ଭୁବନେଶ୍ୱର:ଦୁନିଆରେ ଅନେକ ସମ୍ପର୍କ ରହିଛି । କିନ୍ତୁ ରକ୍ତ ସମ୍ପର୍କର ପବିତ୍ରତାକୁ ଯିଏ ଅନୁଭବ କରିଛି ସିଏ ଜାଣିଛି । ଦିନେ ଦେବକୀଙ୍କ ରକ୍ତ ସମ୍ପର୍କ ପାଇଁ ମାଆ ଯଶୋଦାଙ୍କ ଠୁ ସବୁ ମୋହ ତୁଟାଇ ମଥୁରା ନଗରୀ ଚାଲିଆସିଥିଲେ ଭଗବାନ କୃଷ୍ଣ । ଆଜି ଠିକ୍ ସେମିତି ସୁଦୂର ସ୍ପେନରୁ ଆସି ରାଜଧାନୀରେ ରକ୍ତ ସମ୍ପର୍କକୁ ଖୋଜି ବୁଲୁଛି 21 ବର୍ଷୀୟା ଯୁବତୀ । ଜାନୁଆରୀ 8ରେ ପ୍ରବାସୀ ଭାରତୀୟ ଦିବସ। ପ୍ରବାସୀ ଦିବସ ପାଳିବାକୁ ସଜେଇ ହେଉଛି ରାଜଧାନୀ ଭୁବନେଶ୍ବର । ଠିକ୍ ଏତିକିବେଳେ ରାଜଧାନୀର ଗଳିକନ୍ଦିରେ ନିଜ ମା’କୁ ଖୋଜୁଛି ସ୍ପେନ ଝିଅ । ଏମିତି ଏକ ଘଟଣା ସାମ୍ନାକୁ ଆସିଛି ଭୁବନେଶ୍ୱରରେ ।
ଜୀବନରେ ପରିବାରର ମହତ୍ତ୍ବ କଣ ତାହା ଏହି ଯୁବତୀଙ୍କୁ ଦେଖିଲେ ବେଶ ବାରି ହୋଇପଡୁଛି । ବଲିଉଡ ଫିଲ୍ମ ବଜରଙ୍ଗୀ ଭାଇଜାନରେ ମୁନି ଚରିତ୍ର ପରିବାରକୁ ଖୋଜି ଭାରତରୁ ପାକିସ୍ତାନରେ ପହଞ୍ଚି ଯାଇଥିଲା । ଏଠି କିନ୍ତୁ ‘ମଣି’ ମୁନି ଚରିତ୍ର ଭଳି ପରିବାରକୁ ଖୋଜିବା ପାଇଁ ସ୍ପେନରୁ ଉତ୍କଣ୍ଠାର ସହ ରାଜଧାନୀ ଭୁବନେଶ୍ବରରେ ପହଞ୍ଚିଛି । ପୋଷ୍ୟ ଭାବେ ସ୍ପେନ ପଳାଇଥିବା ଝିଅଟି ୨୦ବର୍ଷ ପରେ ଏବେ ଭୁବନେଶ୍ୱରରେ ନିଜର ଅସଲ ପରିଚୟ ଖୋଜୁଛି । ସ୍ପେନର ଉଚ୍ଚ ଅଭିଳାଶ ଓ ବିଳାସମୟ ଜୀବନ ଜୀଉଥିବା ଝିଅଟି ଏବେ ପୋଲିସ କମିଶନରଙ୍କୁ ଭେଟି ମା’କୁ ଖୋଜି ଆଣିବାକୁ ନିବେଦନ କରିଛନ୍ତି ।
ଜନ୍ମକଲା ମା’କୁ ଖୋଜୁଛି ଝିଅ
ଘଟଣାଟି ଏମିତି ଯେ ୨୧ବର୍ଷର ଝିଅ ହେଉଛି ସ୍ନେହା ଆନରିକ ଭିଡଲ ଯେ କି ଏବେ ସ୍ପେନ ନିବାସୀ । ବିଗତ ୨୦ବର୍ଷ ତଳେ ସ୍ପେନ ଦମ୍ପତି ଜିମା ଭିଡଲ ଓ ଆନରିକ ଉଭୟ ସରକାରୀ ଅନୁମତି କ୍ରମରେ ସ୍ନେହାଙ୍କୁ ପୋଷ୍ୟ ଭାବେ ଗ୍ରହଣ କରିଥିଲେ । କେବଳ ଝିଅ ସ୍ନେହା ଆନରିକ ନୁହେଁ ତା ସହିତ ତାର ସାନ ଭାଇକୁ ମଧ୍ୟ ସେମାନେ ସ୍ପେନ ନେଇଯାଇଥିଲେ । ପରେ ସେ ସ୍ପେନ ଗଲା ପରେ ସେଠାରେ ତାଙ୍କର ପୋଷ୍ୟ ବାପା ଓ ମାଆ ତାଙ୍କୁ ଲାଳନପାଳନ କରିଥିଲେ । କିନ୍ତୁ ସ୍ନେହା