ଓଡିଶା

odisha

ETV Bharat / state

ବିଜେପିରେ ମିଶିଲେ ମାହାଙ୍ଗାର ଯୁବ ସମାଜସେବୀ ସୁମନ୍ତ ଘଡେଇ - Odisha Politics

Sumant Ghdei Joins BJP:ରାଜ୍ୟ ବିଜେପି କାର୍ଯ୍ୟାଳୟରେ ମିଶ୍ରଣ ପର୍ବ । ଦଳରେ ସାମିଲ ହେଲେ ମାହାଙ୍ଗାର ବହୁ ନେତା ଓ କର୍ମୀ । ଅଧିକ ପଢନ୍ତୁ

ବିଜେପିରେ ସାମିଲ ହେଲେ ମାହାଙ୍ଗାର ଯୁବ ସମାଜସେବୀ ସୁମନ୍ତ ଘଡେଇ
ବିଜେପିରେ ସାମିଲ ହେଲେ ମାହାଙ୍ଗାର ଯୁବ ସମାଜସେବୀ ସୁମନ୍ତ ଘଡେଇ

By ETV Bharat Odisha Team

Published : Mar 18, 2024, 6:40 AM IST

ବିଜେପିରେ ସାମିଲ ହେଲେ ମାହାଙ୍ଗାର ଯୁବ ସମାଜସେବୀ ସୁମନ୍ତ ଘଡେଇ

ଭୁବନେଶ୍ବର: ବାଜିଛି ସାଧାରଣ ନିର୍ବାଚନ ବିଗୁଲ । ଆରମ୍ଭ ହୋଇଛି ଦଳ ଡିଆଁ ପର୍ବ । ବିଜେପି ରାଜ୍ୟ କାର୍ଯ୍ୟାଳୟରେ ମିଶ୍ରଣ ପର୍ବ । ବିଜେପିରେ ସାମିଲ ହେଲେ ମାହାଙ୍ଗାର ଯୁବ ସମାଜସେବୀ ସୁମନ୍ତ ଘଡେଇ । ଓଡିଶାରେ ଶାସନ ବ୍ୟବସ୍ଥାର ପରିବର୍ତ୍ତନ ପାଇଁ ସଂକଳ୍ପ ନେଇଛନ୍ତି ଯୁବବର୍ଗ । ଗତକାଲି (ରବିବାର) ଦିନ ବିଜେପିରେ ଯୋଗଦେଇ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି ସୁମନ୍ତ ଘଡେଇ । ନୂତନ ସଦସ୍ୟଙ୍କୁ ରାଜ୍ୟ ସଭାପତି ମନମୋହନ ସାମଲ, କେନ୍ଦ୍ରମନ୍ତ୍ରୀ ବିଶେଶ୍ୱର ଟୁଡୁ, ପୂର୍ବତନ ରାଜ୍ୟ ସଭାପତି କେଭି ସିଂହଦେଓ, ସମୀର ମହାନ୍ତି ପ୍ରମୁଖ ଦଳୀୟ ଉତରୀୟ ଓ ଟୋପି ପିନ୍ଧାଇ ସ୍ୱାଗତ କରିଥିଲେ ।

ବିକଶିତ ଭାରତ ଗଠନ ପାଇଁ ସଂକଳ୍ପ ନେଇଥିବା ପ୍ରଧାନମନ୍ତ୍ରୀଙ୍କ ହାତ ମୁଠାକୁ ସଶକ୍ତ କରିବା ପାଇଁ ଆଜିର ଯୁବବର୍ଗ ସଂକଳ୍ପ ନେଇଛନ୍ତି । ପ୍ରଧାନମନ୍ତ୍ରୀ ମୋଦିଜୀଙ୍କ ଦେଶପ୍ରତି ଉତ୍ସର୍ଗୀକୃତ ଏବଂ ଭାରତୀୟ ଜନତା ପାର୍ଟିର ନୀତି ଓ ଆଦର୍ଶରେ ଅନୁପ୍ରାଣିତ ହୋଇ ଗତକାଲି ମାହାଙ୍ଗା ନିର୍ବାଚନ ମଣ୍ଡଳୀର ଯୁବ ସମାଜସେବୀ ସୁମନ୍ତ ଘଡେଇ ନିଜ ଶତାଧିକ ସମର୍ଥକଙ୍କ ଗହଣରେ ଆନୁଷ୍ଠାନିକ ଭାବେ ବିଜେପିରେ ସାମିଲ ହୋଇଛନ୍ତି । ଏହାସହ ଗୋକନ ପଞ୍ଚାୟତର ପୂର୍ବତନ ସରପଞ୍ଚ ପଦ୍ମନାଭ ସେଠୀ, ଯୁବନେତା ସ୍ନେହାଂଶୁ ପରିଡା, ବିକାଶ କୁମାର ଗୋଚ୍ଛାୟତ ଏବଂ ଜନ୍ମେଜୟ ବେହେରା ପ୍ରମୁଖ ବିଜେପିରେ ସାମିଲ ହୋଇଛନ୍ତି ।

ଏହା ମଧ୍ୟ ପଢନ୍ତୁ.....ଶଙ୍ଖ ଫୁଙ୍ଖିଲେ ବାପି ସର୍ଖେଲଙ୍କ ପତ୍ନୀ ମୋନିଦୀପା, ଶତାଧିକ କର୍ମୀ ବିଜେଡିରେ ସାମିଲ



ଏହି ଅବସରରେ ସୁମନ୍ତ ଘଡେଇ କହିଛନ୍ତି ଯେ, ରାଜ୍ୟରେ ଗଣତନ୍ତ୍ର ବ୍ୟବସ୍ଥା ଭୁଶୁଡି ଯାଇଛି । ଭ୍ରଷ୍ଟାଚାର, ବ୍ୟଭୀଚାର ଓ ଦୁର୍ନୀତି ରାଜ୍ୟ ବିକାଶରେ ବାଧକ ସାଜିଛି । ରାଜ୍ୟରେ ଶାସନ ବ୍ୟବସ୍ଥାର ପରିବର୍ତ୍ତନ ନିହାତି ଜରୁରୀ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଶାସନ, ଗରୀବ କଲ୍ୟାଣ କାର୍ଯ୍ୟକ୍ରମ ଓ ବିଜେପିର ନୀତି ଆଦର୍ଶ ତାଙ୍କୁ ଅନୁପ୍ରାଣିତ କରିଛି । ଏହି ମିଶ୍ରଣ ପର୍ବରେ ବିଧାୟକ ପ୍ରଦୀପ ପାଣିଗ୍ରାହୀ, ଅରବିନ୍ଦ ଢାଲି, ରାଜ୍ୟ ସାଧାରଣ ସମ୍ପାଦକ ଯତୀନ ମହାନ୍ତି, ରାଜ୍ୟ ସମ୍ପାଦକ ସରୋଜ କର, ମହିଳାମୋର୍ଚ୍ଚା ସଭାନେତ୍ରୀ ଐଶ୍ୱର୍ଯ୍ୟା ବିଶ୍ୱାଳ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ବିନୋଦ ଦାସ, ବିଷ୍ଣୁ ଦାସ, କେନ୍ଦ୍ରାପଡା ଜିଲ୍ଲା ସଭାପତି କିଶୋର ପଣ୍ଡା, ଅରିନ୍ଦମ ରାୟ ପ୍ରମୁଖ ଉପସ୍ଥିତ ଥିଲେ ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details