ଓଡିଶା

odisha

ETV Bharat / state

ଏଠି ରାଜାରାଜୁଡା ଅମଳରୁ ଚାଲି ଆସୁଛି ରଥଯାତ୍ରା,ସାମିଲ ହୁଅନ୍ତି ରାଜପରିବାର - RATHA YATRA

Ratha Yatra Celebrated In Balangir: ବଲାଙ୍ଗୀରର ସର୍ବପୁରାତନ ଗୋପାଲଜି ମନ୍ଦିର ରଥଯାତ୍ରା ପାଳିତ ହୋଇଛି । ଘଣ୍ଟନାଦ, ଭକ୍ତିମୟ ପରିବେଶରେ କମ୍ପୁଛି ଜିଲ୍ଲା । ବଡ଼ ଠାକୁରଙ୍କୁ ଦର୍ଶନ କରି ଭାବବିହ୍ୱଳ ହୋଇଛନ୍ତି ଶ୍ରଦ୍ଧାଳୁ ଓ ଭକ୍ତ ।

By ETV Bharat Odisha Team

Published : Jul 8, 2024, 5:31 PM IST

ବଲାଙ୍ଗୀରରେ ଧୁମଧାମରେ ପାଳିତ ରଥଯାତ୍ରା, ମହାପ୍ରଭୁଙ୍କୁ ଦର୍ଶନ କରି ଭାବବିହ୍ୱଳ ଭକ୍ତ
ବଲାଙ୍ଗୀରରେ ଧୁମଧାମରେ ପାଳିତ ରଥଯାତ୍ରା, ମହାପ୍ରଭୁଙ୍କୁ ଦର୍ଶନ କରି ଭାବବିହ୍ୱଳ ଭକ୍ତ (ETV Bharat Odisha)

ବଲାଙ୍ଗୀର: ଜିଲ୍ଲାର ସର୍ବପୁରାତନ ଗୋପାଲଜି ମନ୍ଦିରରେ ଧୁମଧାମରେ ରଥଯାତ୍ରା ପାଳିତ ହୋଇଯାଇଛି । ପ୍ରବଳ ବର୍ଷା ସତ୍ତ୍ୱେ ପ୍ରଶାସନିକ ଅଧିକାରୀ ରାଜ ପାରିବାର ଓ ଜନ ସମାଗମ ମଧ୍ୟରେ ରୀତି ନୀତିରେ ପାଳିତ ହୋଇଛି ରଥଯାତ୍ରା । ବର୍ତ୍ତମାନ ଶ୍ରୀଜିଉ ମାଉସୀ ମାଆ ମନ୍ଦିରରେ ପହଞ୍ଚିଥିବା ବେଳେ ମହାପ୍ରଭୁଙ୍କୁ ଦର୍ଶନ କରି ଭାବବିହ୍ୱଳ ହୋଇଛନ୍ତି ଶ୍ରଦ୍ଧାଳୁ ଓ ଭକ୍ତ ।

ବଲାଙ୍ଗୀରରେ ଧୁମଧାମରେ ପାଳିତ ରଥଯାତ୍ରା, ମହାପ୍ରଭୁଙ୍କୁ ଦର୍ଶନ କରି ଭାବବିହ୍ୱଳ ଭକ୍ତ (ETV Bharat Odisha)

ବଲାଙ୍ଗୀରର ଗୋପାଲଜି ମନ୍ଦିର ତତ୍କାଳୀନ ପାଟଣା ମହାରାଜା ରମାଇ ଦେଓଙ୍କ ସମୟରୁ ପାଳିତ ହୋଉଛି ତିନି ଠାକୁରଙ୍କ ରଥଯାତ୍ରା । ସୂଚନା ଅନୁସାରେ, ପାଟଣା ରାଜ୍ୟ ଅମଳରେ 1800 ଶତାବ୍ଦୀରେ ମହାରାଜା ରମାଇ ଦେଓଙ୍କ ସ୍ତ୍ରୀ ବଲାଙ୍ଗୀରରେ ଗୋପାଲଜି ମନ୍ଦିର ସ୍ଥାପନ କରିଥିଲେ ଏବଂ ଏଠି 1899 ମସିହାରୁ ତିନି ଠାକୁରଙ୍କ ରଥଯାତ୍ରା ପାଳିତ ହୋଇଆସୁଛି । ତେବେ ଚଳିତ ବର୍ଷ ମଧ୍ୟ ସେହି ପୁରୁଣା ରୀତିନୀତିରେ ରଥଯାତ୍ରା ସମ୍ପନ୍ନ ହୋଇଛି । ରାଜା ପରିବାର ପ୍ରଶାସନିକ ଅଧିକାରୀ ଓ ପ୍ରବଳ ଜନସମାଗମରେ ତିନି ଠାକୁର ମାଉସୀ ମାଆ ମନ୍ଦିରରେ ପହଞ୍ଚିଛନ୍ତି । ମହାପ୍ରଭୁଙ୍କୁ ଦର୍ଶନ ସହ ରଥ ଟାଣି ଭାବବିଭୋର ହୋଇପଡିଛନ୍ତି ଶ୍ରଦ୍ଧାଳୁ ।

