ଓଡିଶା

odisha

By ETV Bharat Odisha Team

Published : Mar 31, 2024, 10:18 AM IST

ETV Bharat / state

ରବୀନ୍ଦ୍ର ନାଥ ମହାନ୍ତି ଜଗତସିଂହପୁର ବାର ଆସୋସିଏସନର ନୂତନ ସଭାପତି - Bar Association Election

Jagatsinghpur Bar Association: ଜଗତସିଂହପୁର ବାର ଆସୋସିଏସ ନିର୍ବାଚନ ଶେଷ ହୋଇଛି । ଆସୋସିଏସନର ନୂତନ ସଭାପତି ହେଲେ ରବୀନ୍ଦ୍ର ନାଥ ମହାନ୍ତି । ଅଧିକ ପଢନ୍ତୁ

Jagatsinghpur Bar Association
Jagatsinghpur Bar Association

Jagatsinghpur Bar Association

ଜଗତସିଂହପୁର:ଜିଲ୍ଲା ବାର ଆସୋସିଏସନର ନୂତନ ସଭାପତି ହେଲେ ରବୀନ୍ଦ୍ର ନାଥ ମହାନ୍ତି । ଶନିବାର ଦିନ ଜଗତସିଂହପୁର ଜିଲ୍ଲା ବାର ଆସୋସିଏସର ନିର୍ବାଚନ ଅନୁଷ୍ଠିତ ହୋଇଯାଇଛି । ଏହି ନିର୍ବାଚନରେ ସଭାପତି ଭାବରେ ବରିଷ୍ଠ ଆଇନଜୀବୀ ରବୀନ୍ଦ୍ର ନାଥ ଭୋଇ ଓ ସୁବାଷ ଭୂଷଣ ମହାପାତ୍ରଙ୍କ ମଧ୍ୟରେ ଜୋରଦାର ପ୍ରତିଦ୍ବନ୍ଦିତା ହୋଇଥିଲା । ଏଥିରେ ରବୀନ୍ଦ୍ର ନାଥ ମହାନ୍ତି ବିଜୟ ଲାଭ କରିଛନ୍ତି । ଅନ୍ୟପଟେ ନରେଶ ଚନ୍ଦ୍ର ଦାସ ଆସୋସିଏସନର ସମ୍ପାଦକ ଭାବେ ନିର୍ବାଚିତ ହୋଇଛନ୍ତି ।

ଜଗତସିଂହପୁର ବାର ଆସୋସିଏସନର ସଭାପତି ପଦବୀ ପାଇଁ ବରିଷ୍ଠ ଆଇନଜୀବୀ ରବୀନ୍ଦ୍ର ନାଥ ଭୋଇ ଓ ସୁଭାଷ ଭୂଷଣ ମହାପାତ୍ର ଆଶାୟୀ ପ୍ରାର୍ଥୀ ରହିଥିବା ବେଳେ ସେମାନଙ୍କ ମଧ୍ୟରେ ଜୋରଦାର ପ୍ରତିଦ୍ବନ୍ଦିତା ଦେଖିବାକୁ ମିଳିଥିଲା । ଶନିବାର ସକାଳୁ କଡା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ଜଗତସିଂହପୁର ଜିଲ୍ଲା କୋର୍ଟ ପରିସର ମଧ୍ୟରେ ନିର୍ବାଚନ ଅନୁଷ୍ଠିତ ହୋଇଥିଲା । ଜିଲ୍ଲାର ସମସ୍ତ ଆଇନଜୀବୀ ସକାଳ ସାଢେ ଦଶଟା ସମୟରୁ ଅପରାହ୍ନ ୨ଟା ପର୍ଯ୍ୟନ୍ତ ଭୋଟ୍ ଦେଇଥିଲେ । ଅପରାହ୍ନ 3ଟା ସମୟରେ ଭୋଟ୍ ଗଣତି ଆରମ୍ଭ କରାଯାଇଥିଲା ।

ଏହାମଧ୍ୟ ପଢନ୍ତୁ..ମା' ମଙ୍ଗଳାଙ୍କ ଦର୍ଶନ କଲେ ଜଗତସିଂହପୁର ଲୋକସଭା ବିଜେପି ପ୍ରାର୍ଥୀ ବିଭୁ ପ୍ରସାଦ - Bibhu Prasad Tarai

