ଓଡିଶା

odisha

ETV Bharat / state

ଖେଳଖେଳରେ ଚାଲିଛି ଆଦିବାସୀ ମହିଳାଙ୍କ ଦକ୍ଷତା ବୃଦ୍ଧିର ତାଲିମ ଶିବିର - Skill Development Training - SKILL DEVELOPMENT TRAINING

Skill Development Training For Tribal People: କୋରାପୁଟ ଆଦିବାସୀ ମହିଳା ଉଦ୍ୟୋଗୀ ଓ ଉଦ୍ୟୋଗୀଙ୍କ ସହିତ କାର୍ଯ୍ୟ କରୁଥିବା କର୍ମୀ ଦକ୍ଷତା ବୃଦ୍ଧି ପାଇଁ ତାଲିମ ଶିବିର । ଅଧିକ ପଢ଼ନ୍ତୁ

ଖେଳଖେଳରେ ଚାଲିଛି ଆଦିବାସୀ ମହିଳାଙ୍କ ଦକ୍ଷତା ବୃଦ୍ଧିର ତାଲିମ ଶିବିର
ଖେଳଖେଳରେ ଚାଲିଛି ଆଦିବାସୀ ମହିଳାଙ୍କ ଦକ୍ଷତା ବୃଦ୍ଧିର ତାଲିମ ଶିବିର

By ETV Bharat Odisha Team

Published : Apr 12, 2024, 10:30 PM IST

ଖେଳଖେଳରେ ଚାଲିଛି ଆଦିବାସୀ ମହିଳାଙ୍କ ଦକ୍ଷତା ବୃଦ୍ଧିର ତାଲିମ ଶିବିର

କୋରାପୁଟ:ଖେଳରେ ଖେଳରେ ଆଦିବାସୀ ମହିଳା, ପୁରୁଷ ଓ ଯୁବ ପିଢ଼ି ନିଜ ଭିତରେ ଥିବା ଦକ୍ଷତା, ସମ୍ଭାବନା ତଥା ସମସ୍ୟା ସମ୍ପର୍କରେ ସଚେତନ ହେଉଛନ୍ତି । କୋରାପୁଟ ନିକଟସ୍ଥ ଗୋପାଳପୁଟ ଠାରେ କାଫ୍କୋ ଏବଂ ଓରମାସର ମିଳିତ ଉଦ୍ୟମରେ ଆନ୍ତର୍ଜାତିୟ ସ୍ତରରେ ଖ୍ୟାତି ଅର୍ଜନ କରିଥିବା ବିଶିଷ୍ଟ ତାଲିମଦାତା ରାମକୃଷ୍ଣ ସୁରଦେବଙ୍କ ଦ୍ଵାରା ଜିଲ୍ଲାରେ ମହିଳା ଉଦ୍ୟୋଗୀ ଓ ଉଦ୍ୟୋଗୀଙ୍କ ସହିତ କାର୍ଯ୍ୟ କରୁଥିବା କର୍ମୀ ଦକ୍ଷତା ବୃଦ୍ଧି ପାଇଁ ପାଉଛନ୍ତି ତାଲିମ ।

କୋରାପୁଟ ବର୍ତ୍ତମାନ ରାଜ୍ୟ ତଥା ଜାତୀୟ ସ୍ତରରେ ସଫଳତାର ଅନ୍ୟନାମ ଭଳି ପରିଚୟ ସୃଷ୍ଟି କରିପାରିଛି । କୋରାପୁଟ ଅଞ୍ଚଳର କଫି ହେଉ ବା ଅଦା, ଝାଡୁ, ଲେମନ ଗ୍ରାସ ତେଲ, କଞ୍ଚା ହଳଦୀ, ହଳଦୀ ସାବୁନ, କଳା ଜିରା ଧାନ କିମ୍ବା ମିଲେଟ ଜାତୀୟ ଶସ୍ୟ । ପ୍ରତିଟି କ୍ଷେତ୍ରରେ ଜିଲ୍ଲାର ଆଦିବାସୀ ପରିବାର ଏବଂ ବିଶେଷ କରି ମହିଳାମାନେ ଜିଲ୍ଲା ପାଇଁ ଗର୍ବ ଓ ଗୌରବ ଆଣିଛନ୍ତି । ମହିଳା ଏକାଠି ହେଲେ ଅସମ୍ଭବ ମଧ୍ୟ ସମ୍ଭବ ହୋଇପାରେ । ଏହି ଧାରାରେ ସ୍ଥାନୀୟ ପରିବେଶକୁ ସୁରକ୍ଷା ଦେବା ସହିତ ବ୍ୟକ୍ତିଗତ ସାଧନାକୁ ସାମୁହିକ ପ୍ରଗତିର ରୂପ ଦେବାର ପ୍ରୟାସକୁ ଜୀବନର ଏକ ଅଭିନ୍ନ ଧାରା ଭାବେ ଗ୍ରହଣ କରିଛନ୍ତି କୋରାପୁଟ ଜିଲ୍ଲାର ପାହାଡ଼ ଗିରିକନ୍ଦର ମଧ୍ୟରେ ବସବାସ କରୁଥିବା ଆଦିବାସୀ ମହିଳା । କୋରାପୁଟ ଜିଲ୍ଲା ପ୍ରଶାସନର ଦିଗଦର୍ଶନ ତଥା ନିରନ୍ତର ପ୍ରୟାସରେ ବିଭିନ୍ନ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ବିଭିନ୍ନ ପ୍ରକାରର ଚାଷବାସ ସହିତ ପ୍ରକଳ୍ପକୁ ରୂପ ଦେଇ ସ୍ୱାବଲମ୍ବୀ ହୋଇପାରିଥିବା ଓରମାସର କୋରାପୁଟ ଜିଲ୍ଲା ଅଧିକାରୀ ରୋଷନ କାର୍ତ୍ତିକ ମତ ରଖିଛନ୍ତି ।

