ଓଡିଶା

odisha

ETV Bharat / state

କନେଷ୍ଟବଳଙ୍କ ପାପୁଲି ଛିଣ୍ଡାଇ ଦେଇଥିଲା, ଅପରାଧୀକୁ ଏନକାଉଣ୍ଟର କଲା ପୋଲିସ

ସମ୍ବଲପୁର ପୋଲିସର ଏନକାଉଣ୍ଟର । ଅପରାଧୀ କମୁଲ ପ୍ରଧାନକୁ ଏନକାଉଣ୍ଟର । ପୋଲିସର ପାପୁଲି ଛିଣ୍ଡାଇ ଦେଇଥିଲା ।

By ETV Bharat Odisha Team

Published : 4 hours ago

ସମ୍ବଲପୁର ପୋଲିସର ଏନକାଉଣ୍ଟର
ସମ୍ବଲପୁର ପୋଲିସର ଏନକାଉଣ୍ଟର (ETV Bharat Odisha)

ସମ୍ବଲପୁର:ଅପରାଧୀକୁ ଏନକାଉଣ୍ଟର । ପୋଲିସକୁ ଆକ୍ରମଣ କରି ପାପୁଲି ଛିଣ୍ଡାଇ ଦେଇଥିବା ଅପରାଧୀ କମୁଲ ପ୍ରଧାନକୁ ଆଜି ଏନକାଉଣ୍ଟର କରିଛି ସମ୍ବଲପୁର ପୋଲିସ । ଅଭିଯୁକ୍ତ କମଲୁ ପ୍ରଧାନର ଡାହାଣ ଗୋଡ଼ ଆଣ୍ଠୁ ତଳେ ବାଜିଛି ଗୁଳି । ଆହତ ଅବସ୍ଥାରେ ଅଭିଯୁକ୍ତଙ୍କୁ ବୁର୍ଲା ଭୀମସାର କାଜୁଆଲିଟି ୱାର୍ଡରେ ଚିକିତ୍ସା କରାଯାଉଛି l

ଆକ୍ରମଣର ପାଲଟା ଜବାବ ଦେଲା ପୋଲିସ:

ସମ୍ବଲପୁର ପୋଲିସର ଏନକାଉଣ୍ଟର (ETV Bharat Odisha)

ସମ୍ବଲପୁର ଅତିରିକ୍ତ ଏସପି ହରେଶ ଚନ୍ଦ୍ର ପାଣ୍ଡେ କହିଛନ୍ତି, ‘ଆଜି ଅଭିଯୁକ୍ତ କଣ୍ଟାପାଲି ଜଙ୍ଗଲ ନିକଟରେ ଥିବାର ବୁର୍ଲା ପୋଲିସକୁ ପ୍ରାୟ 9ଟା ସମୟରେ ସୂଚନା ମିଳିଥିଲା । ଏହି ସୂଚନା ପାଇ ବୁର୍ଲା ଥାନା ଅଧିକାରୀ ଅନୀଲ ପ୍ରଧାନ ଓ ଏସ ଆଇ ଦେବାଶିଷ ଖିଲାର ଅଭିଯୁକ୍ତଙ୍କୁ ଧରିବାକୁ ଯାଇଥିଲା ବେଳେ ଅଭିଯୁକ୍ତ ଏସଆଇ ଖିଲାରଙ୍କୁ ଏକ ଚାପଡ଼ରେ ଆକ୍ରମଣ କରିଥିଲା । ଏଥିରେ ଏସଆଇଙ୍କ ଡାହାଣ ହାତରେ ଗୁରୁତର ଆଘାତ ଲାଗିଥିଲା l ଏହାକୁ ଦେଖି ଆତ୍ମରକ୍ଷା ପାଇଁ ବୁର୍ଲା ଥାନା ଅଧିକାରୀ ଅନୀଲ ପ୍ରଧାନ 2 ଥର ଚେତାବନୀ ଦେବାରୁ ଅଭିଯୁକ୍ତ ବିରତ ନହେବାରୁ ତା ଉପରକୁ 2 ରାଉଣ୍ଡ ଗୁଳି ମାରିଥିଲେ । ଏଥିରେ ଗୋଟିଏ ଗୁଳି ଅଭିଯୁକ୍ତର ଡାହାଣ ଗୋଡ଼ ଆଣ୍ଠୁ ତଳେ ବାଜିଛି l ତାକୁ ଚିକିତ୍ସା ପାଇଁ ବୁର୍ଲା ଭୀମସାରରେ ଭର୍ତ୍ତି କରାଯାଇଛି । ’

