ଭୁବନେଶ୍ବର:ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଜୀବନୀକୁ ନେଇ ଦେଶର ଜଣାଶୁଣା ଲେଖକ ରୁବେନ ବାନାର୍ଜୀଙ୍କ ଆଉ ଏକ ପୁସ୍ତକ ଉନ୍ମୋଚିତ ହୋଇଯାଇଛି । ପୁସ୍ତକଟିର ନାମ ହେଉଛି "Naveen Patnaik- The Authoritative Biography Revised After 2024 Elections'' । 2024 ନିର୍ବାଚନ ପରେ ନବୀନ ପଟ୍ଟନାୟକଙ୍କ ସଂଶୋଧିତ ଜୀବନୀ ଉପରେ ଆଧାରିତ ଏହି ବହି । ବିଶେଷ ଭାବେ "ପାଣ୍ଡିଆନ ପଜଲ" ଶୀର୍ଷକ ବଡ଼ ଅଧ୍ୟାୟରେ ଏହି ବହିରେ ଅଛି । 2024 ନିର୍ବାଚନରେ ନବୀନ ହାରିବାର କାରଣ ବି ବହିରେ ଲେଖା ଅଛି । ଏପରି ଅନେକ ଚାଞ୍ଚଲ୍ୟକର ତଥ୍ୟ ପୁସ୍ତକରେ ଉଲ୍ଲେଖ ରହିଛି ।
"ପାଣ୍ଡିଆନ ପଜଲ" ଶୀର୍ଷକ ବଡ଼ ଅଧ୍ୟାୟ:
ରାଜନୀତିରେ ପ୍ରଶାସକ ଭିକେ ପାଣ୍ଡିଆନଙ୍କ ଆବିର୍ଭାବ ଏବଂ ଦବଦବା ଉପରେ "ପାଣ୍ଡିଆନ ପଜଲ" ଶୀର୍ଷକ ବଡ଼ ଅଧ୍ୟାୟ ରହିଛି । 10 ହାଜର ଶବ୍ଦକୁ ନେଇ ପାଣ୍ଡିଆନଙ୍କ ଅଧ୍ୟାୟ ଲେଖାଯାଇଛି । ପ୍ରଶାସକ ଥିବା ସମୟରେ ଓଡିଶା ରାଜନୀତିରେ 2018 ପରେ ପାଣ୍ଡିଆନଙ୍କ ପ୍ରଭାବ ଅଧିକ ବଢିଥିଲା । ପାଣ୍ଡିଆନଙ୍କ ଆବିର୍ଭାବ କେମିତି ଓ କାହିଁକି ହେଲା ? ପାଣ୍ଡିଆନ ସରକାରକୁ କେମିତି ଅକ୍ତିଆର କରିଥିଲେ । ନବୀନ ପଟ୍ଟନାୟକ ଏହାକୁ ଅନୁମତି କେମିତି ଦେଇଥିଲେ ? ଏହାକୁ ନେଇ ସେତେବେଳେ ବହୁତ ଚର୍ଚ୍ଚା ଓ ଆଲୋଚନା ହେଉଥିଲା । ନବୀନଙ୍କ ଭଉଣୀ ଗୀତା ମେହେଟ୍ଟା ଯେତେବେଳେ ହସ୍ପିଟାଲରେ ଥିଲେ, କିଛି ଲୋକ ତାଙ୍କୁ ଦେଖା କରିବାକୁ ଯାଉଥିଲେ । ଜଣେ ଦୁଇ ଜଣଙ୍କୁ ଗୀତା ମେହେଟା କହିଛନ୍ତି, ପାଣ୍ଡିଆନ ନବୀନଙ୍କୁ ବିଭ୍ରାନ୍ତ କରୁନାହାନ୍ତି ତ ? ପାଣ୍ଡିଆନ ରାଜ୍ୟର ଅନ୍ୟ ଆଇଏଏସ ଅଧିକାରୀଙ୍କ ମଧ୍ୟରେ ଜଣେ ବ୍ୟତିକ୍ରମ ଥିଲେ । ତେଣୁ ସେ ଆସିଲେ କେମିତି, ତାଙ୍କୁ କିଏ ଚୟନ କରିଥିଲା ? ଏ ବାବଦରେ ପୁସ୍ତକରେ ବିସ୍ତୃତ ଭାବେ ବର୍ଣ୍ଣନା କରାଯାଇଛି ।
