ଓଡିଶା

odisha

କଳାଧନ ସମ୍ପର୍କିତ ରିପୋର୍ଟଙ୍କୁ ନେଇ ଜଷ୍ଟିସ ଅରିଜିତ ପଶାୟତ ଦେଲେ ବଡ଼ ବୟାନ - Justice Arijit Pasayat SIT Report

By ETV Bharat Odisha Team

Published : Aug 26, 2024, 10:04 PM IST

Justice Arijit Pasayat On SIT Report: କଳାଧନ ସମ୍ପର୍କିତ ରିପୋର୍ଟକୁ ନେଇ ବଡ଼ ବୟାନ ଦେଲେ ଏସଆଇଟି ଅଧ୍ୟକ୍ଷ ଜଷ୍ଟିସ ଅରିଜିତ ପଶାୟତ । ନବମ ରିପୋର୍ଟରେ ସୁପ୍ରିମକୋର୍ଟରେ କେବେ ହେବ ଦାଖଲ । ଜାଣିବା ପାଇଁ ପଢନ୍ତୁ ସମ୍ପୂର୍ଣ୍ଣ ଖବର ।

କଳାଧନ ସମ୍ପର୍କିତ ରିପୋର୍ଟ
କଳାଧନ ସମ୍ପର୍କିତ ରିପୋର୍ଟ (ETV Bharat Odisha)

ଭୁବନେଶ୍ବର:15 ଦିନ ମଧ୍ୟରେ ସୁପ୍ରିମ କୋର୍ଟରେ ଦାଖଲ ହେବ କଳାଧନ ସମ୍ପର୍କିତ ରିପୋର୍ଟ । 8ଟି ରିପୋର୍ଟ ସର୍ବୋଚ୍ଚ ନ୍ୟାୟାଳୟରେ ଦିଆସରିଛି ଆସନ୍ତା 15 ଦିନ ମଧ୍ୟରେ ନବମ ରିପୋର୍ଟ ଦିଆଯିବ ବୋଲି ଆଜି ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ଏସଆଇଟି ଅଧ୍ୟକ୍ଷ ଜଷ୍ଟିସ ଅରିଜିତ ପଶାୟତ । ଏସଆଇଟି ଅଧ୍ୟକ୍ଷ ଜଷ୍ଟିସ ଅରଜିତ ପଶାୟତ ଆଜି ଠାରୁ 3 ଦିନିଆ ଓଡିଶା ଗସ୍ତରେ ଆସିଥିବା ବେଳେ ଭୁବନେଶ୍ବର ଏୟାରପୋର୍ଟରେ ଏହି ସୂଚନା ଦେଇଛନ୍ତି ।

କଳାଧନ ସମ୍ପର୍କିତ ରିପୋର୍ଟ (ETV Bharat Odisha)

ଓଡ଼ିଶାକୁ ଆସି କଣ କହିଲେ ଜଷ୍ଟିସ ପଶାୟତ:

ଭୁବନେଶ୍ବର ବିମାନ ବନ୍ଦରରେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କଳାଧନ ସମ୍ପର୍କିତ ଏସଆଇଟି ଅଧ୍ୟକ୍ଷ ଜଷ୍ଟିସ ଅରଜିତ ପଶାୟତ କହିଛନ୍ତି, ‘କଳାଧନ ସମ୍ପର୍କିତ 8ଟି ରିପୋର୍ଟ ସୁପ୍ରିମକୋର୍ଟରେ ଦେଇ ସାରିଛୁ । ନବମ ରିପୋର୍ଟ 15 ଦିନ ଭିତରେ ଦିଆଯିବ । ଓଡ଼ିଶାରେ ଧରା ପଡ଼ୁଥିବା ଦୁର୍ନୀତି ମଧ୍ୟ ତଦନ୍ତ ପରିସରକୁ ଆସିଛି । କଳା ଧନ ରଖିଥିବା ସରକାରୀ ଅଫିସର ମାନଙ୍କ ଉପରେ ଆଇନ ଅନୁସାରେ ହେବ ଦଣ୍ଡ ବିଧାନ ।

