ଓଡିଶା

odisha

ETV Bharat / state

ନିର୍ବାଚନ ପୂର୍ବରୁ ପିପିଲିରେ ପୋଲିସ ଫ୍ଲାଗମାର୍ଚ୍ଚ - Flag March In PIPILI

Flag March In PIPILI: ଗଣତନ୍ତ୍ରର ମହାନ ପର୍ବ କିଭଳି ଅବାଧ, ନିରପେକ୍ଷ ଏବଂ ଶାନ୍ତିଶୃଙ୍ଖଳାର ସହ ପାଳନ ହେବ, ସେନେଇ ପୁରୀ ପୋଲିସ ପକ୍ଷରୁ ପିପିଲିରେ ଫ୍ଲାଗମାର୍ଚ୍ଚ କରାଯାଇଛି । ଅଧିକ ପଢନ୍ତୁ

ନିର୍ବାଚନ ପୂର୍ବରୁ ପୁରୀ ପୋଲିସ ଓ CRPF ପକ୍ଷରୁ ଫ୍ଲାଗମାର୍ଚ୍ଚନିର୍ବାଚନ ପୂର୍ବରୁ ପିପିଲିରେ ପୋଲିସ ଫ୍ଲାଗମାର୍ଚ୍ଚ
ନିର୍ବାଚନ ପୂର୍ବରୁ ପୁରୀ ପୋଲିସ ଓ CRPF ପକ୍ଷରୁ ଫ୍ଲାଗମାର୍ଚ୍ଚନିର୍ବାଚନ ପୂର୍ବରୁ ପିପିଲିରେ ପୋଲିସ ଫ୍ଲାଗମାର୍ଚ୍ଚ

By ETV Bharat Odisha Team

Published : Mar 25, 2024, 4:19 PM IST

ନିର୍ବାଚନ ପୂର୍ବରୁ ପିପିଲିରେ ପୋଲିସ ଫ୍ଲାଗମାର୍ଚ୍ଚ

ନିମାପଡ଼ା:ଚଳିତ ସାଧାରଣ ନିର୍ବାଚନ ପାଇଁ ଅଉ ମାତ୍ର କିଛି ଦିନ ବାକି ରହିଛି । ଗଣତନ୍ତ୍ରର ଏହି ମହାନ ପର୍ବକୁ କିଭଳି ଅବାଧ, ନିରପେକ୍ଷ ଏବଂ ଶାନ୍ତି ଶୃଙ୍ଖଳାର ସହ ପାଳନ କରାଯିବ ସେନେଇ ପୁରୀ ଜିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ତ ପ୍ରକାର ପ୍ରସ୍ତୁତି ଚାଲିଛି । ଆଗାମୀ ସଧାରଣ ନିର୍ବାଚନକୁ ଆଖି ଆଗରେ ରଖି ଜିଲ୍ଲାର ବିଭିନ୍ନ ସ୍ଥାନରେ ପୋଲିସ ଫ୍ଲାଗମାର୍ଚ୍ଚ କରିଛି । ପିପିଲି ଏସଡିପିଓ ବିରଞ୍ଚି ନାରାୟଣ ପତିଙ୍କ ନେତୃତ୍ଵରେ ୨ ପ୍ଲାଟୁନ ପୋଳିସ ଏବଂ କେନ୍ଦ୍ରୀୟ ସୁରକ୍ଷା ବଳ ସହ ପିପିଲିରେ ଫ୍ଲାଗମାର୍ଚ୍ଚ କରାଯାଇଛି ।

ପିପିଲି ଥାନା ଅଧିକାରୀ ଦୀପକ କୁମାର ଖଣ୍ଡାୟତ ରାୟ ପୋଲିସର୍ମୀଙ୍କୁ ନେଇ ଉତ୍ତରା ଛକ ଠାରୁ ଫ୍ଲାଗମାର୍ଚ୍ଚ ଆରମ୍ଭ କରିଥିଲେ । ପରେ ମଧୁପୁର, ଲକ୍ଷ୍ମୀ ନାରାୟଣପୁର, ଗୁଡ଼ିଆପୋଖରୀ ଛକ ଓ ପରେ ପିପିଲି ବଜାର ଅଞ୍ଚଳରେ ପ୍ଲାଗମାର୍ଚ୍ଚ କରି ନିର୍ବାଚନ କିପରି ଅବାଧ , ନିରପେକ୍ଷ ଏବଂ ଶାନ୍ତି ଶୃଙ୍ଖଳିତ ଭାବେ ହୋଇପାରିବ ସେ ନେଇ ସଚେତନ କରାଯାଇଛି । ଆଗାମୀ ନିର୍ବାଚନରେ ଶାନ୍ତିଶୃଙ୍ଖଳା ବଜାୟ ରଖିବାକୁ ସାଧାରଣ ଲୋକଙ୍କୁ ଅନୁରୋଧ କରିଛନ୍ତି । ତେବେ ପୁରୀ ଜିଲ୍ଲା ପ୍ରଶାସନ ନିର୍ଦ୍ଦେଶରେ ଜିଲ୍ଲା ବ୍ୟାପି ଏଭଳି ଫ୍ଲାଗମାର୍ଚ୍ଚ କରାଯିବ ବୋଲି ସୂଚନା ମିଳିଛି ।