NAVEEN PATNAIK BIOGRAPHY (ETV BHARAT ODISHA) ଏହା ମଧ୍ୟ ପଢନ୍ତୁ-ନବୀନ ଆଉଟ୍, ମୋହନ ଇନ୍: ୨୪ ବର୍ଷର ପ୍ରତୀକ୍ଷା, ୨୪ରେ ପୂରଣ - YEARENDER ODISHA POLITICS
ଏହା ମଧ୍ୟ ପଢନ୍ତୁ-ନବୀନଙ୍କ ହାତ ଛାଡୁଛନ୍ତି ନେତା, BJDକୁ ବଳ ଦେବ କି ସାଙ୍ଗଠନିକ ନିର୍ବାଚନ ? - BJD ORGANIZATIONS ELECTION
2024 ନିର୍ବାଚନ ହାରିବାର କାରଣ ବି ଉଲ୍ଲେଖ:
NAVEEN PATNAIK BIOGRAPHY (ETV BHARAT ODISHA) ସେହିପରି 2024 ନିର୍ବାଚନରେ ନବୀନ ହାରିବାର କାରଣ ବି ବହିରେ ଲେଖା ଅଛି । 2019ରେ ବିଜେଡିର ଇଲେକ୍ସନ ରୁମ ପାଣ୍ଡିଆନ ମ୍ୟାନେଜ କରୁଥିଲେ । 2024ରେ ପାଣ୍ଡିଆନ ନିଜେ ପ୍ରଚାରରେ ବାହାରିଲେ । ଇଲେକ୍ସନ ରୁମ ମ୍ୟାନେଜ କରିବା ପାଇଁ ଲୋକ ନଥିଲେ । ଗତ ନିର୍ବାଚନରେ ବହୁତ ମିସ ମ୍ୟାନେଜମେଣ୍ଟ ହେଲା । ପାଣ୍ଡିଆନ ଯେତେ ବୁଲିଲେ ବି ବିଜେଡ଼ି ଭିତରେ ତାଙ୍କୁ ବିରୋଧ କରୁଥିଲେ ନେତା । ପାଣ୍ଡିଆନଙ୍କୁ ବିଜେଡ଼ି ଲୋକ ଇଣ୍ଟିଲିଜେଣ୍ଟ ଫୁଲ ବୋଲି କହୁଥିଲେ ।
NAVEEN PATNAIK BIOGRAPHY (ETV BHARAT ODISHA) ନବୀନ ପଟ୍ଟନାୟକ ଓଡ଼ିଆ ଶିଖୁନଥିବାର କାରଣ?
ନବୀନ ପଟ୍ଟନାୟକ ଓଡ଼ିଆ କହିପାରୁନାହାନ୍ତି । ନବୀନଙ୍କୁ ଓଡ଼ିଆ ଶିଖାଇବା ପାଇଁ ଜଣେ ଓଡ଼ିଆ ଶିକ୍ଷକ ରାଜ କିଶୋର ମିଶ୍ର ଯାଉଥିଲେ । କିନ୍ତୁ ନବୀନ ଓଡ଼ିଆ ଶିଖୁ ନଥିଲେ । ତାହେଲେ ରାଜ କିଶୋର ମିଶ୍ର ଯାଉଥିଲେ କାହିଁକି ? ବର୍ଷେ କାଳ ସେ ନବୀନ ନିବାସ ଯାଉଥିଲେ ଓ ବସୁଥିଲେ । ଏହାର ଦୁଇଟି କାରଣ ଅଛି । ପୂର୍ବରୁ ଜଣେ ବରିଷ୍ଠ ପ୍ରଶାସନିକ ଅଧିକାରୀ ନବୀନଙ୍କୁ ପଚାରିଥିଲେ, ଆପଣ କାହିଁକି ନିଜ ମାତୃଭାଷା