Sambalpur encounter (ETV Bharat Odisha)

ଝଗଡା ସମାଧାନ କରିବାକୁ ଯାଇଥିବା ପୋଲିସକୁ କରିଥିଲା ଆକ୍ରମଣ:

ଗତ ଅକ୍ଟୋବର 4ରେ ବୁର୍ଲା ଥାନା ଅନ୍ତର୍ଗତ ଝରାପାଲି ଗାଁରେ ସ୍ବାମୀ-ସ୍ତ୍ରୀଙ୍କ ମଧ୍ୟରେ ଝଗଡା ହୋଇଥିଲା । ଅପରାଧି କମୁଲ ସ୍ତ୍ରୀକୁ ଆକ୍ରମଣ କରିଥିଲା । ଏହାର ଖବର ପାଇ ସମାଧାନ ପାଇଁ ପହଞ୍ଚିଥିଲେ ପୋଲିସ କନେଷ୍ଟବଳ ସରୋଜ ଭୋଇ । ହେଲେ ସମାଧାନ ବଦଳରେ ସରୋଜଙ୍କ ଉପରେ ପାଲଟା ଆକ୍ରମଣ କରିଥିଲା ଅଭିଯୁକ୍ତ କମୁଲ । ତାଙ୍କ ଅବସ୍ଥା ଗୁରୁତର ହେବାରୁ କନେଷ୍ଟବଳ ସରୋଜଙ୍କୁ ପ୍ରଥମେ ବୁର୍ଲା ପରେ କଟକ ସ୍ଥାନାନ୍ତର କରାଯାଇଥିଲା । ଏହାପରେ ଅଭିଯୁକ୍ତକୁ ଧରିବା ପାଇଁ ତଦନ୍ତ ଚଳାଇଥିଲା ପୋଲିସ ।

Sambalpur encounter (ETV Bharat Odisha)

ଏହା ମଧ୍ୟ ପଢନ୍ତୁ:

କନଷ୍ଟେବଳଙ୍କୁ ହାଣି ପାପୁଲି ଛିଣ୍ଡାଇ ଦେଲା ଦୁର୍ବୃତ୍ତ - Police Attack By Miscreant

ସମ୍ବଲପୁର ମଣ୍ଡଳ କାରାଗାରରେ ଅତର୍କିତ ଚଢାଉ, ମାଦକ ଦ୍ରବ୍ୟ ଜବତ - Raid In Jail

ଆଦିବାସୀ ଯୁବକଙ୍କୁ ଥାନାରେ ଥାର୍ଡ ଡିଗ୍ରୀ, ଜିଲ୍ଲା ମଙ୍ଗଳ ଅଧିକାରୀଙ୍କୁ ଗୁହାରି କଲା ପୀଡିତ ପରିବାର - Tribal Youth Beaten and Abused

ମହଙ୍ଗା ପଡ଼ିଲା ଷ୍ଟଣ୍ଟ, ଜଣକୁ ଗିରଫ କଲା ସମ୍ବଲପୁର ପୋଲିସ - Stunt On Street

ଆଜି ଏନକାଣ୍ଟର:

Sambalpur encounter (ETV Bharat Odisha)

ତେବେ ଅଭିଯୁକ୍ତ କଣ୍ଟାପାଲି ଜଙ୍ଗଲରେ ଥିବା ଖବର ପାଇଥିଲା ପୋଲିସ । ତାକୁ ଧରିବା ପାଇଁ ଯାଇଥିବା ପୋଲିସକୁ ସେ ଚାପଡରେ ଆକ୍ରମଣ କରିଥିଲା । ଯାହାର ପାଲଟା ଜବାବ ଦେବାକୁ ଯାଇ ପୋଲିସ ଅଭିଯୁକ୍ତ କମୁଲକୁ ଏନକାଉଣ୍ଟର କରିଛି ।

ଇଟିଭି ଭାରତ, ସମ୍ବଲପୁର

ABOUT THE AUTHOR

...view details