ଓଡିଶା

odisha

ETV Bharat / state

ସେବାୟତଙ୍କ ମଧ୍ୟରେ ବଚସା, ଉପାସରେ ରହିଲେ ଚତୁର୍ଦ୍ଧାମୂର୍ତ୍ତି - Baladevjiu Rituals Disrupted - BALADEVJIU RITUALS DISRUPTED

Baladevjiu Rituals Disrupted: ସେବାୟତଙ୍କ ମଧ୍ୟରେ ବିବାଦ । ଉପାସରେ ରହିଲେ ବଳଦେବଜୀଉ । ଯାହାକୁ ନେଇ ଭକ୍ତଙ୍କ ମହଲରେ ଅସନ୍ତୋଷ ଦେଖାଦେଇଛି । ଅଧିକ ପଢନ୍ତୁ,

ସେବାୟତଙ୍କ ମଧ୍ୟରେ ବଚସା, ଉପବାସରେ ରହିଲେ ଚତୁର୍ଦ୍ଧାମୂର୍ତ୍ତି
ସେବାୟତଙ୍କ ମଧ୍ୟରେ ବଚସା, ଉପବାସରେ ରହିଲେ ଚତୁର୍ଦ୍ଧାମୂର୍ତ୍ତି (ETV Bharat Odisha)

By ETV Bharat Odisha Team

Published : Jul 18, 2024, 4:39 PM IST

କେନ୍ଦ୍ରାପଡ଼ା:ବିଭ୍ରାଟ ପରେ ବିଭ୍ରାଟ ହେବାରେ ଲାଗିଛି ବଡଠାକୁରଙ୍କର ନୀତିକାନ୍ତିରେ । ଥମୁନି ସେବାୟତଙ୍କ ମଧ୍ୟରେ ବିବାଦ । ଫଳରେ ସକାଳୁ ଉପବାସରେ ରହିଛନ୍ତି ବଡବାଡ ମଣିମା ତଥା କେନ୍ଦ୍ରାପଡା ଜିଲ୍ଲାର ଆରାଧ୍ୟ ଦେବତା ପ୍ରଭୁ ଶ୍ରୀ ବଳଦେବଜୀଉ । ଗତ ମଙ୍ଗଳବାର ରଥ ଚକଡ଼ା ଲାଗିବା ପରେ ଗତକାଲି ରହିଥିଲା ଏକାଦଶୀ ତିଥି । ଗତକାଲି ମହାପ୍ରଭୁ ନିଳାଦ୍ରୀ ବିଜେ କରିନଥିବା ବେଳେ ଆଜି ତିନୋଟି କାର୍ଯ୍ୟ ଏକାଧାରରେ ସମ୍ପନ୍ନ ହେବା ପାଇଁ ଧାର୍ଯ୍ୟ କରାଯାଇଥିଲା । ହେଲେ ସକାଳୁ ସେବାୟତଙ୍କ ମଧ୍ୟରେ ମନୋମାଳିନ୍ୟ କାରଣରୁ ସକାଳୁ ସ୍ନାନ, ସକାଳ ଧୂପ ଇତ୍ୟାଦି ଅଦ୍ୟାବଧି ହୋଇ ପାରିନାହିଁ । ଅପରାହ୍ନ ୨ ଘଟିକା ବାଜି ଯାଇଥିଲେ ସୁଦ୍ଧା ମହାପ୍ରଭୁଙ୍କୁ ଏପରି ଉପବାସରେ ରଖିବା ନେଇ ଭକ୍ତଙ୍କ ମହଲରେ ଅସନ୍ତୋଷ ଦେଖାଦେଇଛି ।

ସେବାୟତଙ୍କ ମଧ୍ୟରେ ବଚସା, ଉପବାସରେ ରହିଲେ ଚତୁର୍ଦ୍ଧାମୂର୍ତ୍ତି (ETV Bharat Odisha)

