ଓଡିଶା

odisha

By ETV Bharat Odisha Team

Published : 5 hours ago

Updated : 2 hours ago

ETV Bharat / state

ଶିକାରୀ ଓ ମାଫିଆ ମୁକ୍ତ ହେବ ସାତକୋଶିଆ ! ମହାବଳଙ୍କୁ ସୁରକ୍ଷା ଦେବ STPF - Satkosia Tiger Reserve

STPF to guard tigers in Satkosia : ମହାବଳ ଆସିବା ପାଇଁ ପ୍ରସ୍ତୁତ ହେଇଛି ସାତକୋଶିଆ । ଅଭୟାରଣ୍ୟକୁ ଶିକାରୀ ଓ ମାଫିଆ ମୁକ୍ତ କରିବେ STPF । ଜାରି ରହିଛି ପ୍ରଶିକ୍ଷଣ । ଅଧିକ ପଢନ୍ତୁ

ଶିକାରୀ ଓ କାଠ ମାଫିଆ ମୁକ୍ତ ହେବ ସାତକୋଶିଆ ! ମହାବଳଙ୍କୁ ସୁରକ୍ଷା ଦେବ STPF
ଶିକାରୀ ଓ କାଠ ମାଫିଆ ମୁକ୍ତ ହେବ ସାତକୋଶିଆ ! ମହାବଳଙ୍କୁ ସୁରକ୍ଷା ଦେବ STPF (ETV Bharat Odisha)

ଅନୁଗୋଳ: ସାତକୋଶିଆ ବ୍ୟାଘ୍ର ପ୍ରକଳ୍ପ ପୁନଃ କାର୍ଯ୍ୟକ୍ଷମ ଦିଗରେ ବନ ବିଭାଗର ଉଦ୍ୟମ ଜାରି ରହିଛି । ପୁଣି ଥରେ ବାଘ ଆସିବା ପୂର୍ବରୁ ଶିକାରୀ ନିପାତ ପାଇଁ ସ୍ପେଶାଲ ଟାଇଗର ପ୍ରୋଟେକ୍ସନ ଫୋର୍ସ (STPF) ମୁତୟନ ହୋଇଛନ୍ତି । ଏହି STPF କ’ଣ । କ’ଣ ଏହି ଫୋର୍ସର କାମ, ଏ ନେଇ ସାତକୋଶିଆ ଉପଖଣ୍ଡ ବନ ଅଧିକାରୀ (DFO) ସହ ସ୍ୱତନ୍ତ୍ର ଆଲୋଚନା କରିଛନ୍ତି ଆମ ଅନୁଗୋଳ ପ୍ରତିନିଧି ।

ସାତକୋଶିଆ ବ୍ୟାଘ୍ର ପ୍ରକଳ୍ପକୁ ସୁରକ୍ଷା ଦେବେ ସାତକୋଶିଆ ସ୍ପେଶାଲ ଟାଇଗର ପ୍ରୋଟେକ୍ସନ ଫୋର୍ସ (STPF) । ଏ ଦିଗରେ କାର୍ଯ୍ୟ କରିଛି ବନ ବିଭାଗ । ଏଥିପାଇଁ 30ଜଣ ସ୍ୱତନ୍ତ୍ର ସୁରକ୍ଷା ବାହିନୀ ନିୟୋଜିତ ହୋଇଛନ୍ତି । ଏନେଇ ସୂଚନା ଦେଇଛନ୍ତି ସାତକୋଶିଆ DFO ସରୋଜ କୁମାର ପଣ୍ଡା । ‘ଇଟିଭି ଭାରତ’କୁ ଏକ ସ୍ୱତନ୍ତ୍ର ସାକ୍ଷାତକାରରେ DFO ପଣ୍ଡା କହିଛନ୍ତି "30ଜଣ କର୍ମଚାରୀଙ୍କୁ ସ୍ୱତନ୍ତ୍ର ଭାବେ ତାଲିମ ଦିଆଯାଇଛି । ଯେଉଁଥିରେ ବନ କର୍ମଚାରୀ , ଅବସରପ୍ରାପ୍ତ ସେନା କର୍ମଚାରୀ ମଧ୍ୟ ଅଛନ୍ତି । ବ୍ୟାଘ୍ର ପ୍ରକଳ୍ପ ସୁରକ୍ଷା ଦିଗରେ ସ୍ୱତନ୍ତ୍ର ଦୃଷ୍ଟି ଦେଇ ରାଜ୍ୟ ପ୍ରଧାନ ମୁଖ୍ୟ ବନ ସଂରକ୍ଷଣ (PCCF)ଙ୍କ ନିର୍ଦ୍ଦେଶ କ୍ରମେ ଏହି ଫୋର୍ସ ଗଠନ କରାଯାଇଛି ।

ଶିକାରୀ ଓ କାଠ ମାଫିଆ ମୁକ୍ତ ହେବ ସାତକୋଶିଆ ! ମହାବଳଙ୍କୁ ସୁରକ୍ଷା ଦେବେ STPF (ETV Bharat Odisha)

