ଓଡିଶା

odisha

ETV Bharat / state

ରାଉରକେଲା STPI ସମ୍ମୁଖରେ ସିକ୍ୟୁରିଟି କର୍ମଚାରୀଙ୍କ ଧାରଣା, ବିନା କାରଣରେ ଛଟେଇ ଅଭିଯୋଗ - ସିକ୍ୟୁରିଟି କର୍ମଚାରୀଙ୍କ ଆନ୍ଦୋଳନ

Security Guard Protest: ରାଉରକେଲା STPI ସମ୍ମୁଖରେ ଧାରଣାରେ ସିକ୍ୟୁରିଟି କର୍ମଚାରୀ ଧାରଣା । ଛଟେଇ କର୍ମଚାରୀଙ୍କୁ ପୁନଃ ନିଯୁକ୍ତି ଦାବି । ଅଧିକ ପଢନ୍ତୁ

ବିନା କାରଣରେ ସିକ୍ୟୁରିଟି ଗାର୍ଡଙ୍କୁ ଛଟେଇ ଅଭିଯୋଗ , ପ୍ରତିବାଦକୁ ଓହ୍ଲାଇଲେ ଛଟେଇ କର୍ମଚାରୀ
ବିନା କାରଣରେ ସିକ୍ୟୁରିଟି ଗାର୍ଡଙ୍କୁ ଛଟେଇ ଅଭିଯୋଗ , ପ୍ରତିବାଦକୁ ଓହ୍ଲାଇଲେ ଛଟେଇ କର୍ମଚାରୀ

By ETV Bharat Odisha Team

Published : Feb 4, 2024, 7:11 PM IST

ବିନା କାରଣରେ ସିକ୍ୟୁରିଟି ଗାର୍ଡଙ୍କୁ ଛଟେଇ ଅଭିଯୋଗ , ପ୍ରତିବାଦକୁ ଓହ୍ଲାଇଲେ ଛଟେଇ କର୍ମଚାରୀ

ରାଉରକେଲା: ଧାରଣାରେ ସିକ୍ୟୁରିଟି ଗାର୍ଡ । ସୁନ୍ଦରଗଡ଼ ଜିଲ୍ଲା ରାଉରକେଲା ସହରର STPI (ସଫ୍ଟଓୟାର ଟେକ୍ନୋଲୋଜି ପାର୍କ ଅଫ ଇଣ୍ଡିଆ) ସମ୍ମୁଖରେ ସିକ୍ୟୁରିଟି ଗାର୍ଡ ବିକ୍ଷୋଭ ପ୍ରଦର୍ଶନ । ବେଆଇନ ଭାବେ ଚାକିରିରୁ ଛଟେଇ କରାଯାଉଥିବା ଅଭିଯୋଗ ହୋଇଛି । ଯେପର୍ଯ୍ୟନ୍ତ ଚାକିରିରେ ପୁନଃ ନିଯୁକ୍ତି ନ ଦିଆଯାଏ, ସେହି ପର୍ଯ୍ୟନ୍ତ ଧାରଣା ଜାରି ରହିବ ବୋଲି ଚେତାବନୀ ଦେଇଛନ୍ତି । କେବଳ ରାଉରକେଲା ନୁହେଁ ଭୁବନେଶ୍ୱର, ବାଲେଶ୍ଵର, ବ୍ରହ୍ମପୁର ଏବଂ ରାଞ୍ଚିଠାରେ ଥିବା ସଫ୍ଟୱେର ଟେକ୍ନୋଲୋଜି ପାର୍କ ଅଫ ଇଣ୍ଡିଆ ସମ୍ମୁଖରେ ଛଟେଇ କର୍ମଚାରୀମାନେ ବିକ୍ଷୋଭ ପ୍ରଦର୍ଶନ ଜାରି ରହିଥିବା ସୂଚନା ମିଳିଛି ।

