ଓଡିଶା

odisha

ETV Bharat / state

ଦେବ୍ରିଗଡ଼ ଅଭୟାରଣ୍ୟ-ଭୀମମଣ୍ଡଳୀରେ ସଫାରୀ ମଜା, କଣ ଦେଖିବେ କେମିତି ଯିବେ ? - BHIMAMANDALI TOURIST PLACE

ସମ୍ବଲପୁର ଦେବ୍ରିଗଡ଼ ଅଭୟାରଣ୍ୟରୁ ଭୀମମଣ୍ଡଳୀଙ୍କୁ ସଫାରୀ ଆରମ୍ଭ ହୋଇଛି । ଯଦି ଆସୁଛନ୍ତି ଭୀମମଣ୍ଡଳୀ । କେମିତି ଯିବେ କଣ ଦେଖିବେ । ଜାଣନ୍ତୁ

ସଫାରୀ
ସଫାରୀ (ETV Bharat Odisha)

By ETV Bharat Odisha Team

Published : Feb 26, 2025, 7:51 PM IST

ସମ୍ବଲପୁର:ସମ୍ବଲପୁର ଦେବ୍ରିଗଡ଼ ଅଭୟାରଣ୍ୟରୁ ରେଢ଼ାଖୋଲର ଭୀମମଣ୍ଡଳୀକୁ ଚାଲିଲା ସଫାରୀ l ଗତକାଲି(ମଙ୍ଗଳବାର)ଠୁ ଏହି ସଫାରୀ ସର୍କିଟ ସେବା ଆରମ୍ଭ ହୋଇଛି l ରେଢ଼ାଖୋଲର ଭୀମମଣ୍ଡଳୀକୁ ରାଜ୍ୟ ସରକାର ପର୍ଯ୍ୟଟନ ସ୍ଥଳୀର ମାନ୍ୟତା ଦେବା ପରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏହି ସ୍ଥାନକୁ ପରିଦର୍ଶନ କରିଛନ୍ତି । ଏଥି ସହ ସଫାରୀ ସେବା ଆରମ୍ଭ ହୋଇଥିବା ହୀରାକୁଦ ବନ୍ୟପ୍ରାଣୀ ଡ଼ିଏଫଓ ଅଂଶୁପ୍ରଜ୍ଞା ଦାସ ଏହି ସୂଚନା ଦେଇଛନ୍ତି l କେମିତି ଯିବେ କଣ ଦେଖିବେ ଜାଣନ୍ତୁ ।

ଭୀମମଣ୍ଡଳୀରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ (ETV Bharat Odisha)

ଭୀମମଣ୍ଡଳୀ ସମ୍ପର୍କରେ...

ଏହି ସ୍ଥାନରେ ପ୍ରାୟ 600ଟି ପ୍ରାକୃତିକ ଗୁମ୍ଫା ଥିବା ବେଳେ ଏଠାରେ ଥିବା ଗୁମ୍ଫା ଗୁଡିକରେ ପ୍ରାୟ 30 ହଜାର ବର୍ଷ ପୁରୁଣା ମାନବ ସଭ୍ୟତାର ଶିଳାଲିପି ଓ ଶୈଳଚିତ୍ର ରହିଛି l ରକ୍ଷଣା ବେକ୍ଷଣର ଅଭାବ ଯୋଗୁଁ ଏଗୁଡିକ ସବୁ ନଷ୍ଟ ହେବାରେ ଲାଗିଛି l ତେଣୁ ଏହାକୁ ଏକ ପର୍ଯ୍ୟଟନ ସ୍ଥଳୀର ମାନ୍ୟତା ଦେବା ସହ ଏହାର ରକ୍ଷଣା ବେକ୍ଷଣ ପାଇଁ ଦାବି ହୋଇ ଆସୁଥିଲା l ବର୍ତ୍ତମାନ ଏହି ସ୍ଥାନଟି ପର୍ଯ୍ୟଟନ ସ୍ଥଳୀର ମାନ୍ୟତା ପାଇବା ପରେ ଏହାର ପ୍ରଚାର ପ୍ରସାର ହେବା ସହ ରାଜ୍ୟ ତଥା ରାଜ୍ୟ ବାହାରର ପର୍ଯ୍ୟଟକ ଏହି ସ୍ଥାନକୁ ଆସିବେ ବୋଲି ସ୍ଥାନୀୟ ଲୋକ ଆଶା ରଖିଛନ୍ତି l ଏହା ଦ୍ୱାରା ଏହି ସ୍ଥଳୀର ପ୍ରାଚୀନ ଶିଳାଲିପି ଓ ଶୈଳଚିତ୍ର ସଂରକ୍ଷଣ ମଧ୍ୟ ହୋଇପାରିବ । ଏହା ସହ ସ୍ଥାନୀୟ ଲୋକେ ପ୍ରତ୍ୟେକ୍ଷ ବା ପରୋକ୍ଷରେ ଲାଭବାନ ହୋଇ ପାରିବେ l

