ଓଡିଶା

odisha

ସରିଲା ଦ୍ବିତୀୟ ପର୍ଯ୍ୟାୟ ମତଦାନ, ରାଜ୍ୟରେ ମୋଟ ୬୦.୭୦% ଭୋଟିଂ - ODISHA ELECTION 2024 SECOND PHASE

By ETV Bharat Odisha Team

Published : May 20, 2024, 6:44 AM IST

Updated : May 20, 2024, 10:15 PM IST

ODISHA ELECTION 2024
ODISHA ELECTION 2024

21:19 May 20

ସରିଲା ଦ୍ବିତୀୟ ପର୍ଯ୍ୟାୟ ମତଦାନ, ରାଜ୍ୟରେ ମୋଟ ୬୦.୭୦% ଭୋଟିଂ

ରାଜ୍ୟରେ ଶେଷ ହେଲା ଦ୍ବିତୀୟ ପର୍ଯ୍ୟାୟ ମତଦାନ । ଶେଷ ତଥ୍ୟ ସୁଦ୍ଧା ମୋଟ ୬୦.୭୦% ଭୋଟିଂ ରେକର୍ଡ ହୋଇଛି ।

17:43 May 20

ସନ୍ଧ୍ୟା 5ଟା ସୁଦ୍ଧା କେଉଁଠି କେତେ ମତଦାନ ?

ODISHA ELECTION 2024

ଭୁବନେଶ୍ବର: ସନ୍ଧ୍ୟା ୫ଟା ସୁଦ୍ଧା ୬୦.୫୫% ମତଦାନ ହୋଇଛି । ଆସିକା ଲୋକସଭା କ୍ଷେତ୍ରରେ ୫୫.୬୫%, ବରଗଡ଼ରେ ୬୬.୧୪%, ବଲାଙ୍ଗୀରରେ ୬୧.୩୫%, କନ୍ଧମାଳରେ ୫୭.୪୬% ଓ ସୁନ୍ଦରଗଡ଼ରେ ୬୧.୫୩% ପ୍ରତିଶତ ମତଦାନ ହୋଇଛି । ୫ଟା ସୁଦ୍ଧା ଆସିକା ବିଧାନସଭା ନିର୍ବାଚନ ମଣ୍ଡଳୀରେ ୫୩.୧୬%, ହିଞ୍ଜିଳିରେ ୫୭.୨୧%, କବିସୂର୍ଯ୍ୟନଗରରେ ୫୬.୬୬%, ଖଲ୍ଲିକୋଟରେ ୫୮.୨୩%, ପୋଲସରାରେ ୫୮.୬୬%, ସାନଖେମୁଣ୍ଡିରେ ୫୭.୩୯%, ସୋରଡ଼ାରେ ୪୭.୮୦% ମତଦାନ ହୋଇଛି । ସେହିପରି ଅତାବିରାରେ ୬୭.୦୦%, ବରଗଡ଼ରେ ୬୫.୧୧%, ଭଟଲିରେ ୬୫.୨୩%, ବିଜେପୁରରେ୬୪.୮୦%, ବ୍ରଜରାଜନଗରରେ ୬୭.୪୨%, ଝାରସୁଗୁଡ଼ା ୬୮.୩୭%, ପଦ୍ମପୁର ୬୫.୩୨% ମତଦାନ ହୋଇଛି ।ସେହିପରି ବୀରମିତ୍ରପୁର ୬୮.୬୧%, ବଣାଇ ୬୮.୮୫%, ରଘୁନାଥପାଲ୍ଲୀରେ ୫୮.୨୫%, ରାଜଗାଙ୍ଗପୁରରେ ୫୭.୫୮%, ରାଉରକେଲାରେ ୫୫.୧୬%, ସୁନ୍ଦରଗଡ଼ରେ ୬୨% ଓ ତଳସରାରେ ୫୯% ମତଦାନ ହୋଇଛି ।

