ଓଡିଶା

odisha

ETV Bharat / state

ଶିମିଳିପାଳରୁ ଜବତ ହେଲା ବିରଳ କଳାବାଘ ଛାଲ, ୪ ଶିକାରୀ ଗିରଫ - MELANISTIC TIGER SKIN SEIZED

ବଂଶବୃଦ୍ଧି ପାଇଁ ବାହାର ରାଜ୍ୟରୁ ଅଣାଯାଉଛି ବାଘ, କିନ୍ତୁ ଶିମିଳିପାଳରେ ଚାଲିଛି ବେଧଡକ୍‌ ଶିକାର । ବିରଳ ମେଲାନିଷ୍ଟିକ୍‌ (କଳା) ବାଘକୁ ମଧ୍ୟ ଛାଡିଲେନି ଶିକାରୀ ।

MELANISTIC TIGER SKIN SEIZED
MELANISTIC TIGER SKIN SEIZED (ETV Bharat Odisha)

By ETV Bharat Odisha Team

Published : Jan 15, 2025, 4:21 PM IST

ରାଇରଙ୍ଗପୁର:ଗୋଟିଏ ପଟେ ରାଜ୍ୟ ସରକାର ବାହାର ରାଜ୍ୟରୁ ମହାବଳ ବାଘ ଆଣି ଶିମିଳିପାଳ ବ୍ୟାଘ୍ର ପ୍ରକଳ୍ପରେ ବାଘବଂଶ ବୃଦ୍ଧି କରିବା ପାଇଁ ଆପ୍ରାଣ ପ୍ରୟାସ ଜାରି ରଖିଥିବା ବେଳେ ସାମ୍ନାକୁ ଆସିଛି ବିରଳ କଳାବାଘ ଶିକାର ଘଟଣା । ଅଭୟାରଣ୍ୟର ପାଦଦେଶରୁ ଶିମିଳିପାଳରେ ଦେଖାଯାଉଥିବା ବିଶ୍ବର ବିରଳ କଳା ମହାବଳ (ମେଲାନିଷ୍ଟିକ୍‌) ବାଘ ଛାଲ ଜବତ କରିବା ସହ 4 ଶିକାରୀଙ୍କୁ ଗିରଫ କରିଛି ବନ ବିଭାଗ । ତେବେ କଳାବାଘକୁ ମାରି ଶିକାରୀମାନେ ଚମଡା, ନଖ ଏବଂ ଦାନ୍ତ ନେଇ ଚମ୍ପଟ ମାରିଥିଲେ । ଏବେ ସେମାନଙ୍କୁ ଗିରଫ କରିବାରେ ସଫଳତା ମିଳିଥିବା ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପର ଉପନିର୍ଦ୍ଦେଶକ ସମ୍ରାଟ ଗୌଡା ସୂଚନା ଦେଇଛନ୍ତି ।

  • 4 ଗିରଫ, ଏବେବି ମାଷ୍ଟରମାଇଣ୍ଡ ଫେରାର

ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ (ଏସଟିଆର) ପ୍ରକଳ୍ପ ଅଧୀନ ବାରିପଦା ବନଖଣ୍ଡ ଅନ୍ତର୍ଗତ ତଥା ଉଦଳା ଥାନା ଅଧୀନସ୍ଥ ତେନ୍ତଳା ଅଞ୍ଚଳରୁ ଦୁଇ ଜଣ ଓ ବାଲିଘାଟ ଅଞ୍ଚଳରୁ ଦୁଇ ଜଣ ଶିକାରୀଙ୍କୁ ବନ ବିଭାଗ ଗିରଫ କରିଛି । ଗିରଫ ଅଭିଯୁକ୍ତମାନେ ହେଲେ ଅଜାମ୍ବର ନାଏକ, ପିତାମ୍ବର ନାଏକ, ରାମ ନାଏକ ଓ ବାଇରାମ ମୁର୍ମୁ । ତେବେ ଏହି ବାଘଛାଲ ଜବତ ଘଟଣାର ମାଷ୍ଟରମାଇଣ୍ଡ ବର୍ତ୍ତମାନ ସୁଦ୍ଧା ଫେରାର ରହିଥିବା ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି ।

