ଓଡିଶା

odisha

ETV Bharat / state

ଦାୟିତ୍ଵ ଗ୍ରହଣ ପରେ କଳିଙ୍ଗ ଷ୍ଟାଡିୟମରେ ସମୀକ୍ଷା କଲେ କ୍ରୀଡାମନ୍ତ୍ରୀ ସୂର୍ଯ୍ୟବଂଶୀ - Sports Minister Suryabanshi suraj - SPORTS MINISTER SURYABANSHI SURAJ

Sports Minister Suryabanshi suraj conducted a departmental review: ବିଭାଗୀୟ ଅଧିକାରୀଙ୍କ ସହ କଳିଙ୍ଗ ଷ୍ଟାଡିୟମ ବୁଲିଲେ କ୍ରୀଡାମନ୍ତ୍ରୀ ସୂର୍ଯ୍ୟବଂଶୀ । ଅଧିକ ପଢନ୍ତୁ

ଦାୟିତ୍ଵ ଗ୍ରହଣ ପରେ କଳିଙ୍ଗ ଷ୍ଟାଡିୟମରେ ସମୀକ୍ଷା କଲେ କ୍ରୀଡାମନ୍ତ୍ରୀ ସୂର୍ଯ୍ୟବଂଶୀ
ଦାୟିତ୍ଵ ଗ୍ରହଣ ପରେ କଳିଙ୍ଗ ଷ୍ଟାଡିୟମରେ ସମୀକ୍ଷା କଲେ କ୍ରୀଡାମନ୍ତ୍ରୀ ସୂର୍ଯ୍ୟବଂଶୀ (ETV Bharat Odisha)

By ETV Bharat Odisha Team

Published : Jun 17, 2024, 4:53 PM IST

ଭୁବନେଶ୍ବର: ରାଜ୍ୟରେ ନୂଆ ସରକାର ଗଠନ ହେବା ପରେ ଦୁଇଦିନ ତଳେ ମନ୍ତ୍ରିମଣ୍ଡଳରେ ବିଭାଗ ବଣ୍ଟନ ହୋଇଛି । ଦାୟିତ୍ବ ଗ୍ରହଣ କରିବା ପରେ ବିଭିନ୍ନ ମନ୍ତ୍ରୀମାନେ ସେମାନଙ୍କ ବିଭାଗୀୟ ବ୍ୟାପାରର ସମୀକ୍ଷା ଆରମ୍ଭ କରିଛନ୍ତି । ଏହିକ୍ରମରେ ଉଚ୍ଚଶିକ୍ଷା, କ୍ରୀଡା ଓ ଯୁବ ବ୍ୟାପାର ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ କଳିଙ୍ଗ ଷ୍ଟାଡିୟମ ପରିଦର୍ଶନ କରି କ୍ରୀଡା ଭିତ୍ତିଭୂମି ସମୀକ୍ଷା କରିଛନ୍ତି । ଦାୟିତ୍ଵ ନେବା ପରେ କ୍ରୀଡା ବିଭାଗର ସମୀକ୍ଷା କରିଛନ୍ତି ସୂରଜ । କଳିଙ୍ଗ ଷ୍ଟାଡିୟମରେ ଆଜି (ସୋମବାର) ବିଭାଗର ବରିଷ୍ଠ ଅଧିକାରୀଙ୍କ ସହ ସେ ଆଲୋଚନା କରିଛନ୍ତି । ବୈଠକରେ କ୍ରୀଡା ସଚିବ ଭିନିଲ କ୍ରୀଷ୍ଣା, ବିଭାଗର ପ୍ରମୁଖ ସଚିବ ଅରବିନ୍ଦ ଅଗ୍ରୱାଲ, ହକି ପ୍ରମୋସନ କାଉନସିଲ ଚେୟାରମ୍ୟାନ ଦିପଙ୍କର ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ । ବର୍ତ୍ତମାନ ସମୟରେ ରାଜ୍ୟରେ କ୍ରୀଡାକୁ ନେଇ କ’ଣ ସବୁ ପଦକ୍ଷେପ ଗ୍ରହଣ କରାଯାଇଛି, ସେ ସମ୍ପର୍କିତ ବିଷୟ ନେଇ ଅଧିକାରୀଙ୍କ ସହ ମନ୍ତ୍ରୀ ସୂରଜଙ୍କ ଆଲୋଚନା ହୋଇଛି ।

