ଓଡିଶା

odisha

By ETV Bharat Odisha Team

Published : Mar 1, 2024, 10:50 PM IST

ETV Bharat / state

ବିଜେପିରେ ମିଶିଲେ ରାୟଗଡା ଜିଲ୍ଲାରେ ବହୁ ବିଜେଡି ନେତା ଓ କର୍ମୀ

BJP Mishrana Parva: ରାୟଗଡା ଜିଲ୍ଲା ବିଜେଡି ଉପସଭାପତିଙ୍କ ସମେତ ବହୁ ବିଜେଡି ନେତା କର୍ମୀ ବିଜେପିରେ ସାମିଲ ହୋଇଛନ୍ତି । ଅଧିକ ପଢନ୍ତୁ ।

ବିଜେପିରେ ମିଶିଲେ  ରାୟଗଡା ଜିଲ୍ଲାରେ ବହୁ ବିଜେଡି ନେତା କର୍ମୀ
ବିଜେପିରେ ମିଶିଲେ ରାୟଗଡା ଜିଲ୍ଲାରେ ବହୁ ବିଜେଡି ନେତା କର୍ମୀ

ଭୁବନେଶ୍ବର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ବ ଏବଂ ଭାରତୀୟ ଜନତା ପାର୍ଟି ପ୍ରତି ଦେଶବାସୀ ତଥା ରାଜ୍ୟବାସୀଙ୍କ ଆସ୍ଥା ଓ ବିଶ୍ବାସ ବୃଦ୍ଧି ପାଇବାରେ ଲାଗିଛି । ରାଜ୍ୟରେ ଭାରତୀୟ ଜନତା ପାର୍ଟି ହିଁ ଓଡ଼ିଶାରେ ଏକମାତ୍ର ବିକଳ୍ପ । ମୋଦି ସରକାର ଏବଂ ମୋଦି ଗ୍ୟାରେଣ୍ଟ ଉପରେ ଓଡିଶାବାସୀଙ୍କ ଆସ୍ଥା ବୃଦ୍ଧି ପାଇଚାଲିଛି । ଆଜି ଦଳୀୟ କାର୍ଯ୍ୟାଳୟରେ ଆୟୋଜିତ ଏକ ମିଶ୍ରଣ ପର୍ବରେ ଏହା କହିଛନ୍ତି ରାଜ୍ୟ ବିଜେପି ନିର୍ବାଚନ ପ୍ରଭାରୀ ବିଜୟ ପାଲ ସିଂ ତୋମାର ।

ଅଧିକ ପଢନ୍ତୁ- 2024 ପୂର୍ବରୁ ସଜବାଜ ! ସଫଳ ହେବ ତ ବିଜେପିର ଜନ ଆକ୍ରୋଶ ଆନ୍ଦୋଳନ ?

ବିଜୟ ପାଲ ସିଂ ତୋମାର କହିଛନ୍ତି ଓଡିଶାର ବିକାଶ ପାଇଁ ଆମେ କାର୍ଯ୍ୟ କରିବା । ମୋଦିଙ୍କ ହାତ ମୁଠାକୁ ସୁଦୃଢ଼ କରିବା ପାଇଁ ପ୍ରତ୍ୟେକ ଦିନ ବିଭିନ୍ନ ଦଳ ତଥା ବିଭିନ୍ନ ଅନୁଷ୍ଠାନର ଲୋକ ବିଜେପିରେ ମିଶୁଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସୁଶାସନ, ଗରୀବ କଲ୍ୟାଣ ଓ ନୀତି ଆଦର୍ଶରେ ଅନୁପ୍ରାଣିତ ହୋଇ ରାୟଗଡା ଜିଲ୍ଲା ବିଜେଡି ଉପସଭାପତି ତଥା ପୂର୍ବତନ ଏସଡିସି ଅଧ୍ୟକ୍ଷ ଜଗନ୍ନାଥ ନୁଣ୍ଡୁକା, ପୂର୍ବତନ ସମିତି ସଭ୍ୟ ରବି ନୁଣ୍ଡୁକା, ସୁକଦେବ ବେହେରା, ପୂର୍ବତନ ସରପଞ୍ଚ ତଥା ବିଜେଡି ନେତା ବେଣୁଧର ଗାଡକା ପ୍ରମୁଖ ଆନୁଷ୍ଠାନିକଭାବେ ବିଜେପିରେ ସାମିଲ ହୋଇଛନ୍ତି ।

ଆଜି ରାଜ୍ୟ କାର୍ଯ୍ୟାଳୟଠାରେ ଅନୁଷ୍ଠିତ ମିଶ୍ରଣ ପର୍ବରେ ରାଜ୍ୟ ପ୍ରଭାରୀ ବିଜୟପାଲ ସିଂହ ତୋମାର, ରାଜ୍ୟ ଉପସଭାପତି ଡ.ଲେଖାଶ୍ରୀ ସାମନ୍ତସିଂହାର, ବିରଞ୍ଚି ନାରାୟଣ ତ୍ରିପାଠୀ ନୂତନ ସଦସ୍ୟଙ୍କୁ ଦଳୀୟ ଉତ୍ତରୀୟ ପିନ୍ଧାଇ ସ୍ବାଗତ କରିଥିଲେ ।

ଏହି ମିଶ୍ରଣ ପର୍ବରେ ରାଜ୍ୟ ଉପସଭାପତି ସୁକେଶୀ ଓରାମ, ରାଜ୍ୟ ସମ୍ପାଦିକା କସ୍ତୁରୀ ମିଶ୍ର, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଶିବଶଙ୍କର ଉଲାକା, ରାମଚନ୍ଦ୍ର ବେହେରା, କୋରାପୁଟ ଜିଲ୍ଲା ସଭାପତି ସୁମନ୍ତ ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ । ପ୍ରକାଶ ଯେ, ନିର୍ବାଚନ ପୂର୍ବରୁ ବିଜେପି କାର୍ଯ୍ୟାଳୟରେ ପ୍ରାୟ ସମସ୍ତ ଦିନ ମିଶ୍ରଣ କାର୍ଯ୍ୟକ୍ରମ ଆୟୋଜନ ହେଉଛି । ଉଭୟ କଂଗ୍ରେସ ଏବଂ ବିଜେଡି ଦଳରୁ ଏକାଧିକ ନେତା ଏବଂ ଅନେକ କର୍ମୀ ବିଜେପିରେ ସାମିଲ ହେଉଛନ୍ତି । କାରଣ କଂଗ୍ରେସ ଦଳୀୟ ସ୍ଥିତି ଭଲ ନଥିବା ବେଳେ ବିଜେଡିରେ ଗୋଟିଏ ଆସନରେ ଏକାଧିକ ଆଶାୟୀ ରହିଥିବାରୁ ନେତା ମାନେ ନିର୍ବାଚନ ପୂର୍ବରୁ ଦଳଡିଆଁ କରୁଥିବା କହିଛନ୍ତି ରାଜନୈତିକ ସମିକ୍ଷକ ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details