MELANISTIC TIGER SKIN SEIZED (ETV Bharat Odisha)
  • ଶିକାର ହୋଇଥିବା କଳାବାଘର ବୟସ ଦେଢବର୍ଷ, ଚମଡା ଓ ନଖ ଜବତ

ଏନେଇ ମୟୂରଭଞ୍ଜ ‘ଆରସିସିଏଫ’ ଡ଼.ପ୍ରକାଶ ଚାନ୍ଦ ଗୋଗିନେନୀ କହିଛନ୍ତି,"ବିଶ୍ବସ୍ତ ସୂତ୍ରରୁ ଖବର ପାଇ ବନବିଭାଗ ପକ୍ଷରୁ ତେନ୍ତଳା ଏବଂ ବାଲିଘାଟ ଅଞ୍ଚଳରେ ଚଢ଼ାଉ କରାଯାଇଥିଲା । ଚଢ଼ାଉ ସମୟରେ ୪ ଜଣଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି । ସେମାନଙ୍କ ନିକଟରୁ ଗୋଟିଏ କଳାବାଘ ଚମଡ଼ା ଓ କିଛି ନଖ ଜବତ କରାଯାଛି । ତେବେ ମୃତ କଳାବାଘର ବୟସ ପାଖାପାଖି ଦେଢବର୍ଷ ହେବ ।"

ଏହା ମଧ୍ୟ ପଢନ୍ତୁ...ନୟାଗଡ ଜଙ୍ଗଲରେ କଳା ବାଘ, କ୍ୟାମେରାରେ କଏଦ - NAYAGARH BLACK PANTHER

ଏହା ମଧ୍ୟ ପଢନ୍ତୁ...ଜୀନତ ପାଇଁ ବାଧାପ୍ରାପ୍ତ ହେବ ବାଘ ଆଣିବା ଯୋଜନା, 21 ଦିନରେ 3 ରାଜ୍ୟର 3 ଶହ କିମି ବୁଲି କଲା ନାକେଦନ - TIGRESS ZEENAT

ଏହା ମଧ୍ୟ ପଢନ୍ତୁ...ଚଢାଉ ବେଳେ ବନ ବିଭାଗ ଟିମ୍‌କୁ ଗୁଳିମାଡ, କଲରାପତରିଆ ବାଘ ଛାଲ ସହ ହାତୀଦାନ୍ତ ଜବତ - LEOPARD SKIN SEIZED

ଶିମିଳିପାଳ ଫେରିଲା ଜୀନତ, ଯମୁନା ଏନକ୍ଲୋଜର ଏବେ ନୂଆ ଠିକଣା - TIGRESS ZEENAT

  • ଶିକାର ସମ୍ପୂର୍ଣ୍ଣ ବନ୍ଦ ହେବା ପାଇଁ ସମୟ ଲାଗିବ:

ସେ ଆହୁରି ମଧ୍ୟ କହିଛନ୍ତି," ପୂର୍ବରୁ ବାଘ ନଖ ଓ ଦାନ୍ତ ଜବତ ଘଟଣାରେ ଦୁଇ ଜଣ ଶିକାରୀଙ୍କୁ ଗିରଫ କରାଯାଇଥିଲା । ସେହି ଶିକାରୀମାନଙ୍କୁ ବନବିଭାଗ ରିମାଣ୍ଡରେ ଆଣି ଅଧିକ ପଚରାଉଚରା ପରେ ବନବିଭାଗ ପକ୍ଷରୁ ଏହି ଚଢାଉ କରାଯାଇଥିଲା । ଏହି ଘଟଣାରେ ପର୍ଯ୍ୟାୟକ୍ରମେ ଏପର୍ଯ୍ୟନ୍ତ ମୋଟ ୧୦ ଜଣକୁ ଗିରଫ କରାଯାଇଛି । ଶିମିଳିପାଳ କୋର୍ ଅଞ୍ଚଳରେ ଧିରେ ଧିରେ ବାଘ ସଂଖ୍ୟା ବୃଦ୍ଧି ପାଉଛି ହେଲେ ଶିକାର ସମ୍ପୂର୍ଣ୍ଣ ବନ୍ଦ ହେବା ପାଇଁ ଆହୁରି ସମୟ ଲାଗିବ । ଆମର ବନ୍ଧୁକ ଜବତ ଅଭିଯାନ ସମାପ୍ତ ହୋଇନାହିଁ ।"

