ଭୁବନେଶ୍ବର:ଓଡ଼ିଶାରେ ପ୍ରଥମ ପର୍ଯ୍ୟାୟ ଭୋଟ ନେଇ ନାମାଙ୍କନ ପ୍ରକ୍ରିୟା ଶେଷ ହୋଇଛି । ପ୍ରଥମ ପର୍ଯ୍ୟାୟରେ ୪ ସଂସଦୀୟ କ୍ଷେତ୍ରରେ ୩୭ ପ୍ରାର୍ଥୀ ରହିଛନ୍ତି । ଏମାନଙ୍କ ମଧ୍ୟରୁ ୧୭ ଜଣ ପ୍ରାର୍ଥୀ କୋଟିପତି ହୋଇଥିବାବେଳେ ୭ ଜଣଙ୍କ ନାଁରେ ଅପରାଧିକ ମାମଲା ରହିଛି । ସେମାନଙ୍କ ମଧ୍ୟରୁ ୬ ଜଣଙ୍କ ନାଁରେ ହତ୍ୟା, ହତ୍ୟା ଉଦ୍ୟମ, ଠକେଇ, ଲାଞ୍ଚ ନେବା ମାମଲା ରହିଛି । ଜଣେ ପ୍ରାର୍ଥୀ ସ୍କୁଲ ମାଡ଼ି ନଥିବା ବେଳେ ୩ ଜଣ ମ୍ୟାଟ୍ରିକ ପାସ କରିନାହାନ୍ତି । ଏନେଇ ଆଜି ଏଡିଆର ଓ ଓଡ଼ିଶା ଇଲେକ୍ସନ ୱାଚ ପକ୍ଷରୁ ରିପୋର୍ଟ ପ୍ରକାଶ ପାଇଛି ।
ଏହା ବି ପଢନ୍ତୁ- ADR ରିପୋର୍ଟରୁ ଆସିଲା ସାଙ୍ଘାତିକ ତଥ୍ୟ, ଓଡ଼ିଶାରେ 64 ବିଧାୟକଙ୍କ ନାଁରେ ଅପରାଧିକ ମାମଲା
ଓଡ଼ିଶାରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ପ୍ରାର୍ଥୀପତ୍ର ଦାଖଲ ସରିଛି । ଓଡ଼ିଶାରେ ପ୍ରଥମ ପର୍ଯ୍ୟାୟରେ ଆସନ୍ତା ୧୩ ତାରିଖରେ କୋରାପୁଟ, ନବରଙ୍ଗପୁର, କଳାହାଣ୍ଡି ଓ ବ୍ରହ୍ମପୁର ଲୋକସଭା ନିର୍ବାଚନମଣ୍ଡଳୀରେ ମତଦାନ ହେବ । ଏଥିରେ ମୋଟ ୩୭ ଜଣ ପ୍ରାର୍ଥୀ ନାମାଙ୍କନ ଦାଖଲ କରିଛନ୍ତି । ଏଡିଆର ଓ ଓଡ଼ିଶା ଇଲେକ୍ସନ ୱାଚ ପକ୍ଷରୁ ରିପୋର୍ଟ ଅନୁସାରେ ୩୭ ଜଣଙ୍କ ମଧ୍ୟରୁ ୧୭ ଜଣ ଲୋକସଭା ପ୍ରାର୍ଥୀ କୋଟିପତି । ମୋଟ ୪୧ କୋଟି ୮୯ ଲକ୍ଷ ଟଙ୍କାର ସମ୍ପତ୍ତି ସହ ବିଜେପିର କଳାହାଣ୍ଡି ଲୋକସଭା ପ୍ରାର୍ଥୀ ମାଳବିକା ଦେବୀ ସବୁଠୁ ଧନୀ । ୨୦ ହଜାର ୬୨୫ ଟଙ୍କାର ସମ୍ପତ୍ତି ସହ କୋରାପୁଟର SUCI ପ୍ରାର୍ଥୀ ପ୍ରମିଳା ପୂଜାରୀ ସବୁଠୁ ଗରିବ ଲୋକସଭା ପ୍ରାର୍ଥୀ ହୋଇଛନ୍ତି ।