ସଫାରୀ (ETV Bharat Odisha)

ଭୀମମଣ୍ଡଳୀକୁ କେମିତି ଯିବେ ?

  • ସମ୍ବଲପୁରରୁ କଟକ 55 ନମ୍ବର ଜାତୀୟ ରାଜପଥରେ ଯିବା ବେଳେ ପ୍ରାୟ 1 ଘଣ୍ଟା 15ର ଯାତ୍ରା କଲା ପରେ 67 କିମି ଅତିକ୍ରମ କରି ଆସିଥାଏ ରେଢ଼ାଖୋଲ ସହର l
  • ରେଢ଼ାଖୋଲ ସହର ଟିକିଏ ଆଗକୁ ବାମ ପଟ ରାସ୍ତା ଯାହା ନାକଟିଦେଉଳ ଆଡକୁ ଯାଇଥିବା ରାସ୍ତା ଯାହାକୁ ରାଞ୍ଚି ରୋଡ଼ ବୋଲି କୁହାଯାଏ
  • ସେହି ରାସ୍ତାରେ 20 କିମି ଅତିକ୍ରମ କଲେ ଆସିଥାଏ ଶିମିଳିପାଳ ଗାଁ l
  • ସେହି ଶିମିଳିପାଳ ଗାଁରୁ ଡାହାଣ ପଟକୁ ଯାଇଥିବା ଅଣ ଓସାରିଆ ରାସ୍ତାରେ ପ୍ରାୟ ସାଢେ 7 କିମି ଗଲା ପରେ ଆସିଥାଏ ଘୋଷରାମାଲ ଗାଁ l
  • ଘୋଷରାମାଲ ଗ୍ରାମ ପଞ୍ଚାୟତ ଅଫିସରୁ ପ୍ରାୟ 5 କିମି ଅଣ ଓସାରିଆ ଜଙ୍ଗଲି ରାସ୍ତା ଅତିକ୍ରମ କଲା ପରେ ଲାଣ୍ଡିମାଲ ସଂରକ୍ଷିତ ଜଙ୍ଗଲ ଭିତରେ ରହିଛି ଭୀମମଣ୍ଡଳୀ l
  • ଏହି ପାହାଡିଆ ଅଞ୍ଚଳକୁ ଚମ୍ପାଲି ନଦୀ ଘେରିକି ରହିଛି l
ସଫାରୀ (ETV Bharat Odisha)

ସଫାରୀରେ କଣ ଦେଖିବେ ?

  1. ସମ୍ବଲପୁର ଚିଡିଆଖାନା
  2. ସମଲେଶ୍ବରୀ ମନ୍ଦିର
  3. ସମ୍ବଲପୁର ହ୍ୟାଣ୍ଡଲୁମ ମାର୍କେଟ
ସଫାରୀ (ETV Bharat Odisha)

ସଫାରୀ ପାଇଁ କେତେ ଖର୍ଚ୍ଚ କରିବାକୁ ପଡିବ ?