ତେବେ ମହିଳାମାନେ ବିକ୍ଷିପ୍ତ ଭାବେ ଆଣୁଥିବା ସଫଳତାକୁ ଏକତ୍ରିତ କରି ବ୍ୟକ୍ତିଗତ ସ୍ତରରେ ଉଦ୍ୟୋଗୀ ହେବାର ସ୍ୱପ୍ନ ଦେଖୁଥିବା ଆଦିବାସୀ ମହିଳାମାନେ ସ୍ୱୟଂସହାୟକ ଗୋଷ୍ଠୀ ମାଧ୍ୟମରେ ସଂଗଠିତ ହୋଇ ବ୍ୟବସାୟ କରିବାରେ ସକ୍ଷମ ହୋଇଛନ୍ତି । ଏହାସହ ଜିଲ୍ଲା ପ୍ରଶାସନର ସହଯୋଗରେ ଅନେକ ସ୍ୱୟଂ ସହାୟକ ଗୋଷ୍ଠୀର ମହିଳା ସଦସ୍ୟ ଏକତ୍ରିତ ହୋଇ ସିମେଣ୍ଟ ଇଟା, ଚପଲ ଓ ଖଲି ଭଳି ବିଭିନ୍ନ ଜିନିଷ ଉତ୍ପାଦନ କରୁଥିବା ବେଳେ ହଳଦୀ, ମାଣ୍ଡିଆ ଏବଂ ବିଭିନ୍ନ ରକମର ମିଲେଟ ଶସ୍ୟର ପ୍ରକ୍ରିୟାକରଣ କରି ସାମୂହିକ ସଫଳତା ମଧ୍ୟରେ ବ୍ୟକ୍ତିଗତ ଭାବେ ସ୍ୱାବଲମ୍ବୀ ହୋଇପାରିଥିବା ରୋଷନ କାର୍ତ୍ତିକ କହିଛନ୍ତି ।

ଏହା ମଧ୍ୟ ପଢ଼ନ୍ତୁ...ପଞ୍ଚପଟ୍ଟମାଳୀ ନାଟ୍ୟ ମହୋତ୍ସବ: ଶିଶୁଙ୍କ ବିକାଶରେ ନାଟକର ଭୂମିକା ନେଇ ଚର୍ଚ୍ଚା - Children Theatre Drama In Koraput

ସେହିପରି କୋରାପୁଟ ଜିଲ୍ଲାର ମହିଳା ଉଦ୍ୟୋଗୀଙ୍କ ମଧ୍ୟରେ ପ୍ରଗତି ଆଣିବାର ଅମାପ ସମ୍ଭାବନା ରହିଥିବା ବେଳେ ସେମାନଙ୍କ ଦକ୍ଷତା ବୃଦ୍ଧି ହେବାଦ୍ୱାରା ସେମାନେ ଅସମ୍ଭବକୁ ମଧ୍ୟ ସମ୍ଭବ କରିପାରିବେ ବୋଲି ତାଲିମଦାତା ରାମକୃଷ୍ଣ ସୁରଦେଓ ଆଶା ପୋଷଣ କରିଛନ୍ତି । ଖେଳ ଖେଳରେ ନିଜ ଭିତରର ସମ୍ଭାବନା ସହିତ ପରିଚିତ ହୋଇପାରିଥିବା ଯୋଗୁଁ ଆଗକୁ କାର୍ଯ୍ୟ କରିବା ଓ ସାଂଗଠନିକ କାର୍ଯ୍ୟ ସମ୍ପାଦିତ କରିବାରେ ସହାୟକ ହେବ ବୋଲି ପଟ୍ଟାଙ୍ଗିରୁ ଆସି ତାଲିମ ନେଉଥିବା ମହିଳା ଜିତାଲି ହନ୍ତାଳ କହିଛନ୍ତି ।

ଇଟିଭି ଭାରତ, କୋରପୁଟ

ABOUT THE AUTHOR

...view details