କଡା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ଭୋଟ୍ ବାକ୍ସ ଅଣାଯାଇ ବାର କାର୍ଯ୍ୟାଳୟରେ ଗଣତି କରାଯାଇଥିଲା । 10 ରାଉଣ୍ଡ ଗଣତି ଶେଷରେ ଜଗତସିଂହପୁର ବାର ଆସୋସିଏସନର ସଭାପତି ଭାବେ ବରିଷ୍ଠ ଆଇନଜୀବୀ ରବୀନ୍ଦ୍ର ନାଥ ମହାନ୍ତି ନିର୍ବାଚିତ ହୋଇଥିଲେ । ସେହିପରି ବାର ଆସୋସିଏସନ ସମ୍ପାଦକ ଭାବରେ ବରିଷ୍ଠ ଆଇନଜୀବୀ ନରେଶ ଚନ୍ଦ୍ର ଦାସ ନିର୍ବାଚିତ ହୋଇଥିଲେ । ଅନ୍ୟପଟେ ସହ ସମ୍ପାଦକ ଭାବେ ସରୋଜ କୁମାର ବିଶ୍ବାଳ ବିଜୟଲାଭ କରିଥିଲେ ।

ନବ ନିର୍ବାଚିତ ସଭାପତି ରବୀନ୍ଦ୍ର ନାଥ ମହାନ୍ତି କହିଛନ୍ତି, "ଜଗତସିଂହପୁର ବାର ଆସୋସିଏସନର ସମସ୍ତ ମେମ୍ବରମାନଙ୍କ ସୁବିଧା ପାଇଁ ବିଭିନ୍ନ ପ୍ରକାର କାର୍ଯ୍ୟକ୍ରମ ହାତକୁ ନିଆଯାଇଛି । ଜଣେ ସ୍ୱୀକୃତିପ୍ରାପ୍ତ ଆଇନଜୀବୀ ମାଗଣା ସ୍ୱାସ୍ଥ୍ୟ ବୀମା ବ୍ୟବସ୍ଥା କରାଯିବା ସହିତ ଦୁର୍ଘଟଣା ଜନିତ ମୃତ୍ୟୁ ହେଲେ ତାର ପରିବାରକୁ ଦୁଇଲକ୍ଷ ଟଙ୍କାର ସହାୟତା ରାଶି ପ୍ରଦାନ କରାଯିବ । ଆଇନଜୀବୀକୁ ଅବସରକାଳୀନ ସୁବିଧା ସୁଯୋଗ ଯୋଗାଇ ଦିଆଯିବ । ଆଇନଜୀବୀମାନଙ୍କ ସୁରକ୍ଷା ପାଇଁ ବ୍ୟବସ୍ଥା କରାଯିବ ।

ସେ ଆଉମଧ୍ୟ ମଧୁସୂଦନ ଦାସଙ୍କ ଜନ୍ମ ଜୟନ୍ତୀ ଓ ବାର ଆସୋସିଏସନର ବାର୍ଷିକ ଉତ୍ସବକୁ ଅତିଧୁମଧାମରେ ପାଳନ କରାଯିବା ନେଇ ପ୍ରତିଶ୍ରୁତି ଦେଇଥିଲେ । ଆଇନଜୀବୀଙ୍କ ସାଧାରଣ ମୃତ୍ୟୁ ହେଲେ ଜିଲ୍ଲା ବାର ଆସୋସିଏସନ ପକ୍ଷରୁ ତାଙ୍କ ପରିବାର ଲୋକେଙ୍କୁ 1 ଲକ୍ଷ ଟଙ୍କାର ସହାୟତା ରାଶି ପ୍ରଦାନ କରାଯିବ ବୋଲି ନବ ନିର୍ବାଚିତ ସଭାପତି ରବୀନ୍ଦ୍ର ନାଥ ମହାନ୍ତି କହିଛନ୍ତି । ବାର ମଧ୍ୟରେ ଯେଉଁ ସବୁ ସମସ୍ୟା ରହିଛି ତାହା ଅତି ଶୀଘ୍ର ସମାଧାନ ପାଇଁ ପଦକ୍ଷେପ ଗ୍ରହଣ କରାଯିବ ବୋଲି ସେ କହିଛନ୍ତି ।

ଇଟିଭି ଭାରତ, ଜଗତସିଂହପୁର

ABOUT THE AUTHOR

...view details