ଓଡିଶା

odisha

ଟ୍ରମା କାଜୁଆଲଟିରେ ଅଂଶୁଘାତ ରୋଗୀଙ୍କ ହେବ ଆଶୁ ଚିକିତ୍ସା, ମେଡିସନ ସହ ରହିଛି ବରଫ ସ୍ଲାବ - SCB Medical

By ETV Bharat Odisha Team

Published : May 11, 2024, 4:34 PM IST

SCB Medical Trauma Casualty: ଅଂଶୁଘାତ ମୁକାବିଲା ପାଇଁ ପ୍ରସ୍ତୁତ ଏସସିବି ମେଡିକାଲ । ଟ୍ରମା କାଜୁଆଲଟିରେ ୧୦ଟି ବେଡ଼ ବ୍ୟବସ୍ଥା ସହ ରହିଛି ବରଫ ସ୍ଲାବ । ଅଧିକ ପଢ଼ନ୍ତୁ

ଟ୍ରମା କାଜୁଆଲଟିରେ ଅଂଶୁଘାତ ରୋଗୀଙ୍କ ହେବ ଆଶୁ ଚିକିତ୍ସା, ମେଡିସନ ସହ ରହିଛି ବରଫ ସ୍ଲାବ
ଟ୍ରମା କାଜୁଆଲଟିରେ ଅଂଶୁଘାତ ରୋଗୀଙ୍କ ହେବ ଆଶୁ ଚିକିତ୍ସା, ମେଡିସନ ସହ ରହିଛି ବରଫ ସ୍ଲାବ (ETV Bharat Odisha)

ଟ୍ରମା କାଜୁଆଲଟିରେ ଅଂଶୁଘାତ ରୋଗୀଙ୍କ ହେବ ଆଶୁ ଚିକିତ୍ସା, ମେଡିସନ ସହ ରହିଛି ବରଫ ସ୍ଲାବ (ETV Bharat Odisha)

କଟକ: ସାମନ୍ୟ ଆଶ୍ବସ୍ତି ପରେ ପୁଣି କଟକରେ ଆରମ୍ଭ ହେଲାଣି ପ୍ରଚଣ୍ଡ ରୁଦ୍ରତାପ । ଯାହାକୁ ନେଇ ଜନସାଧାରଣ ଜୀବନ ଯାପନ ଏକ ପ୍ରକାର ଅସ୍ତବ୍ୟସ୍ତ ହେଲାଣି । ଆଗକୁ ଆହୁରି ତାପମାତ୍ରାରେ ପାରଦ ବୃଦ୍ଧି ଘଟିବ ବୋଲି ପାଣିପାଗ ପକ୍ଷରୁ ପୂର୍ବନୁମାନ କରାଯାଉଛି । ବର୍ତ୍ତମାନ ଦୁଇରୁ ତିନି ଦିନ ପାଗ ଟିକେ କୋହଲା ରହିବା ପରେ ପୁଣି ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଆରମ୍ଭ ହୋଇଛି । ଗ୍ରୀଷ୍ମ ପ୍ରବାହ ବୃଦ୍ଧି ପାଇବା ସହ ଅଂଶୁଘାତ ଆକ୍ରାନ୍ତଙ୍କ ସଂଖ୍ୟା ମଧ୍ୟ ବୃଦ୍ଧି ଘଟୁଛି । ତେବେ ଅଂଶୁଘାତ ମୁକାବିଲା ପାଇଁ ପ୍ରସ୍ତୁତ ପ୍ରକ୍ରିୟା ରହିଛି କଟକ ଏସସିବି ବଡ଼ ମେଡିକାଲ । ଟ୍ରମା କାଜୁଆଲଟିରେ ୧୦ଟି ବେଡ଼ ବ୍ୟବସ୍ଥା ରହିଛି । ଏହାସହ ଡକ୍ଟରଙ୍କ ନିର୍ଦ୍ଦେଶ କ୍ରମେ ବରଫ ସ୍ଲାବ ମଧ୍ୟ ରହିଛି । ଯାହା ଗୁରୁତର ଅଂଶୁଘାତ ରୋଗୀମାନଙ୍କୁ ଆଶୁ ଚିକିତ୍ସା ଯୋଗାଇ ପାରିବ ।

