଶିକ୍ଷାର୍ଥୀଙ୍କ ଦୀକ୍ଷାନ୍ତ ସମାରୋହରେ ଯୋଗଦେଇ ଏଭଳି କହିଛନ୍ତି ଆଇନ ମନ୍ତ୍ରୀ । ଗତକାଲି (ଶୁକ୍ରବାର) ଏହି ଦୀକ୍ଷାନ୍ତ ସମାରୋହ ଅନୁଷ୍ଠିତ ହୋଇଥିବା ବେଳେ ମୁଖ୍ୟଅତିଥି ଭାବେ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ଏବଂ ସମ୍ମାନନୀୟ ଅତିଥି ଭାବେ ଖଣ୍ଡପଡ଼ା ବିଧାୟକ ଦୁଷ୍ମନ୍ତ ସ୍ବାଇଁ, ଅବକାରୀ ଆୟୁକ୍ତ ନରସିଂହ ଭୋଳ ଏବଂ ଜିଲ୍ଲାପାଳ ଅକ୍ଷୟ ସୁନିଲ ଅଗ୍ରୱାଲ ଯୋଗଦେଇ ଅଭିବାଦନ ଗ୍ରହଣ କରିଥିଲେ ।
ଅବକାରୀ କନେଷ୍ଟବଳଙ୍କ ଦୀକ୍ଷାନ୍ତ ସମାରୋହ:
Convocation Ceremony of Excise Constable (ETV Bharat Odisha) ଏହି ଅବସରରେ ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ କହିଛନ୍ତି,"ରାଜ୍ୟରେ ଚୋରା ମଦ ଓ ଡ୍ରଗ୍ସର ବ୍ୟବସାୟ ହେବ ନାହିଁ । ଏଥିପାଇଁ ଏନ୍ସିବି,ରାଜ୍ୟ ଅବକାରୀ ଏବଂ ପୋଲିସ ବିଭାଗର ମିଳିତ ଭାବେ କାର୍ଯ୍ୟାନୁଷ୍ଠାନ ଆରମ୍ଭ ହୋଇଛି । ବିଭିନ୍ନ ଅଞ୍ଚଳରେ ୬ମାସ ମଧ୍ୟରେ ଯେଉଁଭଳି ଅବକାରୀର ରେଡ୍ ଆରମ୍ଭ ହୋଇଛି । ବିଶେଷ କରି ପ୍ରତି ଜିଲ୍ଲାରେ ଅବକାରୀ ଏନ୍ଫୋର୍ସମେଣ୍ଟ ସ୍ବତନ୍ତ୍ର ଭାବେ କାମ କରିବ । ଯେଉଁମାନେ ଚୋରାରେ ମଦ, ଗଞ୍ଜେଇ କିମ୍ବା ଡ୍ରଗ୍ସ ବ୍ୟବସାୟ କରୁଛନ୍ତି । ସେମାନଙ୍କୁ ସମ୍ପୂର୍ଣ୍ଣ ଧୂଳିସାତ୍ କରାଯିବ । ପ୍ରଥମ ଥର ପାଇଁ ପୋଲିସ ଭଳି ଅବକାରୀ କନେଷ୍ଟବଳଙ୍କୁ ମଧ୍ୟ ତାଲିମ ଦେଇ ବିଭିନ୍ନ ନିୟମ କାନୁନ ସମ୍ପର୍କରେ ଅବଗତ କରାଯାଇଛି । ତାଲିମ ପାଇଥିବା ସମସ୍ତ ପ୍ରଶକ୍ଷାର୍ଥୀଙ୍କୁ ସ୍ବାଗତ । ସାଧୁତା, ନିଷ୍ଠାପରତା, ସମାଜ ପାଇଁ ପ୍ରତିବଦ୍ଧତାକୁ ନେଇ ଚାଲିବାକୁ ହେବ ।"
