କଟକ:ଲୋକାର୍ପିତ ହୋଇଛି କଟକ ରେଳ ଷ୍ଟେସନର ଦ୍ବିତୀୟ ପ୍ରବେଶ ପଥ । ଏହି ଅତ୍ୟାଧୁନିକ ପ୍ରବେଶ ପଥ ଓଏମସି ଆଡୁ ରେଳ ଷ୍ଟେସକୁ ଆସୁଥିବା ଯାତ୍ରୀମାନଙ୍କ ପାଇଁ ଏହା ବରଦାନ ସଦୃଶ ହୋଇଛି । ଏହାର ଲୋକାର୍ପଣ କରିଛନ୍ତି ରେଳ ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ । ଏହି ଅବସରରେ ସେ କହିଛନ୍ତି," ଏଭଳି ସୁନ୍ଦର ଭିତ୍ତିଭୂମି କେବଳ ପ୍ରଧାନମନ୍ତ୍ରୀ ମୋଦିଙ୍କ ଯୋଗୁଁ ସମ୍ଭବ ହୋଇପାରିଛି । ଅନ୍ୟପଟେ ୩୦୩କୋଟି ଟଙ୍କା ବ୍ୟୟରେ ଚାଲିଥିବା କଟକ ରେଳ ଷ୍ଟେସନର ଆଧୁନିକୀକରଣ କାମ ଆସନ୍ତା ୨୦୨୫ ଶେଷ ସୁଦ୍ଧା ସରିବ।" ଅତ୍ୟାଧୁନିକ ଯାତ୍ରୀ ସୁବିଧା ବ୍ୟବସ୍ଥା ଯୋଗୁଁ ସାଧାରଣ ଲୋକେ ଏଭଳି ଭିତ୍ତିଭୂମିର ଭୂୟଶୀ ପ୍ରଶଂସା କରିଛନ୍ତି ।
କ'ଣ କ'ଣ ସୁବିଧା ରହିଛି ?
ପ୍ରାୟ ସାଢେ ୧୪ କୋଟି ଟଙ୍କା ବ୍ୟୟରେ ନିର୍ମିତ ଏହି ନୂଆ ପ୍ରବେଶ ପଥ, ପ୍ରତୀକ୍ଷାଳୟ ସହ ଫୁଡ କୋର୍ଟ, ସ୍ଵୟଂ ଚାଳିତ ଟିକେଟ ବୁକିଂ ମେସିନ ଇତ୍ୟାଦି ସୁବିଧା ଉପଲବ୍ଧ । ଯାତ୍ରୀମାନଙ୍କ ଯିବା ଆସିବା ସୁଗମ କରିବା ପାଇଁ ରେଳ ଷ୍ଟେସନରେ ପ୍ରଥମ ଏସ୍କାଲେଟର ବ୍ୟବସ୍ଥା ମଧ୍ୟ କରାଯାଇଛି । ପ୍ରବେଶ ଠାରୁ ପ୍ରସ୍ଥାନ ଯାଏ ସବୁଠି ପୁରା ସେଣ୍ଟ୍ରାଲ ଏଆରକଣ୍ଡିସନ ବ୍ୟବସ୍ଥା କରାଯାଇଛି ।
କଟକ ରେଳ ଷ୍ଟେସନର ଦ୍ବିତୀୟ ପ୍ରବେଶ ଦ୍ବାରକୁ ଲୋକାର୍ପଣ କଲେ ରେଳ ମନ୍ତ୍ରୀ (ETV Bharat Odisha) ଏମିତି କହିଲେ ରେଳ ମନ୍ତ୍ରୀ:
