ଓଡିଶା

odisha

ETV Bharat / state

ଟ୍ରେନ ଧକ୍କାରେ ଆଖି ବୁଜିଲା ଛୁଆ ହାତୀ: ଭୁଲ କାହାର ? କହିଲେ PCCF

ରାଉରକେଲାରେ ଟ୍ରେନ ଧକ୍କାରେ ଛୁଆ ହାତୀ ମୃତ୍ୟୁ ଘଟଣା । ଭୁଲ ବୁଝାମଣା ଯୋଗୁଁ ଦୁର୍ଘଟଣା । ରେଲୱେକୁ ସତର୍କ ସୂଚନା ଦେବା ସତ୍ତ୍ୱେ ଦୁର୍ଘଟଣା । କହିଲେ PCCF

By ETV Bharat Odisha Team

Published : 4 hours ago

ROURKELA ELEPHANT DEATH
ROURKELA ELEPHANT DEATH (ETV Bharat Odisha)

ଭୁବନେଶ୍ବର: ରାଉରକେଲାରେ ଟ୍ରେନ ଧକ୍କାରେ ହାତୀ ଛୁଆ ମୃତ୍ୟୁ ଘଟଣାକୁ ଦୁର୍ଭାଗ୍ୟପୂର୍ଣ୍ଣ କହିଲେ ପିସିସିଏଫ୍ ସୁଶାନ୍ତ ନନ୍ଦ । ରେଲୱେକୁ ସତର୍କ ସୂଚନା ଦେବା ସତ୍ତ୍ୱେ ଦୁର୍ଘଟଣା ଘଟିଛି । କୌଣସି ଭୁଲ୍ ବୁଝାମଣା ଯୋଗୁଁ ଦୁର୍ଘଟଣା ଘଟିଛି ଏହାର ତଦନ୍ତ କରୁଛନ୍ତି ଡିଏଫ୍ଓ ବୋଲି କହିଛନ୍ତି ପିସିସିଏଫ । ସେପଟେ କେଉଁ କାରଣରୁ ଅଘଟଣ ଘଟିଲା ତ୍ରୁଟି ଖୋଜିବା ସହ DRM ମଧ୍ୟ ଗୁରୁତର ସହ ନେଇଛନ୍ତି । ତେବେ ଦୁର୍ଘଟଣାରେ ଆହତ ଛୁଆ ହାତୀର ଚିକିତ୍ସା ଏବେ ନନ୍ଦନକାନନରେ ଜାରି ରହିଛି ।


ଭୁଲ ବୁଝାବଣା ପାଇଁ ଘଟିଲା ଦୁର୍ଘଟଣା:

ROURKELA ELEPHANT DEATH (ETV Bharat Odisha)

ରାଉରକେଲାରେ ଟ୍ରେନ ଧକ୍କାରେ ଛୁଆ ହାତୀ ମୃତ୍ୟୁ ପ୍ରସଙ୍ଗରେ ବନ୍ୟପ୍ରାଣୀ ପିସିସିଏଫ ସୁଶାନ୍ତ ନନ୍ଦକହିଛନ୍ତି, "ଏହା ଏକ ଦୁର୍ଭାଗ୍ୟପୂର୍ଣ୍ଣ ଘଟଣା । ରେଳବାଇକୁ ସତର୍କତା ସୂଚନା ଦେବା ସତ୍ତ୍ଵେ ଘଟିଛି ଦୁର୍ଘଟଣା । କୌଣସି ଭୁଲ ବୁଝାମଣା ଯୋଗୁଁ ଘଟିଛି ଏହି ଦୁର୍ଘଟଣା । ଏହି ଘଟଣାର ତଦନ୍ତ କରୁଛନ୍ତି DFO । DRM ମଧ୍ୟ ଘଟଣାକୁ ଗୁରୁତର ସହ ନେଇ ତଦନ୍ତ କରୁଛନ୍ତି । କେଉଁଠି ତ୍ରୁଟି ରହିଛି, ତାହା ଖୋଜା ଯାଉଛି । ଝାଡ଼ଖଣ୍ଡରୁ ଆସିଥିବା ଏକ ହାତୀପଲ ରେଳ ଧାରଣା ଅତିକ୍ରମ କରୁଥିବା ନେଇ ୯ଟା ୧୦ରେ ବନ ବିଭାଗ ପକ୍ଷରୁ ରେଲୱେକୁ ସତର୍କତା ସୂଚନା ଦିଆଯାଇଥିଲା । ହାତୀ ଅତିକ୍ରମ କରୁଥିବାରୁ ଅପ୍ ରୁଟରେ ଟ୍ରେନ ଚଳାଚଳ ବନ୍ଦ ହୋଇଥିଲା । ଏହାସତ୍ତ୍ୱେ ୯.୪୦ରେ ଡାଉନ୍ ରୁଟରେ ଟ୍ରେନ ଚାଲିଥିବାରୁ ଦୁର୍ଘଟଣା ଘଟିଲା ।’