ଶିଖୁ ନାହାନ୍ତି । ନବୀନ କହିଥିଲେ, ମୋ ମାତୃଭାଷା ଓଡ଼ିଆ କେବେ ହେଲା ? ଜ୍ଞାନ ପଟ୍ଟନାୟକ ପଞ୍ଜାବୀ ଥିଲେ । ତେଣୁ ମୋ ମାତୃଭାଷା ଓଡ଼ିଆ ନୁହେଁ ବୋଲି କହିଥିଲେ ନବୀନ । ନବୀନ ଜ୍ୟୋତିଷଙ୍କୁ ମଝିରେ ମଝିରେ ନିଜର ହାତ ବି ଦେଖାଉଥିଲେ ।
NAVEEN PATNAIK BIOGRAPHY (ETV BHARAT ODISHA) ନବୀନ ପଟ୍ଟନାୟକ ଓ ବୈଜୟନ୍ତ ପଣ୍ଡାଙ୍କ ବିବାଦ:
ନବୀନ ପଟ୍ଟନାୟକ ଓ ବୈଜୟନ୍ତ ପଣ୍ଡାଙ୍କ ମଧ୍ୟରେ ବିବାଦ କେମିତି ହୋଇଥିଲା । ସେମାନେ ଭଲ ସାଙ୍ଗ ଥିଲେ । ବୈଜୟନ୍ତ ପଣ୍ଡାଙ୍କ ଉପରେ ନବୀନ ପଟ୍ଟନାୟକଙ୍କର ସନ୍ଦେହ ହେଲା । ନବୀନ ପଟ୍ଟନାୟକଙ୍କୁ ଯେଉଁମାନେ ଘେରି ରହୁଥିଲେ, ସେମାନେ ବୈଜୟନ୍ତ ପଣ୍ଡାଙ୍କ ବିରୁଦ୍ଧରେ ନବୀନଙ୍କ କାନରେ ବିଷ ଭରୁଥିଲେ । ନବୀନଙ୍କୁ ତାଙ୍କ ପାଖ ଲୋକ ମାନେ କହିଥିଲେ, ଯେ ଆଉ ଜଣେ ବିଜୁ ପଟ୍ଟନାୟକ ହୋଇଯିବେ । ବୈଜୟନ୍ତ ଡେଙ୍ଗା, ବିଜୁ ବାବୁ ଡେଙ୍ଗା, ବୈଜୟନ୍ତ ପାଇଲଟ, ବିଜୁ ବାବୁ ହି ପାଇଲଟ, ବିଜୁ ବାବୁଙ୍କ ସ୍ତ୍ରୀ ପଞ୍ଜାବୀ, ବୈଜୟନ୍ତ ପଣ୍ଡାଙ୍କ ସ୍ତ୍ରୀ ପଞ୍ଜାବୀ । ଏମିତି ଅନେକ କିଛି ନବୀନ ବାବୁଙ୍କ କାନରେ ତାଙ୍କ ପାଖ ଲୋକ ମାନେ କହିଥିଲେ । ଏ ସବୁ ବିଷୟ ବହିରେ ଲେଖା ହୋଇଛି ।
ସାମ୍ବାଦିକ ତଥା ଲେଖକ ରୁବେନ ବାନାର୍ଜୀଙ୍କ ସମେତ ପୁରାତନ ବିଧାୟକ ସୌମ୍ୟରଂଜନ ପଟ୍ଟନାୟକ, ପୂର୍ବତନ ପୋଲିସ ଡିଜି ଅମୀୟ ଭୂଷଣ ତ୍ରିପାଠୀ, ବରିଷ୍ଠ ସାମ୍ବାଦିକ ରବି ଦାସଙ୍କ ଦ୍ଵାରା ଏହି ପୁସ୍ତକ ଉନ୍ମୋଚିତ ହୋଇଛି । ଏହା ସହ ଚାରି ଜଣଙ୍କ ମଧ୍ୟରେ ପୁସ୍ତକ ସମ୍ବନ୍ଧୀୟ ଏକ ଗୋଲଟେବୁଲ ଆଲୋଚନା ହୋଇଯାଇଛି । ଯେଉଁଥିରେ ନବୀନ ପଟ୍ଟନାୟକଙ୍କ ଶାସନ, କ୍ଷମତା, ନବୀନଙ୍କ ଓଡ଼ିଆ ପ୍ରେମ ଆଦି ସମ୍ବନ୍ଧରେ ଅଧିକ ଆଲୋଚନା ହୋଇଛି ।
କଣ କହିଲେ ସୌମ୍ୟ ରଞ୍ଜନ?
