ଓଡିଶା

odisha

ରଜଧାନୀରେ ଗର୍ଜିଲେ ସମିତିସଭ୍ୟ, ଦାବି ପୁରଣ ପାଇଁ ସରକାରଙ୍କୁ ଦେଲେ କଡା ଚେତାବନୀ

By ETV Bharat Odisha Team

Published : Mar 15, 2024, 9:11 PM IST

Samiti Sabhya Protest: ୭ ଦଫା ଦାବି ନେଇ ଆନ୍ଦୋଳନକୁ ଓହ୍ଲାଇଛି ଓଡିଶା ରାଜ୍ୟ ସମିତିସଭ୍ୟ ସଂଘ । ନବୀନ ନିବାସ ଘେରାଉ ବେଳେ ପୋଲିସ ଏବଂ ଅନ୍ଦୋଳନକାରୀ ମୁହାଁମୁହିଁ । ଅଧିକ ପଢନ୍ତୁ

ରଜଧାନୀରେ ଗର୍ଜିଲେ ସମିତିସଭ୍ୟ, ଦାବି ପୁରଣ ପାଇଁ ସରକାରଙ୍କୁ ଦେଲେ କଡା ଚେତାବନୀ
ରଜଧାନୀରେ ଗର୍ଜିଲେ ସମିତିସଭ୍ୟ, ଦାବି ପୁରଣ ପାଇଁ ସରକାରଙ୍କୁ ଦେଲେ କଡା ଚେତାବନୀ

ରଜଧାନୀରେ ଗର୍ଜିଲେ ସମିତିସଭ୍ୟ, ଦାବି ପୁରଣ ପାଇଁ ସରକାରଙ୍କୁ ଦେଲେ କଡା ଚେତାବନୀ

ଭୁବନେଶ୍ବର:ଆନ୍ଦୋଳନକୁ ଓହ୍ଲାଇଛନ୍ତି ଓଡିଶା ରାଜ୍ୟ ସମିତିସଭ୍ୟ । ବ୍ୟାରିକେଡ଼ ଭାଙ୍ଗି ଦାବି ପୁରଣ ନେଇ ସରକରଙ୍କୁ ଦେଲେ କଡା ଚେତାବନୀ । ୭ ଦଫା ଦାବି ନେଇ ଆନ୍ଦୋଳନକୁ ଓହ୍ଲାଇଛନ୍ତି ଓଡିଶା ରାଜ୍ୟ ସମିତିସଭ୍ୟ । ସମାନ କାମ ପାଇଁ ସମାନ ଦରମା ଦାବି ନେଇ ଆନ୍ଦୋଳନକୁ ଓହ୍ଲାଇଛନ୍ତି ରାଜ୍ୟର ହଜାର ହଜାର ସମିତିସଭ୍ୟ । ଆଜି (ଶୁକ୍ରବାର) ଦିନ ହାତରେ ପ୍ଲାକାର୍ଡ଼ ଧରି ସରକାରଙ୍କ ବିରୋଧୀ ନାରାବାଜି ସହ ଲୋୟର ପିଏମଜି ଠାରୁ ବିରାଟ ଶୋଭାଯାତ୍ରାରେ ଶହ ଶହ କର୍ମଚାରୀ ନବୀନ ନିବାସ ଘେରାଉ କରିବାକୁ ଯାଇଥିଲେ ।

ନବୀନ ନିବାସ ଘେରାଓ ପାଇଁ ଯାଉଥିବା ବେଳେ ସମିତି ସଭ୍ୟଙ୍କୁ ଶିଶୁ ଭବନଠାରେ ପୋଲିସ ଅଟକାଇଥିଲା । କିନ୍ତୁ ସମିତିସଭ୍ୟ ଜୋର ଜବରଦସ୍ତ ନବୀନ ନିବାସକୁ ପଶିବାକୁ ଉଦ୍ୟମ କରୁଥିବା ବେଳେ ପୋଲିସ ସେମାନଙ୍କୁ ଅଟକାଇଥିଲା । କିନ୍ତୁ ପୋଲିସର ସମସ୍ତ ଉଦ୍ୟମ ବିଫଳ ହୋଇଥିଲା । ସମିତିସଭ୍ୟ ମାନେ ଧସେଇ ହୋଇ ବ୍ୟାରିକେଡ଼ ଭାଙ୍ଗି ନବୀନ ନିବାସକୁ ପଶିବାକୁ ଉଦ୍ୟମ କରିଥିବା ବେଳେ ପୁଣି ଥରେ ପୋଲିସ ତାଙ୍କୁ ଅଟକାଇବାରୁ ପୋଲିସ ଓ ଅନ୍ଦୋଳନ କାରୀଙ୍କ ଭିତରେ ମୁହାଁମୁହିଁ ପରିସ୍ଥିତି ଉପୁଜିଥିଲା । ଏହି ସମୟରେ କିଛି ଆନ୍ଦୋଳନକାରୀ ବ୍ୟାରିକେଡ଼ ଡେଇଁବା ପାଇଁ ଉଦ୍ୟମ କରି ଆହତ ହୋଇଥିଲେ ।