ଛୁଆ ହାତୀର ମୃତ୍ୟୁ, 2 ଆହତ:

ସୁଶାନ୍ତ ନନ୍ଦ ଆହୁରି କହିଛନ୍ତି, ‘ଏକ ଛୁଆ ହାତୀର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଦୁଇଟି ହାତୀ ଆହତ ହୋଇଥିଲେ । ସେଥିମଧ୍ୟରୁ ଗୋଟିଏ ହାତୀ ଦଳରେ ମିଶି ସାରିଥିବା ବେଳେ ଅନ୍ୟ ଛୁଆ ହାତୀର ଚିକିତ୍ସା ନନ୍ଦନ କାନନରେ ଚାଲିଛି । ଏହି ହାତୀ ଛୁଆର କୌଣସି ବଡ ଆଘାତ ନାହିଁ । ଏହି ଛୁଆ ହାତୀଟିକୁ ଓୟୁଏଟି ଏବଂ ନନ୍ଦନକାନନର ଡାକ୍ତରୀ ଟିମ ଚିକିତ୍ସା କରୁଛନ୍ତି । ତେବେ ଶୀଘ୍ର ହାତୀ ଛୁଆଟି ସୁସ୍ଥ ହେଲେ ତୁରନ୍ତ ଜଙ୍ଗଲରେ ହାତୀମାନଙ୍କ ଗହଣରେ ଛଡାଯିବ । ଏହି ଘଟଣାକୁ ଅତିଗୁରୁତର ଭାବରେ ନିଆଯାଇଛି ।’

ଝାଡଖଣ୍ଡରୁ ଆସିଥିଲେ ହାତୀ ପଲ:

ତେବେ ଏନେଇ ବନ୍ୟପ୍ରାଣୀ ପିସିସିଏଫ ସୁଶାନ୍ତ ନନ୍ଦ କହିଛନ୍ତି, "ବିଶେଷ ଭାବରେ ଏହି ହାତୀପଲ ଝାଡଖଣ୍ଡରୁ ଆସିଥିଲେ । ରାଉରକେଲା ନିକଟରେ ରହିଥିଲେ । ଏହି ହାତୀ ମାନେ ପ୍ରତ୍ୟକ ବର୍ଷ ଆସିଥାନ୍ତି । ମୁଖ୍ୟ ଉଦେଶ୍ୟ ହେଉଛି ଧାନ ଖାଇବା । ତେବେ କୌଣସି ଭୁଲ ବୁଝାମଣା ଯୋଗୁଁ ଘଟିଛି ଏଭଳି ଦୁର୍ଘଟଣା" ।


ନିଆଯିବ ଦୃଢ କାର୍ଯ୍ୟାନୁଷ୍ଠାନ:
ପିସିସିଏଫ ସୁଶାନ୍ତ ନନ୍ଦ ଆହୁରି କହିଛନ୍ତି, "ତେବେ ଏହି ଘଟଣା ସଂପୂର୍ଣ୍ଣ ଭାବରେ ଜଣଙ୍କ ଉପରେ ରହିଛି । ତେବେ ତଦନ୍ତ କରାଯାଇ ତାଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ" ।

ଘଟଣା ଦିନ ରାତିର କଥା:

ଏହା ମଧ୍ୟ ପଢନ୍ତୁ:

ବିପଦରେ ଦନ୍ତା ଜୀବନ, ବିଦ୍ୟୁତ୍‌ ସଂସ୍ପର୍ଶରେ ଆସି ହାତୀ ମୃତ ! - Elephant Death

ବିପଦରେ ଦନ୍ତା, ବିଦ୍ୟୁତ୍‌ ସଂସ୍ପର୍ଶରେ ଆସି ହାତୀ ମୃତ !