ସୂଚନାନୁଯାୟୀ, ଆଜି ସକାଳେ ଜଣେ ଭକ୍ତଙ୍କ ତୁଳସୀମାଳ ଲାଗି କରିବାକୁ ନେଇ ପୂଜା ପଣ୍ଡା ଓ ମହାଜନ ପାଣିଗ୍ରାହୀ ସେବାୟତଙ୍କ ମଧ୍ୟରେ ବଚସା ହୋଇଥିଲା । ପରେ ପରିସ୍ଥିତି ବିଶୃଙ୍ଖଳା ଆଡକୁ ଗତି କରି ଉଭୟ ସେବାୟତ ଗୋଷ୍ଠୀରେ ବିଭକ୍ତ ହୋଇ ଯାଇଥିଲେ । ତେବେ ପୂଜାପଣ୍ଡାଙ୍କ ପ୍ରତି ଅସମ୍ମାନକୁ ନେଇ ମୀମାଂସା ହେବା ପରେ ଶ୍ରୀଜୀଉ ମାନଙ୍କର ଯାହା ନୀତିକାନ୍ତି ସମ୍ପନ୍ନ କରାଯିବ ବୋଲି ଅଡ଼ି ବସିଥିଲେ ପୂଜାପଣ୍ଡା ସେବାୟତ ।

ସେହିପରି ମହାଜନ ପାଣିଗ୍ରାହୀ ମଧ୍ୟ ଘଟଣାର ସମାଧାନ ନହେବା ପର୍ଯ୍ୟନ୍ତ ଆଜି ପହଣ୍ଡି କରିବେ ନାହିଁ ବୋଲି ଅଡ଼ି ବସିଥିବା ବେଳେ ବଳଦେବଜୀଉ ଦେବୋତ୍ତର ବିଭାଗର ସଭାପତି ତଥା କେନ୍ଦ୍ରାପଡା ଉପଜିଲ୍ଲାପାଳ,କେନ୍ଦ୍ରାପଡା ତହସିଲଦାରଙ୍କ ସମେତ ମନ୍ଦିର କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ଉପସ୍ଥିତିରେ ବୈଠକ କରାଯାଇଥିଲା । ଏଥିରେ ସେବାୟତଙ୍କ ମତଭେଦ ପ୍ରସଙ୍ଗ ଉପରେ ଆଲୋଚନା ସହ ମହାପ୍ରଭୁଙ୍କ ଆଜିର ନୀତିକାନ୍ତି କିପରି ସୁରୁଖୁରରେ ସମାପ୍ତି ହେବ ସେନେଇ ଆଲୋଚନା କରାଯାଇଥିଲା ।

ଏହା ମଧ୍ୟ ପଢନ୍ତୁ:ଜନ୍ମବେଦୀକୁ ବିଜେ କଲେ ପ୍ରଭୁ ବଳଦେବଜୀଉ, ମହାସ୍ନାନ ଓ ଅନ୍ନଭୋଗ ସମ୍ପନ୍ନ

ଏଥିସହ ଏହି ବୈଠକରେ ଆସନ୍ତା ଶନିବାର ଦିନ ଉଭୟ ପକ୍ଷର ୪ଜଣ ଲେଖାଏଁ ସେବାୟତ ବସି ଘଟଣାର ସମାଧାନ କରିବା ଓ ଯାହାର ଭୁଲ ବାହାରିବ ତାହା ଉପରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କୁହାଯାଇଛି । ଯାହା ପରେ ଅପରାହ୍ନ ସାଢେ ୨ଟାରେ ମହାପ୍ରଭୁଙ୍କ ସେବାକାର୍ଯ୍ୟ ଓ ନୀତିକାନ୍ତି ଆରମ୍ଭ ହୋଇଥିଲା । ତେବେ ଆଜି ଗୋଟିଏ ଦିନରେ ରଘୁନାଥ ବେଶ, ଅଧର ପଣା ଓ ନୀଳାଦ୍ରି ବିଜେ କାର୍ଯ୍ୟକ୍ରମ ରହିଥିବା ବେଳେ ସେବାୟତଙ୍କ ମଧ୍ୟରେ ଏହି ଗଣ୍ଡଗୋଳକୁ ନେଇ ଅଶାନ୍ତି ଦେଖାଯାଇଛି ।

ଇଟିଭି ଭାରତ, କେନ୍ଦ୍ରାପଡ଼ା

ABOUT THE AUTHOR

...view details