  1. ଦେବ୍ରିଗଡ଼ ଅଭୟାରଣ୍ୟରୁ ଭୀମମଣ୍ଡଳୀକୁ ସଫାରୀରେ ଯିବାକୁ ଚାହୁଁଥିଲେ ଆପଣଙ୍କୁ 6000 ଟଙ୍କା ଖର୍ଚ୍ଚ କରିବାକୁ ପଡିବ ।
  2. 10 ସିଟର ସଫାରୀ ଗାଡି ବୁକ କରିବାକୁ କରିବ ।
  3. ଏଥିରେ ଆପଣଙ୍କୁ ଭୋଜନ, ସ୍ନାକ୍ସ ମଧ୍ୟ ମିଳିବ
  4. ଦେବ୍ରିଗଡରୁ ଭୀମମଣ୍ଡଳକୁ 2 ଘଣ୍ଟାର ରାସ୍ତା
  5. ପରେ 1 କିଲୋମିଟର ଚାଲିବାକୁ ପଡିବ
  6. ସଫାରୀରେ ଜଣେ ଯାଆନ୍ତୁ କି 10 ଜଣ ପୂରା ଟିକେଟ ରହିଛି 6000 ଟଙ୍କା
  7. ସମ୍ବଲପୁର ଚିଡିଆଖାନା, ସମ୍ବଲପୁର ମନ୍ଦିର, ସମ୍ବଲପୁରୀ ହ୍ୟାଣ୍ଡଲୁମ ମାର୍କେଟ ଏହି ସଫାରୀରେ ଆପଣ ଦେଖି ପାରିବେ
ଭୀମମଣ୍ଡଳୀରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ (ETV Bharat Odisha)

ଭୀମମଣ୍ଡଳୀ ବୁଲିଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ:

ଗତକାଲି(ମଙ୍ଗଳବାର) କେନ୍ଦ୍ରଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ରେଢ଼ାଖୋଲ ଉପଖଣ୍ଡ ନାକଟିଦେଉଳ ବ୍ଲକ ଘୋଷରାମାଲ ପଞ୍ଚାୟତର ଐତିହାସିକ ସ୍ଥଳୀ ଭୀମମଣ୍ଡଳୀ ପରିଦର୍ଶନ କରିଛନ୍ତି l ସମ୍ବଲପୁର ଜିଲ୍ଲାପାଳଙ୍କ ସହ ଜିଲ୍ଲା ପ୍ରଶାସନର ବରିଷ୍ଠ ଅଧିକାରୀ ମାନଙ୍କ ସହ କେନ୍ଦ୍ରମନ୍ତ୍ରୀ 30 ହଜାର ବର୍ଷ ପୁରୁଣା ଶିଳାଲେଖ ଓ ଶୈଳଚିତ୍ର ଥିବା ଭୀମମଣ୍ଡଳୀର ଐତିହାସିକ ସ୍ଥଳ ପରିଦର୍ଶନ କରିଥିଲେ l

ନିକଟରେ ଭୀମମଣ୍ଡଳୀକୁ ମିଳିଛି ମାନ୍ୟତା:

ଏହି ସ୍ଥାନକୁ ପର୍ଯ୍ୟଟନ ସ୍ଥଳୀର ମାନ୍ୟତା ଦେବା ପାଇଁ ସ୍ଥାନୀୟ ଲୋକ ଦୀର୍ଘ ବର୍ଷରୁ ଦାବି କରି ଆସୁଥିବା ବେଳେ ଗତ କିଛି ଦିନ ତଳେ ରାଜ୍ୟ ସରକାର ସମ୍ବଲପୁର ଜିଲ୍ଲାର ଭୀମମଣ୍ଡଳୀ ଓ ଜୁଯୁମୁରାର ଦେବଝରଣକୁ ପର୍ଯ୍ୟଟନ ସ୍ଥଳୀର ମାନ୍ୟତା ଦେଇଛନ୍ତି l ଏହାକୁ ନେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବହୁ ପୂର୍ବରୁ ଏହି ସ୍ଥଳୀକୁ ପର୍ଯ୍ୟଟନ ମାନଚିତ୍ରରେ ସ୍ଥାନ ଦେବାକୁ ଚେଷ୍ଟା କରି ଆସୁଥିଲେ l ତେବେ ରାଜ୍ୟ ସରକାର ଏହି ସ୍ଥାନକୁ ପର୍ଯ୍ୟଟନ କ୍ଷେତ୍ରର ମାନ୍ୟତା ଦେବା ପରେ ଗତକାଲି(ମଙ୍ଗଳବାର) କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ପଞ୍ଚାୟତିରାଜ ମନ୍ତ୍ରୀ ରବି ନାରାୟଣ ନାୟକ ପ୍ରମୁଖ ଭୀମ ମଣ୍ଡଳୀ ପରିଦର୍ଶନ କରିଥିଲେ l

ସଫାରୀ (ETV Bharat Odisha)


