ଓଡିଶା

odisha

By ETV Bharat Odisha Team

Published : Feb 28, 2024, 11:43 AM IST

Updated : Feb 28, 2024, 3:21 PM IST

ETV Bharat / state

ଅବକାରୀ କାର୍ଯ୍ୟାଳୟରେ ଅଗ୍ନିକାଣ୍ଡ, ପାଉଁଶ ହୋଇଗଲା ୫ରୁ ଅଧିକ ମୋଟର ସାଇକେଲ

Fire Incident in Dhenkanal: ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଅବକାରୀ କାର୍ଯ୍ୟାଳୟରେ ଭୟାବହ ଅଗ୍ନିକାଣ୍ଡ । ଜଳିପୋଡ଼ି ପାଉଁଶ ହୋଇଗଲା ଜବତ ହୋଇଥିବା 5ରୁ ଅଧିକ ମୋଟର ସାଇକେଲ । ଅଧିକ ପଢନ୍ତୁ,

Fire Incident in Dhenkanal
Fire Incident in Dhenkanal

Fire Incident in Dhenkanal

ଢେଙ୍କାନାଳ :କାମାକ୍ଷାନଗର ଅବକାରୀ କାର୍ଯ୍ୟାଳୟରେ ଭୟାବହ ଅଗ୍ନିକାଣ୍ଡ । ଅଗ୍ନିକାଣ୍ଡରେ ଜଳିପୋଡ଼ି ପାଉଁଶ ହୋଇଗଲା ଜବତ ହୋଇଥିବା 5ରୁ ଅଧିକ ମୋଟର ସାଇକେଲ । ଏଥିସହ ଅନ୍ୟାନ୍ୟ ସାମଗ୍ରୀ ମଧ୍ୟ ଏହି ଅଗ୍ନିକାଣ୍ଡରେ ଜଳିଯାଇଛି । ଖବରପାଇ କାମାକ୍ଷାନଗର ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଛି । ଗତକାଲି ରାତିରେ ଅବକାରୀ କାର୍ଯ୍ୟାଳୟ ପରିସରରେ ଭୟାବହ ଅଗ୍ନିକାଣ୍ଡ ଘଟିଥିଲା l ପାଚେରି ପାର୍ଶ୍ୱରୁ ନିଆଁ ଲାଗି ଚାରିଆଡକୁ ବ୍ୟାପିିଥିଲା l ଅଗ୍ନିର ପ୍ରକୋପ ଏତେ ଜୋର ଥିଲା ଯେ ଜବତ ହୋଇ ରହିଥିବା ଗାଡିଗୁଡ଼ିକକୁ ମାଡ଼ି ଯାଇଥିଲା l

ସୂଚନା ମୁତାବକ, ଗତକାଲି (ମଙ୍ଗଳବାର) ରାତି ପ୍ରାୟ 9ଟା ସମୟରେ ଅବକାରୀ କାର୍ଯ୍ୟାଳୟ ପରିସରରେ ଭୟାବହ ଅଗ୍ନିକାଣ୍ଡ ଘଟିଥିଲା l କାର୍ଯ୍ୟାଳୟର ପାଚେରି ପାର୍ଶ୍ୱରୁ ନିଆଁ ଲାଗି ଚାରିଆଡକୁ ବ୍ୟାପି ଯାଇଥିଲା l ଅଗ୍ନିର ପ୍ରକୋପ ଏତେ ଜୋର ଥିଲା ଯେ ଜବତ ହୋଇ ରହିଥିବା ଗାଡି ଆଡକୁ ମାଡି ଯାଇଥିଲା l ଏନେଇ ଅଗ୍ନିକାଣ୍ଡରେ ହୁତୁହୁତୁ ହୋଇ ଜଳିଗଲା ପାଞ୍ଚରୁ ଉର୍ଦ୍ଧ୍ବ ସିଜ ହୋଇଥିବା ମୋଟର ସାଇକେଲ l ତେବେ ବର୍ତ୍ତମାନ ସୁଦ୍ଧା ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ରହିଛି । ଏନେଇ ଖବରପାଇ କାମାକ୍ଷାନଗର ଅଗ୍ନିଶମବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ l ସେତେବେଳକୁ 5ଟି ବାଇକ ପୋଡି ସାରି ଥିଲା l ଆଉ ଟିକେ ବିଳମ୍ବ ହୋଇଥିଲେ ଜବତ ହୋଇଥିବା ସମସ୍ତ ବାଇକ ପୋଡି ପାଉଁଶ ହୋଇଯାଇଥାନ୍ତା l ତେବେ କାହିଁକି ଓ କେଉଁ ପରିସ୍ଥିତିରେ ନିଆଁ ଲାଗିଲା ତାହା ଜଣାପଡି ନାହିଁ l ଏନେଇ ଅବକାରୀ ବିଭାଗ ପକ୍ଷରୁ ତଦନ୍ତ କରାଯାଉଥିବା ସୂଚନା ମିଳିଛି ।

ଏହା ମଧ୍ୟ ପଢନ୍ତୁ - ଯାତ୍ରୀବାହୀ ବସରେ ଲାଗିଲା ନିଆଁ, ଅଳ୍ପେକ ବର୍ତ୍ତିଲେ ୫୦ରୁ ଉର୍ଦ୍ଧ୍ବ ଯାତ୍ରୀ

ଏହା ମଧ୍ୟ ପଢନ୍ତୁ - ନୂଆପୋଲରେ ଭୟାବହ ଅଗ୍ନିକାଣ୍ଡ, ୫ ଦୋକାନ ପୋଡ଼ି ପାଉଁଶ

ସେହିପରି ଗତକାଲି(ମଙ୍ଗଳବାର) ଅପରାହ୍ନରେ ରୋଷେଇ ଗ୍ୟାସରୁ ସ୍କୁଲରେ ଅଗ୍ନିକାଣ୍ଡ ହୋଇଥିଲା । ଢେଙ୍କାନାଳ ଜିଲ୍ଲା ଓଡ଼ପଡା ବ୍ଲକ ଅନ୍ତର୍ଗତ ଗଦାଶିଳା ୟୁପି ସ୍କୁଲରେ ରୋଷେଇ ଗ୍ୟାସ ଲିକେଜରୁ ନିଆଁ ଲାଗିଥିଲା । ଘଟଣାସ୍ଥଳରେ ଅଗ୍ନିଶ୍ରମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲା । ଅଳ୍ପକେ ବର୍ତ୍ତିଗଲେ ଶହଶହ ଛାତ୍ର ଛାତ୍ରୀ । ତେବେ ଏହି ଘଟଣାରେ ରୋଷେଇ ଘରର କିଛି ସାମଗ୍ରୀ ପୋଡି ପାଉଁଶ ହୋଇଯାଇଥିଲେ ମଧ୍ୟ କାହାରି କିଛି କ୍ଷତି ଘଟି ନଥିବା ସୂଚନା ମିଳିଛି ।

ଇଟିଭି ଭାରତ, ଢେଙ୍କାନାଳ

Last Updated : Feb 28, 2024, 3:21 PM IST

ABOUT THE AUTHOR

...view details