ଓଡିଶା

odisha

ETV Bharat / state

ପିଲାଙ୍କୁ ଗାଡ଼ି ଦେଉଛନ୍ତି କି ? ସାବଧାନ ବାପା-ମା’, ଲାଇସେନ୍ସ ରଦ୍ଦ କରିବ ପ୍ରଶାସନ - Parents driving license cancel - PARENTS DRIVING LICENSE CANCEL

Sambalpur Administrative Warns Parents: ବଢୁଛି ସଡ଼କ ଦୁର୍ଘଟଣା । ଆକ୍ସନ ମୋଡରେ ସମ୍ବଲପୁର ଜିଲ୍ଲା ପ୍ରଶାସନ । ଏଣିକି ଛୋଟ ପିଲାଙ୍କୁ ଗାଡି ଦେଲେ ରଦ୍ଦ ହେବ ବାପା-ମାଆଙ୍କ ଡ୍ରାଇଭିଂ ଲାଇସେନ୍ସ । ଅଧିକ ପଢନ୍ତୁ

ROAD ACCIDENT DEATH CASES INCREASE
ROAD ACCIDENT DEATH CASES INCREASE (ETV Bharat Odisha)

By ETV Bharat Odisha Team

Published : Aug 4, 2024, 6:45 PM IST

ସମ୍ବଲପୁର: ଜିଲ୍ଲାରେ ସଡ଼କ ଦୁର୍ଘଟଣା ଏକ ବଡ଼ ସମସ୍ୟା ଭାବେ ଠିଆ ହୋଇଛି । ପ୍ରତ୍ୟେକ ବର୍ଷ ସଡ଼କ ଦୁର୍ଘଟଣା ଜନିତ ମୃତ୍ୟୁ ସଂଖ୍ୟା ରୋକିବା ପାଇଁ ଅନେକ ବୈଠକ, ଆଲୋଚନା, ପର୍ଯ୍ୟାଲୋଚନା, ସଚେତନତା କାର୍ଯ୍ୟକ୍ରମ କରାଗଲେ ମଧ୍ୟ ଦୁର୍ଘଟଣା ଓ ଦୁର୍ଘଟଣା ଜନିତ ମୃତ୍ୟୁ ହ୍ରାସ ପାଉନାହିଁ । ସମ୍ବଲପୁର ଜିଲ୍ଲାରେ ଗତବର୍ଷ ତୁଳନାରେ ଚଳିତ ବର୍ଷର ପ୍ରଥମ 6 ମାସରେ ପ୍ରାୟ 35% ଅଧିକ ସଡ଼କ ଦୁର୍ଘଟଣା ହୋଇଥିବା ଜଣାପଡିଛି । ଗତବର୍ଷ ମାନେ 2023 ମସିହାରେ ଜାନୁଆରୀ ମାସରୁ ଜୁନ ମାସରେ 207ଟି ସଡ଼କ ଦୁର୍ଘଟଣାରେ 112 ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ଚଳିତବର୍ଷ ଏହି ସମୟ ମଧ୍ୟରେ 281 ଦୁର୍ଘଟଣାରେ 140 ଜଣ ମୃତ୍ୟୁବରଣ କରିଥିବା ତଥ୍ୟରୁ ଜଣାପଡିଛି । ଏହା ଜିଲ୍ଲା ପ୍ରଶାସନର ଚିନ୍ତାର କାରଣ ହୋଇଛି ।

ROAD ACCIDENT DEATH CASES INCREASE (ETV Bharat Odisha)

ସମ୍ବଲପୁରରେ ବଢୁଛି ସଡ଼କ ଦୁର୍ଘଟଣା:

ଏଥିପାଇଁ ଜିଲ୍ଲା ସଡ଼କ ସୁରକ୍ଷା କମିଟିର ସମୀକ୍ଷା ବୈଠକରେ ଉଦ୍‌ବେଗ ପ୍ରକାଶ ପାଇଛି । ଜିଲ୍ଲାପାଳ ଅକ୍ଷୟ ସୁନୀଲ ଅଗ୍ରୱାଲ ଏନ୍‌ଫୋର୍ସମେଣ୍ଟ ଦଳକୁ ସୁଦୃଢ଼ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଦୁର୍ଘଟଣା ପ୍ରବଣ ଅଞ୍ଚଳରେ ସୂଚନାଫଳକ ଲଗାଇବାକୁ ନିର୍ଦ୍ଦେଶ ଦିଆଯାଇଛି । RTO ବିଭାଗ ଓ ପୋଲିସ ପକ୍ଷରୁ ମିଳିତ ଭାବେ ଅଚାନକ ଚଢ଼ଉ ଓ ଗାଡ଼ି ଯାଞ୍ଚ କଡାକଡ଼ି ନିର୍ଦେଶ ରହିଛି । ଟ୍ରାଫିକ ନିୟମ ଉଲ୍ଲଙ୍ଘନକାରୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ପୂର୍ବରୁ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ ରହିଛି ।

ସଡ଼କ ଦୁର୍ଘଟଣା ବଢିବାର କାରଣ ଓ କଣ ପ୍ରୟାସ କରୁଛି ପ୍ରଶାସନ ?

