ଭୁବନେଶ୍ବର: ରାଜଧାନୀରେ ବିବାଦ ଘେରକୁ ଆସିଛି ଏକ ଆଶ୍ରମ । ଯେଉଁଠି ପୂଜା ପାଉଥିବା ବାବାଙ୍କୁ ନେଇ ଘୋର ବିରୋଧ ଦେଖିବାକୁ ମିଳିଛି । ମନୁଷ୍ୟ ପାଦ ତଳେ ତୁଳସୀ ପତ୍ର ରଖି ପୂଜା ହେଉଥିବା ଅଭିଯୋଗ ଆସିଛି । ଯାହାକୁ ନେଇ ବିବାଦ ଦେଖାଦେଇଛି । ଏନେଇ ଭରତପୁର ଥାନାରେ ଖଣ୍ଡଗିରିର ଏକ ଆଶ୍ରମ ବିରୋଧରେ ଅଭିଯୋଗ ପରେ ପୋଲିସ ପହଞ୍ଚି ଆଶ୍ରମରେ ତନାଘନା କରିଛି ।
କାହିଁକି ବିବାଦରେ ଆଶ୍ରମ ?
ରାଜ୍ୟ ସମାଜସେବୀ ମହାସଂଘ ପକ୍ଷରୁ ଭରତପୁର ଥାନାରେ ଅଭିଯୋଗ ହୋଇଛି । ଏନେଇ ସାମାଜିକ କର୍ମୀ ନାରାୟଣ ସାହୁ କହିଛନ୍ତି, ‘ଆମେ ଗୋଟେ ଦୁଇଟା ଫଟୋ ପାଇଥଲୁ ଭାଗବତ ଗୀତା ଓ ତୁଳସି ପତ୍ର ଉପରେ ସେମାନେ ଗୋଡ ରଖି ପୂଜା କରୁଥିଲେ । ଏନେଇ ସେମାନେ ଆଶ୍ରମକୁ ପାଖକୁ ଆସି ମଧ୍ୟ ସ୍ଥାନୀୟଲୋକଙ୍କଠୁ ମଧ୍ୟ ଜାଣିବାକୁ ପାଇଥିଲୁ । ଏନେଇ ଆହୁରି ୮ରୁ ୯ଟି ଫଟୋ ପାଇଥିଲୁ । ଜାଣିବାକୁ ପାଇଥିଲୁ ଆଶ୍ରମ ଭିତରକୁ ସର୍ବସାଧାରଣ ମନା ଏପରିକି ଗଣମାଧ୍ୟମ ମନା । ସରକାରୀ ଜାଗାରେ ଏପରି କାରବାର କରୁଛନ୍ତି । ଏନେଇ ଭରତପୁର ଥାନାରେ ଅଭିଯୋଗ କରାଯାଇଛି । ପୋଲିସ ମଧ୍ୟ ତଦନ୍ତ ଆରମ୍ଭ କରିଛି ।
ଅଭିଯୋଗର ଜବାବ ରଖିଲେ ସେବାଶ୍ରମ ସଭାପତି:
ଅଭିଯୋଗ ପରେ ଏହାର ଜବାବ ରଖିଛନ୍ତି ସେବାଶ୍ରମର ସଭାପତି ପାଣ୍ଡବ ପରିଡା । ସେ କହିଛନ୍ତି, ‘ଏଭଳି ଯେଉଁ ଅଭିଯୋଗ ଆସିଛି ସମ୍ପୂର୍ଣ୍ଣ ମିଥ୍ୟା । ଆମର ଏଠି ଆଶ୍ରମକୁ ମଦୁଆ, ଆମିଷ ବା ପାନ ଗୁଟୁଖା ଖିଆ ଲୋକଙ୍କୁ ଅନୁମତି ନାହିଁ । ଏପରିକି ଏଠି ସେପରି କିଛି ହେଉନାହିଁ । ଯେଉଁମାନେଏପରି ଅଭିଯୋଗ କରୁଛନ୍ତି ସେମାନେ ନିଜର ଭାଇରାଲ ହେବାକୁ ଏପରି କରୁଛନ୍ତି । ଯେଉଁ ଫଟୋ କଥା କୁହାଯାଉଛି ଏହା ବହୁ ପୂର୍ବରୁ । ସେଇଟା ଛୋଟ ସମୟରେ ଫଟୋ । ଯେଉଁ ଅଭିଯୋଗ ହୋଇଛି ତାହା ସମ୍ପୂର୍ଣ୍ଣ ମିଛ । ବାବା ଛୋଟ ଥିବା ବେଳେ ତୁଳସୀ ଦିଆଯାଇଥିଲା । ଏବେ ବାବାଙ୍କ ବୟସ ଓ ବଡ଼ ହୋଇଗଲେଣି ସେପରି କିଛି ହେଉନାହିଁ ।
ଅଭିଯୋଗ ପରେ ପୋଲିସର ତନାଘନା: