ଓଡିଶା

odisha

ETV Bharat / state

ବଲାଙ୍ଗୀରରୁ ଅଯୋଧ୍ୟା ଗଡ଼ିଲା ସ୍ବତନ୍ତ୍ର ଟ୍ରେନ, ରାମଲାଲାଙ୍କ ଦର୍ଶନ ପାଇଁ ଉତ୍ସାହିତ ଶ୍ରଦ୍ଧାଳୁ - ବଲାଙ୍ଗୀର ଅଯୋଧ୍ୟା ଟ୍ରେନ

Balangir To Ayodhya Astha Train: ବଲାଙ୍ଗୀରରୁ ଅଯୋଧ୍ୟା ଦର୍ଶନ ନଗରକୁ ଗଡ଼ିଛି ସ୍ୱତନ୍ତ୍ର ଟ୍ରେନ । ଅଯୋଧ୍ୟା ଯିବାକୁ ନେଇ ଶ୍ରଦ୍ଧାଳୁଙ୍କ ମଧ୍ୟରେ ଉତ୍ସାହ । ଅଧିକ ପଢ଼ନ୍ତୁ

By ETV Bharat Odisha Team

Published : Feb 27, 2024, 10:27 AM IST

ବଲାଙ୍ଗୀରରୁ ଅଯୋଧ୍ୟା ଗଡ଼ିଲା ସ୍ବତନ୍ତ୍ର ଟ୍ରେନ

ବଲାଙ୍ଗୀର:ଅଯୋଧ୍ୟାରେ ଶ୍ରୀରାମ ମନ୍ଦିର ପ୍ରତିଷ୍ଠା ହେବା ପରେ ରାମଲାଲାଙ୍କ ଦର୍ଶନ ପାଇଁ ସାରା ବିଶ୍ବରୁ ଅଯୋଧ୍ୟାକୁ ଭକ୍ତମାନଙ୍କ ସୁଅ ଛୁଟୁଛି । ସାରା ଦେଶର ରାମ ଭକ୍ତମାନେ କିପରି ସହଜରେ ରାମଲାଲଙ୍କ ଦର୍ଶନ କରିପାରିବେ, ଏଥିପାଇଁ ବିଭିନ୍ନ ରେଳ ଷ୍ଟେସନରୁ ଅଯୋଧ୍ୟା ଅଭିମୁଖେ ନୂତନ ଟ୍ରେନ ଚଳାଚଳ ଆରମ୍ଭ କରିଛି । ଏହି ପରିପ୍ରେକ୍ଷୀରେ ବଲାଙ୍ଗୀରରୁ ଅଯୋଧ୍ୟା ଦର୍ଶନ ନଗରକୁ ଗଡ଼ିଛି ସ୍ୱତନ୍ତ୍ର ଟ୍ରେନ । ଯାହାକୁ ପତାକା ଦେଖାଇ ଶୁଭାରମ୍ଭ କରିଛନ୍ତି ବଲାଙ୍ଗୀର ସାଂସଦ ସଂଗୀତା କୁମାରୀ ସିଂହଦେଓ । ଅଯୋଧ୍ୟା ଯିବାକୁ ନେଇ ଶ୍ରଦ୍ଧାଳୁଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଛି । ଶ୍ରୀରାମଙ୍କ ଦର୍ଶନ ପାଇଁ ସୁଯୋଗ ମିଳିଥିବାରୁ ଭକ୍ତାମାନେ ଭାବବିହ୍ଵଳ ହୋଇଛନ୍ତି ।

ଗତକାଲି (ସୋମବାର)ଠାରୁ ବଲାଙ୍ଗୀରରୁ ଶ୍ରୀରାମ ଜନ୍ମଭୂମି ତଥା ଶ୍ରୀରାମ ମନ୍ଦିର ଅଯୋଧ୍ୟା ଦର୍ଶନ ନଗର ପାଇଁ ଏକ ସ୍ୱତନ୍ତ୍ର ଟ୍ରେନ ଗଡ଼ିବା ଆରମ୍ଭ କରିଛି । ବଲାଙ୍ଗୀର ସାଂସଦ ସଂଗୀତା କୁମାରୀ ସିଂହଦେଓ ପତାକା ଦେଖାଇ ଟ୍ରେନକୁ ବଲାଙ୍ଗୀର ଟ୍ରେନ ଜଙ୍ଗସନରୁ ଏହାର ଶୁଭାରମ୍ଭ କରିଛନ୍ତି । ଏଥିରେ ବଲାଙ୍ଗୀର, ସୋନପୁର ଓ କଳାହାଣ୍ଡି ଜିଲ୍ଲାର ଶ୍ରଦ୍ଧାଳୁମାନେ ଅଯୋଧ୍ୟା ଦର୍ଶନ ନଗର ଯିବାର ସୁଯୋଗ ପାଇଛନ୍ତି । ଟ୍ରେନର ଶୁଭାରମ୍ଭ ହେବାର ପ୍ରଥମ ଦିନରେ ବଲାଙ୍ଗୀର ରେଳ ଷ୍ଟେସନରୁ ମୋଟ 12ଶହ ଯାତ୍ରୀ ଏଥିରେ ଅଯେଧ୍ୟା ଅଭିମୁଖେ ଯାତ୍ରା କରିଛନ୍ତି।

