ଓଡିଶା

odisha

ETV Bharat / state

ଓଡ଼ିଶା ସହ ରତନ ଟାଟାଙ୍କ କନେକ୍ସନ, ଏସବୁ ଅବଦାନକୁ ଭୁଲିବନି ରାଜ୍ୟ

ଅଫେରା ରାଇଜରେ ଶିଳ୍ପରତ୍ନ ରତନ ଟାଟା । ଓଡ଼ିଶାକୁ ରହିଛି ଅନେକ ଅବଦାନ । ଜାଗା ମିଶନଠୁ ଷ୍ଟିଲ ପ୍ଲାଣ୍ଟ । ମନେ ରହିବେ ଟାଟା ।

By ETV Bharat Odisha Team

Published : 5 hours ago

Updated : 4 hours ago

RATAN TATA
RATAN TATA (ETV Bharat Odisha)

ଭୁବନେଶ୍ବର:ଶିଳ୍ପ ଜଗତରେ ଅପୂରଣୀୟ କ୍ଷତି । ଆଉ ନାହାନ୍ତି ଭାରତର ଶିଳ୍ପରତ୍ନ ରତନ ଟାଟା । ତାଙ୍କ ବିୟୋଗରେ ସାରା ଦେଶ ସବ୍ଧ । ପ୍ରତିଟି କ୍ଷେତ୍ରକୁ ରତନଙ୍କ ରହିଛି ଅନେକ ଅବଦାନ । ଶିଳ୍ପରତ୍ନଙ୍କୁ ହରାଇ ସଭିଏଁ ମର୍ମାହତ । ତାଙ୍କ ନିଧନ ଖାଲି ଭାରତବର୍ଷ ନୁହେଁ ଓଡିଶାକୁ ମଧ୍ୟ ଶୋକର ସାଗରରେ ଭସାଇଛି । ଓଡ଼ିଶା ପ୍ରତି ଟାଟାଙ୍କ ଅବଦାନ ଅତୁଳନୀୟ ଏବଂ ଅବିସ୍ମରଣୀୟ ଯାହା ଇତିହାସ ହୋଇରହିବ । ଆସନ୍ତୁ ଜାଣିବା ଓଡ଼ିଶା ପ୍ରତି ରତନ ଟାଟାଙ୍କ କଣ କଣ ଅବଦାନ ରହିଛି ।

କଳିଙ୍ଗ ନଗର ଷ୍ଟିଲ ପ୍ଲାଣ୍ଟଠୁ କ୍ୟାନ୍ସର ହସ୍ପିଟାଲ:

86 ବର୍ଷୀୟ ରତନ ଟାଟା ଖାଲି ଜଣେ ଶିଳ୍ପପତି ନଥିଲେ ଏକାଧାରରେ ସେ ଜଣେ ବହୁମୁଖୀ ପ୍ରତିଭାର ଅଧିକାରିଣୀ ଥିଲେ। ଓଡ଼ିଶାରେ କଳିଙ୍ଗ ନଗର ଷ୍ଟିଲ ପ୍ଲାଣ୍ଟ,ଭୂଷଣ ଷ୍ଟିଲସ, ଧାମରା ପୋର୍ଟ(ଆଜିର ଅଦାନୀ ପୋର୍ଟ),ଗୋପାଳପୁର SEZ, କ୍ୟାନ୍ସର ହସ୍ପିଟାଲ, ସହରାଞ୍ଚଳରେ ଗରିବ ବାସହୀନଙ୍କ ପାଇଁ ଜାଗା ମିଶନ ପ୍ରକଳ୍ପ ଭଳି ବହୁ ଯୋଜନା ତାଙ୍କ ମାନସ ସନ୍ତାନ ଭାବେ ଓଡ଼ିଶାରେ ଛିଡା ହୋଇଛି ।

Kalinga Nagar Steel Plant (Official Site)

ଓଡ଼ିଶାକୁ ରତନ ଟାଟାଙ୍କ ଅବଦାନ:

  • କଳିଙ୍ଗ ନଗର ଷ୍ଟିଲ ପ୍ଲାଣ୍ଟ
  • ଭୂଷଣ ଷ୍ଟିଲସ
  • ଧାମରା ପୋର୍ଟ
  • ଗୋପାଳପୁର SEZ
  • କ୍ୟାନ୍ସର ହସ୍ପିଟାଲ
  • ଜାଗା ମିଶନ