ଆଗାମୀ ଦିନରେ ବିଶ୍ବସ୍ତରୀୟ ପରିଚୟ ତିଆରି ହେବ: ଧର୍ମେନ୍ଦ୍ର ପ୍ରଧାନ

ଏନେଇ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି, ‘ଭୀମମଣ୍ଡଳୀ ନଦୀ କୂଳରେ ବହୁ ପ୍ରାଚୀନ ପାହାଡ଼ ଓ ଗୁମ୍ଫା ସବୁ ରହିଛି l ଏହାର ପ୍ରତ୍ନତାତ୍ୱିକ ବୟସ ପ୍ରସ୍ତର ଯୁଗର ଅଟେ ବୋଲି ଜଣାପଡୁଛି l ଏଠାରେ ପାହାଡ଼ ଗୁମ୍ଫାରେ ଚିତ୍ରକଳା, ସାଂକେତିକ ଭାଷା, ହାତ ହତିଆର ସବୁ ରହିଛି l ପ୍ରତ୍ନତ୍ଵବିତଙ୍କ କାର୍ବନ ଡେ଼ଟିଙ୍ଗ ହିସାବରେ ଏହି ସ୍ଥାନଟି 30 ହଜାର ବର୍ଷ ପୁରୁଣା ଅଟେ l ଏହା ଅତି ଗୌରବର କଥା ଯେ ଆମ ସଭ୍ୟତା ଏତେ ପ୍ରାଚୀନ l ବର୍ତ୍ତମାନ ଏହି ସ୍ଥାନକୁ ରାଜ୍ୟ ସରକାର ପର୍ଯ୍ୟଟନ ସ୍ଥଳୀର ମାନ୍ୟତା ଦେଇଛନ୍ତି ସେଥିପାଇଁ ମୁଁ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜ୍ଞାପନ କରୁଛି l ଆଗାମୀ ଦିନରେ ଏହି ସ୍ଥାନର ବିଶ୍ୱସ୍ତରୀୟ ପରିଚୟ ତିଆରି ହେବ l ଏଥିପାଇଁ ଆମକୁ ଏହାର ପ୍ରସିଦ୍ଧି କରିବାକୁ ହେବ l ଏଥିପାଇଁ ଆଗାମୀ ଦିନରେ ଜିଏମ ବିଶ୍ୱବିଦ୍ୟାଳୟ ଆନୁକୂଲ୍ୟରେ ଏକ ଉଚ୍ଚସ୍ତରୀୟ ଅନ୍ତର୍ଜାତୀୟ କର୍ମଶାଳାର ଆୟୋଜନ କରାଯିବ l ଏହା ସହ ଆଗାମୀ ଦିନରେ ଦେବ୍ରିଗଡ଼ ଅଭୟାରଣ୍ୟ ସହ ଭୀମମଣ୍ଡଳୀ ତଥା ଆଖ ପାଖର ପର୍ଯ୍ୟଟନ ସ୍ଥଳ ଗୁଡିକୁ ଯୋଡ଼ା ଯିବ l

ଭୀମମଣ୍ଡଳୀରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ (ETV Bharat Odisha)

ଭୀମମଣ୍ଡଳୀରେ ରହିଛି 600 ପ୍ରାକୃତିକ ଗୁମ୍ଫା:

ସମ୍ବଲପୁର ଇତିହାସକାର ଦୀପକ ପଣ୍ଡାକହିଛନ୍ତି, ‘ଭୀମ ମଣ୍ଡଳୀରେ ଯେଉଁ ଶିଳଚିତ୍ର ବା ଗୁମ୍ଫା ରହିଛି ଏହା ପୃଥିବୀରେ ଅନନ୍ୟ, କିନ୍ତୁ ଏହା ଲୁଚିକି ରହିଥିଲା l ଏହା ଜଙ୍ଗଲ ଭିତରେ ଲୁଚିକି ରହିଥିଲା l କିଛି ସ୍ଥାନୀୟ ଲୋକ ଓ କିଛି ଐତିହାସିକ ହିଁ ଏହା ବିଷୟରେ ଜାଣିଥିଲେ l ଆମେ ଏଠାକୁ ଆସିଲୁ ଆଉ ଯେତେବେଳେ ଅନୁସନ୍ଧାନ କଲୁ ଆମେ ପାଇଲୁ ଯେ ଏଠାରେ 600ଟି ରକ ସେଲଟର ବା ପ୍ରାକୃତିକ ଗୁମ୍ଫା ରହିଛି l ଏହା ସାମାନ୍ୟ କଥା ନୁହେଁ l ସାରା ପୃଥିବୀରେ ଗୋଟିଏ ସ୍ଥାନରେ ଏତେ ସଂଖ୍ୟକ Rock shelter ଦେଖିବାକୁ ମିଳେନାହିଁ l ଏଥିରୁ ଆମେ ମାତ୍ର 100ଟି Rock shelter ପାଖକୁ ପହଞ୍ଚି ପାରିଛୁ l ସେହି 100 ଟିରୁ 42ଟିରେ ଶୈଳଚିତ୍ର ରହିଛି l