ରଥଯାତ୍ରାରେ ରାଜା ପରିବାର ସଦସ୍ୟ ତଥା ବଲାଙ୍ଗୀର ବିଧାୟକ କଳିକେଶ ନାରାୟଣ ସିଂହ ଦେଓ ତାଙ୍କ ସ୍ତ୍ରୀ ମେଘନା ସିଂହ ଦେଓ ସାମିଲ ହୋଇଥିଲେ । ସେହିପରି ଛେରା ପହଁରା ପରେ ତିନି ଠାକୁର ରଥାରୂଢ ହୋଇଥିଲେ ଏବଂ ରଥ ମାଉସୀ ମନ୍ଦିରକୁ ତିନି ଠାକୁର ଯାଇଥିଲେ। ସେହିପରି ବଲାଙ୍ଗୀର ଏସପି ଋଷିକେଶ କିଲର, ଜିଲ୍ଲାପାଳ ଶିବାଜୀ ଗୌରବ ଇସାଲୱାର ମଧ୍ୟ ରଥ ଯାତ୍ରାରେ ସାମିଲ ହୋଇଥିଲେ ।


ଏହି ସମୟରେ ବିଧାୟକଙ୍କ ସ୍ତ୍ରୀ ମେଘନା ସିଂହ ଦେଓ କହିଛନ୍ତି ଯେ ତାଙ୍କ ପରିବାର ପୂର୍ବଜ ଦ୍ୱାରା ସ୍ଥାପିତ ଏହି ଜଗନ୍ନାଥ ଗୋପାଲଜି ମନ୍ଦିର ରଥ ଯାତ୍ରା ପାଳିତ ହୋଇ ଆସୁଛିଏବଂ ସବୁ ବର୍ଷ ସେମାନେ ଏଥିରେ ସାମିଲ ହୋଇ ଆସୁଛନ୍ତି ବୋଲି ସେ କହିଛନ୍ତି । ସେହିପରି ସମସ୍ତଙ୍କୁ ଏହି ଅବସରରେ ସେ ଶୁଭେଚ୍ଛା ଦେବା ସହ ପ୍ରଭୁ ଜଗନ୍ନାଥ ସମସ୍ତଙ୍କ ମଙ୍ଗଳ କରନ୍ତୁ ବୋଲି ପ୍ରାଥନା କରିଛନ୍ତି ।

ଏହା ମଧ୍ୟ ପଢନ୍ତୁ:ବୌଦ୍ଧରେ ଦୁଇ ଦିନ ରଥଯାତ୍ରା, ପ୍ରଥମ ଥର ରଥରେ ରାତି କାଟିଲେ ବଡ଼ଠାକୁର


ସେହିପରି ବଲାଙ୍ଗୀର ବିଧାୟକ ତଥା ରାଜା ଘର ସଦସ୍ୟ କଳିକେଶ ନାରାୟଣ ସିଂହ ଦେଓ କହିଛନ୍ତି ଯେ ତାଙ୍କ ପୂର୍ବଜ ରାଣୀ ମାତା ଏହି ମନ୍ଦିର ପ୍ରତିଷ୍ଠା କରିଥିଲେ । ସେହି ଦିନ ଠାରୁ ଏଠି ରୀତିନୀତିରେ ରଥଯାତ୍ରା ପାଳିତ ହୋଇଆସୁଛି । ତେବେ ପୂର୍ବତନ ନବୀନ ସରକାର ଦେବୋତ୍ତର ବିଭାଗର ଏହି ମନ୍ଦିର ପାଇଁ ଅନୁଦାନ ଦେଇଥିଲେ । ଯାହାର କାମ ଜାରିଥିବାର ସେ କହିଛନ୍ତି । ଏହି ଅବସରରେ ସେ ସମସ୍ତଙ୍କୁ ଶୁଭେଚ୍ଛା ମଧ୍ୟ ଜଣାଇଛନ୍ତି । ସେପଟେ ବଲାଙ୍ଗୀର ଦେବୋତ୍ତର ଅଧିକାରୀ ସୁଧୀର ଦାସ କହିଛନ୍ତି ଯେ ୧୮୯୯ ମସିହାରୁ ଏଠି ରଥଯାତ୍ରା ପାଳିତ ହୋଇସାରୁଥିବା ବେଳେ ଏଥର ମଧ୍ୟ ରୀତିନୀତିରେ ରଥଯାତ୍ରା ସୁରୁଖୁରରେ ପାଳିତ ହୋଇଛି ।

ବଲାଙ୍ଗୀର, ଇଟିଭି ଭାରତ

ABOUT THE AUTHOR

...view details