ପୂର୍ବତନ ବିଧାୟକ ସୌମ୍ୟ ରଞ୍ଜନ ପଟ୍ଟନାୟକ କହିଛନ୍ତି, "ରୁବେନଙ୍କ ପ୍ରଥମ ବହି 2018 ମସିହାରେ ପବ୍ଲିସ ହୋଇଥିଲା । ଏହି ବହିରେ ତା' ପର ସମୟର ଚିତ୍ର ଉପରେ ଆଲୋକପାତ କରାଯାଇଛି । ଏଣୁ ଏହି ପୁସ୍ତକ ଦ୍ୱାରା ଅନେକ କିଛି ଜାଣିବାକୁ ମିଳିବ । ନବୀନ ପଟ୍ଟନାୟକଙ୍କୁ ଓଡ଼ିଶା ବାସୀ ଯେତିକି ଭଲ ପାଇଛନ୍ତି, ସେ ସେତିକି ଓଡିଶା ବାସୀଙ୍କୁ ଭଲ ପାଇ ନାହାନ୍ତି । ନବୀନଙ୍କ ସଫଳତାର କାରଣ ତାଙ୍କର ସାଧା ବେଶ ଭୁଷା ହୋଇଥାଇପାରେ । ସେହିପରି କମ କଥା କହନ୍ତି । ବେଶୀ ମିଶନ୍ତି ନାହିଁ । ଏଣୁ ବେଶୀ ସମାଲୋଚିତ ହୋଇପାରନ୍ତି ନାହିଁ । ନିଜ ପାଖରେ ମୁଷ୍ଟିମେୟ ଲୋକଙ୍କୁ ରଖି ନିର୍ବାଚନ ଲଢ଼ିବା ତାଙ୍କୁ ଲାଭ ଦେଇପାରିଥାଏ । ଅଦ୍ଭୁତ ପ୍ରେମକାହାଣୀର ନାୟକ ନବୀନ ପଟ୍ଟନାୟକ । କିନ୍ତୁ ଓଡ଼ିଆଙ୍କ ପାଇଁ ତାଙ୍କର ଘୃଣା କାହିଁକି ? ନବୀନ ବାବୁ ଓଡ଼ିଆଙ୍କୁ ଭଲ ପାଉଥିଲେ ନା ଓଡ଼ିଆ କେବଳ ନବୀନଙ୍କୁ ଭଲ ପାଉଥିଲେ ? ଜଣେ ତେଲେଙ୍ଗା ଯୁବକ ଓଡ଼ିଆ ଝିଅକୁ ପ୍ରେମ କଲେ ପରସ୍ପର ଭାଷା ଶିଖୁଛନ୍ତି, ଖାଦ୍ୟକୁ ଆପଣେଇ ନେଉଛନ୍ତି କିନ୍ତୁ ନବୀନ ବାବୁ ସେତକ ଶିଖି ପାରିଲେ ନାହିଁ । ଓଡ଼ିଆ ଲୋକ ସେମାନଙ୍କୁ ଏତେ ଦେଲେ ଅଥଚ ନବୀନ ବାବୁ ତାଙ୍କ ଭାଷା ଶିଖି ପାରିଲେ ନାହିଁ କେମିତି ? ନବୀନ ବାବୁ ଓଡିଶାକୁ କେତେ ଭଲ ପାଇଥିଲେ ତାହା ପ୍ରଶ୍ନ ଉଠିବା ସ୍ୱାଭାବିକ । ମୋ ନେତା ଜଣେ ଜୋକର କି ? ତାଙ୍କର ଅନେକ ଭଲ ଗୁଣ ଅଛି । କିନ୍ତୁ ମୋ ନେତା ମୋ ଭାଷା ନଜାଣି କେମିତି ମୋତେ ଶାସନ କରିବେ ? ତେଣୁ ମୁଁ ମଧ୍ୟ ସେହି ଦଳରେ ଥିଲି ତେଣୁ ନିଜକୁ ଲଜ୍ଜିତ ଅନୁଭବ କରିବା ସହ ଧିକ୍କାର କରୁଛି । ''
ସାମ୍ବାଦିକ ତଥା ଲେଖକ ରୁବେନ ବାନାର୍ଜୀ କହିଛନ୍ତି, '' "ପାଣ୍ଡିଆନ ପଜଲ" ଏକ ବଡ ଅଧ୍ୟାୟ ଏହି ପୁସ୍ତକରେ ଅଛି । ଓଡ଼ିଶା ରାଜନୀତିରେ ଏହି ଅଧ୍ୟାୟ ସବୁଠାରୁ ଇଣ୍ଟ୍ରେଷ୍ଟିଙ୍ଗ । ସମସ୍ତେ ଏହି ବହି ପଢନ୍ତୁ । ନବୀନ ପଟ୍ଟନାୟକ ଓ ବୈଜୟନ୍ତ ପଣ୍ଡାଙ୍କ ମଧ୍ୟରେ ବିବାଦ କେମିତି ହୋଇଥିଲା ତାହା ଉଲ୍ଲେଖ ରହିଛି । ''
ଇଟିଭି ଭାରତ, ଭୁବନେଶ୍ବର