ଓଡିଶା

odisha

ETV Bharat / state

'ରାଜସ୍ବ ବିଭାଗରେ ଦୁର୍ନୀତିକୁ ପ୍ରଶୟ ଦିଆଯିବନି' - suresh pujari visits Sambalpur - SURESH PUJARI VISITS SAMBALPUR

ସମ୍ବଲପୁର ଗସ୍ତରେ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ । ରାଜସ୍ବ ବିଭାଗରେ ଦୁର୍ନୀତି ପ୍ରତି ଜିରୋ ଟଲେରେନ୍ସ ନୀତି ଅବଲମ୍ବନ କରାଯିବ ବୋଲି ରଖିଲେ ମତ । ଅଧିକ ପଢନ୍ତୁ

SURESH PUJARI VISITS SAMBALPUR
SURESH PUJARI VISITS SAMBALPUR (ETV BHARAT ODISHA)

By ETV Bharat Odisha Team

Published : Jun 24, 2024, 1:34 PM IST

ସମ୍ବଲପୁର:''ରାଜସ୍ବ ବିଭାଗରେ ଦୁର୍ନୀତିକୁ ପ୍ରଶୟ ଦିଆଯିବନି । ଦୁର୍ନୀତି ପ୍ରତି ଜିରୋ ଟୋଲରେନ୍ସ ନୀତି ଅବଲମ୍ବନ କରାଯିବ । ଏଥିପାଇଁ ରାଜସ୍ୱ ବିଭାଗର ଉଚ୍ଚ ସ୍ତରୀୟ ଅଧିକାରୀ ଓ ତଳସ୍ତର କର୍ମଚାରୀଙ୍କୁ ପରାମର୍ଶ ଦିଆ ଯାଇସାରିଛି'' । ମନ୍ତ୍ରୀ ପଦ ପାଇବା ପରେ ପ୍ରଥମ ଥର ସମ୍ବଲପୁର ଗସ୍ତରେ ଆସି ଏପରି କହିଛନ୍ତି ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ । ଆସନ୍ତା ଡିସେମ୍ବର ଶେଷ ସୁଦ୍ଧା ରାଜ୍ୟର ସବୁ ସରକାରୀ ଅନୁଷ୍ଠାନର ଜମି ସମସ୍ୟା ଦୂର ହେବ ଓ ସବୁ ସରକାରୀ ଅନୁଷ୍ଠାନର ନିଜସ୍ୱ ଜମି ଥିବ ବୋଲି ସେ କହିଛନ୍ତି । ସମ୍ବଲପୁରରେ ପହଞ୍ଚିବା ପରେ ପ୍ରଥମେ ସେ ଅଧିଷ୍ଠାତ୍ରୀ ଦେବୀ ମା' ସମଲେଶ୍ୱରୀଙ୍କ ଦର୍ଶନ କରିଥିଲେ ସୁରେଶ ପୂଜାରୀ ।

SURESH PUJARI VISITS SAMBALPUR (ETV BHARAT ODISHA)

ଏହି ଅବସରରେ ସେ କହିଛନ୍ତି ଯେ, ରାଜସ୍ୱ ବିଭାଗ ସବୁ ବିଭାଗ ଆଧାର ଅଟେ । ଏହି ଗୁରୁତ୍ୱପୂର୍ଣ୍ଣ ବିଭାଗର ସେବା ଲୋକଙ୍କ ପାଖକୁ ପହଞ୍ଚାଇବା ପାଇଁ ପଦକ୍ଷେପ ନିଆଯାଇସାରିଛି । ରାଜସ୍ବ ବିଭାଗର ସେବା ବିନା ବାଧା ରେ ଧାଡ଼ିର ଶେଷରେ ଛିଡା ହୋଇଥିବା ବ୍ୟକ୍ତିଙ୍କ ପାଖକୁ କିପରି ଭାବେ ପହଞ୍ଚିବ ସେନେଇ ପଦକ୍ଷେପ ନିଆଯିବ । ଆଗାମୀ ଦିନରେ ନୂଆ ଓଡି଼ଶା ଗଠନ କରାଯିବ ଯାହା ସମୃଦ୍ଧ, ବିକଶିତ, ଆତ୍ମ ନିର୍ଭର, କ୍ଷୁଧା ମୁକ୍ତ, ଭୟ ମୁକ୍ତ ଓ ହିଂସା ମୁକ୍ତ ହେବ । ବିଗତ ବର୍ଷ ଗୁଡିକରେ ଓଡି଼ଶା ବହୁ ପ୍ରାକୃତିକ ବିପର୍ଯ୍ୟୟର ସମ୍ମୁଖୀନ ହୋଇ ବହୁ କ୍ଷତି ସହିଛି । ତେଣୁ ପ୍ରାକୃତିକ ବିପର୍ଯ୍ୟୟର ମାତ୍ରା କିପରି ହ୍ରାସ ପାଇବ ସେନେଇ ଆଧୁନିକ ଜ୍ଞାନ କୌଶଳର ସହାୟତା ନିଆଯିବ ଓ ଦେଶ ତଥା ଦେଶ ବାହାର ବିଶେଷଜ୍ଞଙ୍କ ସହାୟତା ନିଆଯିବ ବୋଲି ମନ୍ତ୍ରୀ କହିଛନ୍ତି ।

