ETV Bharat / entertainment

'ବାହୁବଲୀ ୨' ରେକର୍ଡ ଭାଙ୍ଗିଲା 'ପୁଷ୍ପା ୨', ବନିଲା ଦ୍ୱିତୀୟ ସର୍ବାଧିକ ଆୟ କରିଥିବା ଫିଲ୍ମ - PUSHPA 2 BOX OFFICE COLLECTION

'ପୁଷ୍ପା ୨' 4 ସପ୍ତାହ ମଧ୍ୟରେ 'ବାହୁବଲୀ ୨'ର ବିଶ୍ୱ ରେକର୍ଡ ଭାଙ୍ଗିଛି । ତେବେ 29 ତମ ଦିନରେ କେତେ ଆୟ କରିଛି ? ଜାଣନ୍ତୁ,

Pushpa 2 box office collection
Pushpa 2 box office collection (film poster)
author img

By ETV Bharat Entertainment Team

Published : Jan 3, 2025, 10:51 AM IST

ହାଇଦ୍ରାବାଦ: ଅଲ୍ଲୁ ଅର୍ଜୁନଙ୍କ ଆକ୍ସନ୍ ଫିଲ୍ମ 'ପୁଷ୍ପା ୨' ରିଲିଜର ପ୍ରାୟ ଏକ ମାସ ବିତିଗଲାଣି । ତଥାପି ଫିଲ୍ମର କ୍ରେଜ କମୁନି । ଚତୁର୍ଥ ସପ୍ତାହରେ ଫିଲ୍ମ ଆଉ ଏକ ରେକର୍ଡ ଭାଙ୍ଗିଛି। ଏହା ସାଉଥ ଷ୍ଟାର ପ୍ରଭାସଙ୍କ ସର୍ବକାଳୀନ ବ୍ଲକବଷ୍ଟର ଚଳଚ୍ଚିତ୍ର 'ବାହୁବଲୀ ୨'ର ବିଶ୍ୱ ରେକର୍ଡ ଭାଙ୍ଗିଛି। ଏହିପରି ପୁଷ୍ପା 2 ବିଶ୍ୱରେ ଦ୍ୱିତୀୟ ସର୍ବାଧିକ ଆୟ କରିଥିବା ଚଳଚ୍ଚିତ୍ରରେ ପରିଗଣିତ ହୋଇଛି । ସେପଟେ ଭାରତରେ 29 ତମ ଦିନରେ ସୁକୁମାରଙ୍କ ନିର୍ଦ୍ଦେଶିତ ଚଳଚ୍ଚିତ୍ରର କଲେକ୍ସନରେ 46 ପ୍ରତିଶତରୁ ଅଧିକ ହ୍ରାସ ଘଟିଥିଲେ ବି ନିଜର ଦବଦବା ବଜାୟ ରଖିଛି ।

'ପୁଷ୍ପା ୨' ବନିଲା ଦ୍ୱିତୀୟ ସର୍ବାଧିକ ଆୟ କରିଥିବା ଫିଲ୍ମ

'ପୁଷ୍ପା' 'ବାହୁବଲୀ ୨' କୁ ପଛରେ ପକାଇଛି । ଗୁରୁବାର ସନ୍ଧ୍ୟାରେ 'ପୁଷ୍ପା ୨'ର ନିର୍ମାତାମାନେ ଫିଲ୍ମର ବିଶ୍ୱବ୍ୟାପୀ କଲେକ୍ସନ ବିଷୟରେ ଅପଡେଟ ସେୟାର କରିଛନ୍ତି। ଏକ୍ସ (ପୁର୍ବରୁ ଟ୍ୱିଟର) ରେ ପୁଷ୍ପରାଜଙ୍କ ପୋଷ୍ଟର ସେୟାର କରି ନିର୍ମାତାମାନେ ଲେଖିଛନ୍ତି ଯେ 'ପୁଷ୍ପା ୨' ଏହାର ରେକର୍ଡ ଭାଙ୍ଗିବା ସହ ଭାରତୀୟ ବକ୍ସ ଅଫିସରେ ଧମାକା କରୁଛି। ୱାଇଲ୍ଡ ଫାୟାର ବ୍ଲକବଷ୍ଟର 4 ସପ୍ତାହ ମଧ୍ୟରେ ସାରା ବିଶ୍ୱରେ 1799 କୋଟି ଟଙ୍କା ରୋଜଗାର କରିଥିଲା । ଏହା ସହ 'ପୁଷ୍ପା ୨' ପ୍ରଭାସଙ୍କ ବ୍ଲକବଷ୍ଟର ଚଳଚ୍ଚିତ୍ର ବାହୁବଲୀ 2ର ରେକର୍ଡ ଭାଙ୍ଗିଛି। ସାକନିକଙ୍କ ଅନୁଯାୟୀ, 'ବାହୁବଲୀ 2'ର ମୋଟ କଲେକ୍ସନ 1788.06 କୋଟି ଟଙ୍କା ଥିଲା।

