ଭୁବନେଶ୍ବର:ରାଜ୍ୟର ଶିକ୍ଷା ବ୍ୟବସ୍ଥାକୁ ନେଇ ଚିନ୍ତା ପ୍ରକଟ କଲେ ମନ୍ତ୍ରୀ । ଏନେଇ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀନିତ୍ୟାନନ୍ଦ ଗଣ୍ଡ କହିଛନ୍ତି ଯେ, ଓଡ଼ିଶାର ଶିକ୍ଷା ବ୍ୟବସ୍ଥା ବର୍ତ୍ତମାନ ସମୟରେ ମଧ୍ୟ ବହୁତ୍ ଅଭାବ ରହିଛି । ଯେମିତିକି ସ୍କୁଲ ଗୁଡିକରେ ଶିକ୍ଷକ ଅଭାବ ରହିଛି । ଅନେକ ସ୍ଥାନରେ ଶ୍ରେଣୀ ଗୃହ ଠିକ୍ ନାହିଁ । ଏହାସହ ଶିକ୍ଷକଙ୍କର ମଧ୍ୟ ଅନେକ ସମସ୍ୟା ରହିଛି । ଯାହା ଫଳରେ ଶିକ୍ଷାର ବିକାଶରେ ବାଧା ସୃଷ୍ଟି ହେଉଛି । ଏହି ସମସ୍ତ ସମସ୍ୟାଗୁଡ଼ିକ ଆଗାମୀ ଦିନରେ କିଭଳି ଭାବରେ ସମସ୍ତଙ୍କ ସହଯୋଗରେ କିଭଳି ଭାବରେ ସମାଧାନ କରାଯିବ ସେନେଇ ଆଲୋଚନା କରାଯିବ । ସେଥିପାଇଁ ବିଭାଗ ସଚେତନ ରହିଛି । ଆମ ପାଇଁ ଏହା ବଡ ଚ୍ୟାଲେଞ୍ଜ ରହିଛି ।
ପିଲାମାନେ ଯେଭଳି ଭାବରେ ଗୁଣାତ୍ମକ ଶିକ୍ଷା ଓ ଶିକ୍ଷା କ୍ଷେତ୍ରରେ ସଂସ୍କାର ଅଣାଯିବ ସେନେଇ ପଦକ୍ଷେପ ଗ୍ରହଣ କରାଯିବ । ଏପଟେ ରାଜ୍ୟରେ ଯେଉଁ ସ୍କୁଲ ଗୁଡିକରେ ରେଜଲ୍ଟ ଖରାପ ହେଉଛି । ସେହି ସ୍କୁଲଗୁଡିକରେ ମଧ୍ୟ ଫୋକସ୍ ଦିଆଯାଇଛି । ଆମ ବିଭାଗ ମାଧ୍ୟମରେ ଏକ ପ୍ରସିକ୍ଷଣର ଆୟୋଜନ କରାଯିବ । ଆଗାମୀ ଦିନରେ ସେହି ସ୍କୁଲଗୁଡିକରେ ପିଲାମାନଙ୍କର ରେଜଲ୍ଟ କିଭଳି ଭାବରେ ଭଲ ହେବ ପାଠପଢାରେ ଉନ୍ନତି ଆସିବ । ସେନେଇ ଆମ ବିଭାଗ ବ୍ୟବସ୍ଥା କରୁଛି । ସମସ୍ତଙ୍କ ପ୍ରୟାସରେ ଆଗାମୀ ଦିନରେ ଓଡ଼ିଶାର ଶିକ୍ଷା ବ୍ୟବସ୍ଥାରେ ସୁଧାର ଆସିବ ।
ରାଜ୍ୟରେ ଡ୍ରପ୍ ଆଉଟ୍ ସମସ୍ୟାକୁ ଆଗାମୀ ଦିନରେ କିଭଳି ରୋକା ଯାଇପାରିବ ?
ଗଣଶିକ୍ଷା ମନ୍ତ୍ରୀକହିଛନ୍ତି," ଡ୍ରପ୍ ଆଉଟ୍ ଏକ ବଡ଼ ସମସ୍ୟା । ଡ୍ରପ୍ ଆଉଟ୍ କାହିଁକି ହେଉଛି ତାହାର ଏକ କାରଣ ଖୋଜାଯାଉଛି । ଏହାର କାରଣ ବାହାରିଲେ ଏହାର ତୁରନ୍ତ ସମାଧାନ କରାଯିବ । ଆମ ବିଭାଗ ପଦକ୍ଷେପ ନେବ । କିଭଳି ଭାବରେ ଆଗାମୀ ବର୍ଷରେ ପିଲାମାନେ ଡ୍ରପ୍ ଆଉଟ୍ ହେବେ ନାହିଁ । ପାଠ ପଢାରେ କିଭଳି ଭାବରେ ଆକର୍ଷିତ ହେବେ, ପ୍ରତ୍ୟେକ ଦିନ ସ୍କୁଲକୁ ଆସିବେ, ଡ୍ରପ୍ ଆଉଟ୍ ସଂଖ୍ୟା କିଭଳି କମିବ ସେନେଇ ବିଭାଗ ଯୋଜନା କରାଯାଇଛି । ଏହାସହ ମଧ୍ୟାହ୍ନ ଭୋଜନ କିଭଳି ଭାବରେ ପିଲାମାନଙ୍କୁ ଠିକ ଭାବରେ ଦିଆଯିବ, ସେନେଇ ବ୍ୟବସ୍ଥା କରୁଛି ବିଭାଗ । ଶିକ୍ଷା ବିଭାଗରେ କିଛି ବିଚ୍ୟୁତ ରହିଥିଲା ତାହାକୁ ଖୁବଶୀଘ୍ର ସଂସ୍କାର ଆଣିବୁ । "
ଉପାନ୍ତ ଅଞ୍ଚଳରେ ଶିକ୍ଷାର ବ୍ୟବସ୍ଥାକୁ କିଭଳି ଦେଖୁଛନ୍ତି ?
'ଉପାନ୍ତ ଅଞ୍ଚଳରେ ପ୍ରକୃତରେ ଅନେକ ସ୍କୁଲ ଥିଲା ଯାହା ବର୍ତ୍ତମାନ ବନ୍ଦ ହୋଇଯାଇଛି । ବର୍ତ୍ତମାନ ବିଭାଗ ଦେଖୁଛି ଯେଉଁ ସ୍କୁଲ ଯୋଗ୍ୟତା ହେବ , ତାହାକୁ ପୁଣିଥରେ ଖୋଲାଯିବ । ପିଲାମାନଙ୍କୁ ପାଠ ପଢାରେ ପୁଣିଥରେ ସୁଯୋଗ ଦିଆଯିବ । ସରକାର ଏନେଇ ଗୁରୁତ୍ଵ ଦେବା ସହ ପଦକ୍ଷେପ ନେବ ।'
ସ୍କୁଲରେ ଭିତ୍ତିଭୂମି ଉନ୍ନତି ଆଣିବା ପାଇଁ କ'ଣ ପଦକ୍ଷେପ ନିଆଯାଉଛି ?