ଓଡିଶା

odisha

ETV Bharat / state

ଜୁନ 3ରୁ ୟୁଜି ନାମଲେଖା ପାଇଁ ଆବେଦନ - Registration for UG Admission - REGISTRATION FOR UG ADMISSION

Registration for UG Admission: ଆରମ୍ଭ ହେବାକୁ ଯାଉଛି ୟୁଜି ନାମଲେଖା ପାଇଁ ଆବେଦନ । ତେବେ ଜାଣନ୍ତୁ କଣ ରହିଛି ପରୀକ୍ଷାର୍ଥୀଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ସୂଚନା ।

Registration for UG Admission
Registration for UG Admission (ETV Bharat Odisha)

By ETV Bharat Odisha Team

Published : May 29, 2024, 10:25 PM IST

ଭୁବନେଶ୍ବର: ଆଜି ୨୦୨୪-୨୫ ଶିକ୍ଷାବର୍ଷରେ ୟୁଜି ନାମଲେଖା ନେଇ ବିଜ୍ଞପ୍ତି ପ୍ରକାଶ ପାଇଛି । ଆସନ୍ତା ଜୁନ୍ ୩ ତାରିଖ ଅପରାହ୍ନ ୪ଟା ସମୟରୁ ଅନଲାଇନ ମାଧ୍ୟମରେ ଆବେଦନ ଆରମ୍ଭ ହେବ । samsodisha.gov.inରେ ଜୁନ୍ ୧୭ ପର୍ଯ୍ୟନ୍ତ ଏହି ଆବେଦନ ଗ୍ରହଣ କରାଯିବ । ସେହିପରି ଭାବରେ ଜୁନ୍ ୧୮ ତାରିଖରୁ ୧୯ ତାରିଖ ମଧ୍ୟରେ CAFର ତ୍ରୁଟି ସୁଧାରି ପାରିବେ । ଜୁନ୍ ୨୫ ତାରିଖ ଅପରାହ୍ନ ୪ଟାରେ ପ୍ରକାଶ ପାଇବ ପ୍ରଥମ ମେଧାବୀ ତାଲିକା । ତେବେ ଜୁନ ୨୫ ତାରିଖରୁ ୨୮ ତାରିଖ ଯାଏଁ Slide/ Freeze/ Float ଅପ୍ସନ ଚୟନ କରିପାରିବେ ଛାତ୍ର ଛାତ୍ରୀ ।

ସେହିପରି ଜୁନ୍ ୨୬ ତାରିଖରୁ ୨୯ ତାରିଖ ପର୍ଯ୍ୟନ୍ତ କଲେଜକୁ ଯାଇ ରିପୋର୍ଟ କରିବେ ଛାତ୍ରଛାତ୍ରୀ । ଜୁଲାଇ ୫ ତାରିଖ ଅପରାହ୍ନ ୪ଟାରେ ଦ୍ବିତୀୟ ପର୍ଯ୍ୟାୟ ମେଧାବୀ ତାଲିକା ପ୍ରକାଶ ପାଇବ। ତେବେ ଜୁଲାଇ ୫ ତାରିଖରୁ ୮ ତାରିଖ ଯାଏଁ Slide/ Freeze/ Float ଅପ୍ସନ ଚୟନ କରିପାରିବେ ଛାତ୍ରଛାତ୍ରୀ । ଜୁଲାଇ ୬ ତାରିଖରୁ ୯ ତାରିଖ ପର୍ଯ୍ୟନ୍ତ ଦ୍ବିତୀୟ ପର୍ଯ୍ୟାୟ ନାମଲେଖା ରିପୋର୍ଟ କରିବେ । ଜୁଲାଇ ୧୫ ତାରିଖ ଅପରାହ୍ନ ୪ଟାରେ ତୃତୀୟ ପର୍ଯ୍ୟାୟ ମେଧାବୀ ତାଲିକା ପ୍ରକାଶ ପାଇବ । ତେବେ ରାଜ୍ୟର ୩ ବିଶ୍ୱବିଦ୍ୟାଳୟ ଯଥା ଗଙ୍ଗାଧର ମେହେର ବିଶ୍ଵବିଦ୍ୟାଳୟ, ଉତ୍କଳ ବିଶ୍ୱବିଦ୍ୟାଳୟ ଏବଂ ରେଭେନ୍ସା ବିଶ୍ଵବିଦ୍ୟାଳୟ, ଏହା ସହ ୩ ସ୍ୱୟଂ ଶାସିତ କଲେଜ ଯଥା ଏସସିଏସ ପୁରୀ, ଏମପିସି କଲେଜ ବାରିପଦା ଏବଂ ଫକିରି ମୋହନ କଲେଜ ବାଲେଶ୍ଵରରେ ୪ ବର୍ଷିଆ ପାଠ୍ୟକ୍ରମ ପାଇଁ ଆବେଦନ କରାଯାଉଛି। ସେଗୁଡିକ ହେଲା ଇଣ୍ଟିଗ୍ରେଟେଡ୍ ବି.ଏ, ବି.ଇଡି ଏବଂ ବି.ଏସସି ପାଇଁ ନାମଲେଖା ଯାଉଛି।