ଆସନ୍ତାକାଲି କରିବେ ଜଗା ଦର୍ଶନ:

3 ଦିନିଆ ଓଡ଼ିଶା ଗସ୍ତରେ ଆସିଥିବା ଜଷ୍ଟିସ ଅରିଜିତ ପଶାୟତ ଏସଆଇଟିର ବୈଠକ ପୂର୍ବରୁ ଜଗା ଦର୍ଶନ କରିବେ । ଆସନ୍ତାକାଲି ସେ ପୁରୀ ଗସ୍ତ କରିବେ । ମହାପ୍ରଭୁଙ୍କ ଦର୍ଶନ କରିବା ସହ ଆଶୀର୍ବାଦ ନେବେ ।

28ରେ କଟକରେ SIT ବୈଠକ:

ଓଡିଶାରେ ଗତ କିଛି ଦିନ ହେବ ଲାଞ୍ଚୁଆ ଅଧିକାରୀ ଭିଜିଲାନ୍ସରେ ଜାଲରେ ପଡିଛନ୍ତି । ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ବହୁ ବଡ ବଡ ଅଧକାରୀଙ୍କୁ ଭିଜିଲାନ୍ସ ଗିରଫ କରିଛି । ଆଉ ଏମାନଙ୍କ ତଥ୍ୟ ପୂର୍ବରୁ ମାଗିଥିଲେ ଏସଆଇଟି ଅଧ୍ୟକ୍ଷ ଅରିଜିତ ପଶାୟତ । ରେଡ ହୋଇଥିବା 20 ଅଧିକାରୀଙ୍କ ତଥ୍ୟ ମାଗିଥିଲେ । ଆସନ୍ତା 28 ଦିନ 11ଟା ସମୟରେ କଟକରେ ହେବାକୁ ଯାଉଛି ଏସଆଇଟିର ବୈଠକ । ଯେଉଁଥିରେ ଇଡିର ନିର୍ଦ୍ଦେଶକ ସମେତ ବହୁ କେନ୍ଦ୍ରୀୟ ଓ ରାଜ୍ୟ ତଦନ୍ତ ଏଜେନ୍ସିର ଅଧିକାରୀ ଯୋଗ ଦେବେ । ରାଜ୍ୟରେ ଭିଜିଲାନ୍ସ ପକ୍ଷରୁ ମାମଲା ଦାଏର ହୋଇଥିବା ୧୧ ଜଣ ଲାଞ୍ଚୁଆ ଅଧିକାରୀଙ୍କ ସମ୍ପର୍କରେ ଏହି ବୈଠକରେ ଆଲୋଚନା ହେବ । ଏହି ବୈଠକରେ ବିଶେଷ ଭାବେ କଳାଧନ ସମ୍ପର୍କିତ ମାମଲା ଉପରେ ଗୁରୁତ୍ବର ସହ ଆଲୋଚନା କରାଯିବ । ଏହି ବୈଠକରେ ଓଡିଶାରୁ ଭିଜିଲାନ୍ସ ଓ କ୍ରାଇମବ୍ରାଞ୍ଚ ନିର୍ଦ୍ଦେଶକ ବି ସାମିଲ ହେବେ । ତେଣୁ ଏହି ଭିଜିଲାନ୍ସ ମାମଲାରେ ଏସଆଇଟି ବଡ ନିଷ୍ପତ୍ତି ନେଇପାରେ ବୋଲି ଅନୁମାନ କରାଯାଉଛି ।

ଏହା ମଧ୍ୟ ପଢନ୍ତୁ:ଏଣିକି ଲାଞ୍ଚୁଆ ଅଧିକାରୀଙ୍କୁ ମିଳିବନି ତ୍ରାହି, ଭିଜିଲାନ୍ସ ପରେ ଏବେ ଘାଣ୍ଟିବ ଇଡି !

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details