ଓଡିଶା

odisha

ETV Bharat / state

ଖଲ୍ଲିକୋଟରେ ବଡ଼ ଧରଣର ରେଡ୍, ଲକ୍ଷ ଲକ୍ଷ ଲିଟର ଦେଶୀ ମଦ ଜବତ - SUCCESS TO GANJAM POLICE

ଖଲ୍ଲିକୋଟର ବିଭିନ୍ନ ସ୍ଥାନରେ ଚଢାଉ । ଲକ୍ଷ ଲକ୍ଷ ଲିଟର ଦେଶୀ ମଦ ଜବତ । ୨୦ ଅଟକ ଥିବା ସୂଚନା ।

Raid On Local Wine Shop
Raid On Local Wine Shop (ETV Bharat Odisha)

By ETV Bharat Odisha Team

Published : 7 hours ago

ବ୍ରହ୍ମପୁର:ଗଞ୍ଜାମ ଜିଲ୍ଲାର ଖଲ୍ଲିକୋଟ ଥାନା ଅଞ୍ଚଳରେ ବଡଧରଣର ରେଡ୍ । ବାଦପଲ୍ଲୀ ପଞ୍ଚାୟତରୁ ପାଖାପାଖି ଦୁଇ ଲକ୍ଷ ଲିଟର ବେଆଇନ ଦେଶୀ ମହୁଲି ମଦ ସହ ଏଥିପାଇଁ ବ୍ୟବହୃତ ସାମଗ୍ରୀ ଜବତ ହୋଇଛି । ଏହି ମାମଲାରେ ପୋଲିସ ୧୨ ଜଣ ମହିଳାଙ୍କ ସମେତ ୨୦ ଜଣଙ୍କୁ ଅଟକ ରଖିଥିବା ସୂଚନା ମିଳିଛି ।


ବିଭିନ୍ନ ସ୍ଥାନରେ ରେଡ୍:

ଗଞ୍ଜାମ ଜିଲ୍ଲାରେ ବର୍ଷ ବର୍ଷ ଧରି ବେଆଇନ ଭାବେ ଚାଲିଥିବା ମଦ ପ୍ରସ୍ତୁତି ଉପରେ ରୋକ୍ ଲଗାଇବା ପାଇଁ ଗଞ୍ଜାମ ଜିଲ୍ଲାର ପୋଲିସ ପକ୍ଷରୁ କରାଯାଇଥିଲା ସ୍ବତନ୍ତ୍ର ଯୋଜନା । ଭୋର ସମୟରୁ ହିଁ ଆରମ୍ଭ ହୋଇଯାଇଥିଲା ପୋଲିସର କାର୍ଯ୍ୟାନୁଷ୍ଠାନ। ଦେଶୀ ମଦ ପ୍ରସ୍ତୁତ କରାଯାଉଥିବା ଅଞ୍ଚଳର ଭାଟି ଉପରେ ରେଡ୍ ହୋଇଥିଲା। ଖଲ୍ଲିକୋଟ ଥାନା ଅନ୍ତର୍ଗତ ବାଦପାଲୀ ପଞ୍ଚାୟତର କମାର ସିଂ, ଛକା ସିଂ, ମାରେଇ ନୂଆଁଗାଁ, ନୂଆଁପଲ୍ଲୀ, ଦେବୀଝର ଓ ଗୁଣ୍ଡୁରିପଲ୍ଲୀ ଭଳି ଅଞ୍ଚଳରେ ଚଢାଉ କରାଯାଇଥିଲା ।

Raid On Local Wine Shop (ETV Bharat Odisha)

ଏହା ବି ପଢନ୍ତୁ...ଘରେ ଅଚାନକ ରେଡ୍ କଲା ପୋଲିସ, ବ୍ରାଉନସୁଗର ସହ ପୁଳା ପୁଳା ଟଙ୍କା ଜବତ

ଏହା ବି ପଢନ୍ତୁ...ଦାମୀ ଗାଡିରୁ ଲକ୍ଷାଧିକ ଟଙ୍କା ଜବତ ଘଟଣା, ୩ ଅଭିଯୁକ୍ତଙ୍କୁ ୩ ଦିନିଆ ରିମାଣ୍ଡରେ ନେବ CBI