Convocation Ceremony of Excise Constable (ETV Bharat Odisha) ଏହା ମଧ୍ୟ ପଢନ୍ତୁ...ବାରବାଟୀ ଜଗିବେ 50 ପ୍ଲାଟୁନ ପୋଲିସ ଫୋର୍ସ; 7ରେ ଭୁବନେଶ୍ୱରରେ ପହଞ୍ଚିବେ ଭାରତ-ଇଂଲଣ୍ଡ ଟିମ୍, 8ରେ ନେଟ୍ ପ୍ରାକ୍ଟିସ୍ - CUTTACK BARABATI STADIUM SECURITY
ଏହା ମଧ୍ୟ ପଢନ୍ତୁ...ରାଜ୍ୟପାଳଙ୍କଠୁ ପୋଲିସ ସେବା ପଦକ ଗ୍ରହଣ କଲେ ଦକ୍ଷ ଅଧିକାରୀ - POLICE MEDAL
ଅବକାରୀ କନେଷ୍ଟବଳଙ୍କୁ ତାଲିମ:
Convocation Ceremony of Excise Constable (ETV Bharat Odisha) ରାଜ୍ୟ ସରକାରଙ୍କ ପକ୍ଷରୁ ୨୦୨୪ ସେପ୍ଟେମ୍ବର ମାସରୁ ପ୍ରଥମ ଥର ପାଇଁ ଅବକାରୀ କନେଷ୍ଟବଳଙ୍କୁ ତାଲିମ ଦିଆଯିବାର ବ୍ୟବସ୍ଥା କରାଯାଇଥିଲା । ୧୮୩ ଜଣ ପୁରୁଷ ଓ ୧୭ଜଣ ମହିଳା ସର୍ବମୋଟ ୨ ଶହ ଜଣ ପ୍ରଶିକ୍ଷାର୍ଥୀଙ୍କୁ ନେଇ ନୟାଗଡ଼ ଆରକ୍ଷୀ ପ୍ରଶିକ୍ଷଣ ବିଦ୍ୟାଳୟରେ ପ୍ରଶିକ୍ଷଣ ଆରମ୍ଭ ହୋଇଥିଲା । ସେଥିମଧ୍ୟରୁ ବର୍ତ୍ତମାନ ୧୯୬ଜଣ ପ୍ରଶିକ୍ଷାର୍ଥୀ ପ୍ରଶିକ୍ଷଣରେ ନିୟୋଜିତ ଅଛନ୍ତି । ତାଲିମ ସମୟରେ ନୂତନ ପାଠ୍ୟକ୍ରମ ଅନୁଯାୟୀ ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର ଚାଳନା, ଶାରିରୀକ ଶିକ୍ଷା, ଲାଠି ଚାଳନା, ଯୋଗାସନ, ସେଲଫ୍ ଡିଫେନ୍ସ, ଯୁଦ୍ଧଭୂମିର କଳା କୌଶଳ ଆଦି ତାଲିମ ଦିଆଯାଇଛି । ଏଥିସହ ଭାରତୀୟ ନ୍ୟାୟ ସଂହିତା, ଭାରତୀୟ ନାଗରିକ ସୁରକ୍ଷା ସଂହିତା ଓ ଭାରତୀୟ ସାକ୍ଷ୍ୟ ବିଧି ଅଧିନିୟମ ସମ୍ପର୍କରେ ଶିକ୍ଷା ଦିଆଯାଇଛି । ଏହି ଅବସରରେ ପ୍ରଶିକ୍ଷାର୍ଥୀଙ୍କୁ ସେମାନଙ୍କ ବିଭିନ୍ନ କୃତିତ୍ବ ପାଇଁ ପୁରସ୍କୃତ କରାଯାଇଥିଲା । ପିଟିଏସ୍ ଅଧ୍ୟକ୍ଷ ଭବେଶ କୁମାର ନାୟକଙ୍କୁ ମନ୍ତ୍ରୀ ସମ୍ବର୍ଦ୍ଧିତ କରିଥିଲେ । ଶେଷରେ ପ୍ରଶିକ୍ଷାର୍ଥୀମାନେ ଶପଥ ପାଠ କରିଥିଲେ ।
Convocation Ceremony of Excise Constable (ETV Bharat Odisha) ଇଟିଭି ଭାରତ, ନୟାଗଡ଼