ବଡ଼ ହେବା ପରେ ଅର୍ଥାତ୍ ସ୍ପେନ ସରକାରଙ୍କ ନିୟମ ଅନୁସାରେ ୨୧ବର୍ଷ ହେବା ପରେ ସାବାଳିକା ହୋଇଥିଲା । ହେଲେ ସେ ନିଜକୁ ଓ ତା ଭାଇକୁ ଦେଖି ନିଜ ଜୀବନର କାହାଣୀ ଜାଣିବାକୁ ଆରମ୍ଭ କରିଥିଲା । ଯେତେବେଳେ ସେ ନିଜେ ଭାରତୀୟ ବଂଶୋଦ୍ଭବ ଓ ତାଙ୍କୁ ପୋଷ୍ୟ ଭାବେ ଗ୍ରହଣ କରାଯାଇଥିଲା ଜାଣିବାକୁ ପାଇଲେ ଏବେ ସେ ତାର ନିଜ ଜନ୍ମକଲା ମା’କୁ ଦେଖିବା ପାଇଁ ଆଗ୍ରହୀ ପ୍ରକାଶ କରୁଛି। ସେନେଇ ସେ ମଧ୍ୟ ବହୁତ ଇଛା କରି ତାଙ୍କୁ ଦେଖିବା ପାଇଁ ନିଜ ପୋଷ୍ୟ ବାପା ଓ ମାଙ୍କୁ ଜଣାଇଥିଲା । ପୋଷ୍ୟ ଭାବେ ଲାଳନ ପାଳନ କରୁଥିବା ବାପା ମା’ ସ୍ନେହା ପାଇଁ କିଛି ବି କରିବାକୁ ପ୍ରସ୍ତୁତ ଥିଲେ । ଯେହେତୁ ସେ ତାକୁ ବହୁତ ଭଲ ପାଆନ୍ତି । ଏନେଇ ତାଙ୍କ ନିଜ ଜନ୍ମକଲା ମା’ ଓ ବାପାଙ୍କୁ ଖୋଜିବା ପାଇଁ ଓଡ଼ିଶା ଆସିଛନ୍ତି । ଏଥିପାଇଁ ସ୍ନେହା ଓ ତାଙ୍କ ପୋଷ୍ୟ ଭାବେ ଗ୍ରହଣ କରିଥିବା ମା ଓ ବାପା ମଧ୍ୟ ସମର୍ଥନ କରି ତା ସାଥିରେ ଭୁବନେଶ୍ବର ଆସି ତାଙ୍କୁ ସହଯୋଗ କରୁଛନ୍ତି। ଜନ୍ମ କଲା ମାଙ୍କୁ ଖୋଜିବାକୁ ପ୍ରୟାସ କରୁଛନ୍ତି ଉଭୟ ପୋଷ୍ୟ ମା ଓ ଝିଅ।
ଅନାଥଶ୍ରମରୁ ସିଧା ସ୍ପେନ ଟିକେଟ୍
ତେଣୁ ସେ ଏବେ ତାଙ୍କର ଅତିତ ଓ ତାଙ୍କ ଜନ୍ମକଲା ମା ଓ ବାପାଙ୍କୁ ଖୋଜୁଛନ୍ତି। ଓଡ଼ିଶାରେ ପହଁଚିବା ପରେ ଯେହେତୁ ପୋଷ୍ୟଭାବେ ଗ୍ରହଣ କରାଯାଇଥିବା ସନ୍ତାନ ମାନଙ୍କର ପୂର୍ବ ଇତିହାସ ସମ୍ପର୍କରେ ଅବଗତ କରାଯାଏ ନାହିଁ । ତଥାପି ସେ ଜିଦ ଧରି ତାଙ୍କର ମା'ଙ୍କୁ ଭେଟିବା ପାଇଁ ଆଗ୍ରହୀ ଦେଖି ନିଜସ୍ବ ଉଦ୍ୟମରେ ଏକ ପ୍ରକାର ପ୍ରୟାସ କରିଛନ୍ତି’’। ଏନେଇ ଯେପରି ସେ ପୋଷ୍ୟ ଭାବେ ଗ୍ରହଣ କରାଯାଇଥିଲା ସେଠାକୁ ଯାଇ ସେମାନଙ୍କୁ ଭେଟିଛନ୍ତି।ସେଠାରୁ ସେ ତାଙ୍କର ନିଜର ବାପା ଓ ମା ବିଷୟରେ ଜାଣିବା ପାଇ ଚେଷ୍ଟା କରିଛନ୍ତି। ଯେହେତୁ ଭୁବନେଶ୍ୱର ଭଳି ବଡ଼ ସହରରେ ଏନେଇ ପୋଲିସ ଜରିଆରେ ତାଙ୍କ ଜନ୍ମକଲା ମା’ ଓ ବାପାଙ୍କୁ ଖୋଜି ବାକୁ ଚେଷ୍ଟା କରାଯାଉଛି ।
ନୟାପଲ୍ଲୀରୁ ମିଳିଲା ମା’ର ଠିକଣା