ଓଡିଶା

odisha

ETV Bharat / state

ନିର୍ବାଚନ ପାଇଁ ସହରରେ ଜୋରଦାର ଚେକିଂ, ଏୟାରପୋର୍ଟଠୁ ବସଷ୍ଟାଣ୍ଡ ଯାଏଁ ଛକିଛନ୍ତି ସ୍ବତନ୍ତ୍ର ଟିମ୍ - Static Surveillance Team - STATIC SURVEILLANCE TEAM

Static Surveillance Team: ନିର୍ବାଚନକୁ ଅବାଧ ଓ ନିରପେକ୍ଷ କରିବା ପାଇଁ କମିଶନରେଟ ପୋଲିସର ସ୍ବତନ୍ତ୍ର ପଦକ୍ଷପ । ସବୁଠି ଜୋରଦାର ଚେକିଂ ପାଇଁ ନିୟୋଜିତ ହୋଇଛନ୍ତି ଷ୍ଟାଟିକ ସର୍ଭିଲାନ୍ସ ଟିମ୍ । ଅଧିକ ପଢ଼ନ୍ତୁ

ନିର୍ବାଚନ ପାଇଁ ସହରରେ ଜୋରଦାର ଚେକିଂ, ଏୟାରପୋର୍ଟ ଠୁ ବସଷ୍ଟାଣ୍ଡ ଯାଏଁ ଛକିଛନ୍ତି ସ୍ବତନ୍ତ୍ର ଟିମ୍
ନିର୍ବାଚନ ପାଇଁ ସହରରେ ଜୋରଦାର ଚେକିଂ, ଏୟାରପୋର୍ଟ ଠୁ ବସଷ୍ଟାଣ୍ଡ ଯାଏଁ ଛକିଛନ୍ତି ସ୍ବତନ୍ତ୍ର ଟିମ୍

By ETV Bharat Odisha Team

Published : Apr 10, 2024, 10:11 PM IST

Updated : Apr 11, 2024, 8:20 AM IST

ନିର୍ବାଚନ ପାଇଁ ସହରରେ ଜୋରଦାର ଚେକିଂ, ଏୟାରପୋର୍ଟ ଠୁ ବସଷ୍ଟାଣ୍ଡ ଯାଏଁ ଛକିଛି ସ୍ବତନ୍ତ୍ର ଟିମ୍

ଭୁବନେଶ୍ବର: ନିର୍ବାଚନକୁ ଅବାଧ ଓ ନିରପେକ୍ଷ କରିବା ପାଇଁ ଲକ୍ଷ୍ୟ । ବେଆଇନ୍ କାରବାର ରୋକିବା ପାଇଁ ଏବେଠୁ ଆରମ୍ଭ ହେଲାଣି ଘନଘନ ଚେକିଂ । ସହର ପ୍ରବେଶ ପଥରେ ଜଗିଛନ୍ତି କମିଶନରେଟ ପୋଲିସର ଷ୍ଟାଟିକ ସର୍ଭିଲାନ୍ସ ଟିମ୍ । ଏୟାରପୋର୍ଟ ଠାରୁ ଆରମ୍ଭ କରି ରେଳଷ୍ଟେସନ, ବସଷ୍ଟାଣ୍ଡ ଓ ସହର ଗଳିକନ୍ଦିରେ ଆରମ୍ଭ ହୋଇଛି ଜୋରଦାର ଚେକିଂ । ରାଜଧାନୀର ବିଭିନ୍ନ ସ୍ଥାନରେ କ୍ୟାମ୍ପ ଲଗାଇ ଛକିଛନ୍ତି ଷ୍ଟାଟିକ ସର୍ଭିଲାନ୍ସ ଟିମ୍ ।


ତେବେ ଆଗକୁ ନିର୍ବାଚନ ଘଡ଼ି ଥିବା ବେଳେ ଖୋର୍ଦ୍ଧା ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ସହରର ବିଭିନ୍ନ ସ୍ଥାନରେ ଏବେଠୁ ଚେକିଂ ଆରମ୍ଭ ହେଲାଣି । ଏନେଇ କମିଶନରେଟ ପୋଲିସ ପକ୍ଷରୁ ନିଯୋଜିତ ହୋଇଛନ୍ତି ଷ୍ଟାଟିକ ସର୍ଭିଲାନ୍ସ ଟିମ୍ । ଯାହାକୁ ସନ୍ଦେହ ହେଉଛି ତାକୁ ଯାଞ୍ଚ କରୁଛନ୍ତି ଷ୍ଟାଟିକ ସର୍ଭିଲାନ୍ସ ଟିମ୍ । ତେବେ ରାଜଧାନୀର ବିମାନବନ୍ଦର ବାହାର ଟର୍ମିନାଲ ପାଖରେ ଏକ ସ୍ବତନ୍ତ୍ର କ୍ୟାମ୍ପ କରି ଛକିଛନ୍ତି ଟିମ୍‌ । ଯେଉଁମାନେ ଆକାଶପଥ ଦେଇ ସହର ଭିତରକୁ ପ୍ରବେଶ କରୁଛନ୍ତି ସେମାନଙ୍କ ଉପରେ ସନ୍ଦେହ ହେଲେ ତୁରନ୍ତ ଯାଞ୍ଚ କରୁଛନ୍ତି । ସେମାନଙ୍କ ବ୍ୟାଗ ଓ କିଛି ଜିନିଷ ଆଣୁଥିଲେ ତାହାର ପ୍ରମାଣପତ୍ର ସହ ବିଶେଷ କରି କଳା କାରବାର ଉପରେ ନଜର ରଖାଯାଇଛି । ଏପରିକି ଟଙ୍କା କାରବାର, କୌଣସି ଗିଫ୍ଟ ଉପକରଣ, ଗହଣା ବା ସେପରି କିଛି ସନ୍ଦେହଜନକ ଜିନିଷ ସହ ବିଭିନ୍ନ ଦିଗକୁ ନେଇ ଯାଞ୍ଚ କରୁଛନ୍ତି । ଏନେଇ ବିମାନବନ୍ଦର ପାଖରେ ୫ ଜଣିଆ ପୋଲିସ ଟିମ୍ ସହ ଜଣେ ଅଫିସର ଦାୟିତ୍ବରେ ରହିଛନ୍ତି ।