ଆନ୍ଦୋଳନକାରୀମାନେ କହିଛନ୍ତି ଯେ ଆମେ ସମସ୍ତେ ସିକ୍ୟୁରିଟି ଗାର୍ଡ ଭାବରେ STPIଠାରେ ଦଶ ବର୍ଷରୁ ଅଧିକ ସମୟ ହେବ କାର୍ଯ୍ୟ କରି ଆସୁଛନ୍ତି । ବର୍ତ୍ତମାନ ରାଜ୍ୟ ତଥା ରାଜ୍ୟ ବାହାର ଝାଡ଼ଖଣ୍ଡରେ ଥିବା STPIରେ ସମସ୍ତ ସିକ୍ୟୁରିଟି ଗାର୍ଡକୁ ଛଟେଇ କରାଯାଉଛି । ପୁରୁଣା କର୍ମଚାରୀଙ୍କୁ ବାହାର କରି ନୂଆ ପିଲାଙ୍କୁ ସିକ୍ୟୁରିଟି ଗାର୍ଡ ଭାବରେ ନିଯୁକ୍ତି ପ୍ରଦାନ କରାଯାଉଛି । ପୁରୁଣା କର୍ମଚାରୀଙ୍କୁ ଛଟେଇ କରିବା ପାଇଁ STPIର ରିଜୋନାଲ ମୁଖ୍ୟ ସୂର୍ଯ୍ୟ ପଟ୍ଟନାୟକ ନିର୍ଦ୍ଧେଶ ଦେଇଛନ୍ତି । ଫଳରେ ପୁରୁଣା କର୍ମଚାରୀମାନେ ବାଧ୍ୟତାମୂଳକ ନିଜ ଚାକିରି ବଞ୍ଚାଇବା ପାଇଁ ଧାରଣାରେ ବସିଛନ୍ତି ।

ସେହିପରି ଦରମା ଅଧିକ ହୋଇ ଯାଉଥିବା କହି, ସମସ୍ତଙ୍କୁ ଛଟେଇ କରୁଥିବା STP କର୍ତ୍ତୃପକ୍ଷ କହିଛନ୍ତି । ହେଲେ ଦରମା କମରେ ମଧ୍ୟ କାର୍ଯ୍ୟ କରିବା ପାଇଁ ଗୁହାରି କରିଥିଲେ ମଧ୍ୟ ସମସ୍ତ ପୁରୁଣା ସିକ୍ୟୁରିଟି ଗାର୍ଡଙ୍କୁ ଚାକିରିରୁ ଛଟେଇ କରାଯାଇଛି । ତେବେ ଚାକିରିକୁ ବଞ୍ଚାଇବାକୁ ନେଇ ବର୍ତ୍ତମାନ ଅନିର୍ଦ୍ଦିଷ୍ଟ କାଳ ଯାଏଁ ଧାରଣାରେ ବସିଛନ୍ତି ଛଟେଇ କର୍ମଚାରୀ ।

ଏହା ମଧ୍ୟ ପଢନ୍ତୁ.....ଲିଜ୍ ଜମିରୁ ଜବରଦଖଲ ଉଚ୍ଛେଦ ପାଇଁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା

ଅନ୍ୟପଟେ ଛଟେଇ ହୋଇଥିବା କର୍ମଚାରୀମାନେ ଆଗାମୀ ଦିନରେ ହଙ୍ଗର ଷ୍ଟ୍ରାଇକ କରିବା ନେଇ ଚେତାବନୀ ଦେଇଛନ୍ତି । କର୍ମଚାରୀମାନେ ନିଜ ପରିବାର ପ୍ରତିପୋଷଣ କରିବା ପାଇଁ ଚିନ୍ତାରେ ପଡ଼ିଥିବା କହିଛନ୍ତି । ବର୍ତ୍ତମାନ ସମୟରେ ଚାକିରିରୁ ଛଟେଇ କଲେ କୁଆଡ଼େ ଯିବେ ବୋଲି ପ୍ରଶ୍ନ କରିଛନ୍ତି । ଯେଉଁ ପର୍ଯ୍ୟନ୍ତ ପୁନଃ ଚାକିରିରେ ଥଇଥାନ କରାନଯାଏ, ସେହି ପର୍ଯ୍ୟନ୍ତ ଧାରଣା ଜାରି ରହିବ ବୋଲି ଚେତାବନୀ ଦେଇଛନ୍ତି । ଅନ୍ୟପଟେ ଆସନ୍ତା ୬ ତାରିଖ ମଧ୍ୟରେ କୌଣସି ନିଷ୍ପତ୍ତି ନହେଲେ, ଆଗାମୀ ୬ ତାରିଖଠାରୁ ହଙ୍ଗର ଷ୍ଟ୍ରାଇକ ବା ଆମରଣ ଅନଶନ କରିବାକୁ ବାଧ୍ୟ ହେବୁ ବୋଲି କହିଛନ୍ତି ଛଟେଇ ହୋଇଥିବା କର୍ମଚାରୀ ।

ଇଟିଭି ଭାରତ, ରାଉରକେଲା

ABOUT THE AUTHOR

...view details