ଦାୟିତ୍ଵ ଗ୍ରହଣ ପରେ କଳିଙ୍ଗ ଷ୍ଟାଡିୟମରେ ସମୀକ୍ଷା କଲେ କ୍ରୀଡାମନ୍ତ୍ରୀ ସୂର୍ଯ୍ୟବଂଶୀ (ETV Bharat Odisha)


ଗଣମାଧ୍ୟମରେ ପ୍ରତିକ୍ରିୟା ରଖି ସୂରଜ କହିଛନ୍ତି, ‘‘କ୍ରୀଡାକ୍ଷେତ୍ରରେ ବିଗତ ଦିନରେ କଣ ସବୁ ପଦକ୍ଷେପ ନିଆଯାଇଛି ଓ ବସ୍ତବରେ କେତେ କାର୍ଯ୍ୟକ୍ଷମ ହୋଇଛି ତାର ସମୀକ୍ଷା କରାଯାଇଛି । ଆଗକୁ ପୁଙ୍ଖାନୁପୁଙ୍ଖ ଏହାର ସମୀକ୍ଷା ହେବ । ଓଡ଼ିଶା ପ୍ରାଦେଶିକ ସ୍ତରରେ ଭଲ କରୁଛି ଓ ଅନ୍ତର୍ଜାତୀୟ ସ୍ତରରେ ପରିଚୟ ତିଆରି କରିବାକୁ ଆବଶ୍ୟକ ରହିଛି । ଆମେ ଲକ୍ଷ୍ୟ ରଖିଛୁ ଯେତେବେଳେ ଓଡ଼ିଶା ପ୍ରଦେଶ ପ୍ରତିଷ୍ଠାର ଶତବାର୍ଷିକୀ ପୂରଣ କରିବ ସେତେବେଳେ ଓଡିଶା ବିଶ୍ଵ କ୍ରୀଡା ଜଗତରେ କ୍ରୀଡା ରାଜଧାନୀ ଭାବେ ପରିଚିତ ହେବ । ଆଜିଠାର ସେଥିପ୍ରତି ପ୍ରୋଗ୍ରାମ ମୋଡରେ ନୁହେଁ ପ୍ରୋଜେକ୍ଟ ମୋଡରେ ଆମେ କାମ କରିବୁ । ଏହାକୁ କିପରି ବିଶ୍ଵ ଯୋଗ ଦିବସ କିଭଳି ବଡ଼ ଆକାରରେ ପାଳନ ହୋଇପାରିବ ସେ ବିଷୟରେ ଆଜି ଆଲୋଚନା ହୋଇଛି । ଭିତ୍ତିଭୂମି ଉନ୍ନତିର ଆହୁରି ଆବଶ୍ୟକତା ରହିଛି। ଭିତ୍ତିଭୂମି ପହଞ୍ଚିଛି କିନ୍ତୁ ଭଲ ଭାବେ ତୃଣମୂଳ ସ୍ତରରେ ପହଞ୍ଚାଇବାକୁ ଚେଷ୍ଟା କରାଯିବ ।’’

ଏହା ମଧ୍ୟ ପଢନ୍ତୁ :- ପଶ୍ଚିମବଙ୍ଗରେ ଏକ୍ସପ୍ରେସକୁ ପିଟିଲା ମାଲବାହୀ ଟ୍ରେନ: 5 ମୃତ, ଅନେକ ଆହତ ! - Kanchenjunga Express accident

ବିଭିନ୍ନ ବିଭାଗରେ ମନ୍ତ୍ରୀମାନେ ବିଭାଗୀୟ ଅଧିକାରୀଙ୍କୁ ଡାକି ସ୍ଥିତି ସମୀକ୍ଷା କରୁଛନ୍ତି । ନିଜେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଶୀର୍ଷସ୍ତରର ଅଧିକାରୀଙ୍କ ସହ ନିୟମିତ ବୈଠକ ଜାରି ରଖିଛନ୍ତି । ଅନ୍ୟପଟେ ଆସନ୍ତାକାଲି ବିଧାନସଭାର ତିନିଦିନିଆ ଅଧିବେଶନ ଆରମ୍ଭ ହେବାକୁ ଯାଉଛି । ଏଥିରେ ନବନିର୍ବାଚିତ ବିଧାୟକମାନେ ଶପଥ ଗ୍ରହଣ କରିବେ । ଏହା ସହ ବିଧାନସଭା ବାଚସ୍ପତି ମଧ୍ୟ ନିର୍ବାଚିତ ହେବେ । ଏଥିପାଇଁ ସୁରକ୍ଷା ବ୍ଯବସ୍ଥା କଡାକଡି କରାଯାଇଛି ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details