ଏହା ମଧ୍ୟ ପଢ଼ନ୍ତୁ.. ଏକକ ପିଜି ପାଇଁ ଆବେଦନ ପ୍ରକ୍ରିୟା ଆରମ୍ଭ, ଜୁଲାଇ ୩ରୁ ପ୍ରବେଶିକା ପରୀକ୍ଷା - CPET 2024 Registration Begins

ସୂଚନା ଅନୁଯାୟୀ, ରାଜ୍ୟରେ ସ୍ଵୟଂଶାସିତ କଲେଜ ଏବଂ ଯୁକ୍ତ ତିନି ମୋଟ କଲେଜ ସଂଖ୍ୟା ହେଉଛି ୧୦୩୭ । ସେଥିରେ ୨ ଲକ୍ଷ ୭୩ ହଜାର ୧୫ଟି ସିଟ ରହିଛି । ତେବେ ଚଳିତ ବର୍ଷ ଗଞ୍ଜାମ ଜିଲ୍ଲାରେ ସର୍ବାଧିକ ୨୪ ହଜାର ୫୫୨ ସିଟ ରହିଥିବା ବେଳେ ଦ୍ଵିତୀୟ ସର୍ବାଧିକ କଟକ ଜିଲ୍ଲାରେ ୨୧ ହଜାର ୮୧୨ ସଂଖ୍ୟାକ ସିଟ ରହିଛି । ସେପଟେ ଖୋର୍ଦ୍ଧା ଜିଲ୍ଲାରେ ୨୧ ହଜାର ୧୨୩ ସିଟ ରହିଛି । ତେବେ ଯଦି ନଜର ପକାଇବା ୨୦୨୩-୨୪ ଶିକ୍ଷାବର୍ଷରେ ତେବେ ୧୦୪୭ କଲେଜରେ ୨ ଲକ୍ଷ୍ୟ ୭୧ ହଜାର ୯୧ ସିଟ ରହିଥିଲା। ସେଥିମଧ୍ୟରୁ ୧ ଲକ୍ଷ୍ୟ ୮୭ ହଜାର ୩୮୪ ସିଟ ପୂରଣ ହୋଇଥିଲା । ତେବେ ପାଖାପାଖି ୮୩ ହଜାର ୭୦୭ ସିଟ ନାମଲେଖା ପୂରଣ ହୋଇପାରିନଥିଲା । ୨୦୨୨-୨୩ ଶିକ୍ଷାବର୍ଷ ନାମଲେଖା ନଜର ପକାଇଲେ ରାଜ୍ୟରେ ମୋଟ ୧ ହଜାର ୨୪ ଟି କଲେଜ ଥିଲା। ସେଥିମଧ୍ୟରୁ ସିଟ ସଂଖ୍ୟା ରହିଥିଲା ୨ ଲକ୍ଷ ୫୫ ହଜାର ୯୮୦, କିନ୍ତୁ ଉକ୍ତ ଶିକ୍ଷା ବର୍ଷରେ ସିଟ ବଳକା ହୋଇଥିଲା ୬୨ ହଜାର ୯୧୦ । ଯୁକ୍ତ ଦୁଇରେ ପାସ ହାର ସଂଖ୍ୟା ବୃଦ୍ଧି ପାଇବା ସହ ଯୁକ୍ତ ତିନିରେ ସିଟ ସଂଖ୍ୟା ବୃଦ୍ଧି ପାଉଛି, କିନ୍ତୁ ନାମାଲେଖାଇବା ସମୟରେ ଦେଖାଯାଉଛି ଅନେକ କଲେଜରେ ସିଟ ଖାଲି ପଡୁଛି।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details