ଏହି ଅବସରରେ ରେଳ ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ କହିଛନ୍ତି,"ଏସବୁ ଉନ୍ନତମାନର ଭିତ୍ତିଭୂମି କେବଳ ପ୍ରଧାନମନ୍ତ୍ରୀ ମୋଦିଙ୍କ ସଦିଇଚ୍ଛା ଯୋଗୁଁ ସମ୍ଭବ । ୨୦୧୪ ମସିହା ଠାରୁ ଆଜି ପର୍ଯ୍ୟନ୍ତ ଓଡିଶାକୁ କେବଳ ରେଳବାଇ କ୍ଷେତ୍ରରେ ମୋଦି ୭୩ ହଜାର କୋଟି ଟଙ୍କାର ପ୍ରକଳ୍ପ ପାଇଁ ଅନୁଦାନ ଦେଇଛନ୍ତି । ମୋଦି ତାଙ୍କର ତୃତୀୟ ପାଳିରେ ଓଡ଼ିଶାରେ ୮ଟି ନୂଆ ପ୍ରକଳ୍ପ ପାଇଁ ୨୦ ହଜାର କୋଟି ଟଙ୍କା ମଞ୍ଜୁର କରିଛନ୍ତି । ସେହିପରି ୩୦୩ କୋଟି ଟଙ୍କା ବ୍ୟୟରେ ଚାଲିଥିବା କଟକ ରେଳ ଷ୍ଟେସନର ଆଧୁନିକୀକରଣ କାମ ଆସନ୍ତା ବର୍ଷ ଶେଷ ସୁଦ୍ଧା ସରିବ ।"
କଟକ ରେଳ ଷ୍ଟେସନର ଦ୍ବିତୀୟ ପ୍ରବେଶ ଦ୍ବାରକୁ ଲୋକାର୍ପଣ କଲେ ରେଳ ମନ୍ତ୍ରୀ (ETV Bharat Odisha)
ଏହା ମଧ୍ୟ ପଢନ୍ତୁ ...ଆଜି ବରଗଡରୁ ବଡ ଉପହାର, ଚାଷୀଙ୍କ ଖାତାକୁ ଧାନ ଇନପୁଟ୍ ସବସିଡି ରିଲିଜ କରିବେ ମୁଖ୍ୟମନ୍ତ୍ରୀ
ଏହା ମଧ୍ୟ ପଢନ୍ତୁ ... ଜନ୍ମମାଟିକୁ ୩ ରେଳପଥ ପ୍ରକଳ୍ପ ଭେଟି ଦେଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
ଏହା ମଧ୍ୟ ପଢନ୍ତୁ ...ବାଙ୍ଗିରିପୋଷିରେ ୩ ରେଳ ପ୍ରକଳ୍ପ ଶିଳାନ୍ୟାସ କରିବେ ରାଷ୍ଟ୍ରପତି
କଟକ ରେଳ ଷ୍ଟେସନର ଦ୍ବିତୀୟ ପ୍ରବେଶ ଦ୍ବାରକୁ ଲୋକାର୍ପଣ କଲେ ରେଳ ମନ୍ତ୍ରୀ (ETV Bharat Odisha) ରାଜ୍ୟର ପ୍ରଥମ ରେଳ ଷ୍ଟେସନ,ଜାତୀୟ ରାଜପଥ ସହ ରହିଛି ସଂଯୋଗ:
କଟକ ରେଳ ଷ୍ଟେସନର ଦ୍ବିତୀୟ ପ୍ରବେଶ ଦ୍ବାରକୁ ଲୋକାର୍ପଣ କଲେ ରେଳ ମନ୍ତ୍ରୀ (ETV Bharat Odisha)