BLACK TIGER SKIN SEIZED (ETV Bharat Odisha)
  • ବାହାର ରାଜ୍ୟରୁ ଅଣାଯାଇଛି ଦୁଇଟି ବାଘୁଣୀ:-

ଶିମିଳିପାଳ ବ୍ୟାଘ୍ର ପ୍ରକଳ୍ପ କର୍ତ୍ତୃପକ୍ଷ ଏବେ ମହାରାଷ୍ଟ୍ରର ଜଙ୍ଗଲରୁ ଦୁଇଟି ବାଘୁଣୀ ‘ଯମୁନା’ ଓ ‘ଜିନ୍ନତ’କୁ ଆଣିଛନ୍ତି । ସେମାନଙ୍କୁ ଶିମିଳିପାଳ ପରିବେଶ ସହ ଖାପଖୁଆଇ ବଂଶବୃଦ୍ଧି କରିବା ଦିରରେ ବିଭିନ୍ନ କାର୍ଯ୍ୟପନ୍ଥା ଗ୍ରହଣ କରାଯାଉଛି । ଉଭୟ ଏବେ ଶିମିଳିପାଳ ସଂରକ୍ଷିତ ଜଙ୍ଗଲର କୋର ଏରିଆ ବା ଆଭ୍ୟନ୍ତରୀଣ ଅଞ୍ଚଳରେ ଅଛନ୍ତି । ଆଗକୁ ମଧ୍ୟ ବାହାର ରାଜ୍ୟରୁ ଅଧିକ ବାଘ ଆଣି ଶିମିଳିପାଳରେ ସେମାନଙ୍କ ସଂଖ୍ୟା ବଢାଇବା ପାଇଁ ଯୋଜନା ରହିଛି । ଗୋଟିଏ ପଟେ ସରକାର ଏହି ଦିଗରେ ବ୍ୟାପକ କାମ ଜାରି ରଖିଥିବା ବେଳେ ଶିକାରୀଙ୍କ ପ୍ରାଦୁର୍ଭାବ କାରଣରୁ ସଂରକ୍ଷିତ ଜଙ୍ଗଲରେ ମହାବାଳ ବାଘ ଶିକାର ପରି ଘଟଣା ପ୍ରକୃତି ଓ ପଶୁପ୍ରେମୀଙ୍କୁ ବିଚଳିତ କରିଛି । ବନ ବିଭାଗର ଶିକାରୀମୁକ୍ତ ଶିମିଳିପାଳ ମିଶନକୁ ନେଇ ମଧ୍ୟ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ପ୍ରଭାବୀ ପାଟ୍ରୋଲିଂ ଓ ସ୍ଥାନୀୟ ଲୋକଙ୍କ ମଧ୍ୟରେ ପ୍ରକୃତି ଓ ବନ୍ୟଜନ୍ତୁଙ୍କ ପ୍ରତି ସଚେତନତା ସୃଷ୍ଟି କରିବା ଦ୍ବାରା ଶିକାରରେ ରୋକ ଲାଗିପାରେ ବୋଲି ଆଶା କରାଯାଉଛି ।

ଇଟିଭି ଭାରତ, ମୟୂରଭଞ୍ଜ

ABOUT THE AUTHOR

...view details