ଓଡିଶା

odisha

ETV Bharat / state

ତିନି ବର୍ଷରେ ଶ୍ରୀ ଜଗନ୍ନାଥଙ୍କ ହୁଣ୍ଡିକୁ ମିଳିଛି 133 କୋଟିର ଦାନ-ଦକ୍ଷିଣା - SHREE JAGANNATH TEMPLE

ବିରୋଧୀଙ୍କ ପ୍ରଶ୍ନରେ ଉତ୍ତର ରଖିଲେ ମନ୍ତ୍ରୀ । ହୁଣ୍ଡି ସମେତ ବିଭିନ୍ନ ସୂତ୍ରରୁ ତିନି ବର୍ଷରେ ସଂଗ୍ରହ ହୋଇଛି 133 କୋଟି ।

ତିନି ବର୍ଷରେ ଶ୍ରୀ ଜଗନ୍ନାଥଙ୍କ ହୁଣ୍ଡିରୁ ସଂଗ୍ରହ ହୋଇଛି 133 କୋଟିର ଦାନ-ଦକ୍ଷିଣା
ତିନି ବର୍ଷରେ ଶ୍ରୀ ଜଗନ୍ନାଥଙ୍କ ହୁଣ୍ଡିରୁ ସଂଗ୍ରହ ହୋଇଛି 133 କୋଟିର ଦାନ-ଦକ୍ଷିଣା (ETV Bharat Odisha)

By ETV Bharat Odisha Team

Published : Dec 7, 2024, 8:31 PM IST

ଭୁବନେଶ୍ବର:ଶ୍ରୀ ଜଗନ୍ନାଥଙ୍କ ହୁଣ୍ଡିରୁ କେତେ ଟଙ୍କା ଆଦାୟ ହେଉଛି ବିଧାନସଭାରେ ଆସିଲା ବିସ୍ତୁତ ତଥ୍ୟ । ବିରୋଧୀ ସଦସ୍ୟଙ୍କ ପ୍ରଶ୍ନରେ ମନ୍ତ୍ରୀ ରଖିଥିବା ଉତ୍ତର ଅନୁସାରେ, ଗତ ତିନି ବର୍ଷ ମଧ୍ୟରେ ଶ୍ରୀମନ୍ଦିର ହୁଣ୍ଡି ଓ ଅନ୍ୟାନ୍ୟ ସୂତ୍ରରୁ ସଂଗ୍ରହ ହୋଇଛି ମୋଟ 133 କୋଟି । ବର୍ଷ ୨୦୨୧ରୁ ୨୦୨୪ ମଧ୍ୟରେ ହୁଣ୍ଡି ସମେତ ବିଭିନ୍ନ ସୂତ୍ରରୁ ଜଗନ୍ନାଥ ମନ୍ଦିରରେ ୧ଶହ ୧୩ କୋଟି ୨ ଲକ୍ଷ ୫୫ ହଜାର ୮୮୯ ଟଙ୍କା ସଂଗ୍ରହ କରାଯାଇଛି ।

ବିଜେଡି ସଦସ୍ୟ ସନାତନ ମହାକୁଡ ଶ୍ରୀଜଗନ୍ନାଥ ମନ୍ଦିରର ହୁଣ୍ଡିରୁ ହେଉଥିବା ସଂଗ୍ରହ ସମ୍ପର୍କରେ ପ୍ରଶ୍ନ କରିଥିଲେ ।ଶ୍ରୀଜଗନ୍ନାଥ ମହାପ୍ରଭୁ ବିଜେ କରିଥିବା ଶ୍ରୀକ୍ଷେତ୍ର ପୁରୀ ସହ ରାଜ୍ୟର କେଉଁ ଦେବଦେବୀଙ୍କ ହୁଣ୍ଡି ,ବ୍ୟାଙ୍କ ଆକାଉଣ୍ଟ ଓ ଅନ୍ୟ ସୂତ୍ରରୁ ବିଗତ ତିନି ବର୍ଷରେ କେତେ ଅର୍ଥ ଆଦାୟ ହୋଇଛି । ତାର ବର୍ଷ ଓ୍ବାରୀ ବିବରଣୀ ପ୍ରଦାନ କରିବାକୁ ପ୍ରଶ୍ନ କରିଥିଲେ କି ? ପ୍ରଶ୍ନର ଉତ୍ତର ରଖିଛନ୍ତି ଆଇନ ମନ୍ତ୍ରୀ ପୃଥୀବିରାଜ ହରିଚନ୍ଦନ ।