ଓଡ଼ିଶା ପାଇଲା କଳିଙ୍ଗ ନଗର ଟାଟା ଷ୍ଟିଲ ପ୍ଲାଣ୍ଟ:

ରତ୍ନଗର୍ଭା ଓଡ଼ିଶାରେ ପ୍ରାକୃତିକ ଭରା ସମ୍ପଦ ଭିତରୁ ସେ ପାଇଥିଲେ ଇସ୍ପାତ ଉତ୍ପାଦନର ଏକ ବୃହତ ସମ୍ଭାବନା ପାଇଥିଲେ ରତନ ଟାଟା । ଯାହାର ସଦ୍ୟତମ ଉଦାହରଣ ହେଉଛି କଳିଙ୍ଗ ନଗର ଟାଟା ଷ୍ଟିଲ ପ୍ଲାଣ୍ଟ । 2004ରେ ନବୀନ ପଟ୍ଟନାୟକଙ୍କ ମୁଖ୍ୟମନ୍ତ୍ରୀ ସମୟରେ ଟାଟା ଷ୍ଟିଲ ସହ ବୁଝାମଣା ସ୍ବାକ୍ଷର ହୋଇଥିଲା । ଯଦିଓ ଷ୍ଟିଲ ପ୍ଲାଣ୍ଟ କାର୍ଯ୍ୟକ୍ଷମ ହେବାକୁ ସମୟ ଲାଗିଲା,2015ରେ ଦେଶର ଏବଂ ଓଡ଼ିଶାର ଶିଳ୍ପ ଅଭିବୃଦ୍ଧିରେ ଏହା ଏକ ମାଇଲ ଖୁଣ୍ଟ ହୋଇରହିବ । କଳିଙ୍ଗ ନଗର ଟାଟା ଷ୍ଟିଲ 27 ହଜାର କୋଟି ଵ୍ୟୟରେ ଭାରତବର୍ଷର ସର୍ବବୃହତ ବ୍ଲାଷ୍ଟ ଫରନେସ ଭାବେ ରେକର୍ଡ ସୃଷ୍ଟି କରିଛି ।

ଟାଟା ସ୍ପଞ୍ଜର ପୂର୍ବତନ ମୁଖ୍ୟ ପରିଚାଳନା ନିର୍ଦ୍ଦେଶକ (ETV Bharat Odisha)
  • 2004ରେ ଟାଟା ଷ୍ଟିଲ ପାଇଁ ଚୁକ୍ତି ସ୍ବାକ୍ଷରିଚ
  • ଶିଳ୍ପବୃଦ୍ଧିରେ କଳିଙ୍ଗ ଷ୍ଟିଲ ପ୍ଲାଣ୍ଟ ମାଇଲ ଖୁଣ୍ଟ
  • 27 ହଜାର କୋଟି ବ୍ୟୟରେ ନିର୍ମାଣ ହୋଇଥିଲା ପ୍ଲାଣ୍ଟ
Plant (Official Site)

ଗୋପାଳପୁରରେ ଫେରୋକ୍ରୋମ ପ୍ଲାଣ୍ଟ:

1990 ମସିହାରେ ଗୋପାଳପୁରରେ ଟାଟା 3500 ଏକର ଜମିରେ 10 ମିଲିୟନ ଟନର ଏକ ବୃହତ ଷ୍ଟିଲ ପ୍ଲାଣ୍ଟ କରିବା ଲକ୍ଷ୍ୟରେ ଜମି ନେଇଥିଲା । ପ୍ରଥମ ପର୍ଯ୍ୟାୟରେ 7,500 କୋଟି ବ୍ୟୟରେ 3 ମିଲିୟନ ଟନର ଏକ ଷ୍ଟିଲ ପ୍ଲାଣ୍ଟ କରିବା ଲକ୍ଷ୍ୟ ରଖିଥିଲା କମ୍ପାନୀ ହେଲେ ସ୍ଥାନୀୟ ବାସିନ୍ଦାଙ୍କ ବିରୋଧ ପରେ ଯାଜପୁର କଳିଙ୍ଗ ନଗରକୁ ସ୍ଥାନାନ୍ତରିତ ହୋଇଥିଲା । ଗୋପାଳପୁରରେ ଟାଟାର ଫେରୋକ୍ରୋମ ପ୍ଲାଣ୍ଟ ଦେଶର ଏକନମ୍ବର ଗ୍ରୀନ ଫିଲଡ଼ ପ୍ଲାଣ୍ଟ ଭାବେ ପରିଚିତ । 542 କୋଟି ବ୍ୟୟରେ ପ୍ରତିଷ୍ଠା ହୋଇଛି ଫେରୋକ୍ରୋମ ପ୍ଲାଣ୍ଟ ଯାହା ବାର୍ଷିକ 55 ହଜାର ଟନ ଉତ୍ପାଦିତ ହେଉଛି । ଏହା ଓଡ଼ିଶାର ଶିଳ୍ପର ବିକାଶ ଦିଗରେ ସହାୟକ ହୋଇଛି । ସେହିପରି 2018 ମଇ 18ରେ ଭୂଷଣ ଷ୍ଟିଲର 72.65% ଭାଗ ଟାଟା ଷ୍ଟିଲ କିଣି ଷ୍ଟିଲ ଉତ୍ପାଦନ କ୍ଷେତ୍ରରେ ଆଉ ଏକ ସଫଳ ଫର୍ଦ୍ଦ ଯୋଡ଼ିଛି ।