16:32 May 20

୩ଟା ସୁଦ୍ଧା ୪୮.୯୫% ମତଦାନ

ODISHA ELECTION 2024

ଭୁବନେଶ୍ବର: ୩ଟା ସୁଦ୍ଧା ଆସିକା ବିଧାନସଭା ନିର୍ବାଚନ ମଣ୍ଡଳୀରେ ୪୫.୨୦%, ହିଞ୍ଜିଳିରେ ୪୬.୯୮%, କବିସୂର୍ଯ୍ୟନଗରରେ ୪୭.୮୮%, ଖଲ୍ଲିକୋଟରେ ୪୭.୫୨%, ପୋଲସରାରେ ୪୮.୪୨%, ସାନଖେମୁଣ୍ଡିରେ ୪୬.୧୬%, ସୋରଡ଼ାରେ ୪୧.୨୦% ମତଦାନ ହୋଇଛି । ସେହିପରି ଅତାବିରାରେ ୫୬.୦୦%, ବରଗଡ଼ରେ ୫୧.୫୩%, ଭଟଲିରେ ୫୯.୬୮%, ବିଜେପୁରରେ ୪୯.୩୦%, ବ୍ରଜରାଜନଗରରେ ୫୩.୯୧%, ଝାରସୁଗୁଡ଼ା ୫୬.୧୯%, ପଦ୍ମପୁର ୫୧.୧୨% ମତଦାନ ହୋଇଛି ।

ସେହିପରି ବୀରମହାରାଜପୁରରେ ୫୩.୪୦%, ବଲାଙ୍ଗୀରରେ ୪୦.୦୧%, କଣ୍ଟାବାଞ୍ଜିରେ ୪୬.୨୮%, ଲୋଇସିଂହାରେ ୪୯.୬୨%, ପାଟଣାଗଡ଼ରେ ୪୧.୧୭%, ସୋନପୁରରେ ୪୮.୮୮%, ଟିଟିଲାଗଡ଼ରେ ୫୧.୩୧% ଭୋଟିଂ ହୋଇଛି । ବାଲୁଗୁଡାରେ ୪୭.୪୩%, ଭଞ୍ଜନଗରରେ ୪୧.୭୫%, ବୌଦ୍ଧରେ ୫୬.୩୯%, ଦଶପଲ୍ଲାରେ ୫୦.୧୦, ଜି ଉଦୟଗିରିରେ ୪୭.୨୬%, କଣ୍ଟାମାଳରେ ୫୨.୨୧%, ଫୁଲବାଣୀରେ ୫୦.୪୨% ଭୋଟିଂ ହୋଇଛି । ଏହାସହ ୩ଟା ସୁଦ୍ଧା ବୀରମିତ୍ରପୁରରେ ୫୪.୦୧, ବଣାଇରେ ୫୮.୩୦%, ରଘୁନାଥପାଲ୍ଲୀରେ ୪୬.୩୦%, ରାଜଗାଙ୍ଗପୁରରେ ୪୫.୦୦%, ରାଉରକେଲାରେ ୪୩.୪୪%, ସୁନ୍ଦରଗଡ଼ରେ ୪୮.୦୦%, ତଳସରାରେ ୪୬.୮୦% ମତଦାନ ହୋଇଛି ।

15:45 May 20

୩ଟା ସୁଦ୍ଧା ୪୮.୯୫% ମତଦାନ

ODISHA ELECTION 2024

ଭୁବନେଶ୍ୱର: ଅପରାହ୍ନ ୩ ଟା ସୁଦ୍ଧା ଓଡ଼ିଶାରେ ୪୮.୯୫% ମତଦାନ ହୋଇଛି । ଅପରାହ୍ନ ୩ଟା ସୁଦ୍ଧା ବରଗଡ଼ ଲୋକସଭା କ୍ଷେତ୍ରରେ ୫୩.୮୮% ମତଦାନ ହୋଇଛି । ସେହିପରି ସୁନ୍ଦରଗଡ଼ରେ ୪୮.୯୬% ମତଦାନ ହୋଇଛି । ବଲାଙ୍ଗୀରରେ ୪୬.୯୬%, କନ୍ଧମାଳରେ ୪୮.୯୩%, ଆସିକାରେ ୪୬.୨୩% ଭୋଟିଂ ହୋଇଛି । ଆଜି ରାଜ୍ୟରେ ଦ୍ବିତୀୟ ପର୍ଯ୍ୟାୟ ମତଦାନ ଜାରି ରହିଛି । ଦିନ 1ଟା ସୁଦ୍ଧା 35.31 ପ୍ରତିଶତ ମତଦାନ ହୋଇଥିଲା । ବର୍ତ୍ତମାନ ଏହା ୪୮.୯୫%କୁ ବୃଦ୍ଧି ପାଇଛି ।

