ଓଡିଶା

odisha

ETV Bharat / state

ଯାଜପୁର ବସ ଟ୍ରାଜେଡି: ଡ୍ରାଇଭରଙ୍କ ତ୍ରୁଟି ପାଇଁ ଘଟିଗଲା ଦୁର୍ଘଟଣା, ମାମଲା ରୁଜୁ - jajpur bus tragedy - JAJPUR BUS TRAGEDY

JAJPUR BUS TRAGEDY: ଯାଜପୁରରେ ଘଟିଥିବା ବସ୍ ଦୁର୍ଘଣାରେ ଡ୍ରାଇଭର ସମ୍ପୂର୍ଣ୍ଣ ଭୁଲ ଥିବା ଏସ.ଟି.ଏ ସ୍ପଷ୍ଟ କରିଛି । ଏହି ଘଟଣାରେ ଫେରାର ଥିବା ଡ୍ରାଇଭରଙ୍କ ବିରୋଧରେ ଆପିସି ୩୦୪ରେ ମାମଲା ରୁଜୁ କରାଯିବ । ଅଧିକ ପଢନ୍ତୁ

ଯାଜପୁର ବସ୍ ଟ୍ରାଜେଡି, ଡ୍ରାଇଭର ବିରୋଧରେ ୩୦୪ରେ ମାମଲ ରୁଜୁ
ଯାଜପୁର ବସ୍ ଟ୍ରାଜେଡି, ଡ୍ରାଇଭର ବିରୋଧରେ ୩୦୪ରେ ମାମଲ ରୁଜୁ

By ETV Bharat Odisha Team

Published : Apr 17, 2024, 5:21 PM IST

ଯାଜପୁର ବସ୍ ଟ୍ରାଜେଡି, ଡ୍ରାଇଭର ବିରୋଧରେ ୩୦୪ରେ ମାମଲ ରୁଜୁ

କଟକ: ଯାଜପୁର ବାରବାଟି ଘଟିଥିବା ବସ ଦୁର୍ଘଟଣା ପଛରେ ରହିଛି ଡ୍ରାଇଭରଙ୍କ ତ୍ରୁଟି । ଏସ.ଟି.ଏର ତଦନ୍ତରୁ ଏହା ଜଣାପଡିଛି । ସମ୍ପୃକ୍ତ ଫେରାର ଥିବା ବସର ଡ୍ରାଇଭରଙ୍କ ବିରୋଧରେ ଆଇପିସିର ଧାରା ୩୦୪ ଧାରାରେ ମାମଲା ରୁଜୁ କରାଯିବ ବୋଲି ସ୍ପଷ୍ଟ କରିଛି ଏସ.ଟି.ଏ । ଏହି ମର୍ମନ୍ତୁଦ ସଡକ ଦୁର୍ଘଟଣା ପଛର ପ୍ରକୃତ କାରଣ କଣ ଜଣାପଡିଛି । ଦୁର୍ଘଟଣାସ୍ଥଳକୁ ଯାଇ ସରଜମିନ ତଦନ୍ତ କରିବା ପରେ ଏହି ନିଷ୍କର୍ସରେ ପହଞ୍ଚିଛି ଏସ.ଟି.ଏ ।

ଏସ.ଟି.ଏର କହିବା ମୁତାବକ ସେହି ସ୍ଥାନରେ ରୋଡ ଇଞ୍ଜିନିୟରିଂରେ କୌଣସି ତ୍ରୁଟି ନଥିଲା । ତେଣୁ ବସର ଡ୍ରାଇଭର ଜଣଙ୍କ ବାମପଟେ ଓଭର୍ ଟେକ କରୁଥିବା ସମୟରେ କିମ୍ବା ଗାଡି ଚଳାଉଥିବାବେଳେ ମୋବାଇଲ ବା ଅନ୍ୟ କୌଣସି କାରଣକୁ ନେଇ ଅନ୍ୟମନସ୍କ ହେବା ଯୋଗୁଁ ଏହି ଦୁର୍ଘଟଣା ଘଟିଥିଲା । ବସରେ ଦୁଇ ଜଣ ଡ୍ରାଇଭର ଥିବା ଜଣାପଡିଛି । ସେପଟେ ବସର ଡ୍ରାଇଭରଙ୍କ ବିରୋଧରେ ଆଇପିସିର ଧାରା ୩୦୪ ବା ଉଦ୍ଦେଶ୍ୟ ବିହୀନ ହତ୍ୟା ଦଫାରେ ମାମଲା ରୁଜୁ କରାଯିବ ବୋଲି କହିଛି ଏସ.ଟି.ଏ ।