  • ଫେରୋକ୍ରୋମ ପ୍ଲାଣ୍ଟ ଦେଶର ଏକନମ୍ବର ଗ୍ରୀନ ଫିଲଡ଼ ପ୍ଲାଣ୍ଟ
  • 542 କୋଟି ବ୍ୟୟରେ ପ୍ରତିଷ୍ଠା ହୋଇଛି ଫେରୋକ୍ରୋମ

ସ୍ବାସ୍ଥ୍ୟକ୍ଷେତ୍ରରେ ବଡ଼ ଅବଦାନ:

ଓଡିଶାର ସ୍ବାସ୍ଥ୍ୟ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ରହିଛି ରତନ ଟାଟାଙ୍କର । ଗୋପାଳପୁରରେ 500 ଶଯ୍ୟା ବିଶିଷ୍ଟ ଏବଂ କଳିଙ୍ଗ ନଗରରେ 200 ଶଯ୍ୟା ବିଶିଷ୍ଟ ହସ୍ପିଟାଲ ତତ୍କାଳୀନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ କରକମଳରେ ଶୁଭାରମ୍ଭ ହୋଇଥିଲା । କ୍ୟାନ୍ସର ଚିକିତ୍ସା କ୍ଷେତ୍ରରେ ଟାଟାର ଅବଦାନ ପ୍ରଶଂସନୀୟ । କଟକ ଜିଲ୍ଲା ବାରଙ୍ଗ ତହସିଲରେ ଓଡିଶା କ୍ୟାନ୍ସର ଟ୍ରିଟମେଣ୍ଟ ।

  • ଗୋପାଳପୁରରେ 500 ଶଯ୍ୟା ବିଶିଷ୍ଟ ହସ୍ପିଟାଲ
  • କଳିଙ୍ଗ ନଗରେ 200 ଶଯ୍ୟା ବିଶିଷ୍ଟ ହସ୍ପିଟାଲ
  • ବାରଙ୍ଗରେ କ୍ୟାନ୍ସର ହସ୍ପିଟାଲ
JAGA MISSION (Face Book)

ଜାଗା ମିଶନ:

ସେହିପରି 2008ରେ ଗରିବ ବାସହୀନଙ୍କ ପାଇଁ ଜାଗା ମିଶନ କାର୍ଯ୍ୟକାରୀ କରିବା । ଗୋପାଳପୁର ଶିଳ୍ପ ଉଦ୍ୟାନ ଟାଟାର ଏକ ବୃହତ ଅବଦାନ । ଟାଟା ପାୱାର ଓଡ଼ିଶାର ଘରେ ଘରେ ପରିଚିତ । ଟାଟା ପାୱାର 4245 କୋଟି ଟଙ୍କା ପୁଞ୍ଜିନିବେଶ କରି 4 ବର୍ଷରେ ଭିତ୍ତିଭୂମି ବିକାଶ ଦିଗରେ ସହାୟକ ହେଉଛି । ଶିକ୍ଷା କ୍ଷେତ୍ରରେ ଏକ ଯୁଗାନ୍ତକାରୀ ପଦକ୍ଷପ ଗ୍ରହଣ ଜରିଛି ଟାଟା କମ୍ପାନୀ । ଆଦର୍ଶ ବିଦ୍ୟାଳୟ ,ମଡେଲ ସ୍କୁଲରେ ଛାତ୍ରଛାତ୍ରୀ ମାନଙ୍କ ପାଇଁ ଗୁଣାତ୍ମକ ଶିକ୍ଷା ପ୍ରଦାନ କରୁଛି ।