13:47 May 20

ଦିନ 1ଟା ସୁଦ୍ଧା 35.31 ପ୍ରତିଶତ ମତଦାନ

ODISHA ELECTION 2024

ଭୁବନେଶ୍ୱର: ରାଜ୍ୟରେ ଜାରି ରହିଛି ଦ୍ବିତୀୟ ପର୍ଯ୍ୟାୟ ମତଦାନ । ଦିନ 1ଟା ସୁଦ୍ଧା 35.31 ପ୍ରତିଶତ ମତଦାନ ହୋଇଛି । ଆସିକା ଲୋକସଭାରେ 34.38 ପ୍ରତିଶତ, ବରଗଡରେ 38.18 ପ୍ରତିଶତ, ବଲାଙ୍ଗୀରରେ 32.82 ପ୍ରତିଶତ, କନ୍ଧମାଳରେ 35.09 ପ୍ରତିଶତ ଓ ସୁନ୍ଦରଗଡରେ 36.32 ପ୍ରତିଶତ ମତଦାନ ହୋଇଛି ।

12:34 May 20

ଭୋଟ ଦେଲେ ଜୁଏଲ ଓରାମ

ସୁନ୍ଦରଗଡ: ଭୋଟ ଦେଲେ ସୁନ୍ଦରଗଡ ବିଜେପି ଲୋକସଭା ପ୍ରାର୍ଥୀ ଜୁଏଲ ଓରାମ । ଜନସାଧାରଣଙ୍କୁ ଭୋଟ ଦେବାକୁ କଲେ ଅପିଲ ।

12:33 May 20

କେଉଁ ବିଧାନସଭାରେ କେତେ ପ୍ରତିଶତ ମତଦାନ ?

ODISHA ELECTION 2024

ଭୁବନେଶ୍ୱର:ଅତାବିରାରେ 27.00% ମତଦାନ ହୋଇଥିବା ବେଳେ ବ୍ରଜରାଜନଗରରେ 25.52% ଭଟଲିରେ 23.50 %, ବଣେଇ 34.56%, ଟିଟିଲାଗଡ 21.28%, କଣ୍ଟାବାଞ୍ଜି 11.58%,ବଲାଙ୍ଗୀର 14.96%, ବିଜେପୁର 22.50 % ଆସିକା 20.95% ଓ ସୋନପୁରରେ 20.00% ମତଦାନ ହୋଇଛି ।

11:46 May 20

ଦିନ 11ଟା ସୁଦ୍ଧା ରାଜ୍ୟରେ 21.07 ପ୍ରତିଶତ ମତଦାନ

ODISHA ELECTION 2024

ଭୁବନେଶ୍ୱର:ରାଜ୍ୟରେ ଜାରି ରହିଛି ଦ୍ବିତୀୟ ପର୍ଯ୍ୟାୟ ମତଦାନ । ଦିନ 11ଟା ସୁଦ୍ଧା 21.07 ପ୍ରତିଶତ ମତଦାନ ହୋଇଛି । ଆସିକା ଲୋକସଭାରେ 21.53 ପ୍ରତିଶତ, ବରଗଡରେ 22.95 ପ୍ରତିଶତ, ବଲାଙ୍ଗୀରରେ 17.90 ପ୍ରତିଶତ, କନ୍ଧମାଳରେ 21.19 ପ୍ରତିଶତ ଓ ସୁନ୍ଦରଗଡରେ 22.19 ପ୍ରତିଶତ ମତଦାନ ହୋଇଛି ।

10:41 May 20

2019ରେ କାହାକୁ କେତେ ଆସନ ?

