ସମ୍ବଲପୁର:ଆସନ୍ତାକାଲି(ଶନିବାର) ଦିନିକିଆ ଗସ୍ତରେ ସମ୍ବଲପୁର ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି l ଏନେଇ ଜିଲ୍ଲା ପୋଲିସ ପ୍ରଶାସନ ପକ୍ଷରୁ କଡା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ବିଭିନ୍ନ ସ୍ଥାନରେ ଯାଞ୍ଚ ଜାରି ରହିଛି । ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷା ବ୍ୟବସ୍ଥା ନିମନ୍ତେ ନିମନ୍ତେ 70 ପ୍ଲାଟୁନ ପୋଲିସ, 2 ଜଣ ରେଞ୍ଜ ଆଇଜି, 4 ଜଣ ଏସପି, 7 କମାଣ୍ଡାଣ୍ଟ, 250 ଅଫିସର ନିୟୋଜିତ ହୋଇଛନ୍ତି ।
ଏହାମଧ୍ୟ ପଢନ୍ତୁ.. ମୋଦିଙ୍କ ସମ୍ବଲପୁର ଗସ୍ତ; ଆଇଆଇଏମ ସହ ୨୩ ପ୍ରକଳ୍ପର କରିବେ ଲୋକାର୍ପଣ ଓ ଶିଳାନ୍ୟାସ
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଗସ୍ତକୁ ନେଇ ଚଳଚଞ୍ଚଳ ସମ୍ବଲପୁର । ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷା ବ୍ୟବସ୍ଥାକୁ ନେଇ ଜିଲ୍ଲା ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ପଦକ୍ଷେପ ଗ୍ରହଣ କରାଯାଇଛି । ଆସନ୍ତାକାଲି (ଶନିବାର) ସମ୍ବଲପୁରର 2ଟି ସ୍ଥାନରେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟକ୍ରମ ରହିଛି । ମୋଦିଙ୍କ ଗସ୍ତ କାର୍ଯ୍ୟସୂଚୀ ଅନୁଯାୟୀ, ପ୍ରଧାନମନ୍ତ୍ରୀ ସ୍ବତନ୍ତ୍ର ବିମାନରେ ଦିଲ୍ଲୀରୁ ଆସି ପ୍ରଥମେ ଝାରସୁଗୁଡା ବିମାନ ବନ୍ଦରରେ ଅବତରଣ କରିବେ । ଏହାପରେ ହେଲିକାପ୍ଟର ଯୋଗେ ସମ୍ବଲପୁର ଅସ୍ଥାୟୀ ହେଲିପ୍ୟାଡରେ ପହଞ୍ଚି ଅପରାହ୍ନ 2ଟା 15ରେ ଆଇଆଇଏମ ଯିବେ । ସେଠାରେ ପହଞ୍ଚିବା ପରେ 400 କୋଟିର ଆଇଆଇଏମ ସମ୍ବଲପୁର କ୍ୟାମ୍ପସର ଶୁଭ ଉଦଘାଟନ କରିବେ ଓ ଏହାପରେ ସମ୍ବଲପୁର ରେମେଡ ପଡିଆକୁ ଆସି ବିଶାଳ ଗ୍ୟାରେଣ୍ଟି ସମାବେଶରେ ଯୋଗ ଦେବେ ।