ଏହା ରାଜ୍ୟର ପ୍ରଥମ ରେଳ ଷ୍ଟେସନ ଯାହାକି ଜାତୀୟ ରାଜପଥ ସହ ସଂଯୋଗ ରହିଛି । ଏହା ଜାତୀୟ ରାଜପଥ ପାର୍ଶ୍ୱରୁ ଆସୁଥିବା ଯାତ୍ରୀମାନଙ୍କ ପାଇଁ ନିରନ୍ତର ଗତି ଯୋଗାଇବା ପାଇଁ ନିର୍ମାଣ କରାଯାଇଛି । ଯାହା ଷ୍ଟେସନକୁ ଯାତାୟାତ ପାଇଁ ଅଧିକ ସୁଗମ ହେବ । 303 କୋଟି ଟଙ୍କାର ଏହି ବିକାଶ ଏକ ଉଚ୍ଚକୋଟୀର ପ୍ରକଳ୍ପର ଏକ ଅଂଶ ଯାହାକି କଟକ ରେଳ ଷ୍ଟେସନକୁ ବିଶ୍ୱସ୍ତରୀୟ ସୁବିଧା ସହିତ ଏକ ଆଧୁନିକ ପରିବହନ ହବରେ ପରିଣତ କରିବାକୁ ଲକ୍ଷ୍ୟ ରଖିଛି ।ଏହି ପ୍ରକଳ୍ପ ବାଣିଜ୍ୟ ବ୍ୟାପାରକୁ ବୃଦ୍ଧି କରି ସାମାଜିକ-ଅର୍ଥନୈତିକ ଅଭିବୃଦ୍ଧିରେ ସହାୟକ ହେବ ।
କଟକ ରେଳ ଷ୍ଟେସନର ଦ୍ବିତୀୟ ପ୍ରବେଶ ଦ୍ବାରକୁ ଲୋକାର୍ପଣ କଲେ ରେଳ ମନ୍ତ୍ରୀ (ETV Bharat Odisha) ୨ୟ ପ୍ରବେଶ ଦ୍ୱାର ଷ୍ଟେସନ୍ ଭବନରେ କଣ ରହିଛି ସୁବିଧା:
• ଶୀତତାପ ନିୟନ୍ତ୍ରିତ ପରିବେଷ୍ଟିତ ଅଞ୍ଚଳ: 21,270 ବର୍ଗଫୁଟ ଶୀତତାପ ନିୟନ୍ତ୍ରିତ ଅଞ୍ଚଳ । ଯାହା ଯାତ୍ରୀମାନଙ୍କ ପାଇଁ ଏକ ଆରାମଦାୟକ ପରିବେଶ ସୃଷ୍ଟି କରିବ ।
• ଆଧୁନିକ ସୁବିଧା: ଫୁଟ କୋର୍ଟ (2,100 ବର୍ଗଫୁଟ), ଆଧୁନିକ ଶୌଚ୍ଚାଳୟ, ଟିକେଟ୍ କାଉଣ୍ଟର, ଓ୍ବେଟିଂହଲ , ଏସ୍କାଲେଟର୍, ଲିଫ୍ଟ ଏବଂ ଅନ୍ୟାନ୍ୟ ସୁବିଧା ଅନ୍ତର୍ଭୁକ୍ତ ।
କଟକ ରେଳ ଷ୍ଟେସନର ଦ୍ବିତୀୟ ପ୍ରବେଶ ଦ୍ବାରକୁ ଲୋକାର୍ପଣ କଲେ ରେଳ ମନ୍ତ୍ରୀ (ETV Bharat Odisha) • ଉନ୍ନତ ଯାତ୍ରୀ ସୁବିଧା: ଷ୍ଟେସନକୁ ସହଜ ପ୍ରବେଶ ପାଇଁ ବିସ୍ତୃତ ସର୍କୁଲାର କ୍ଷେତ୍ର, ପାର୍କିଂ ଏବଂ ପିକଅପ୍ / ଡ୍ରପଅଫ୍ ପାଇଁ ସୁବିଧା । ଏହି ଷ୍ଟେସନ କେବଳ କଟକ ନୁହେଁ ବରଂ ପାରାଦ୍ବୀପ, ଜଗତସିଂହପୁର, କେନ୍ଦ୍ରାପଡା, ଯାଜପୁର, ବଡମ୍ବା, ନରସିଂହପୁର ଏବଂ ନିଆଳି ପରି ଆଖପାଖ ଜିଲ୍ଲାର ଯାତ୍ରୀଙ୍କୁ ମଧ୍ୟ ସହାୟକ ହେବ ।ଇଟିଭି ଭାରତ, କଟକ