ODISHA ELECTION 2024

ଭୁବନେଶ୍ୱର: ଯଦି 2019 ନିର୍ବାଚନ ଫଳ ଉପରେ ନଜର ପକାଇବା, ତେବେ ଏହି ପାଞ୍ଚଟି ଆସନ କନ୍ଧମାଳ, ସୁନ୍ଦରଗଡ଼, ବଲାଙ୍ଗୀର, ବରଗଡ଼ ଏବଂ ଆସିକା ମଧ୍ୟରୁ ବିଜେପି 2ଟିରେ ଏବଂ ବିଜେଡି 2ଟିରେ ବିଜୟୀ ହୋଇଥିଲେ । ଖାତା ଖୋଲି ପାରିନଥିଲା କଂଗ୍ରେସ ପାର୍ଟି । ବିଜେପି 2019ରେ ସୁନ୍ଦରଗଡ଼, ବଲାଙ୍ଗୀର ଏବଂ ବରଗଡ଼ ଆସନ ହାତେଇ ଥିବା ବେଳେ, କନ୍ଧମାଳ ଏବଂ ଆସିକାରେ ବାଜି ମାତ କରିଥିଲା ବିଜେଡି ।

10:07 May 20

କେଉଁ ବିଧାନସଭା ଆସନରେ କେତେ ପ୍ରତିଶତ ମତଦାନ ?

ODISHA ELECTION 2024

ଭୁବନେଶ୍ୱର: ବରଗଡ ଲୋକସଭା ଅଧିନରେ ଆସୁଥିବା 7 ବିଧାନସଭା ଆସନରେ ଭଟଲିରେ ସର୍ବାଧିକ 11.48 ପ୍ରତିଶତ ମତଦାନ ହୋଇଥିବା ବେଳେ ବରଗଡରେ ସର୍ବନିମ୍ନ 8.21 ପ୍ରତିଶତ ମତଦାନ ହୋଇଛି । ସେହିପରି ଆସିକା ଲୋକସଭା ଅଧିନରେ ଆସୁଥିବା 7 ବିଧାନସଭା ଆସନ ମଧ୍ୟରୁ ପୋଲସରାରେ ସର୍ବାଧିକ 8.70 ପ୍ରତିଶତ ମତଦାନ ହୋଇଥିବା ବେଳେ ସୋରଡାରେ ସର୍ବାନିମ୍ନ 5.30 ପ୍ରତିଶତ ମତଦାନ ହୋଇଛି । ଅତାବିରାରେ 10.00 %, ଝାରସୁଗୁଡାରେ 9.98 %, ଆସିକାରେ 7.20 %, କବିସୂର୍ଯ୍ୟନଗରରେ 8.65 %, ହିଞ୍ଜିଳିରେ 6.96 %, ସୋନପୁରରେ 8.00 %, ଟିଟିଲାଗଡରେ 6.97 %, କଣ୍ଟାବାଞ୍ଜିରେ 4.00 %ବଲାଙ୍ଗୀରରେ 3.00 % ଭୋଟିଂ ହୋଇଛି ।

09:45 May 20

ସକାଳ 9ଟା ସୁଦ୍ଧା 6.87 % ମତଦାନ

ODISHA ELECTION 2024

ଭୁବନେଶ୍ୱର: ରାଜ୍ୟରେ ଜାରି ରହିଛି ଦ୍ବିତୀୟ ପର୍ଯ୍ୟାୟ ମତଦାନ । ସକାଳ 9ଟା ସୁଦ୍ଧା 6.87 % ମତଦାନ ହୋଇଛି । ଆସିକା ଲୋକସଭାରେ 7.62 ପ୍ରତିଶତ, ବରଗଡରେ 9.31 ପ୍ରତିଶତ, ବଲାଙ୍ଗୀରରେ 5.76 ପ୍ରତିଶତ, କନ୍ଧମାଳରେ 6.79 ପ୍ରତିଶତ ଓ ସୁନ୍ଦରଗଡରେ 4.89 ପ୍ରତିଶତ ମତଦାନ ହୋଇଛି ।