ଏହା ମଧ୍ୟ ପଢନ୍ତୁ:

ଘଞ୍ଚ ଜଙ୍ଗଲରେ ଲୁଚି ରହିଛି ଭୀମ ମଣ୍ଡଳୀ, 20 ହଜାର ବର୍ଷ ପୁରୁଣା ରହସ୍ୟମୟ ସ୍ଥାନ

Debrigarh Wildlife Sanctuary: ପର୍ଯ୍ୟଟକଙ୍କୁ ହାତ ଠାରି ଡାକୁଛି ଦେବ୍ରିଗଡ

Debrigarh Wildlife Sanctuary: ମନମୋହୁଛି ଦେବ୍ରିଗଡ ସୌନ୍ଦର୍ଯ୍ୟ, ଛୁଟୁଛି ପର୍ଯ୍ୟଟକଙ୍କ ସୁଅ

ରେଢାଖୋଲର ପ୍ରତ୍ୟେକ ଗାଁ ଏକ ଐତିହ୍ୟ ଗାଁ:
ଏନେଇ ଜିଏମ ବିଶ୍ୱ ବିଦ୍ୟାଳୟର ଇତିହାସ ବିଭାଗର ମୁଖ୍ୟ ପ୍ରଫେସର ଅତୁଲ ପ୍ରଧାନ କହିଛନ୍ତି,‘ଏହା ବିଶ୍ୱର ଅନ୍ୟତମ ଶୈଳଚିତ୍ର ଅଟେ ତେବେ ଏହାକୁ ସନ୍ଧାନ କରାଯାଇ ପାରୁନଥିଲା l ଆମେ ରେଢ଼ାଖୋଲ ଅଞ୍ଚଳରେ 2022 ମସିହାରୁ ସର୍ବେକ୍ଷଣ କରି ଆସୁଛୁ l ରେଢ଼ାଖୋଲ ଅଞ୍ଚଳର ପ୍ରତ୍ୟେକ ଗାଁ ଐତିହ ଗାଁ କାରଣ ପ୍ରତ୍ୟେକ ଗାଁରେ ଆମକୁ ଶୈଳଚିତ୍ର, ପ୍ରାକ ଐତିହାସିକ ଯୁଗର ହାତ ହତିଆର ଆମକୁ ମିଳିଛି l ଆଉ ଭୀମ ମଣ୍ଡଳୀରେ ଯାହା ଆମେ ଦେଖୁଛେ ତାହା କେବଳ 10% ଅଟେ l ଆଉ 90% ଅବହେଳିତ ହୋଇ ପଡିଛି l 2022ରେ ଆମେ ଜିଏମ ବିଶ୍ୱ ବିଦ୍ୟାଳୟ ପକ୍ଷରୁ ଏକ ଶୈଳଚିତ୍ର ସେମିନାର କରିଥିଲୁ ଯେଉଁଥିରେ ଦେଶ ବିଦେଶର ବିଦ୍ୱାନ ମାନେ ଆସିଥିଲେ ତାଙ୍କୁ ଆମେ ଏହି ଅଞ୍ଚଳ ପରିଦର୍ଶନ କରେଇଥିଲୁ l ତେଣୁ ଆମରର ମୁଖ୍ୟ ପ୍ରୟାସ ହେବା ଦରକାର ଯେ ରେଢ଼ାଖୋଲର ଗୁମ୍ଫା ସବୁ କେବଳ ଭାରତରେ ନୁହେଁ ବିଦେଶରେ ମଧ୍ୟ ପ୍ରତିପାଦିତ ହେବା ଦରକାର l



ଇଟିଭି ଭାରତ, ସମ୍ବଲପୁର

ABOUT THE AUTHOR

...view details