ଏହି ମର୍ମନ୍ତୁଦ ବସ ଦୁର୍ଘଟଣାରେ ମୋଟ ୫ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ବର୍ତ୍ତମାନ ୨୦ ଜଣ ଗୁରୁତର ଆହତ ହୋଇ ଏବେ ବି ଏସସିବିରେ ଚିକିତ୍ସିତ ହେଉଛନ୍ତି । ଏହା ସହିତ ଦୁର୍ଘଟଣାରେ ସାମାନ୍ୟ ଆଘାତ ପାଇଥିବା ୨୬ ଜଣ ଯାତ୍ରୀଙ୍କୁ ଗତକାଲି ଡିସଚାର୍ଜ କରି ଦିଆଯାଇଛି । ତେବେ ସମସ୍ତ ମୃତକ ପଶ୍ଚିମବଙ୍ଗ ବାସିନ୍ଦା ବୋଲି ସଷ୍ଟ ହୋଇ ସାରିଛି । ସେପଟେ ବସ ଦୁର୍ଘଟଣା ଯୋଗୁଁ ଆହତ ହୋଇଥିବା ସମସ୍ତ ୪୬ ଜଣ ଆହତଙ୍କ ମଧ୍ୟରୁ କେବଳ ୧୦ ଜଣଙ୍କୁ ବାଦ ଦେଲେ ଅନ୍ୟ ସମସ୍ତେ ପଶ୍ଚିମବଙ୍ଗ ବାସିନ୍ଦା ।

ଏହା ମଧ୍ୟ ପଢନ୍ତୁ ......ଯାଜପୁରରେ ଯାତ୍ରୀବାହୀ ବସ୍ ଦୁର୍ଘଟଣା: 5 ମୃତ ଓ ୪୦ରୁ ଊର୍ଦ୍ଧ୍ୱ ଆହତ, ଆହତଙ୍କ ଚିକିତ୍ସା ଖର୍ଚ୍ଚ ବହନ କରିବେ ସରକାର - Bus Accident

ତେବେ ଏସସିବିରେ ଭର୍ତ୍ତି ହୋଇଥିବା ଆହତଙ୍କ ମଧ୍ୟରୁ ୨୬ ଜଣଙ୍କୁ ଆଜି ଡିସଚାର୍ଜ କରି ଦିଆଯାଇଛି । ତେବେ ଡିସଚାର୍ଜ ହୋଇଥିବା ଲୋକମାନଙ୍କୁ ସେମାନଙ୍କ ଘରକୁ ନେବା ପାଇଁ ପଶ୍ଚିମବଙ୍ଗରୁ ୭ଟି ଆମ୍ବୁଲାନ୍ସ ଏସସିବିରେ ପହଞ୍ଚି ଥିଲା ଏବଂ ବାକି ଥିବା ୨୦ ଜଣ ଏବେ ବି ବିଭିନ୍ନ ଓ୍ବାର୍ଡରେ ଭର୍ତ୍ତି ହୋଇ ଚିକିତ୍ସିତ ହେଉଥିବା ବେଳେ ସେମାନଙ୍କ ମଧ୍ୟରୁ ୫ ଜଣ ଆଇସିୟୁରେ ଅଛନ୍ତି ।

ଇଟିଭି ଭାରତ, କଟକ

ABOUT THE AUTHOR

...view details