ଅବଦାନକୁ ମନେ ପକାଇଲେ ବରିଷ୍ଠ କଂଗ୍ରେସ ନେତା ନିରଞ୍ଜନ ପଟ୍ଟନାୟକ:

ମନେ ପକାଇଲେ ବରିଷ୍ଠ କଂଗ୍ରେସ ନେତା ନିରଞ୍ଜନ ପଟ୍ଟନାୟକ (ETV Bharat Odisha)

ନିରଞ୍ଜନ ପଟ୍ଟନାୟକ କହିଛନ୍ତି, ‘ରତନ ଟାଟା ଜଣେ ଭଦ୍ର ,ନମ୍ର, ଆଦର୍ଶ କେନ୍ଦ୍ରିକ ବ୍ୟକ୍ତିତ୍ବ। ସାଧାରଣ ମଣିଷର ଉନ୍ନତି କିଭଳି ହେବ । ନୂତନ ଆଦର୍ଶ, ନୂତନ ଯୋଜନା ତାଙ୍କ ଅବଦାନ। ବହୁ ଶିଳ୍ପ ପ୍ରତିଷ୍ଠା କରିଛନ୍ତି ସେ। ତାଙ୍କ ଅବଦାନ ଦେଶର ସର୍ବବୃହତ ଇସ୍ପାତ କାରଖାନା । ଖାଲି ଓଡିଶା କିମ୍ବା ଭାରତ ବର୍ଷ ନୁହେଁ ପୃଥିବୀରେ ଜଣେ ଉତ୍କୃଷ୍ଟ ଧରଣର ଉଚ୍ଚ ମାନବିକତା ଥାଇ ଶିଳ୍ପର ବିକାଶ ସହ ସାଧାରଣ ଲୋକର ଜୀବନ ଯାପନ କିଭଳି ଉନ୍ନତି ହେବ ସେ ବିଷୟରେ ଚିନ୍ତା କରୁଥିଲେ । ଟାଟା ଭାରତବର୍ଷ ବାହାରେ ଟାଟା କମ୍ପାନୀକୁ ପ୍ରତିଷ୍ଠା କରିବା ସକ୍ଷମ ହେଉଥିଲେ । ସାମାଜିକ ଦାୟିତ୍ବବୋଧତା ତାଙ୍କ ଠାରୁ ଆରମ୍ଭ ହୋଇଥିଲା । ଛୋଟ ଛୋଟ ଜିନିଷ ଠାରୁ ବୃହତ ଶିଳ୍ପ ପ୍ରତିଷ୍ଠା ତାଙ୍କର ଅବଦାନ ଓଡିଶା ପ୍ରତି ଅତୁଳନୀୟ । ଗୋପାଳପୁରରେ ଷ୍ଟିଲ ପ୍ଲାଣ୍ଟ ଟାଟାଙ୍କ ଲକ୍ଷ୍ୟ ଥିଲା, ଦୁର୍ଭାଗ୍ୟ ବଶତଃ ହୋଇପାରିଲା ନାହିଁ । ପରବର୍ତ୍ତୀ ସମୟରେ ଷ୍ଟିଲ ପ୍ଲାଣ୍ଟ କଳିଙ୍ଗନଗରରେ ହେଲା । ଅଦ୍ବିତୀୟ ଶିଳ୍ପପତି, ଅଦ୍ବିତୀୟ ସଫଳ ବ୍ୟକ୍ତିତ୍ବ ଯିଏ ଭାରତବର୍ଷର ଗୌରବ। ସେ ଜଣେ ଆଦର୍ଶ ମଣିଷ ,ସଫଳ ଶିଳ୍ପପତି । ଓଡିଶା ତାଙ୍କୁ ଆଜି ମନେ ପକାଇବ। ଓଡ଼ିଶାରେ ବିଭିନ୍ନ କ୍ଷେତ୍ରରେ ତାଙ୍କ ସହଯୋଗ ରହିଛି। ସାରା ବିଶ୍ବ ତାଙ୍କୁ ମନେ ରଖିବ। ଜଣେ ସଫଳ ମଣିଷ ,ସଫଳ ଉଦ୍ୟୋଗୀ ।’