ଆଇନମନ୍ତ୍ରୀଙ୍କ ସୂଚନା ଅନୁସାରେ, ଗତ ତିନି ବର୍ଷରେ ଶହେ କୋଟିରୁ ଅଧିକ ଟଙ୍କା ହୁଣ୍ଡି ସମେତ ବିଭିନ୍ନ ସୂତ୍ରରୁ ଜଗନ୍ନାଥ ପାଖକୁ ଆସିଛି । ୨୦୨୧ ରୁ ୨୦୨୪ ମଧ୍ୟରେ ହୁଣ୍ଡି ସମେତ ବିଭିନ୍ନ ସୂତ୍ରରୁ ଜଗନ୍ନାଥ ମନ୍ଦିରକୁ ଆସିଛି ୧ ଶହ ୧୩ କୋଟି ୨ ଲକ୍ଷ ୫୫ ହଜାର ୮୮୯ ଟଙ୍କା । ସେହିପରି ବର୍ଷ ୨୦୨୧-୨୨ ରେ ଜଗନ୍ନାଥଙ୍କ ହୁଣ୍ଡିରୁ ୮ କୋଟି ୨୩ ଲକ୍ଷ ୧୩ ହଜାର ୧୨୭ ଟଙ୍କା ମିଳିଥିବା ବେଳେ ୨୦୨୨-୨୩ ରେ ୧୫ କୋଟି ୪୬ ଲକ୍ଷ ୧୭ ହଜାର ୧୫୨ ଟଙ୍କା ଓ ୨୦୨୩-୨୪ରେ ୧୬ କୋଟି ୯୨ ଲକ୍ଷ ୩୬ ହଜାର ୯୭୪ ଟଙ୍କା ମିଳିଛି ।

ଏହା ମଧ୍ୟ ପଢନ୍ତୁ:- ଶ୍ରୀମନ୍ଦିର ପ୍ରଶାସନକୁ ରତ୍ନଭଣ୍ଡାର GPR-GPS ସର୍ଭେ ରିପୋର୍ଟ ପ୍ରଦାନ କଲା ASI

ରତ୍ନଭଣ୍ଡାର GPR ସର୍ଭେ ଶେଷ, ଜଣାପଡ଼ିବ ସୁଡ଼ଙ୍ଗ ସତ - Ratna Bhandar GPR Survey

ସରିଲା ପ୍ରଥମ ଦିନର GPR ସର୍ଭେ, ଗୁପ୍ତ ସୁଡ଼ଙ୍ଗକୁ ନେଇ ଏମିତି କହିଲେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ - GPR SURVEY

  • ବ୍ୟାଙ୍କରେ କେତେ ଜମା ହୋଇଛି:-

ସେହିପରି ବ୍ୟାଙ୍କ ଆକାଉଣ୍ଟ ଜରିଆରେ ଜଗନ୍ନାଥ ମନ୍ଦିରକୁ ବର୍ଷ ୨୦୨୧-୨୨ ରେ ୬ କୋଟି ୮୩ ଲକ୍ଷ ୩୧ ହଜାର ୯୬୧ ଟଙ୍କା ମିଳିଥିବା ବେଳେ ୨୦୨୨-୨୩ ରେ ୩୦ କୋଟି ୭୨ ଲକ୍ଷ ୨୭ ହଜାର ୨୧୬ ଟଙ୍କା ମିଳିଛି । ବର୍ଷ ୨୦୨୩-୨୪ରେ ୨୨ କୋଟି ୨୪ ଲକ୍ଷ ୩୯ ହଜାର ୯୧୮ ଟଙ୍କା ମିଳିଛି । ଅନ୍ୟାନ୍ୟ ସୂତ୍ରରୁ ଜଗନ୍ନାଥ ମନ୍ଦିରକୁ ବର୍ଷ ୨୦୨୧-୨୨ ରେ ୨ କୋଟି ୨୫ ଲକ୍ଷ ୩୧ ହଜାର ୪୯୭ ଟଙ୍କା ମିଳିଥିବା ବେଳେ ୨୦୨୨-୨୩ ରେ ୪ କୋଟି ୬୨ ଲକ୍ଷ ୩୪୩ ଟଙ୍କା ଓ ୨୦୨୩-୨୪ ରେ ୫ କୋଟି ୭୩ ଲକ୍ଷ ୫୭ ହଜାର ୭୦୧ ଟଙ୍କା ମିଳିଛି ବୋଲି ମନ୍ତ୍ରୀ ଉତ୍ତରରେ ସ୍ପଷ୍ଟ କରିଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details