ଖୁବଶୀଘ୍ର 'ଦଙ୍ଗଲ' ରେକର୍ଡ ଭାଙ୍ଗିପାରେ

ସାକନିକଙ୍କ ରିପୋର୍ଟ ଅନୁସାରେ, ଆମୀର ଖାନଙ୍କ 'ଦଙ୍ଗଲ' ବର୍ତ୍ତମାନ ପର୍ଯ୍ୟନ୍ତ ଭାରତୀୟ ସିନେମା ଇତିହାସରେ ସବୁଠାରୁ ବଡ ଆୟ କରିଥିବା ଚଳଚ୍ଚିତ୍ର ଅଟେ । ଭାରତରେ ରିଲିଜ ହେବା ପରେ ଏହି ଚଳଚ୍ଚିତ୍ର 2070 କୋଟି ଟଙ୍କା ରୋଜଗାର କରିଥିଲା । ଏଥି ସହିତ ଏସ୍ ଏସ୍ ରାଜାମୌଲିଙ୍କ 'ବାହୁବଲୀ 2' ଭାରତରେ 1030.42 କୋଟି ଏବଂ ବିଶ୍ୱରେ 1788 କୋଟି ଟଙ୍କା ଆୟ କରିଛି। ବର୍ତ୍ତମାନ ଏହାର ରେକର୍ଡ ଭାଙ୍ଗି ପୁଷ୍ପା 2 ଦ୍ୱିତୀୟ ସର୍ବାଧିକ ଆୟ କରିଥିବା ଫିଲ୍ମ ହୋଇଛି । ଆଗାମୀ ଦିନରେ 'ଦଙ୍ଗଲ' ରେକର୍ଡ ଭାଙ୍ଗିବ ବୋଲି କୁହାଯାଉଛି ।

'ପୁଷ୍ପା ୨' ଭାରତୀୟ ବକ୍ସ ଅଫିସ୍ କଲେକ୍ସନ

ସୁକୁମାରଙ୍କ ନିର୍ଦ୍ଦେଶିତ ଆକ୍ସନ୍ 'ପୁଷ୍ପା 2' ସମସ୍ତ ବିବାଦ ସତ୍ତ୍ୱେ ବକ୍ସ ଅଫିସରେ ଅନେକ ରେକର୍ଡ ସୃଷ୍ଟି କରୁଛି ଏବଂ ଭାଙ୍ଗୁଛି । ସାକନିକଙ୍କ ରିପୋର୍ଟ ଅନୁଯାୟୀ, 'ପୁଷ୍ପା 2' ଗୁରୁବାର ଦିନ ଅର୍ଥାତ୍ 29ତମ ଦିନରେ ଭାରତର ସମସ୍ତ ଭାଷାରେ 5.1 କୋଟି ଟଙ୍କା ରୋଜଗାର କରିଛି, ସେଥିମଧ୍ୟରୁ ତେଲୁଗୁରୁ 1.18 କୋଟି, ହିନ୍ଦୀରୁ 3.75 କୋଟି, ତାମିଲରୁ 0.15 କୋଟି, କନ୍ନଡରୁ 0.01 କୋଟି ଟଙ୍କା ଏବଂ 0.01 କୋଟି ଟଙ୍କା ମାଲାୟାଲମରୁ ଆୟ କରିଛି । ଚତୁର୍ଥ ସପ୍ତାହରେ ଏହି ଫିଲ୍ମର ମୋଟ ସଂଗ୍ରହ ପ୍ରାୟ 69.75 କୋଟି ଟଙ୍କା ହୋଇଛି । 29 ଦିନର ପ୍ରଦର୍ଶନ ପରେ, 'ପୁଷ୍ପା 2' ଭାରତର ସମସ୍ତ ଭାଷାରେ ମୋଟ 1189.85 କୋଟି ଟଙ୍କା ଆୟ କରିଛି ।

ଏହା ମଧ୍ୟ ପଢନ୍ତୁ: ଧମାକେଦାର ରହିବ ଜାନୁଆରୀ 2025, ରିଲିଜ ହେଉଛି ଏହି ବଲିଉଡ଼ ଫିଲ୍ମ

ହିନ୍ଦୀ ଭାଷାରେ 800 କୋଟି ପାଖାପାଖି ଆୟ

'ପୁଷ୍ପା 2' ହିନ୍ଦୀ ବେଲ୍ଟରେ ପାଖାପାଖି 800 କୋଟିରେ ପହଞ୍ଚିଛି। ନିର୍ମାତାଙ୍କ ଅନୁଯାୟୀ 'ପୁଷ୍ପା 2' 25 ଦିନରେ 770.25 କୋଟି ଟଙ୍କା ବ୍ୟବସାୟ କରିଛି। ଏଥି ସହିତ, 26 ତମ ଦିନରେ ଏହା 5.5 କୋଟି ଟଙ୍କା ଏବଂ 27 ତମ ଦିନରେ 6.25 କୋଟି ଟଙ୍କା ରୋଜଗାର କରିଛି । 28 ଦିନରେ 9.5 କୋଟି ଟଙ୍କା ବ୍ୟବସାୟ କରିଛି । 29 ତମ ଦିନରେ, 'ପୁଷ୍ପା 2' ହିନ୍ଦୀ ସଂସ୍କରଣ 3.75 କୋଟି ଟଙ୍କା ଆୟ କରିଛି । ଯାହା ଆଜି ପର୍ଯ୍ୟନ୍ତ ସର୍ବନିମ୍ନ ରୋଜଗାର ଅଟେ । 29 ଦିନ ପରେ, 'ପୁଷ୍ପା 2' ହିନ୍ଦୀ ବେଲ୍ଟରେ ମୋଟ କଲେକ୍ସନ 795.25 କୋଟି ଟଙ୍କା ହୋଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.