09:17 May 20

ଭୋଟ ଦେଲେ ଦିଲ୍ଲୀପ ତିର୍କୀ

ସୁନ୍ଦରଗଡ: ମତ ସାବ୍ୟସ୍ତ କଲେ ସୁନ୍ଦରଗଡ ବିଜେଡି ସାଂସଦ ପ୍ରାର୍ଥୀ ଦିଲ୍ଲୀପ ତିର୍କୀ । ସୁନ୍ଦରଗଡବାସୀଙ୍କୁ ଭୋଟ୍ ଦେବାକୁ କଲେ ଅପିଲ ।

08:53 May 20

ଭୋଟ ଦେବାକୁ ରାଜ୍ୟବାସୀଙ୍କୁ ଅପିଲ କଲେ ନବୀନ

ଭୁବନେଶ୍ୱର:ରାଜ୍ୟରେ ଜାରି ରହିଛି ଦ୍ବିତୀୟ ପର୍ଯ୍ୟାୟ ମତଦାନ । ବିପୁଳ ସଂଖ୍ୟାରେ ଭୋଟ ଦେବାକୁ ରାଜ୍ୟବାସୀଙ୍କୁ ଅପିଲ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆପଣଙ୍କ ଭୋଟ୍, ଆପଣଙ୍କ ଅଧିକାର। ଗଣତନ୍ତ୍ରର ମହାପର୍ବ ସାଧାରଣ ନିର୍ବାଚନ ୨୦୨୪ ରେ ସାମିଲ ହୋଇ ନିଜ ମତାଧିକାର ସାବ୍ୟସ୍ତ କରନ୍ତୁ। ନିଜେ ମତଦାନ କରିବା ସହ ଏଦିଗରେ ଅନ୍ୟମାନଙ୍କୁ ଉତ୍ସାହିତ କରନ୍ତୁ ବୋଲି ଟ୍ବିଟ କରି କହିଛନ୍ତି ମୁଖ୍ୟମନ୍ତ୍ରୀ ।

08:42 May 20

ଆଜି ମୁଖ୍ୟମନ୍ତ୍ରୀଙ୍କ ଭାଗ୍ୟ ପରୀକ୍ଷା

ODISHA ELECTION 2024

ଭୁବନେଶ୍ୱର: ଆଜି ମୁଖ୍ୟମନ୍ତ୍ରୀଙ୍କ ଭାଗ୍ୟ ପରୀକ୍ଷା । ଉଭୟ ହିଞ୍ଜିଳି ଓ କଣ୍ଟାବାଞ୍ଜିରେ ଭୋଟିଂ ଜାରି । ଗତଥର ପରି ଚଳିତ ଥର ମଧ୍ୟ ଦୁଇ ଆସନରେ ଲଢୁଛନ୍ତି ନବୀନ ।

08:17 May 20

35 ବିଧାନସଭା ଆସନରେ 8 ପ୍ରମୁଖ ପ୍ରାର୍ଥୀ

ODISHA ELECTION 2024

ଭୁବନେଶ୍ୱର:35 ବିଧାନସଭା ଆସନରେ 8ଜଣ ପ୍ରମୁଖ ପ୍ରାର୍ଥୀ ରହିଛନ୍ତି । ଏହି ପ୍ରାର୍ଥୀଙ୍କ ମଧ୍ୟରୁ କିଏ ନିର୍ବାଚନରେ ବାଜି ମାରୁଛି ତା ଉପରେ ସମସ୍ତଙ୍କ ନଜର ରହିଛି ।

