ଭୁବନେଶ୍ବର: ବିଜେପିର ଅଭିଯୋଗକୁ ସ୍ବୀକୃତି ଦେଇଛନ୍ତି ନିର୍ବାଚନ କମିଶନ। ରାଜକୋଷରୁ କୋଟି କୋଟି ଟଙ୍କା ଖର୍ଚ୍ଚ କରି ଦଳର ପ୍ରଚାରରେ ବ୍ୟବହାର କରୁଥିବା ଅଭିଯୋଗ ନେଇ ନିର୍ବାଚନ କମିଶନଙ୍କ ନିକଟରେ ଫେରାଦ ହୋଇଥିଲା ବିଜେପି। ତୁରନ୍ତ କାର୍ଯ୍ୟାନୁଷ୍ଠାନ ଦାବି କରିଥିଲା ଦଳ । ଏଥିରୁ ବିଜେଡିକୁ ନିବୃତ ରହିବାକୁ ନିର୍ଦ୍ଦେଶ ଦେବାକୁ ଦାବି କରିଥିଲା । ବ୍ୟାଗ, ଖବରକାଗଜ, ଟେଲି ଫିଲ୍ମ, ବସ, ହୋଡ଼ିଁ ସବୁଠି ଶଙ୍ଖ ଚିହ୍ନ ଦେଇ ପ୍ରଚାର ପ୍ରସାର କରୁଛନ୍ତି ସରକାର। ଯାହକୁ ନେଇ ବିରୋଧ କରି ନିର୍ବାଚନ କମିଶନଙ୍କ ଦ୍ବାରସ୍ଥ ହୋଇଥିଲା ବିଜେପି । ବିଜେପିର ଅଭିଯୋଗ ନେଇ କମିଶନଙ୍କ ନୋଟିସ ଜାରି କରିଛନ୍ତି ବିଜେଡିକୁ । ଏହାକୁ ନେଇ ବିଜେପି ଖୁସି ବୋଲି କହିଛନ୍ତି ବିଜେପି ସାଧାରଣ ସମ୍ପାଦକ ଯତୀନ ମହାନ୍ତି ।
ଅଧିକ ପଢନ୍ତୁ- ସ୍ବଚ୍ଛତା, ସମ୍ପୃକ୍ତି ଓ ସୂଚନାକୁ ଅଧିକ ଫୋକସ: ଭାରତୀୟ ନିର୍ବାଚନ କମିଶନ
ପ୍ରେସମିଟ କରି ବିଜେପି ସାଧାରଣ ସମ୍ପାଦକ ଯତୀନ ମହାନ୍ତି କହିଛନ୍ତି, ‘‘ରାଜ୍ୟ ରାଜକୋଷରୁ କୋଟି କୋଟି ଟଙ୍କା ଖର୍ଚ୍ଚ କରି ଦଳର ପ୍ରଚାର କରୁଛନ୍ତି ରାଜ୍ୟ ସରକାର । ଏଥିରୁ ବିଜେଡିକୁ ନିବୃତ ରହିବାକୁ ନିର୍ଦ୍ଦେଶ ଦେବାକୁ ଦାବୀ ନିର୍ବାଚନ କମିଶନଙ୍କ ନିକଟରେ ଦାବି କରିଥିଲା ବିଜେପି। ବ୍ୟାଗ, ଖବରକାଗଜ, ଟେଲି ଫିଲ୍ମ, ବସ, ହୋଡ଼ିଂ ସବୁଠି ଶଙ୍ଖ ଚିହ୍ନ ଦେଇ ପ୍ରଚାର ପ୍ରସାର କରୁଛନ୍ତି ସରକାର।’’ ସେହିପରି ବିଜେଡି ଠାରୁ ତୁରନ୍ତ ଦଳୀୟ ନିର୍ବାଚନ ଚିହ୍ନ ପ୍ରତ୍ୟାହାର ପାଇଁ ଦାବି କରିଛି ବିଜେପି । ନିର୍ବାଚନୀ ଚିହ୍ନ ବାତିଲ କରିବାକୁ ଦାବି କରିବାକୁ ଦାବି କରିଛି । ଏହା ସହ ଯେତେ ଟଙ୍କା ସରକାରୀ ତହବିଲରୁ ଦଳୀୟ ପ୍ରଚାରରେ ଖର୍ଚ୍ଚ କରିଛନ୍ତି ରାଜ୍ୟ ସରକାର ତାକୁ ଦଳ ପାଣ୍ଠିରୁ ଆଦାୟ କରାଯାଉ ବୋଲି ଦାବି।