ସେହପିର କିଛି ଆନ୍ଦୋଳନକାରୀ ବ୍ୟାରିକେଡ଼ ଉପରେ ପ୍ଲାକାର୍ଡ ଧରି ଚଢ଼ିରହି ପୋଲିସକୁ ନାକେଦମ କରିଥିଲେ । ପରେ ପୋଲିସ ସେମାନଙ୍କୁ ଅଟକାଇବାକୁ ଯାଇ ଓ ଆଇନ ଶୃଙ୍ଖଳାକୁ ନଜରରେ ରଖି ସେମାନଙ୍କୁ ମନକୁ ଗିରଫ କରିଥିଲା । ଗିରଫ ପରେ ବି ନିଜର ଦାବି ପୁରଣ ଓ ମୁଖ୍ୟମନ୍ତ୍ରୀଙ୍କୁ ଭେଟିବାର ଜିଦକୁ ନେଇ କର୍ମୀମାନେ ରାଜଧାନୀର ରାଜରାସ୍ତାରେ ବେଶ ଗର୍ଜିଥିଲେ । ଆଉ ଦାବି ପୁରଣ ନ ହେବା ଯାଏ ଏହି ଆନ୍ଦୋଳନ ଜାରି ରହିବ ଚେତାବନୀ ଦେଇଥିଲେ । ଖାଲି ସେତିକି ନୁହେଁ ଆଜି ମୁଖ୍ୟମନ୍ତ୍ରୀଙ୍କୁ ଆମକୁ ଭେଟିବାକୁ ଆମକୁ ପୋଲିସ ଭେଟିବାକୁ ଦେଇ ନଥିବା ବେଳେ ଗାଁ ଗାଁରେ ଆମେ ବି ସରକାରଙ୍କୁ ବିରୋଧ କରିବୁ ଓ ଉଚିତ ଜବାବ ଦେବୁ ବୋଲି ଚେତାବନୀ ଦେଇଛି ଓଡିଶା ସମିତିସଭ୍ୟ ସଂଘ ।

ଏହା ମଧ୍ୟ ପଢନ୍ତୁ .....କଳାବ୍ୟାଚ ପିନ୍ଧି ପ୍ରତିବାଦ, ସାମ୍ବାଦିକଙ୍କ ଦାବିକୁ ସରକାରଙ୍କ ଅଣଦେଖା ଅଭିଯୋଗ

ତେବେ ସେମାନଙ୍କ ଦାବି ମଧ୍ୟପେ ରହିଛି ସରପଞ୍ଚ ଓ ସମିତିସଭ୍ୟଙ୍କ ଭତ୍ତା ଟଙ୍କାକୁ ସମାନ କରିବା , ସମିତିସଭ୍ୟ ମାନଙ୍କ ସମ୍ମାନ ଫେରେଇବା, ଜିଲ୍ଲା ପରିଷଦ ଉପାଧ୍ୟକ୍ଷଙ୍କ ଭଳି ପଞ୍ଚାୟତ ସମିତି ଉପାଧ୍ୟକ୍ଷଙ୍କ ଭତ୍ତା ବୃଦ୍ଧି କରିବା, ପଞ୍ଚାୟତ ହେଉ ଅବା ପଞ୍ଚାୟତ ସମିତିର ସମସ୍ତ ଅନୁଦାନ କାଗଜ ପତ୍ରରେ ସମିତିସଭ୍ୟଙ୍କ ସ୍ଵାକ୍ଷର ରହିବା । ଏହାସହ ସମିତିସଭ୍ୟଙ୍କ ପାଣ୍ଠି ବାର୍ଷିକ 20 ଲକ୍ଷ ଅନୁଦାନ ଦେବା , ପ୍ରତି ପଞ୍ଚାୟତରେ ସେମାନଙ୍କ ପାଇଁ ସ୍ୱତନ୍ତ୍ର କାର୍ଯ୍ୟାଳୟ ନିର୍ମାଣ କରିବା ଏବଂ ସେମାଙ୍କ ପାଇଁ ପେନସନ ଲାଗୁ କରିବା ପାଇଁ ଦାବି କରିଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details