ମଦ୍ୟପାନ କରି ଗାଡ଼ିଚାଳନା, ଦ୍ରୁତ ଗତିରେ ଗାଡ଼ିଚାଳନା, ବିନା ସିଟ୍ ବେଲ୍ଟରେ ଗାଡ଼ିଚାଳନା । ଏହାସହ ରାଜ୍ୟ ଓ ଜାତୀୟ ରାଜପଥରେ ଥିବା ଗାତଗୁଡିକର ମରାମତି, ସଡ଼କ ସମସ୍ୟାର ସମାଧାନ ପାଇଁ ନାଗରିକ ସମାଜକୁ ଅନ୍ତର୍ଭୁକ୍ତ କରିବା, ନକ୍ସାପାଲିରୁ ସିନ୍ଦୁରପଙ୍କ, ପଡ଼ିଆବାହାଲରୁ ଗୋଶାଳା, ରେମେଡରୁ ଅଇଁଠାପାଲି ଆଦି ବିଭିନ୍ନ ରାସ୍ତା ସମସ୍ୟାର ସମାଧାନ, ସର୍ଭିସ ରୋଡ୍‌ରେ ପାର୍କିଂ ସମସ୍ୟା, ଷ୍ଟ୍ରିଟ ଲାଇଟ୍ ସମସ୍ୟା ଓ ଟ୍ରାଫିକ ଲାଇଟ୍ ଅବ୍ୟବସ୍ଥା, ରାସ୍ତାରେ ଗାଈଗୋରୁ ଶୋଇବା ସମସ୍ୟାର ସମାଧାନ ପାଇଁ ଜିଲ୍ଲା ପ୍ରଶାସନ ପ୍ରୟାସ ଆରମ୍ଭ କରିଛି ।
ଏହା ମଧ୍ୟ ପଢନ୍ତୁ ....ବର୍ଷାଦିନେ ବଢିପାରେ ସଡକ ଦୁର୍ଘଟଣା, ଏଡାଇବାକୁ ଦିଅନ୍ତୁ ଏସବୁ ଦିଗ ପ୍ରତି ଧ୍ୟାନ - Road accident in rainy day

କେତେ ଆଦାୟ ହୋଇଛି ଜରିମାନା:

ଗତ ଜାନୁଆରୀରୁ ଜୁନ ମାସ ମଧ୍ୟରେ ମଦପିଇ ଗାଡ଼ିଚାଳନା ପାଇଁ 226 ଜଣଙ୍କ ଠାରୁ ଜୋରିମାନା ଆଦାୟ କରାଯାଇଥିବା ବେଳେ ଦ୍ରୁତ ଗତିରେ ଗାଡ଼ିଚାଳନା ପାଇଁ 2578 ଜଣ, ବିନା ସିଟବେଲ୍ଟ ରେ ଗାଡ଼ିଚାଳନା ପାଇଁ 142ଜଣ, ହେଲମେଟ୍ ନପିନ୍ଧିବା ପାଇଁ 4063 ଜଣ , ଗାଡ଼ିଚାଳନା ସମୟରେ ମୋବାଇଲ ଫୋନ ବ୍ୟବହାର ପାଇଁ 138ଜଣ ଏବଂ ଓଭରଲୋଡିଂ ପାଇଁ 80ଟି ଗାଡ଼ି ଠାରୁ ଜରିମାନା ଆଦାୟ କରାଯାଇଛି ବୋଲି ସୂଚନା ମିଳିଛି । ଏହାସହ 437 ଜଣଙ୍କ ଡ୍ରାଇଭିଂ ଲାଇସେନ୍ସ ରଦ୍ଦ କରାଯାଇଥିବା ଆଞ୍ଚଳିକ ପରିବହନ ବିଭାଗ ସୂତ୍ରରୁ ପ୍ରକାଶ ପାଇଛି ।

'ବାପା-ମାଆଙ୍କ ରଦ୍ଦ ହେବ ଲାଇସେନ୍ସ':

ଏନେଇ ସମ୍ବଲପୁର ଅତିରିକ୍ତ ଜିଲ୍ଲାପାଳ ଅଜାମ୍ବର ମହାନ୍ତି କହିଛନ୍ତି," ଅମାନିଆ ଗାଡି ଚାଳକ ମାନଙ୍କ ବିରୁଦ୍ଧରେ ଦୃଷ୍ଟାନ୍ତମୂଳକ ଭାବେ ଫାଇନ୍ ପକାଯିବ ଓ ଯେଉଁ ବାପା-ମାଆମାନେ ଛୋଟ ପିଲାଙ୍କୁ ଗାଡି ଦେଇକି ଛାଡ଼ୁଛନ୍ତି । ସେମାନଙ୍କ ଲାଇସେନ୍ସ ରଦ୍ଦ ହେବ l"


ଇଟିଭି ଭାରତ, ସମ୍ବଲପୁର

ABOUT THE AUTHOR

...view details