08:16 May 20

5 ଲୋକସଭା ଆସନର ପ୍ରମୁଖ ପ୍ରାର୍ଥୀ

ODISHA ELECTION 2024

ଭୁବନେଶ୍ୱର:ଦ୍ବିତୀୟ ପର୍ଯ୍ୟାୟରେ 5 ଲୋକସଭା ଆସନରେ ଭୋଟ ଗ୍ରହଣ ହେବ । 5 ଜଣ ପ୍ରମୁଖ ପ୍ରାର୍ଥୀଙ୍କ ଉପରେ ସମସ୍ତଙ୍କ ନଜର ରହିଛି । ସୁନ୍ଦରଗଡରୁ ବିଜେପି ପ୍ରାର୍ଥୀ ଜୁଏଲ ଓରାମ, ବିଜେଡି ପ୍ରାର୍ଥୀ ଦିଲ୍ଲୀପ ତିର୍କୀ, ବଲାଙ୍ଗୀର ବିଜେପି ପ୍ରାର୍ଥୀ ସଙ୍ଗୀତା କୁମାରୀ ସିଂହଦେଓ, କନ୍ଧମାଳରୁ ଅଚ୍ୟୁତ ସାମନ୍ତ ଓ ସେହି ଆସନରୁ ବିଜେପି ପ୍ରାର୍ଥୀ ସୁକାନ୍ତ କୁମାର ପାଣିଗ୍ରାହୀ ପ୍ରମୁଖ ପ୍ରାର୍ଥୀ ରହିଛନ୍ତି ।

08:06 May 20

ବରଗଡ଼ରେ ଇଭିଏମରେ ତ୍ରୁଟି, ହୋଇ ପାରିନି ମତଦାନ

ବରଗଡ: ମତଦାନ ଆରମ୍ଭରୁ ବରଗଡ଼ରେ ଇଭିଏମରେ ତ୍ରୁଟି । 92 ନମ୍ବର ବୁଥରେ ଇଭିଏମରେ ତ୍ରୁଟି ଯୋଗୁଁ ହୋଇ ପାରିନି ମତଦାନ ।

08:03 May 20

ଭୋଟ ଦେଲେ ଦିଲ୍ଲୀପ ରାୟ

ରାଉରକେଲା: ଭୋଟ୍ ଦେଲେ ରାଉରକେଲା ବିଧାନସଭା ବିଜେପି ପ୍ରାର୍ଥୀ ଦିଲ୍ଲୀପ ରାୟ । ରାଉରକେଲାର ଏକ ବୁଥରେ କଲେ ମତଦାନ । ବିପୁଳ ସଂଖ୍ୟାରେ ଭୋଟ ଦେବାକୁ ଜନତାଙ୍କୁ କଲେ ଅପିଲ ।

07:07 May 20

ଦ୍ବିତୀୟ ପର୍ଯ୍ୟାୟ ନିର୍ବାଚନ, ଆରମ୍ଭ ହେଲା ମତଦାନ

ଭୁବନେଶ୍ବର: ରାଜ୍ୟରେ ଆରମ୍ଭ ହେଲା ଦ୍ବିତୀୟ ପର୍ଯ୍ୟାୟ ମତଦାନ । 5 ଲୋକସଭା ଓ 35 ବିଧାନସଭା ଆସନରେ ମତଦାନ ଜାରି । ବୁଥରେ ଧାଡିରେ ଛିଡା ହୋଇ ଭୋଟ ଦେଉଛନ୍ତି ଭୋଟର । 305 ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ 79 ଲକ୍ଷ 62 ହଜାର 148 ମତଦାତା ।

06:30 May 20

35 ବିଧାନସଭା ଆସନରେ କେତେ ରହିଛନ୍ତି ମହିଳା ଓ ପୁରୁଷ ପ୍ରାର୍ଥୀ ?

ODISHA ELECTION 2024

ଭୁବନେଶ୍ୱର:35 ବିଧାନସଭା ଆସନରେ ମୋଟ 265 ପ୍ରାର୍ଥୀ ଅଛନ୍ତି । ସେଥିମଧ୍ୟରୁ 224 ଜଣ ପୁରୁଷ ଏବଂ 41 ଜଣ ମହିଳା ପ୍ରାର୍ଥୀ । ମୋଟ 9 ହଜାର 148ଟି ମତଦାନ କେନ୍ଦ୍ର ହୋଇଥିବା ବେଳେ ଏଥିରୁ 20 ପ୍ରତିଶତ ସମ୍ବେଦନଶୀଳ କେନ୍ଦ୍ର ରହିଛି । ଦ୍ବିତୀୟ ପର୍ଯ୍ୟାୟରେ ସମୁଦାୟ 79 ଲକ୍ଷ 62 ହଜାର 148 ଭୋଟର ରହିଛନ୍ତି । ସେଥିମଧ୍ୟରୁ ପୁରୁଷ ଭୋଟରଙ୍କ ସଂଖ୍ୟା 40 ଲକ୍ଷ 30 ହଜାର 283 ଏବଂ ମହିଳା ଭୋଟର 39 ଲକ୍ଷ 31 ହଜାର 015 ରହିଛି । 850 ଜଣ ତୃତୀୟ ଲିଙ୍ଗୀ ରହିଛନ୍ତି ।