ଶିକାରୀ ଓ କାଠ ମାଫିଆଙ୍କୁ ଜଗିବ ଏହି ଫୋର୍ସ:-

ଏବେ ବନ ବିଭାଗର ଅନେକ କର୍ମଚାରୀ ପଦବୀ ଖାଲି ପଡିଥିବାରୁ ଏହି ସୁରକ୍ଷା ବାହିନୀ ତାର ବିକଳ୍ପ ଭାବେ କାର୍ଯ୍ୟ କରିବେ ବୋଲି DFO କହିଛନ୍ତି । ଏମାନେ ଆଣ୍ଟି ପୋଚିଂ ବା ଶିକାର ନିରୋଧ, କାଠ ମାଫିଆଙ୍କ ଦାଉରୁ ଜଙ୍ଗଲ ସୁରକ୍ଷା ଦିଗରେ ଜଙ୍ଗଲ ବିଭାଗ ସହ ରହି କାର୍ଯ୍ୟ କରିବେ । ଆଗାମୀ ଦିନରେ ପ୍ରକଳ୍ପକୁ ବାଘ ଆସିଲେ ଏମାନେ ମଧ୍ୟ ତାର ସୁରକ୍ଷା ଦିଗରେ କାମ କରିବେ ବୋଲି DFO କହିଛନ୍ତି ।

ଶିକାରୀ ଓ କାଠ ମାଫିଆ ମୁକ୍ତ ହେବ ସାତକୋଶିଆ ! ମହାବଳଙ୍କୁ ସୁରକ୍ଷା ଦେବେ STPF (ETV Bharat Odisha)

ଏହା ମଧ୍ୟ ପଢନ୍ତୁ:- ଓଡ଼ିଶାରେ ହାତୀ-ମଣିଷ ଲଢେଇର କାରଣ ଖୋଜିବ ଭଞ୍ଜବିହାର, ୪ ବନ୍ୟଜନ୍ତୁଙ୍କ ଉପରେ ଗବେଷଣା ପରେ ରିପୋର୍ଟ - Human Wildlife Conflict

ଏହା ମଧ୍ୟ ପଢନ୍ତୁ:- କାଲି ଦିଲ୍ଲୀରେ ରୋଡ଼ ସୋ' କରିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ଫୋକସରେ ଓଡିଶାରେ ପୁଞ୍ଜିନିବେଶ - Utkarsh Odisha 2025

ଏହା ମଧ୍ୟ ପଢନ୍ତୁ:- ଭଦ୍ରକରେ ସ୍ବାଭାବିକ ହେଲା ଇଣ୍ଟରନେଟ ସେବା, କାଲି ସ୍ଥିତି ସମୀକ୍ଷା କରିଥିଲେ ପୋଲିସ ଡିଜି - DGP reviews Bhadrak situation

  • ମହାବଳ ଆସିବା ପୂର୍ବରୁ ପ୍ରସ୍ତୁତି ଜୋରଦାର :-

ସାତକୋଶିଆକୁ ବାଘ ଆସିବା ପୂର୍ବରୁ ଶିକାରୀ ନିପାତ ପାଇଁ ଆକ୍ସନ ପ୍ଲାନ । ଜାତୀୟ ବ୍ୟାଘ୍ର ସଂରକ୍ଷଣ ପ୍ରାଧିକରଣ ’ଏନଟିସିଏ’ ଗାଇଡଲାଇନ୍‌ ଅନୁସାରେ ସାତକୋଶିଆରେ ଏହି ‘ସ୍ପେଶାଲ ଟାଇଗର ପ୍ରୋଟେକ୍ସନ ଫୋର୍ସ’ ମୁତୟନ ହୋଇଛନ୍ତି । ସାତକୋଶିଆରେ ପୁଣି ବ୍ୟାଘ୍ର ପ୍ରକଳ୍ପ ଆରମ୍ଭ କରିବାକୁ ଯୋଜନା କରିଛି ବନ ବିଭାଗ । ଏଥର ୫ ବର୍ଷରେ ମହାରାଷ୍ଟ୍ରର ତଡବା ଜଙ୍ଗଲରୁ ୧୬ଟି ବାଘ ପର୍ୟ୍ୟାୟ କ୍ରମେ ଆଣିବାକୁ ଯୋଜନା କରାଯାଇଛି । ପୂର୍ବରୁ ସତକୋଶିଆରେ ବ୍ୟାଘ୍ର ପ୍ରକଳ୍ପ ଫେଲ ମରିଥିଲା । ଶିକାରୀ ଫାଶରେ ପଡି ମହାବଳ ବାଘ ‘ମହାବୀର’ର ମୃତ୍ୟୁ ହୋଇଥିଲା । ମଣିଷ ଶିକାର କରିବାରୁ ବାଘୁଣୀ ସୁନ୍ଦରୀକୁ କିଛି ସମୟ ଏନକ୍ସୋଜରରେ ରଖାଯାଇଥିଲା । ପରେ ତାକୁ ପୁଣି ମଧ୍ୟ ପ୍ରଦେଶ ଫେରାଇ ଦିଆଯାଇଥିଲା । ଏବେ ଦୀର୍ଘ ବର୍ଷ ପରେ ପୁଣି ବନ ବିଭାଗ ବାଘ ପ୍ରକଳ୍ପ ଆରମ୍ଭ କରିବାକୁ ଯାଉଛି ।


ଇଟିଭି ଭାରତ, ଅନୁଗୋଳ

Last Updated : 2 hours ago

ABOUT THE AUTHOR

...view details