ରାଜ୍ୟରେ କିଛି ଦିନ କାଳବୈଶାଖୀ ବର୍ଷା ହେବା ପରେ ପୁଣି ଗ୍ରୀଷ୍ମ ପ୍ରବାହ ଅନୁଭବ ହେବା ଆରମ୍ଭ ହୋଇଛି । ତେଣୁ କଟକ ଏସସିବି ମେଡିକାଲ ପୂର୍ବରୁ ପ୍ରସ୍ତୁତି ଆରମ୍ଭ କରିଦେଇଛି । ମେଡ଼ିସିନ ବିଭାଗୀୟ ମୁଖ୍ୟଙ୍କୁ ଆବଶ୍ୟକ ମୁତାବକ ଡାକ୍ତର, ପାରାମେଡିକ୍‌ ଓ ନର୍ସିଂ ଅଧିକାରୀଙ୍କୁ ନିୟୋଜିତ କରିବା ନେଇ ନିର୍ଦ୍ଦେଶ ଦିଆଯିବ ସହ ଅଂଶୁଘାତ ସମ୍ପର୍କିତ ଔଷଧ ପର୍ଯ୍ୟାପ୍ତ ପରିମାଣର ରଖିବା ପାଇ ଷ୍ଟୋର ମେଡ଼ିସିନ ଅଫିସରଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଏହାସହ ଟ୍ରମା କାଜୁଆଲଟିରେ ୧୦ଟି ବେଡ଼ ବ୍ୟବସ୍ଥା ସହ ବରଫ ସ୍ଲାବର ମଧ୍ୟ ବ୍ୟବସ୍ଥା କରାଯାଇଛି ।

ଏହା ମଧ୍ୟ ପଢ଼ନ୍ତୁ...ସେଣ୍ଟ୍ରାଲ ଆଇସିୟୁ ଭେଣ୍ଟିଲେଟରରେ ଧୂଆଁ, ବଡ଼ ଅଘଟଣରୁ ବର୍ତ୍ତିଗଲା ବଡ଼ ମେଡିକାଲ - Fire Incident In SCB Medical

ଏହା ମଧ୍ୟ ପଢ଼ନ୍ତୁ...ଏସିବିରେ ପୁଣି ଦଲାଲ ସକ୍ରିୟ, ଧରିଲା ସ୍ୱତନ୍ତ୍ର ସ୍କ୍ୱାର୍ଡ - Broker Arrested In SCB

କିଛି ଦିନ ପୂର୍ବରୁ ଏସସିବିର ନନ ଟ୍ରମା କାଜୁଆଲଟିରେ ଏସି କାମ ନକରିବାରୁ ଅନେକ ରୋଗୀ ହସ୍ତସନ୍ତ ହୋଇଥିଲେ । ଅନ୍ୟ ଘରୋଇ ମେଡିକାଲକୁ ସ୍ଥାନାନ୍ତର ହୋଇଥିଲେ । ଏହାକୁ ନଜରରେ ରଖି ଉଭୟ ଟ୍ରମା ଓ ନନ ଟ୍ରମା କାଜୁଆଲଟିରେ ଯେପରି ଇଲେକ୍ଟ୍ରି ତ୍ରୁଟି ନରୁହେ ସେ ଦିଗରେ ଧ୍ୟାନ ଦେବା ପାଇଁ ମେଡିକାଲ କତ୍ତୃପକ୍ଷ ବିଦ୍ୟୁତ୍‌ ବିଭାଗକୁ ଅବଗତ କରାଇଛନ୍ତି । କାରଣ ବର୍ତ୍ତମାନ ସମୟରେ ଖରା ପୁଣି ପ୍ରଚଣ୍ଡ ରୂପ ନେବାରେ ଲାଗିଲାଣି । ତେଣୁ ଉପଯୁକ୍ତ ଚିକିତ୍ସା ଯୋଗାଇବା ପାଇଁ ଏସିବି ସମ୍ପୂର୍ଣ୍ଣ ପ୍ରସ୍ତୁତ ରହିଥିବା କତ୍ତୃପକ୍ଷ ସୂଚନା ଦେଇଛନ୍ତି ।

ଇଟିଭି ଭାରତ, କଟକ

ABOUT THE AUTHOR

...view details