ଏହା ମଧ୍ୟ ପଢନ୍ତୁ.....ନିର୍ବାଚନୀ ପ୍ରସ୍ତୁତି, ନବରଙ୍ଗପୁରରେ ଫ୍ଲାଗ ମାର୍ଚ୍ଚ କଲା ପୋଲିସ

ଆସନ୍ତା ସାଧାରଣ ନିର୍ବାଚନ ପାଇଁ ପୁରୀ ପୋଲିସ ସଂପୂର୍ଣ୍ଣ ପ୍ରସ୍ତୁତି ରହିଥିବା ସୂଚନା ମିଳିଛି । ଜିଲ୍ଲାର ବିଭିନ୍ନ ଅଞ୍ଚଳ ବିଶେଷ କରି ଉତ୍ତେଜନା ପ୍ରବଣ ଅଞ୍ଚଳରେ ଫ୍ଲାଗମାର୍ଚ୍ଚ କରାଯାଉଛି । ଏହାର ମୂଳ ଉଦ୍ଦେଶ୍ୟ ହେଉଛି ଲୋକମାନଙ୍କ ମଧ୍ୟରେ ବିଶ୍ବାସ ଜାଗ୍ରତ କରିବାର ଅଛି, ଯେ ନିରପେକ୍ଷ ଏବଂ ଅବାଧ ନିର୍ବାଚନ ହେବ । ପୋଲିସ ପୁରୀବାସୀଙ୍କୁ ଶାନ୍ତି ଶୃଙ୍ଖଳାରେ ନିର୍ବାଚନରେ ସହଯୋଗ କରିବା ପାଇଁ ନିବେଦନ କରିଛି । ସେହିପରି ଅସାମାଜିକ ବ୍ୟକ୍ତିଙ୍କ କାର୍ଯ୍ୟକଳାପ ଉପରେ ପୋଲିସର ତିଖ୍ମ ନଜର ରହିଥିବା ସୂଚନା ମିଳିଛି । ଯଦି କୌଣସି ଅସାମାଜିକ ବ୍ୟକ୍ତି ଭୟ କିମ୍ବା ବିଶୃଙ୍ଖଳା ସୃଷ୍ଟି କରନ୍ତି । ତେବେ ତାଙ୍କୁ କାଡା ଜବାବ ଦିଆଯିବ ବୋଲି ପୋଲିସ କହିଛି ।

ସେହିପରି ଜିଲ୍ଲାର ପ୍ରତ୍ୟେକ ଥାନାରେ ଅପରାଧୀଙ୍କ ଲମ୍ବା ତାଲିକା ପ୍ରସ୍ତୁତ କରାଯାଇଛି । ଯେଉଁମାନେ ନିର୍ବାଚନରେ ବିଶୃଙ୍ଖଳା କରିବାର ଆଶଙ୍କା କରାଯାଉଛି । ସେମାନଙ୍କୁ କୋର୍ଟରେ ବଣ୍ଡ ସାଇନ୍ କରାଯାଉଛି । ପିପିଲି, ନିମାପଡ଼ା, ବଳଙ୍ଗା, ଡେଲାଙ୍ଗ , କାକଟପୁର ପ୍ରଭୃତି ଅଞ୍ଚଳର ଉତ୍ତେଜନା ପ୍ରବଣ ଅଞ୍ଚଳରେ ଫ୍ଲାଗମାର୍ଚ୍ଚ କରାଯାଇଥିବା ବେଳେ ଜିଲ୍ଲାର ଅନ୍ୟସବୁ ଅଞ୍ଚଳରେ ଫ୍ଲାଗମାର୍ଚ୍ଚ କରାଯିବ ବୋଲି ପିପିଲି ଏସଡିପିଓ କହିଛନ୍ତି ।

ଇଟିଭି ଭାରତ, ନିମାପଡ଼ା

ABOUT THE AUTHOR

...view details