ଟାଟା ସ୍ପଞ୍ଜର ପୂର୍ବତନ ମୁଖ୍ୟ ପରିଚାଳନା ନିର୍ଦ୍ଦେଶକ ସଂଜୟ ପଟ୍ଟନାୟକ ରତନ ଟାଟାଙ୍କୁ ମନପକାଇ କହିଛନ୍ତି,‘ରତନ ଟାଟା ଜଣେ କେବଳ ଶିଳ୍ପପତି ନଥିଲେ,ସେ ଜଣେ ଓଡିଶା ପ୍ରତି ଟାଟାଙ୍କ ଅତୁଳନୀୟ ଅବଦାନ। TATA କନସଲଟାନ୍ସି ,କଳିଙ୍ଗ ନଗର ଇସ୍ପାତ କାରଖାନା, ଧାମରା ପୋର୍ଟ ଯାହା ଏବେ ଆଦାନିଙ୍କ ହାତରେ ଅଛି, ଜିଞ୍ଜର ହୋଟେଲ,ଅନେକ ଶିଳ୍ପ ପ୍ରତିଷ୍ଠା ହୋଇଛି। ଖାଲି ଶିଳ୍ପ ନୁହେଁ ଲୋକମାନଙ୍କ କଥା ସେ ଭାବୁଥିଲେ । ବସ୍ତିବାସିନ୍ଦାଙ୍କ ପାଇଁ ଅନେକ କାମ କରିଛନ୍ତି ଯାହା ଭୁବନେଶ୍ବରରେ ଜାଗା ମିଶନ ରେ ପରିଚିତ। ଜନସାଧାରଣଙ୍କ ଉନ୍ନତି ଦେଶର ଉନ୍ନତି କଥା ସବୁବେଳେ ଭାବୁଥିଲେ । ସେ ଖାଲି ଜଣେ ବିଶିଷ୍ଠ ଶିଳ୍ପପତି ନୁହେଁ ଉଚ୍ଚକୋଟିର ବ୍ୟକ୍ତିତ୍ବ ଥିଲେ । ଏଭଳି ଅନେକ ଶିଳ୍ପ ସେ ପ୍ରତିଷ୍ଠା କରିଥିଲେ। ଇନଭେଷ୍ଟମେଣ୍ଟ କମିଶନ ଅଧ୍ୟକ୍ଷ ଭାବେ ସେ ଓଡ଼ିଶାକୁ ଆସିଥିଲେ, ଖାଲି ଟାଟା ନୁହେଁ ସବୁ କମ୍ପାନୀ ଉପରେ ତାଙ୍କର ସମ୍ପର୍କ ଥିଲା । ଓଡିଶାକୁ ସେ ବହୁତ ଥର ଆସିଛନ୍ତି।’

ଶ୍ରଦ୍ଧାଞ୍ଜଳି ଜଣାଇଲା ବିଜେପି (ETV Bharat Odisha)

ଶ୍ରଦ୍ଧାଞ୍ଜଳି ଜଣାଇଲା ବିଜେପି:

ରତନ ଟାଟାଙ୍କ ଦେହାନ୍ତଙ୍କ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ । ସେ କହିଛନ୍ତି, ‘ଓଡିଶା ସହ ରତନ ଟାଟାଙ୍କର ଆତ୍ମୀୟ ସମ୍ପର୍କ ଥିଲା । ଇଂରେଜ ଯିବା ପରେ ସ୍ବାଧୀନ ଭାରତର ଅର୍ଥନୈତିକ ବିକାଶ ଶିଳ୍ପର ବିକାଶ ପାଇଁ ଅଣ୍ଟା ଭିଡ଼ିଥିଲେ ରତନ ଟାଟା। ଓଡିଶା ସହ ସମ୍ପର୍କ ତାଙ୍କର ବହୁତ ନିବିଡ । ଯଦିଓ ତାଙ୍କର ବ୍ୟବସାୟ ଶିଳ୍ପର ଟାଟାରୁ ଆରମ୍ଭ ହୋଇଥିଲା ଓଡିଶାରେ କଳିଙ୍ଗ ନଗର ଏବଂ ଗୋପାଳପୂରରେ ତାଙ୍କର ଅବଦାନ ଅତୁଳନୀୟ । ଖାଲି ଶିଳ୍ପରେ ନୁହେଁ, ବିଭିନ୍ନ ମେଡିକାଲ ଶିକ୍ଷାନୁଷ୍ଠାନ ସାମାଜିକ କାମରେ ସବୁଥିରେ ତାଙ୍କର ଅବଦାନ ଥିଲା।