ଏଥିରେ ବଲାଙ୍ଗୀର ଓ ସୋନପୁର ଜିଲ୍ଲାରୁ ମୋଟ 7ଶହ ଯାତ୍ରୀ ଏବଂ କଳାହାଣ୍ଡି ଜିଲ୍ଲାରୁ 5ଶହ ଯାତ୍ରୀ ଶ୍ରୀରାମଙ୍କ ଦର୍ଶନ ପାଇଁ ଅଯୋଧ୍ୟା ଯାଇଛନ୍ତି । ସେପଟେ ଏଥିରେ ଯାଉଥିବା ଶ୍ରଦ୍ଧାଳୁମାନେ ଏହି ସୁଯୋଗ ପାଇ ବେଶ ଖୁସି ହୋଇଥିବା ବେଳେ ଭାବବିହ୍ଵଳ ହୋଇଛନ୍ତି । ପ୍ରଥମ ଦିନରେ ଅଯୋଧ୍ୟା ଯାତ୍ରା କରୁଥିବା ଯାତ୍ରୀମାନେ କହିଛନ୍ତି ଯେ, ସେମାମନଙ୍କର ବହୁ ଦିନର ସ୍ୱପ୍ନ ସତ ହୋଇଛି । ସରକାରଙ୍କ ଏହି ଉଦ୍ୟମ ଯୋଗୁଁ ସେମାନେ ଶ୍ରୀରାମଙ୍କ ଦର୍ଶନ ପାଇଁ ଯାଉଛନ୍ତି । ଯାହାପାଇଁ ସେମାନେ ସମସ୍ତଙ୍କୁ ଧନ୍ୟବାଦ ଜଣାଇଛନ୍ତି।

ଏହା ମଧ୍ୟ ପଢ଼ନ୍ତୁ...ଢେଙ୍କାନାଳରୁ ଅଯୋଧ୍ୟା ଗଡ଼ିଲା ଆସ୍ଥା ଟ୍ରେନ, ରାମଲାଲାଙ୍କ ଦର୍ଶନ କରିବେ ଶ୍ରଦ୍ଧାଳୁ

ବଲାଙ୍ଗୀର ସାଂସଦ ସଂଗୀତା କୁମାରୀ ସିଂହଦେଓ କହୁଛନ୍ତି, "ଏହି ମୁହୂର୍ତ୍ତ ବଲାଙ୍ଗୀର ପାଇଁ ଐତିହାସିକ ଅଟେ । ଏହି ଟ୍ରେନରେ ବଲାଙ୍ଗୀର ସମେତ ସୋନପୁର ଓ କଳାହାଣ୍ଡି ଜିଲ୍ଲାର ହଜାର ହଜାର ଶ୍ରଦ୍ଧାଳୁ ଶ୍ରୀରାମଙ୍କ ଦର୍ଶନ ପାଇଁ ଯାଉଛନ୍ତି । ଏହି ସ୍ୱତନ୍ତ୍ର ଟ୍ରେନ ପାଇଁ ସେ କେନ୍ଦ୍ର ସରକାରଙ୍କୁ ଧନ୍ୟବାଦ ଜଣାଉଛି । ବଲାଙ୍ଗୀରରୁ ଅଯୋଧ୍ୟା ଗଡ଼ିଥିବା ଏହି ସ୍ବତନ୍ତ୍ର ଟ୍ରେନରେ କରାଯାଇଥିବା ସୁବ୍ୟବସ୍ଥା ପାଇଁ ରେଳ ବିଭାଗକୁ ଧନ୍ୟବାଦ ଜଣାଉଛି ।"

ଇଟିଭି ଭାରତ, ବଲାଙ୍ଗୀର

ABOUT THE AUTHOR

...view details