06:22 May 20

5 ଲୋକସଭା 35 ବିଧାନସଭା ଆସନରେ ମତଦାନ

ODISHA ELECTION 2024

ଭୁବନେଶ୍ୱର: ଆଜି 5 ଲୋକସଭା ବରଗଡ଼, ସୁନ୍ଦରଗଡ଼, ବଲାଙ୍ଗୀର, କନ୍ଧମାଳ, ଆସିକା ଆସନ ପାଇଁ ଭୋଗ ଗ୍ରହଣ ହେବ । 35 ବିଧାନସଭାପଦ୍ମପୁର, ବିଜେପୁର, ବରଗଡ଼, ଅତାବିରା, ଭଟଲି, ବ୍ରଜରାଜନଗର, ଝାରସୁଗୁଡ଼ା, ତଳସରା, ସୁନ୍ଦରଗଡ଼, ବୀରମିତ୍ରପୁର, ରଘୁନାଥପାଲୀ, ରାଉରକେଲା, ରାଜଗାଙ୍ଗପୁର, ବଣାଇ, ବୀରମହାରାଜପୁର, ସୋନପୁର, ଲୋଇସିଂହା, ପାଟଣାଗଡ଼, ବଲାଙ୍ଗୀର, ଟିଟିଲାଗଡ଼, କଣ୍ଟାବାଞ୍ଜି, ବାଲିଗୁଡ଼ା, ଜି.ଉଦୟଗିରି, ଫୁଲବାଣୀ, କଣ୍ଟାମାଳ, ବୌଦ୍ଧ, ଦଶପଲ୍ଲା, ଭଞ୍ଜନଗର, ପୋଲସରା, କବିସୂର୍ଯ୍ୟନଗର, ଖଲିକୋଟ, ଆସିକା, ସୋରଡ଼ା, ସାନଖେମୁଣ୍ଡି, ହିଞ୍ଜିଳିରେ ହେବ ମତଦାନ ।

06:07 May 20

ଦ୍ବିତୀୟ ପର୍ଯ୍ୟାୟ ନିର୍ବାଚନ, 305 ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ଭୋଟର

ODISHA ELECTION 2024

ଭୁବନେଶ୍ୱର: ଆରମ୍ଭ ହୋଇଯାଇଛି ଗଣତନ୍ତ୍ରର ମହାପର୍ବ । ଆଜି ରାଜ୍ୟରେ ଦ୍ବିତୀୟ ପର୍ଯ୍ୟାୟ ଲୋକସଭା ଓ ବିଧାନସଭା ନିର୍ବାଚନ ପାଇଁ ମତଦାନ ଅନୁଷ୍ଠିତ ହେବ । 5 ଲୋକସଭା ଓ 35ଟି ବିଧାନସଭା ଆସନ ପାଇଁ ପଡିବ ଭୋଟ । ଆଉ କିଛି ସମୟ ପରେ ଭୋଟିଂ ଆରମ୍ଭ ହୋଇଯିବ । ମୋଟ 305 ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ଭୋଟର । ଲୋକସଭା ଆସନ ପାଇଁ 40 ଜଣ ପ୍ରାର୍ଥୀ ରହିଥିବା ବେଳେ ବିଧାନସଭା ନିର୍ବାଚନ ପାଇଁ 265 ପ୍ରାର୍ଥୀ ରହିଛନ୍ତି । ମତଦାନ ପାଇଁ ପୋଲିଂ ବୁଥ ଗୁଡିକରେ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି ।

Last Updated : May 20, 2024, 10:15 PM IST

ABOUT THE AUTHOR

...view details