ଓଡିଶା

odisha

ETV Bharat / state

19 ଦୋକାନୀଙ୍କ ଜୀବନ ଜୀବିକା ସଙ୍କଟରେ, ଗୁହାରି ଶୁଣୁନାହିଁ ପ୍ରଶାସନ

ବସଷ୍ଟାଣ୍ଡ ସମ୍ପ୍ରସାରଣ ହେଲା । ନୂଆ ଦୋକାନ ଘର ବି ତିଆରି ହେଲା । ଏଥିପାଇଁ ଜୀବିକା ହରାଇଲେ ବ୍ୟବସାୟୀ । ପ୍ରଶାସନ ପ୍ରତିଶୃତି ଦେଇଥିଲା ଥଇଥାନ କରାଯିବ । ନୂଆ ଦୋକାନ ଘର ମିଳିବ । ହେଲେ ନୂଆ ଦୋକାନ ଘର ନିର୍ମାଣର ହେବାର 2 ବର୍ଷ ହୋଇଯାଇଥିଲେ ମଧ୍ୟ ଆଜି ଯାଏଁ ଜୀବିକା ହରାଇଥିବା ବ୍ୟବସାୟୀଙ୍କୁ ନୂଆ ଦୋକାନ ଘର ଆବଣ୍ଟନ ହୋଇପାରିଲାନାହିଁ । ଅଧିକ ପଢନ୍ତୁ

By ETV Bharat Odisha Team

Published : Feb 13, 2024, 4:56 PM IST

19 ଦୋକାନୀଙ୍କ ଜୀବନ ଜୀବିକା ସଂକଟରେ, ଗୁହାରୀ ଶୁଣୁନାହିଁ ପ୍ରଶାସନ
19 ଦୋକାନୀଙ୍କ ଜୀବନ ଜୀବିକା ସଂକଟରେ, ଗୁହାରୀ ଶୁଣୁନାହିଁ ପ୍ରଶାସନ

19 ଦୋକାନୀଙ୍କ ଜୀବନ ଜୀବିକା ସଙ୍କଟରେ, ଗୁହାରି ଶୁଣୁନାହିଁ ପ୍ରଶାସନ

ସୁବର୍ଣ୍ଣପୁର: ଲୋକଙ୍କ ଆବଶ୍ୟକତା ପାଇଁ ବସଷ୍ଟାଣ୍ଡ ସମ୍ପ୍ରସାରଣ ହେଲା । ନୂଆ ଦୋକାନ ଘର ବି ତିଆରି ହେଲା । ଏଥିପାଇଁ ଜୀବିକା ହରାଇଲେ ବହୁ ବ୍ୟବସାୟୀ । ପ୍ରଶାସନ ପ୍ରତିଶୃତି ଦେଇଥିଲା ଥଇଥାନ କରାଯିବ । ନୂଆ ଦୋକାନ ଘର ମିଳିବ । ହେଲେ ନୂଆ ଦୋକାନ ଘର ନିର୍ମାଣର ହେବାର 2 ବର୍ଷ ହୋଇଯାଇଥିଲେ ମଧ୍ୟ ଆଜି ଯାଏଁ ଜୀବିକା ହରାଇଥିବା ବ୍ୟବସାୟୀଙ୍କୁ ନୂଆ ଦୋକାନ ଘର ଆବଣ୍ଟନ ହୋଇପାରିଲାନାହିଁ । କ୍ଷତିଗ୍ରସ୍ତ ବ୍ୟବସାୟୀମାନେ ବାରମ୍ବାର ପ୍ରଶାସନ ନିକଟରେ ଦୋକାନ ଘର ଆବଣ୍ଟନ ପାଇଁ ଦାବି କରୁଥିଲେ ବି ବିଜ୍ଞାପିତ ଅଞ୍ଚଳ ପରିଷଦ କର୍ଣ୍ଣପାତ କରୁନାହିଁ । ଏହାକୁ ନେଇ ଆଜି ସୁବର୍ଣ୍ଣପୁର ଜିଲ୍ଲା ବିନିକା ପୁରୁଣା ବସଷ୍ଟାଣ୍ଡ ଦୋକାନୀମାନେ ଜିଲ୍ଲା ପ୍ରଶାସନ ନିକଟରେ ଗୁହାରି କରିଛନ୍ତି । ଦାବି ପୂରଣ ନହେଲେ ଅନଶନ କରିବାକୁ ଚେତାବନୀ ଦେଇଛନ୍ତି ।

