ସମ୍ବଲପୁର: ଦୀର୍ଘ ୨୪ ବର୍ଷର ଶାସନ ପରେ ମଧ୍ୟ ରାଜ୍ୟବାସୀଙ୍କୁ ସର୍ବନିମ୍ନ ମୌଳିକ ସୁବିଧା ଯୋଗାଇବାରେ ରାଜ୍ୟ ସରକାର ବିଫଳ ହୋଇଛନ୍ତି । ଶିକ୍ଷା, ସ୍ବାସ୍ଥ୍ୟ ଗମନାଗମନ ଭଳି ସର୍ବନିମ୍ନ ଜରୁରୀ ସେବା କ୍ଷେତ୍ରରେ ମଧ୍ୟ ରାଜ୍ୟ ସରକାର ବିଫଳ । ଦୀର୍ଘ ୨୪ ବର୍ଷର ଶାସନର ଶେଷ ପର୍ଯ୍ୟାୟରେ ରାଜ୍ୟ ସରକାରଙ୍କୁ ରୂପାନ୍ତୀକରଣ ଭୂତ ଲାଗିଛି । କେବଳ କୋଠା ତିଆରି କରି ସବୁଜ ରଙ୍ଗ ଲଗେଇ ରଙ୍ଗ ବେରଙ୍ଗୀ ଚିତ୍ର ଆଙ୍କି ସେବା ଶୂନ୍ୟ ବ୍ୟବସ୍ଥାକୁ ଆଧାର କରି ସରକାର ରୂପାନ୍ତୀକରଣର ନୂତନ ପରିଭାଷା ଲେଖିଛନ୍ତି । ଏଭଳି ଅଭିଯୋଗ ଆଣିଛି ସମ୍ବଲପୁର ଜିଲ୍ଲା ବିଜେପି l
ସ୍ବାଧୀନତାର ୭୫ ବର୍ଷ ପରେ ଓ ରାଜ୍ୟରେ ୨୪ ବର୍ଷ ନିରଙ୍କୁଶ ବିଜେଡି ଶାସନ କଲା ପରେ ମଧ୍ୟ ସମସ୍ୟା ଘେରରେ ଛନ୍ଦି ହୋଇଛି ସମ୍ବଲପୁର ମୁଖ୍ୟ ଚିକିତ୍ସାଳୟ । ୫୦% ରୁ ଅଧିକ ଡାକ୍ତର ପଦବୀ ଖାଲି ପଡ଼ିଥିବା ସମ୍ବଲପୁର ଜିଲ୍ଲା ମୂଖ୍ୟ ଚିକିତ୍ସାଳୟରେ ଯୁଆଡେ ଦେଖିଲେ ବିକାଶର ମିଛ ବିଜ୍ଞାପନ । ଦୀର୍ଘ ତିନି ମାସରୁ ଉର୍ଦ୍ଧ୍ବ ସମୟ ହେଲାଣି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ରହିଥିବା ଡାଏଲିସିସ କେନ୍ଦ୍ରର ଏସି ଚାଲୁ ନାହିଁ । ଡାଏଲିସିସ କେନ୍ଦ୍ର ଭଳି ଏକ ସେମି ଆଇସିୟୁ ସେବା ବ୍ୟବସ୍ଥାରେ ନା ଚାଲୁଛି ଏସି ନା ଅଛି ପଙ୍ଖା ନା ଅଛି କୁଲର । ନିୟମିତ ଭାବେ ଡାଏଲିସିସ ପାଇଁ ଆସୁଥିବା ରୋଗୀ ଗରମରେ ହେଉଛନ୍ତି ହନ୍ତସନ୍ତ । ବହିର୍ବିଭାଗରେ ରୋଗୀ ମାନେ ଲାଇନରେ ରହିଥିଲେ ବି ଆଉଟ ଡୋରରେ ରହୁଥିବା ଚିକିତ୍ସକ ଆଉଟ ଡୋର ସମୟ ସରୁ ନସରୁଣୁ ବାହାରି ଯାଉଛନ୍ତି ପ୍ରାଇଭେଟ ପ୍ରାକ୍ଟିସ ପାଇଁ । ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଯୁଆଡେ ଦେଖିଲେ କୁଢ କୁଢ ଅଳିଆ ଆବର୍ଜନା ଭରି ପଡ଼ିଛି । ମୁଖ୍ୟ ଚିକିତ୍ସାଧିକାରୀଙ୍କ କାର୍ଯ୍ୟଳୟରେ ସାଧାରଣ ଲୋକଙ୍କ ସେବାରେ ନିୟୋଜିତ କର୍ମଚାରୀଙ୍କ ଅନୁପସ୍ଥିତି ଯୋଗୁଁ ଲୋକଙ୍କୁ ମିଳିପାରୁ ନହିଁ ଆନୁସଙ୍ଗିକ ସେବା ସୁବିଧା । ଏମିତି ଅଭିଯୋଗ ଆଣିଛି ସମ୍ବଲପୁର ଜିଲ୍ଲା ବିଜେପି l
ଅଧିକ ପଢନ୍ତୁ- 'ନୂଆ-ଓ' କାର୍ଯ୍ୟକ୍ରମ ପାଇଁ ପରୀକ୍ଷା ବାତିଲ ଘଟଣା, ରାଜ୍ୟ ସରକାରଙ୍କୁ ବିଜେପିର ଟାର୍ଗେଟ୍