ଏହା ମଧ୍ୟ ପଢନ୍ତୁ-ପିସି କାରବାର କରୁଥିଲେ ସାବଧାନ; ପ୍ରମାଣ ମିଳିଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ: ରାଜସ୍ବ ମନ୍ତ୍ରୀ - Suresh Pujari at Bhubaneswar Tehsil

ସେ ଆହୁରି ମଧ୍ୟ କହିଛନ୍ତି ଯେ, ରାଜସ୍ବ ବିଭାଗରେ ଦୁର୍ନୀତିକୁ ପ୍ରଶୟ ଦିଆଯିବନି । ଦୁର୍ନୀତି ପ୍ରତି ଜିରୋ ଟଲେରେନ୍ସ ନୀତି ଅବଲମ୍ବନ କରାଯିବ । ଯଦି କେହି ବି ଟଙ୍କା ଲାଞ୍ଚ ନେଇ ଲୋକଙ୍କୁ ଶୋଷଣ କରିବାକୁ ଚେଷ୍ଟା କରିବେ ତାଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଏଥିପାଇଁ ଆବଶ୍ୟକ ପଡିଲେ ଆଇନରେ ସଂଶୋଧନ କରାଯିବ । ଏହା ସହ ହୀରାକୁଦ ନଦୀବନ୍ଧ ଯୋଗୁଁ 75 ବର୍ଷ ହେଲା ବିସ୍ଥାପିତ ହୋଇ ଥିବା ସବୁ ବିସ୍ଥାପିତଙ୍କୁ ସ୍ଥାୟୀ ଜମି ପଟ୍ଟା ମିଳିବ । ଯେଉଁ ଲୋକଙ୍କ ଠାରୁ ଜମି ଅଧିଗ୍ରହଣ କରାଯାଇ ସେଠାରେ କୌଣସି କାର୍ଯ୍ୟ ହୋଇ ନାହିଁ, ଯେଉଁଠି ଲୋକେ ଚାଷ କରୁଛନ୍ତି ସେହି ଜମିକୁ ମଧ୍ୟ ସ୍ଥାୟୀ ପଟ୍ଟା ଦିଆଯିବ । ଝାରସୁଗୁଡା ଜିଲ୍ଲାର 4200 ହୀରାକୁଦ ବିସ୍ଥାପିତ ପରିବାରଙ୍କୁ ସ୍ଥାୟୀ ପଟ୍ଟା ମିଳି ସାରିଥିବା ବେଳେ ସମ୍ବଲପୁର ଓ ବରଗଡ଼ ଜିଲ୍ଲାର ହୀରାକୁଦ ବିସ୍ଥାପିତଙ୍କୁ ସ୍ଥାୟୀ ଜମି ପଟ୍ଟା ଆଗକୁ ପ୍ରଦାନ କରାଯିବ ବୋଲି କହିଥିଲେ ମନ୍ତ୍ରୀ ସୁରେଶ ପୂଜାରୀ ।


ଏହା ସହ ରେଙ୍ଗାଲୀ ଡ୍ୟାମ ବିସ୍ଥାପିତଙ୍କ ସହ ସବୁ ଶିଳ୍ପ ଅନୁଷ୍ଠାନ ଗୁଡିକ ଦ୍ୱାରା ହୋଇଥିବା ବିସ୍ଥାପିତଙ୍କୁ ସ୍ଥାୟୀ ଜମି ପଟ୍ଟା ପ୍ରଦାନ ପାଇଁ ପଦକ୍ଷେପ ନିଆଯିବ lତ ଗଙ୍ଗାଧର ମେହେର ବିଶ୍ୱ ବିଦ୍ୟାଳୟ, ଓଡିଶା ରାଜ୍ୟ ମୁକ୍ତ ବିଦ୍ୟାଳୟ, ସମ୍ବଲପୁର ଆଇ ଆଇଏମ, ସମ୍ବଲପୁର ସୈନିକ ସ୍କୁଲ, ଭୀମସାର, ଭିସୁଟ ଓ ସମ୍ବଲପୁର ବିଶ୍ୱ ବିଦ୍ୟାଳୟ ର ଜମି ସମ୍ପର୍କୀୟ ସବୁ ସମସ୍ୟା ଦୂର କରାଯିବ ବୋଲି କହିଛନ୍ତି ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ l


ଇଟିଭି ଭାରତ, ଭୁବନେଶ୍ୱର

ABOUT THE AUTHOR

...view details