ଅଧିକ ପଢନ୍ତୁ- ଦଶ ଦଫା ଦାବିରେ 12ରେ ସୁବର୍ଣ୍ଣପୁରରେ ଚାଷୀ ଆନ୍ଦୋଳନ

ସଦର ବିଜ୍ଞାପିତ ଅଞ୍ଚଳ ପରିଷଦ ପକ୍ଷରୁ ପୁରୁଣା ବସଷ୍ଟାଣ୍ଡ ପାଖରେ 19 ଗୋଟି ଦୋକାନ ଗୃହ ତିଆରି କରି ହିତାଧିକାରୀମାନଙ୍କ ଭିତରେ ବଣ୍ଟନ ହୋଇଥିଲା । ଦଶନ୍ଧି ଦଶନ୍ଧି ଧରି ଦୋକାନୀମାନେ ନିଜ ନିଜ ବ୍ୟବସାୟ କରି ପରିବାର ପରିପୋଷଣ କରି ଆସୁଥିଲେ । ତେବେ ପୁରୁଣା ବସଷ୍ଟାଣ୍ଡର ସମ୍ପ୍ରସାରଣ ଓ ନବୀକରଣ କରିବା ପାଇଁ ବିଜ୍ଞାପିତ ଅଞ୍ଚଳ ପରିଷଦ କର୍ତ୍ତୃପକ୍ଷ 19 ଗୋଟି ପୁରୁଣା ଦୋକାନ ଗୃହକୁ ଭାଙ୍ଗି ପୁଣି ନୂତନ ଦୋକାନ ତିଆରି କରିଛନ୍ତି । ପୁରୁଣା ଦୋକାନ ଗୃହ ଭାଙ୍ଗିଲା ବେଳେ ଦୋକାନୀମାନଙ୍କୁ ନୂତନ ଦୋକାନ ଗୃହ ତିଆରି କରାଗଲେ ପୁଣି ଦୋକାନ ବଣ୍ଟନ କରାଯିବ ବୋଲି ପ୍ରତିଶୃତି ଦିଆଯାଇଥିଲା ।

ଏହାରି ଭିତରେ ବସଷ୍ଟାଣ୍ଡ ନବୀକରଣ କରାଯିବା ସହିତ ଛୋଟ ଛୋଟ ନୂଆ ଚା’ ପାନ ଦୋକାନ ବସଷ୍ଟାଣ୍ଡ ନିକଟରେ ବିଜ୍ଞାପିତ ଅଞ୍ଚଳ ପରିଷଦ ପକ୍ଷରୁ ନିର୍ମାଣ କରାଯାଇଛି । ପୁରୁଣା ଦୋକାନ ଗୃହ ବ୍ୟବହାର କରୁଥିବା ଦୋକାନୀମାନେ 1998 ମସିହାରେ ଦୋକାନ ପ୍ରତି 15 ହଜାର ଟଙ୍କା ସିକ୍ୟୁରିଟି ଅର୍ଥ ଦେବା ସହିତ ପ୍ରତି ମାସରେ ମାସିକ ଭଡା ପ୍ରଦାନ କରି ଆସୁଥିଲେ । ଦୋକାନୀମାନେ ଦୋକାନ ଗୃହର ଜମା ରାଶି ଫେରସ୍ତ ନ ନେଇ ପୁଣି ନୂତନ ଦୋକାନ ଗୃହ ଦେବା ପାଇଁ ବିଜ୍ଞାପିତ ଅଞ୍ଚଳ ପରିଷଦ କର୍ତ୍ତୃପକ୍ଷଙ୍କୁ ଅନୁରୋଧ କରିଥିଲେ । ହେଲେ ପୁରୁଣା ଦୋକାନ ଗୃହ ଭଙ୍ଗା ଯିବା ପୂର୍ବରୁ କର୍ତ୍ତୃପକ୍ଷ ପ୍ରତିଶୃତି ଦେଇ ଏଯାଏଁ ଦୋକାନୀମାନଙ୍କ ଭିତରେ ଦୋକାନ ଗୃହ ବଣ୍ଟନ କରୁନଥିବାରୁ ଦୋକାନୀମାନେ ଜିଲ୍ଲା ପ୍ରଶାସନ ପାଖରେ ଗୁହାରି କରିଛନ୍ତି ।

ପ୍ରାୟ ଦୁଇ ବର୍ଷରୁ ଅଧିକ ହେଲା ନୂତନ ଦୋକାନ ଗୃହଗୁଡିକ ନିର୍ମାଣ ସଂପୂର୍ଣ୍ଣ ହୋଇଥିବା ବେଳେ ବ୍ୟବସାୟୀଙ୍କ ମଧ୍ୟରେ ବଣ୍ଟା ଯାଇପାରି ନାହିଁ । ବିଜ୍ଞାପିତ ଅଞ୍ଚଳ ପରିଷଦର ଅଧ୍ୟକ୍ଷ ଓ କାର୍ଯ୍ୟ ନିର୍ବାହୀ ଅଧିକାରୀଙ୍କୁ ବାରମ୍ବାର ଅନୁରୋଧ ପରେ ବି ଦୋକାନୀମାନଙ୍କ ଦାବି ଆପତ୍ତି ଶୁଣୁ ନ ଥିବାରୁ ଦୋକାନୀମାନେ ନିଜ ଜୀବନ ଜୀବିକା ପାଇଁ ଜିଲ୍ଲା ପ୍ରଶାସନ ପାଖରେ ଆଜି ଗୁହାରି କରିଛନ୍ତି । ଜିଲ୍ଲା ପ୍ରଶାସନ ସମ୍ବେଦନଶୀଳ ହୋଇ ଦୋକାନୀଙ୍କ ଉଜୁଡା ବ୍ୟବସାୟର ପୁନଃରୁଦ୍ଧାର ପାଇଁ ଦୋକାନ ବଣ୍ଟନ କରିବା ପାଇଁ ଦାବି କରିଛନ୍ତି । ଦୋକାନୀମାନଙ୍କ ଦାବି ପୂରଣ ନ ହେଲେ ଦୋକାନୀମାନେ ଭୋକ ଉପାସରେ ବଞ୍ଚିବା ଅପେକ୍ଷା ସପରିବାର ଆମରଣ ଅନଶନ କରିବେ ବୋଲି ଚେତାବନୀ ଦେଇଛନ୍ତି । ଦାବି ପୂରଣ ପାଇଁ ଜିଲ୍ଲା ପ୍ରଶାସନକୁ ଏକ ସ୍ମାରକପତ୍ର ପ୍ରଦାନ କରିଛନ୍ତି ।

ଇଟିଭି ଭାରତ, ସୁବର୍ଣ୍ଣପୁର

ABOUT THE AUTHOR

...view details