ଏହା ବି ପଢନ୍ତୁ...ବେଆଇନ ମଦ କାରବାର ନୂଆ ଫଣ୍ଡା; ବେଡ୍ ରୁମ ସିକ୍ରେଟ ଚାମ୍ବରରେ ପ୍ରସ୍ତୁତ ହେଉଥିଲା ଦେଶୀ ମଦ, ଧରିଲା ପୋଲିସ - police Seized Illicit Liquor

ପ୍ରସ୍ତୁତ ହେଉଥିବା ସାମଗ୍ରୀ ଜବତ:

"ମଦ ତିଆରି ସରଞ୍ଜାମ ସହିତ ଦୁଇଟି ଦେଶୀ ବନ୍ଧୁକ ସହ ଧନୁସର ଓ ୩୫୦୦ ଲିଟର ସ୍ପିରିଟ୍ , ୮୫୦ ଡ୍ରମ , ବିଭିନ୍ନ ରସ ଆଦିକୁ ଜବତ ହୋଇଛି । ପୋଲିସର ଏହି ଚଢାଉ ସମୟରେ ପ୍ରାୟ ୧୩ ବସ୍ତା ମହୁଲ ଜବତ ସହ ମୋଟ ୨୦ ଜଣ ଆଦିବାସୀ ମହିଳା ଓ ପୁରୁଷଙ୍କୁ ଅଟକ ରଖାଯାଇଛି" ବୋଲି କହିଛନ୍ତି ଗଞ୍ଜାମ ଆରକ୍ଷୀ ଅଧିକ୍ଷକ । ଚୋରା ଦେଶୀ ମଦ କାରବାରକୁ ରୋକିବା ପାଇଁ ଏହି ଚଢାଉ କରାଯାଇଥିବାବେଳେ ଏଥିରେ ଗଞ୍ଜାମ ପୋଲିସ ସହିତ ବ୍ରହ୍ମପୁର ପୋଲିସ ଏବଂ ଓଏସଏପିର ଟିମ କରିଥିଲା ଚଢାଉ । ଏହି ଚଢ଼ାଉରେ ୧୫ ପ୍ଲାଟୁନ ପୋଲିସ ଫୋର୍ସ ସହିତ ୧୫ ଜଣ ଆଇଆଇସି, ୩ ଜଣ ଡିଏସପି, ୩ ଜଣ ଅତିରିକ୍ତ ଏସପି ସାମିଲ ଥିଲେ । ଗଞ୍ଜାମ ଜିଲ୍ଲାର ବିଭିନ୍ନ ଥାନାର ଶତାଧିକ ପୋଲିସ ଅଧିକାରୀ ଏହି ରେଡରେ ସାମିଲ ଥିବା ସୂଚନା ଦେଇଛନ୍ତି ଗଞ୍ଜାମ ଆରକ୍ଷୀ ଅଧିକ୍ଷକ ଶୁଭେନ୍ଦୁ କୁମାର ପାତ୍ର । ଉକ୍ତ ଅଞ୍ଚଳରେ ଚଢାଉ କରିବାକୁ ଯାଇଥିବା ଅଧିକାରୀ ଓ କର୍ମଚାରୀ ମାନଙ୍କୁ ଆକ୍ରମଣ କରିବା ଏବଂ ଜବତ ମଦକୁ ଛଡ଼ାଇ ନେଇଯିବା ଭଳି ଘଟଣା ଦେଖିବାକୁ ମିଳିଛି। ଏଣୁ ଉତ୍ତେଜନା ଆଶଙ୍କା କରି ଆଗୁଆ ପ୍ରସ୍ତୁତ ରହିଥିଲା ପୋଲିସ ।

Raid On Local Wine Shop (ETV Bharat Odisha)
Raid On Local Wine Shop (ETV Bharat Odisha)
ଇଟିଭି ଭାରତ, ବ୍ରହ୍ମପୁର

ABOUT THE AUTHOR

...view details