ଦନ୍ତାହାତୀର ମୃତ୍ୟୁ, ସପ୍ତାହେ ପରେ ଖବର ପାଇଲା ବନବିଭାଗ - Elephant Body Found

ବୋମା ଖାଇ ହାତୀ ମୃତ୍ୟୁ ପ୍ରସଙ୍ଗ, ଖୁବଶୀଘ୍ର ତଦନ୍ତ କରାଯିବ କହିଲେ ପିସିସିଏଫ

ଗତ ମଙ୍ଗଳବାର ରାତି ପ୍ରାୟ ସାଢ଼େ ୯ଟା ସମୟ । ଏକ ମାଲଗାଡ଼ି ଧକ୍କାରେ ଛୁଆ ହାତୀର ମୃତ୍ୟୁ ଏବଂ ଆଉ 2 ହାତୀ ଛୁଆ ଆହତ ହେବା ପରେ ରେଳବାଇ ଏବଂ ବନବିଭାଗ ଅଧିକାରୀଙ୍କ ନିଦ ହଜି ଯାଇଛି । ରାତିରେ ଛୁଆହାତୀର ମୃତ୍ୟୁ ପରେ ୨୪ଟି ହାତୀ ପଲ ଜଙ୍ଗଲ ମଧ୍ୟକୁ ଆଡ଼କୁ ପଳାଇ ଯାଇଥିଲେ । ମାତ୍ର ଗୋଟିଏ ମାଈହାତୀ ନିଜ ଛୁଆ ସହିତ ଘଟଣାସ୍ଥଳ ନିକଟରେ ରାତି ସାରା ଜଗି ରହିଥିଲା । ସକାଳ ହେବା ପରେ ଏହି ଦୁଇହାତୀର ଖାଦ୍ୟ ଏବଂ ପାଣି ପାଇଁ ବନବିଭାଗ ପକ୍ଷରୁ ବ୍ୟବସ୍ଥା କରାଯାଇଥିଲା । ତେବେ ହାତୀ ପଲଙ୍କ ଯାତାୟାତ ସମ୍ପର୍କରେ ବନ୍ଧମୁଣ୍ଡା ରେଳବାଇ କଣ୍ଟ୍ରୋଲ ରୁମକୁ ଆଗୁଆ ସୂଚନା ଦିଆଯାଇଥିଲା । ଏହାପରେ ମଧ୍ୟ ହାତୀ ଚଳାଚଳ ଜୋନରେ ଦ୍ରୁତଗତିରେ ଟ୍ରେନ୍ ଚଳାଉଥିଲେ । ରେଳବାଇ କଣ୍ଟ୍ରୋଲ ରୁମରେ ଥିବା ଅଧିକାରୀ କାହିଁକି ଏହାକୁ ଗୁରୁତ୍ୱ ଦେଇ ନଥିଲେ ବା ଲୋକୋ ପାଇଲଟ୍‌ଙ୍କୁ ଜଣାଇ ନଥିଲେ ବୋଲି ପ୍ରଶ୍ନ ଉଠୁଛି ।

ହାତୀ ମୃତ୍ୟୁର ସରକାରୀ ରିପୋର୍ଟ:
ରାଜ୍ୟରେ ପ୍ରତିବର୍ଷ ଅତି କମରେ ୮୦ଟି ହାତୀ ମୃତ୍ୟୁବରଣ କରନ୍ତି । ଯାହା ୨୦୧୧-୧୨ ରୁ ୨୦୨୧-୨୨ ମଧ୍ୟରେ ଏହି ୯୩୫ ମଧ୍ୟରୁ ୧୪୧ଟି ହାତୀ ଦୁର୍ଘଟଣାରେ ପ୍ରାଣ ହରାଇଛନ୍ତି ଏବଂ ୧୩୫ ଟି ବିଦ୍ୟୁତ୍ ସଂଯୋଗ ଯୋଗୁଁ ମୃତ୍ୟୁ ଘଟିଛି । ସେହିଭଳି ରୋଗ ହେତୁ ୩୦୭ ହାତୀର ମୃତ୍ୟୁ ଘଟିଛି । ପୋଚରମାନେ ପ୍ରାୟ ୪୮ଟି ହାତୀକୁ ହତ୍ୟା କରିଥିବାବେଳେ ୧୧୯ ଜଣ ପ୍ରାକୃତିକ କାରଣରୁ ମୃତ୍ୟୁ ବରଣ କରିଛନ୍ତି । ଅନ୍ୟ ୧୩୧ ହାତୀର ମୃତ୍ୟୁ ହେବାର କାରଣ ଏପର୍ଯ୍ୟନ୍ତ ଜଣାପଡିନାହିଁ ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details