ଓଡିଶା

odisha

By ETV Bharat Odisha Team

Published : Jan 21, 2024, 10:22 PM IST

Updated : Jan 21, 2024, 11:04 PM IST

ETV Bharat / state

ଆସନ୍ତା ୩ ଦିନ ଯାଏଁ ବର୍ଷା ସହ ମଧ୍ୟମଧରଣର କୁହୁଡି

Rainfall with moderate fog for next 3 days in Odisha : ରାଜ୍ୟରେ ଲାଗିରହିଛି କୋହଲା ପାଗ । ଆସନ୍ତା ୩ ଦିନ ଯାଏଁ କୁହୁଡି ହେବା ସହ ସ୍ଥାନେ ସ୍ଥାନେ ବର୍ଷା ସମ୍ଭାବନା । ଅଧିକ ପଢନ୍ତୁ

ଆସନ୍ତା ୩ ଦିନ ଯାଏଁ ବର୍ଷା ସହ ମଧ୍ୟମଧରଣର କୁହୁଡି
ଆସନ୍ତା ୩ ଦିନ ଯାଏଁ ବର୍ଷା ସହ ମଧ୍ୟମଧରଣର କୁହୁଡି

ଆସନ୍ତା ୩ ଦିନ ଯାଏଁ ବର୍ଷା ସହ ମଧ୍ୟମଧରଣର କୁହୁଡି

ଭୁବନେଶ୍ବର: ରାଜ୍ୟରେ ଲାଗିରହିଛି କୋହଲା ପାଗ । ଓଡିଶା ଉପକୂଳସ୍ଥ ବଙ୍ଗୋପସାଗର ଅଞ୍ଚଳରେ ସକ୍ରିୟ ରହିଥିବା ଗୁରୁଚାପ ବଳୟ ପ୍ରଭାବରେ ଓଡ଼ିଶାରେ କୋହଲା ପାଗ ସହ ବର୍ଷା ଲାଗିରହିଛି । ଉପକୂଳ ଓଡିଶା ସମେତ ଉତ୍ତର ଓଡିଶାର ଜିଲ୍ଲା ଗୁଡିକରେ କୋହଲା ପାଗ ଲାଗିରହିଛି । ଗୁରୁଚାପ ପ୍ରଭାବରେ ସୁଲୁସୁଳିଆ ପବନ ମଧ୍ୟ ବହୁଛି । ଆସନ୍ତା ୨୪ ଘଣ୍ଟାରେ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଗୁରୁଚାପ ବଳୟ ପ୍ରଭାବରେ ରାଜ୍ୟରେ କିଛି ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ଦେଇଛି ପାଣିପାଗ ବିଭାଗ ।

ଆହୁରି ୫ଦିନ ରାଜ୍ୟରେ କିଛି କିଛି ସ୍ଥାନରେ ବର୍ଷା ସମ୍ଭାବନା ରହିଛି । ପୁଣି ୨୩ରୁ ରାଜ୍ୟରେ ବର୍ଷାର ପରିମାଣ ବଢିବା ସହ ସହ ଆକାଶ ମେଘାଚ୍ଛନ୍ନ ରହିବାର ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ଆସନ୍ତା ୨୪ ଘଣ୍ଟାରେ ଖୋର୍ଦ୍ଧା, ପୁରୀ, ଗଞ୍ଜାମ, ନୟାଗଡ ବର୍ଷାର ସମ୍ଭାବନା ରହିଛି ବୋଲି ପାଣିପାଗ ବିଭାଗ ଆକଳନ କରିଛି । ସେହିପରି ଆସନ୍ତାକାଲି ମଧ୍ୟ କୋହଲା ପାଗ ସହ ରାଜ୍ୟର କିଛି ଅଞ୍ଚଳରେ ବିଶେଷ ଭାବେ ଉପକୂଳ ଓଡ଼ିଶାରେ ବର୍ଷା ହେବାର ଆକଳନ କରିଛି ପାଣିପାଗ ଵିଭାଗ । ଗତ ୨୪ ଘଣ୍ଟାରେ ୧୩ ଜିଲ୍ଲାରେ ଘନ କୁହୁଡି ଦେଖିବାକୁ ମିଳିଥିବା ବେଳେ ୩ଟି ଜିଲ୍ଲା ଢେଙ୍କାନାଳ, ସୁନ୍ଦରଗଡ, ଝାରସୁଗୁଡା ସ୍ଥାନ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହୋଇଯାଇଛି ।

ଏହା ମଧ୍ୟ ପଢନ୍ତୁ .... ବଙ୍ଗୋପସାଗର ସକ୍ରିୟ ଗୁରୁଚାପ, ବଢିଛି ତାପମାତ୍ରା କମିବ ଶୀତ

ଢେଙ୍କାନାଳରେ ସର୍ବାଧିକ ୨୨.୨ ମିଲିମିଟର ପରିମାଣର ବର୍ଷା ହୋଇଛି । ସୁନ୍ଦରଗଡ଼ରେ ସର୍ବନିମ୍ନ ତାପମାତ୍ରା ୧୩.୫ ଡିଗ୍ରୀ ସେଲସିୟସ ରହିଥିବା ବେଳେ କୋରାପୁଟରେ ସର୍ବନିମ୍ନ ତାପମାତ୍ରା ୧୦.୦ ଡିଗ୍ରୀ ସେଲସିୟସ ରହିଛି । ସେହିପରି ଭୁବନେଶ୍ବରର ସର୍ବନିମ୍ନ ତାପମାତ୍ରା ୧୯.୧ ଡିଗ୍ରୀ ସେଲସିୟସ ଥିବା ବେଳେ କଟକରେ ୧୭.୦ ଡିଗ୍ରୀ ସେଲସିୟସ ରହିଛି ।

ଆସନ୍ତା ୨୨ ଓ ୨୩ ତାରିଖ ରେ ଉତ୍ତର ଓଡିଶା ଓ ଦକ୍ଷିଣ ଉପକୂଳ ଓଡିଶାରେ ସ୍ଥାନେ ସ୍ଥାନେ ସ୍ବଳ୍ପରୁ ମଧ୍ୟମ ଧରଣର କୁହୁଡି ହେବାର ସମ୍ଭାବନା ରହିଛି । ସେହିପରି ୨୨ ତାରିଖ ରେ ସୁନ୍ଦରଗଡ଼ , ମୟୂରଭଞ୍ଜ , ଦେବଗଡ଼, ଢେଙ୍କାନାଳ , ନୟାଗଡ଼, କଳାହାଣ୍ଡି , ବଲାଙ୍ଗୀର, ଅନୁଗୋଳ ଭଳି ସ୍ଥାନରେ କୁହୁଡି ପାଇଁ ୟେଲୋ ୱାର୍ଣ୍ଣିଂ ଦିଆଯାଇଛି । ସେହିପରି ୨୨ ତାରିଖରେ ରାୟଗଡ଼ା, ଗଞ୍ଜାମ, ଗଜପତି , ନୟାଗଡ଼, କଳାହାଣ୍ଡି, ଜଗତସିଂହପୁର, କେନ୍ଦ୍ରାପଡ଼ା ଭଳି ସ୍ଥାନ ରେ କୁହୁଡି ପାଇଁ ୟେଲୋ ୱାର୍ଣ୍ଣିଂ ଦିଆଯାଇଛି ।

ଇଟିଭି ଭାରତ, ଭୁବନେଶ୍ବର

Last Updated : Jan 21, 2024, 11:04 PM IST

ABOUT THE AUTHOR

...view details