ସେହିପରି ୨ଟି ଟିମ୍ ୨୪ ଘଣ୍ଟିଆ ଦୁଇ ସିଫ୍ଟ ଆଧାରରେ ଡ୍ୟୁଟି କରୁଛନ୍ତି । ସବୁ ଯାତ୍ରୀଙ୍କ ବ୍ୟାଗ୍ ବି ସନ୍ଦେହ ହେଲେ ଯାଞ୍ଚ କରାଯାଉଛି । ସନ୍ଦିଗ୍ଧ ବିମାନଯାତ୍ରୀଙ୍କ ଗତିବିଧି ଉପରେ ମଧ୍ୟ ତୀକ୍ଷ୍ଣ ନଜର ରଖୁଛନ୍ତି ଟିମ୍‌ । ଏହା ବ୍ୟତୀତ ଯଦି କୌଣସି ବ୍ୟକ୍ତି ସନ୍ଦେହ କରାଯାୁଛି ତେବେ ସେହି ବ୍ୟକ୍ତିର ଗତିବିଧି ସମ୍ପର୍କରେ ମଧ୍ୟ ତଥ୍ୟ ସଂଗ୍ରହ କରୁଛନ୍ତି । ସେହିପରି ସହରରେ ବସଷ୍ଟାଣ୍ଡ ଓ ରେଳ ଷ୍ଟେସନରେ ମଧ୍ୟ ସମାନ ଭାବେ ଟିମ୍ ମୁତୟନ ରହିଛନ୍ତି । ଏହା ସହିତ ସହରର ବିଭିନ୍ନ ପ୍ରବେଶ ପଥରେ ଚେକିଂ ଭେଇକିଲ ଯୋଗେ ଯାଞ୍ଚ କରୁଛନ୍ତି ଷ୍ଟାଟିକ ସର୍ଭିଲାନ୍ସ ଟିମ୍ । ନିର୍ବାଚନ ଆଚରଣ ବିଧି ଲାଗୁ ପରେ ନିର୍ବାଚନ ପାଖେଇ ଆସୁଥିବାରୁ ଭୁବନେଶ୍ଵର ଆସୁଥିବା ଲୋକଙ୍କ ଉପରେ ନଜର ରଖିଛନ୍ତି । ଏପରିକି କେଉଁ କେଉଁ ଗାଡି ପ୍ରବେଶ କରୁଛି ଏହା ସହିତ ନେତାଙ୍କ ରାଲି ବା ସମର୍ଥକଙ୍କ ଆତଯାତ ଉପରେ ମଧ୍ୟ ନଜର ରଖାଯାଉଛି । ନେତା ଓ ମନ୍ତ୍ରୀଙ୍କ ସହ ଆସୁଥିବା କର୍ମୀ ଓ ସମର୍ଥକଙ୍କୁ ମଧ୍ୟ ସନ୍ଦେହ ହେଲେ ଯାଞ୍ଚ କରାଯାଉଛି ।

ଏହା ମଧ୍ୟ ପଢ଼ନ୍ତୁ...ନିର୍ବାଚନ ପୂର୍ବରୁ ରାଜଧାନୀରେ CAPF ଯବାନଙ୍କ ଫ୍ଲାଗ ମାର୍ଚ୍ଚ

ଏନେଇ ପୋଲିସ କମିଶନର ସଞ୍ଜୀବ ପଣ୍ଡା କହିଛନ୍ତି, "ଇଲେକ୍ସନ ବେଳେ ଆମର ଷ୍ଟାଟିକ ଚେକ୍‌ ପୋଷ୍ଟ ବିଭିନ୍ନ ପ୍ରବେଶ ପଥରେ କରାଯିବ । ଏନେଇ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ ହୋଇଛି‌ । ଇଲେକ୍ସନ ପାଖେଇ ଆସୁଥିବାରୁ ସବୁଠି ପ୍ରବେଶ ପଥ ଚେକ୍ ପୋଷ୍ଟ କରାଯିବ । ଯେଉଁଠି ଯେଉଁଠି ଏଣ୍ଟ୍ରି ପଏଣ୍ଟ ରହିଛି, ସେଠାରେ ଯେଉଁ ସବୁ ଗାଡି ଆତଯାତ କରୁଛନ୍ତି ଏହା ଉପରେ ନଜର ରଖାଯିବ । ଏୟାରପୋର୍ଟ ,ରେଲୱେ ଷ୍ଟେସନ ,ବସଷ୍ଟାଣ୍ଡ ଏପରିକି ସହରକୁ ପ୍ରବେଶ କରୁଥିବା ବିଭିନ୍ନ ଛକ ମଧ୍ୟରେ ଚେକି୍‌ ଜୋରସୋର ହେବ ।"

ଇଟିଭି ଭାରତ, ଭୁବନେଶ୍ବର

Last Updated : Apr 11, 2024, 8:20 AM IST

ABOUT THE AUTHOR

...view details