ଏହା ମଧ୍ୟ ପଢନ୍ତୁ:

86 ବର୍ଷରେ ବି କେମିତି ଫିଟ୍ ଥିଲେ ରତନ ଟାଟା, ଆସିଲା ଫିଟ୍‌ନେସ ସିକ୍ରେଟ

ପରଲୋକରେ ଶିଳ୍ପସମ୍ରାଟ ରତନ ଟାଟା, ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଶୋକ

ପରଲୋକରେ ବିଶିଷ୍ଟ ଶିଳ୍ପପତି ରତନ ଟାଟା

ବାଲୁକା କଳାରେ ଭାରତର ‘ରତନ’ଙ୍କୁ ସୁଦର୍ଶନଙ୍କ ଶ୍ରଦ୍ଧାଞ୍ଜଳି

Ratan Tata: ପ୍ରଥମ ଚାକିରି ପାଇଁ କିପରି ଥିଲା ରତନ ଟାଟାଙ୍କ ବାୟୋଡାଟା ? ପଢ଼ନ୍ତୁ

ରତନ ଟାଟାଙ୍କୁ ‘ଉଦ୍ୟୋଗ ରତ୍ନ’ ସମ୍ମାନରେ ସାମ୍ମାନିତ କଲା ମହାରାଷ୍ଟ୍ର ସରକାର

ଓଡ଼ିଶା ଜାଗା ମିଶନ ତାଙ୍କ ଅବଦାନ:

ଓଡିଶାରେ ଜାଗା ମିଶନ କ୍ଷେତ୍ରରେ ରତନ ଟାଟାଙ୍କର ପ୍ରଚ୍ଛଦ ଭୂମିକା ରହିଥିଲା । ଓଡ଼ିଶାରେ ବସ୍ତି ବାସିନ୍ଦାମାନଙ୍କୁ ଘର ଯୋଗାଇ ଦେବା କ୍ଷେତ୍ରରେ ରତନ ଟାଟା ଓ ଓଡ଼ିଶା ସରକାରଙ୍କ ମିଳିତ ଉଦ୍ୟମରେ ଜାଗା ମିଶନ ପ୍ରକଳ୍ପ ଆରମ୍ଭ ହୋଇଥିଲା। ଯାହାକି ସେତେବେଳେ ବସ୍ତି ବାସିନ୍ଦାଙ୍କ ପାଇଁ ବିଶ୍ବର ସବୁଠୁ ବଡ଼ ପ୍ରକଳ୍ପର ମାନ୍ୟତା ପାଇଥିଲା । ଏହା ବ୍ୟତୀତ ଓଡ଼ିଶାର ଯାଜପୁରର କଳିଙ୍ଗନଗର ଇସ୍ପାତ କାରଖାନା, ଗୋପାଳପୁରରେ ପ୍ରତିଷ୍ଠା ହୋଇଛି ଟାଟା ପ୍ରକଳ୍ପ । ଏହି ପ୍ରୋଜେକ୍ଟ ପାଇଁ ଏକାଧିକ ଥର ଓଡ଼ିଶା ଆସିଛନ୍ତି ରତନ ଟାଟା ।

ସେହିଭଳି ରାଜ୍ୟ ବିଭିନ୍ନ ଦୁର୍ବିପାକର ସମ୍ମୁଖୀନ ହେଉଥିବା ବେଳେ ଟାଟା ଗ୍ରୁପ୍ ଓ ରତନ ଟାଟାଙ୍କ ଅବଦାନ ଅତୁଳନୀୟ ଥିଲା । ଟାଟା ଗ୍ରୁପର ଏକାଧିକ କମ୍ପାନୀ ଓଡିଶାରେ ପ୍ରତିଷ୍ଠା ହେବା ସହ ଶିକ୍ଷା, ସ୍ବାସ୍ଥ୍ୟ, ସ୍କିଲ ଉନ୍ନତିକରଣ କ୍ଷେତ୍ରରେ ନିରବିଚ୍ଛିନ ଭାବେ କାର୍ଯ୍ୟ ଜାରି ରଖିଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

Last Updated : 4 hours ago

ABOUT THE AUTHOR

...view details