ଓଡିଶା

odisha

By ETV Bharat Odisha Team

Published : Jun 6, 2024, 10:36 PM IST

ETV Bharat / state

ଏଇଠି ପୂଜା ପାଉଛନ୍ତି ସାବିତ୍ରୀ-ସତ୍ୟବାନ, ବର୍ଷ ସାରା ହୁଏ ଆରାଧନା - Sabitri Satyaban Temple

SAVITRI AMAVASYA: ଭଦ୍ରକ ଜିଲ୍ଲା ବନ୍ତ ବ୍ଲକ ଅନ୍ତର୍ଗତ ତୋଟା ସାହିର ସାବିତ୍ରୀ ପୀଠରେ ବହୁ ଆଡ଼ମ୍ବର ସହକାରେ ପାଳନ ହେଲା ସାବିତ୍ରୀ ବ୍ରତ ।ଅଧିକ ପଢନ୍ତୁ

SAVITRI AMAVASYA ୨୦୨୪
SAVITRI AMAVASYA ୨୦୨୪ (ETV Bharat Odisha)

ଭଦ୍ରକ:ଆଜି ହେଉଛି ପବିତ୍ର ସାବିତ୍ରୀ ବ୍ରତ । ସଧବା ନାରୀଙ୍କ ପାଇଁ ଏକ ସ୍ୱତନ୍ତ୍ର ଦିନ । ଉନବିଂଶ ଶତାବ୍ଦୀରୁ ଆଜି ପର୍ଯ୍ୟନ୍ତ ତୋଟା ସାହିର ସାବିତ୍ରୀ ପୀଠରେ ପୁରାତନ ପରମ୍ପରା ଅନୁସାରେ ପାଳିତ ହୋଇଆସୁଛି ସାବିତ୍ରୀ ବ୍ରତ । ସମୟ ଗଡ଼ିବା ସହ ଯୁଗ ମଧ୍ୟ ବଦଳୁଛି ହେଲେ ବଦଳି ନାହିଁ ପରମ୍ପରା । ଯାହାର ଏକ ନିଆରା ଉଦାହରଣ ଦେଖିବାକୁ ମିଳିଛି ଭଦ୍ରକ ଜିଲ୍ଲା ବନ୍ତ ବ୍ଲକ ଅନ୍ତର୍ଗତ ତୋଟା ସାହିର ସାବିତ୍ରୀ ପୀଠରେ । ବର୍ଷ ବର୍ଷ ଧରି ଏଠାରେ ସତ୍ୟବାନ ଏବଂ ସାବିତ୍ରୀଙ୍କ ବିରଳ ମୂର୍ତ୍ତି ପୂଜା ପାଉଛନ୍ତି । ସର୍ବ ପୁରାତନ ଏହି ପୀଠରେ ମା'ଙ୍କୁ ସ୍ଥାପନା କରାଯାଇନାହିଁ । ବରଂ ମା' ଏଠାରେ ସ୍ବଂୟ ଆବିର୍ଭାବ ହୋଇଥିବା ନେଇ କିମ୍ବଦନ୍ତୀ ରହିଛି ।

SAVITRI AMAVASYA ୨୦୨୪ (ETV Bharat Odisha)

ବର୍ଷକ ୧୨ ମାସ ମା' ସାବିତ୍ରୀ ଏଠାରେ ପୂଜା ପାଉଛନ୍ତି । ହେଲେ ସାବିତ୍ରୀ ବ୍ରତ ଦିନ ଏହି ପୀଠ ବେଶ୍ ଚଳଚଞ୍ଚଳ ହୋଇ ଉଠେ । ଏହି ଦିନ ଜିଲ୍ଲା ତଥା ଜିଲ୍ଲା ବାହାରୁ ହଜାର ହଜାର ଶ୍ରଦ୍ଧାଳୁ ମା'ଙ୍କ ଦର୍ଶନ କରିବା ସହିତ ପୂଜାର୍ଚ୍ଚନା କରି ସାନିଧ୍ୟ ଲାଭ କରିବା ପାଇଁ ପହଞ୍ଚିଥାନ୍ତି । ଡାକୁଆ ଠାକୁରାଣୀ ଭାବେ ମା' ବେଶ ପରିଚିତା । ତେଣୁ ସାବିତ୍ରୀ ବ୍ରତ ଦିନ ମା'ଙ୍କ ପୂଜା ଅର୍ଚ୍ଚନା କଲେ ସ୍ବାମୀଙ୍କ ସହ ସପରିବାରର ଦୀର୍ଘ ତଥା ନିରାମୟ ଜୀବନ ଅତିବାହିତ ହୋଇ ପାରିବ ବୋଲି ବିଶ୍ଵାସ ରହିଛି । ତେଣୁ ଏହି ଦିନକୁ ସଧବା ନାରୀମାନେ ବର୍ଷ ସାରା ଅପେକ୍ଷା କରି ରହିଥାନ୍ତି ।

ଏହା ମଧ୍ୟ ପଢନ୍ତୁ .....ସାବିତ୍ରୀ ବ୍ରତ ପାଇଁ ଚଳଚଞ୍ଚଳ ମା' ବିରଜା ପୀଠ - SAVITRI AMAVASYA 2024

ମା'ଙ୍କ ଅତି ପ୍ରିୟ ଭୋଗ ହେଉଛି ମୁଆଁ । ଏଥି ସହ 14 ପ୍ରକାର ଫଳ ପୁଷ୍ପ ଧରି, ମା'ଙ୍କ ସାନିଧ୍ୟ ଲାଭ କରିବା ପାଇଁ ପ୍ରବଳ ଖରାରେ ଭିଡ ସତ୍ତ୍ଵେ ଲମ୍ବା ଲାଇନରେ ରହି ଶ୍ରଦ୍ଧାଳୁ ମାନେ ଶୃଙ୍ଖଳିତ ସହ ମା'ଙ୍କ ଦର୍ଶନ କରିଥିବା ଚଳିତ ବର୍ଷ ଦେଖିବାକୁ ମିଳିଛି । ପ୍ରତି ବର୍ଷ ପରି ଚଳିତ ବର୍ଷ ମଧ୍ୟ ଆଜି ସୋଡ଼ଶ ଉପଚାର ପୂଜା ସହ ମା'ଙ୍କର ପୂଜା ନୀତି ଆରମ୍ଭ ହୋଇଥିଲା । ଏହି ପୂଜାକୁ ସୁରୁଖୁରୁରେ ସମ୍ପନ୍ନ କରିବା ପାଇଁ ମନ୍ଦିର କମିଟି ଏବଂ ପ୍ରଶାସନ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଥିଲା । ଏଥିସହ ବହୁ ଜନସମାଗମ ହୋଇଥିବାରୁ ଅନେକ ଅସ୍ଥାୟୀ ଦୋକାନୀ ମଧ୍ୟ ନିଜର ରୋଜଗାର ପନ୍ଥା ପାଇଥିଲେ ।


ଇଟିଭି ଭାରତ, ଭଦ୍ରକ

ABOUT THE AUTHOR

...view details